Excuse Me Odisha

ଯାହା କହିବୁ ସତ କହିବୁ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ମଣିଷକୁ ଗଧ ଠାରୁ ଶିଖିବା ଆବଶ୍ୟକ ଏହି ୩ଟି କଥା, ସବୁ କାର୍ଯ୍ୟରେ ମିଳିବ ସଫଳତା।

ସେୟାର୍ କରନ୍ତୁ

ଚାଣକ୍ୟଙ୍କ ନୀତିକୁ ଅତ୍ୟନ୍ତ ଲାଭକାରୀ ମାନା ଯାଇଥାଏ। ତାଙ୍କ ନୀତିକୁ ପାଳନ କରିବା ଦ୍ୱାରା ଜୀବନରେ ଅନେକ ସଫଳତା ମିଳିଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ଏହି ନୀତି ଲେଖା ଯାଇଛି। ଆଚାର୍ଯ୍ୟ ଚାଣକ୍ୟ ଜଣେ ଜଣାଶୁଣା ରାଜନୀତିଜ୍ଞ, କୂଟନୀଜ୍ଞ, ପ୍ରକାଣ୍ଡ ଅର୍ଥଶାସ୍ତ୍ରୀ ରୂପରେ ବିଖ୍ୟାତ ଥିଲେ। ସେ ବହୁତ ବୁଦ୍ଧିମାନ ଥିଲେ। ତାଙ୍କୁ କୌଟିଲ୍ୟ ମଧ୍ୟ କୁହା ଯାଉଥିଲା।

ସେ ନିଜର ଗତି ମାଧ୍ୟମରେ ଲୋକଙ୍କୁ ଉତ୍ତମ ରାସ୍ତା ଏବଂ ସଫଳ ଜୀବନ କିପରି ପ୍ରାପ୍ତ କରିବେ ତାହା ବୁଝାଇବାରେ ପ୍ରୟାସ କରିଛନ୍ତି। ଏହାସହିତ ଜୀବନରେ ଆସୁଥିବା ଅନେକ ସମସ୍ୟାର ସମାଧାନ ବିଷୟରେ ନିଜ ନୀତି ଗ୍ରନ୍ଥରେ କହିଛନ୍ତି।

ଜୀବନରେ ସଫଳତା ପାଇବା ପାଇଁ ଆପଣ କେବଳ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ଵାରା କୁହାଯାଇଥିବା ନୀତି କୁ ଧ୍ୟାନ ରେ ରଖି ଏହାର ପାଳନ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଜୀବନ ସୁଖରେ ଭରପୁର ରହିବ ଏବଂ ଆପଣ ଯାହା ଚାହୁଁଛନ୍ତି ଆପଣଙ୍କୁ ପ୍ରାପ୍ତ ହେବ।

ଅହଙ୍କାର କରନ୍ତୁ ନାହିଁ –

ଚାଣକ୍ୟଙ୍କ ନୀତି ଅନୁସାରେ ଅହଂକାରୀ ବ୍ୟକ୍ତିର ସହଯୋଗ କେହି କରନ୍ତି ନାହିଁ। ଏଭଳି ବ୍ୟକ୍ତି ପାଖରୁ ଲୋକେ ଦୂରତା ରକ୍ଷା କରନ୍ତି। ଏହି ପ୍ରକାରର ଲୋକେ ନିଜର ହିଁ ସୁଖ ଦେଖିଥାନ୍ତି ଏବଂ ଅନ୍ୟମାନଙ୍କ ଭାବନାକୁ ଧ୍ୟାନ ଦିଅନ୍ତି ନାହିଁ। ଏଥିପାଇଁ ଆପଣ ଅହଙ୍କାର ରୁ ଦୂରେଇ ରୁହନ୍ତୁ। ସମସ୍ତଙ୍କୁ ସମାନ ନଜର ରେ ଦେଖନ୍ତୁ। କୌଣସି ନିଷ୍ପତ୍ତି ଅହଙ୍କାରରେ ଆସି ନିଅନ୍ତୁ ନାହିଁ। କାରଣ ଅହଙ୍କାର ରେ ନେଇ ଥିବା ନିଷ୍ପତ୍ତି ଆପଣଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ।

Google

ଇନ୍ଦ୍ରିୟ ମାନଙ୍କୁ ଆୟତ୍ତରେ ରଖନ୍ତୁ-

ଚାଣକ୍ୟଙ୍କ ନୀତି ଅନୁସାରେ ବୁଦ୍ଧିମାନ ବ୍ୟକ୍ତିକୁ ନିଜ ଉପରେ ସର୍ବଦା ନିୟନ୍ତ୍ରଣ ରଖିବା ଆବଶ୍ୟକ। ଯେଉଁମାନେ ନିଜ ଇନ୍ଦ୍ରିୟକୁ ବଗ ଭଳି ନିୟନ୍ତ୍ରଣରେ ରଖନ୍ତି, ସେମାନେ ନିଜ ଜୀବନରେ ସୁବିଧାରେ ଲକ୍ଷ୍ୟ ହାସଲ କରି ଥାନ୍ତି। ଏଭଳି ଲୋକଙ୍କ ଧ୍ୟାନ କେବଳ ଲକ୍ଷ୍ୟ ଉପରେ ଥାଏ। ଏଥିପାଇଁ ସଫଳତା ପାଇବାକୁ ହେଲେ ଆପଣଙ୍କୁ ନିଜ ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ରଖିବା ନିତାନ୍ତ ଜରୁରୀ ଅଟେ।

Google

କରନ୍ତୁ ଏପରି ବ୍ୟବହାର –

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ କୌଣସି ବ୍ୟକ୍ତି ସହିତ କିପରି ବ୍ୟବହାର କରିବା ଉଚିତ ? ଏହା ସମସ୍ତଙ୍କୁ ଜାଣି ରଖିବା ଆବଶ୍ୟକ। ଜଣେ ଲୋଭି ବ୍ୟକ୍ତି ଠାରୁ ନିଜ କାର୍ଯ୍ୟ କରାଇ ତାଙ୍କୁ ଭେଟ ସ୍ୱରୂପ ବସ୍ତୁ ଦେଇ ସନ୍ତୁଷ୍ଟ କରାନ୍ତୁ। ଏକ କଠୋର ମଣିଷ ସାମ୍ନା ରେ ହାତ ଯୋଡ଼ି ତାଙ୍କ ଠାରୁ ନିଜ କାର୍ଯ୍ୟ ସମ୍ପନ୍ନ କରାଇ ପାରନ୍ତି। ମୂର୍ଖକୁ ସମ୍ମାନ ଦେଇ ସନ୍ତୁଷ୍ଟ କରାଯାଇ ପାରିବ। ବିଦ୍ୱାନ ବ୍ୟକ୍ତି କୁ ସତ କଥା କହି ସନ୍ତୁଷ୍ଟ କରାଯାଇ ପାରିବ।

Google

ସର୍ବଦା ସନ୍ତୁଷ୍ଟ ରୁହନ୍ତୁ –

ଜୀବନରେ ସେହି ବ୍ୟକ୍ତି ସୁଖରେ ରହେ ଯିଏ ସନ୍ତୁଷ୍ଟ ରହିଥାଏ। ଯେଉଁ ଲୋକେ ସନ୍ତୁଷ୍ଟ ରହି ନଥାନ୍ତି ଅର୍ଥାତ୍ ତାଙ୍କୁ ଜୀବନରେ ଜାଗା କିଛି ମିଳିଲେ ସେମାନେ ସନ୍ତୁଷ୍ଟ ନଥାନ୍ତି। ଚାଣକ୍ୟଙ୍କ ନୀତି ଅନୁସାରେ ଆମକୁ ପଶୁ ମାନଙ୍କ ଠାରୁ ମଧ୍ୟ କିଛି ଶିଖିବା ଆବଶ୍ୟକ। ଗଧ ଠାରୁ ତିନୋଟି ଜିନିଷ ଶିଖନ୍ତୁ – ନିଜ ବୋଝକୁ ଢିଲା ଛାଡନ୍ତୁ ନାହିଁ। ସର୍ଦ୍ଦି ଏବଂ ଗରମର ଚିନ୍ତା ନକରି ନିଜ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ ଏବଂ ଆପଣ ସର୍ବଦା ସନ୍ତୁଷ୍ଟ ରୁହନ୍ତୁ।

Google

ଲୋଭ କରନ୍ତୁ ନାହିଁ –

ଯେଉଁ ଲୋକେ ଲୋଭୀ ହୋଇଥାନ୍ତି, ସେମାନେ ସର୍ବଦା ଟଙ୍କା ପଛରେ ଗୋଡ଼େଇ ଥାନ୍ତି। ତାଙ୍କୁ ଜୀବନରେ କେବେବି ସଫଳତା ମିଳେ ନାହିଁ। ଲୋଭୀ ଲୋକଙ୍କୁ କେହି ସୁବିଧାରେ ଟଙ୍କା ଦେଇ ନିଜ ଆୟତ୍ତରେ କରିପାରେ। ଏଥିପାଇଁ ଜୀବନରେ ଲୋଭ କରିବାରୁ ବଞ୍ଚିତ ହୁଅନ୍ତୁ।

Google

କ୍ରୋଧରୁ ଦୂରେଇ ରୁହନ୍ତୁ –

କ୍ରୋଧ ମଣିଷର ସବୁଠୁ ବଡ଼ ଶ-ତ୍ରୁ ଅଟେ। କ୍ରୋଧ ବଶତଃ ବ୍ୟକ୍ତି ସର୍ବଦା ଭୁଲ ନିଷ୍ପତ୍ତି ନେଇଥାଏ। ଯେଉଁ କାରଣରୁ ତାକୁ ପରମୁହୂର୍ତ୍ତରେ ସମସ୍ୟା ହୋଇଥାଏ। ଏହିପ୍ରକାର ଯେଉଁମାନେ କ୍ରୋଧ କରନ୍ତି, ସେମାନଙ୍କ ସମ୍ବନ୍ଧ ସର୍ବଦା ଅନ୍ୟମାନଙ୍କ ଠାରୁ ଖରାପ ହୋଇଥାଏ ଏବଂ ଆବଶ୍ୟକତା ସମୟରେ କେହି ସେମାନଙ୍କୁ ସହଯୋଗ କରି ନଥାନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ବ୍ୟକ୍ତିକୁ କ୍ରୋଧ ଠାରୁ ଦୂରେଇ ରହିବା ଆବଶ୍ୟକ ଏବଂ ସର୍ବଦା ଶାନ୍ତ ମସ୍ତିଷ୍କରେ ନିଷ୍ପତ୍ତି ନେବା ଉଚିତ।

Google

କେବଳ ଉତ୍ତମ ଲୋକଙ୍କ ସହିତ କରନ୍ତୁ ବନ୍ଧୁତା –

ସର୍ବଦା ସେହି ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ କରନ୍ତୁ, ଯିଏ ଆପଣଙ୍କ ଭଳି ବା ଆପଣଙ୍କ ଠାରୁ ଅଧିକ ଜ୍ଞାନୀ ଅଟେ। ମୁର୍ଖ ଲୋକଙ୍କ ସହିତ ବନ୍ଧୁତା କରିବା ଦ୍ଵାରା ଆପଣଙ୍କ ଜୀବନରେ କେବଳ ସମସ୍ୟାର ଆଗମନ ହୋଇଥାଏ। ବୁଦ୍ଧିମାନ ଲୋକଙ୍କ ସହିତ ମିତ୍ରତା କରିବା ଦ୍ୱାରା ସେମାନେ ଆପଣଙ୍କ କାମରେ ଆସିଥାନ୍ତି ଏବଂ ଖରାପ ସମୟରେ ଆପଣଙ୍କୁ ସହଯୋଗ କରି ଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *