Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ଘରର ମହିଳା ଏହି କାର୍ଯ୍ୟ କରନ୍ତି ସେହି ଘରକୁ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ

ସେୟାର୍ କରନ୍ତୁ

ଆମର ପ୍ରାଚୀନ ଗ୍ରନ୍ଥରେ ସ୍ଵାମୀ-ସ୍ତ୍ରୀଙ୍କୁ ଭଗବାନ ଶିବ ଓ ମାତା ପାର୍ବତୀଙ୍କର ରୂପ ମନାଯାଇଥାଏ। ଭଗବାନ ଶିବ ଓ ମାତା ଗୌରୀ ପରସ୍ପରର ପୂରକ ଅର୍ଥାତ ଅର୍ଦ୍ଧ ନାରୀଶ୍ଵର ଅଟନ୍ତି। ଠିକ ସେହିପରି ସ୍ଵାମୀ-ସ୍ତ୍ରୀ ମଧ୍ୟ ପରସ୍ପରର ଅର୍ଦ୍ଧାଙ୍ଗ ଅଟନ୍ତି। ସେଥିପାଇଁ ପତ୍ନୀଙ୍କୁ ଅର୍ଦ୍ଧାଙ୍ଗିନୀ କୁହାଯାଇଥାଏ। ବିବାହ ପରେ ପତ୍ନୀଙ୍କ ଭାଗ୍ୟ ମଧ୍ୟ ସ୍ଵାମୀଙ୍କ ସହ ଯୋଡି ହୋଇଥାଏ। ସ୍ତ୍ରୀଙ୍କ କର୍ମ, ଧର୍ମ ଓ ପୂଣ୍ୟ ଆଦିର ଫଳ ସ୍ଵାମୀଙ୍କୁ ମଧ୍ୟ ପ୍ରାପ୍ତ ହୋଇଥାଏ। ସେହିପରି ସ୍ତ୍ରୀଙ୍କ ଦ୍ଵାରା କରାଯାଇଥିବା ଭୁଲ କାର୍ଯ୍ୟର ଫଳ ମଧ୍ୟ ସ୍ଵାମୀଙ୍କୁ ସହିବାକୁ ପଡିଥାଏ। ଆମ ହିନ୍ଦୁ ସମାଜରେ ସ୍ତ୍ରୀଙ୍କୁ ଗୃହର ଲକ୍ଷ୍ମୀ ଓ ଅନ୍ନପୂର୍ଣା ବୋଲି ମାନଯାଇଥାଏ। କିନ୍ତୁ କିଛି ମହିଳାଙ୍କର ଖରାପ ଅଭ୍ଯାସ ତଥା କାର୍ଯ୍ୟ ପାଇଁ ଲକ୍ଷ୍ମୀ ରୁଷ୍ଠ ହୋଇ ଗୃହରୁ ଚାଲିଯାଇଥାନ୍ତି। ଏହିପରି ଗୃହରେ ତାଙ୍କର ଜ୍ୟେଷ୍ଠ ଭଉଣୀ ଅଲକ୍ଷ୍ମୀ ବାସ କରିଥାନ୍ତି। ଯଦି ଆପଣଙ୍କୁ ଏହିପରି ଭୁଲ କିଛି ଅନୁଭବ ହେଉଛି ତେବେ ଆପଣ ଏହି ଭୁଲକୁ ସୁଧାରି ନିଅନ୍ତୁ ଅନ୍ଯଥା ଆପଣଙ୍କୁ ମଧ୍ୟ ଏହାର ଅଶୁଭ ପରିଣାମ ସହିବାକୁ ପଡିବ। କାରଣ ଅଲକ୍ଷ୍ମୀଙ୍କ ଆସିବା କାରଣରୁ ଗୃହରେ କ୍ଲେଶ, ଦାରିଦ୍ର୍ଯତା ବଢିବାକୁ ଲାଗିଥାଏ। ଆସନ୍ତୁ ଜାଣିବା ଏହି ବିଷୟରେ।

ପ୍ରଥମ କାର୍ଯ୍ୟ:-

ଗୃହର ମହିଳାମାନଙ୍କୁ କେବେବି ସନ୍ଧ୍ଯା ସମୟରେ କେଶ ମୁକୁଳା କରି ରହିବା ଉଚିତ ନୁହେଁ। କିଛି ମହିଳାମାନଙ୍କର କୁଅଭ୍ଯାସ ରହିଥାଏ। ଏବଂ ସେମାନେ କେଶ ମୁକୁଳା କରି ଗୃହରେ ବୁଲିଥାନ୍ତି। କିନ୍ତୁ ଶାସ୍ତ୍ର ଅନୁସାରେ ଏହାକୁ ଭୁଲ ମନାଯାଇଥାଏ। ସନ୍ଧ୍ଯା ସମୟରେ କେଶ ମୁକୁଳା କରିବା ଦ୍ଵାରା ଗୃହକୁ ନକାରାତ୍ମକ ଉର୍ଜାର ପ୍ରବେଶ ହୋଇଥାଏ। ମାତା ଲକ୍ଷ୍ମୀ ଏହିପରି ଗୃହରେ କେବେ ମଧ୍ୟ ବାସ କରିନଥାନ୍ତି।

Google

ଦ୍ଵିତୀୟ କାର୍ଯ୍ୟ:-

ଯଦି କେହି ମହିଳା ଗୃହର ମୁଖ୍ୟଦ୍ଵାରରେ ବସି କିଛି ଚର୍ଚ୍ଚା କରୁଥାନ୍ତି ତେବେ ଏହାକୁ ଅଶୁଭ ବୋଲି ମନାଯାଇଥାଏ। ଗୃହର ଦ୍ଵାରକୁ ଅବରୋଧ କରି ବସିବାକୁ ମଧ୍ୟ ଅଶୁଭ ବୋଲି ମନାଯାଏ। ମାତା ଲକ୍ଷ୍ମୀ ଆପଣଙ୍କ ମୁଖ୍ୟ ଦ୍ଵାର ଦେଇ ପ୍ରବେଶ କରିଥାନ୍ତି। ଏବଂ ମୁଖ୍ୟଦ୍ୱାରରେ ଅବରୋଧ କରିବା ଦ୍ଵାରା ମାତା ଲକ୍ଷ୍ମୀ ଫେରିଯାନ୍ତି ସେଥିପାଇଁ ଏହିପରି ଭୁଲ କରନ୍ତୁ ନାହିଁ। ଏହା ବ୍ଯତୀତ ଗୃହର ମୁଖ୍ୟଦ୍ଵାର ସର୍ବଦା ସ୍ଵଚ୍ଛ ଓ ସୁନ୍ଦର ରଖିବା ଉଚିତ। ଯାହା ଫଳରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆପଣଙ୍କ ଗୃହରେ ପ୍ରବେଶ କରିବେ।

ତୃତୀୟ କାର୍ଯ୍ୟ:-

ଯେଉଁ ମହିଳାମାନେ ସୂର୍ଯ୍ୟ ଉଦୟ ପରେ ମଧ୍ୟ ଶୋଇ ରହିଥାନ୍ତି ସେହି ଗୃହରେ ସୁଖ ସମୃଦ୍ଧି ମଧ୍ୟ ଚାଲିଯାଇଥାଏ। ଏବଂ ଗୃହରେ ନକାରାତ୍ମକ ଭାବ ଦେଖାଯାଇଥାଏ। ସେଥିପାଇଁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସ୍ନାନ, ଶୌଚ ଆଦି ସାରି ଭଗବାନଙ୍କର ପୂଜାର୍ଚ୍ଚନା କରନ୍ତୁ। ଏବଂ ଗୃହର ଚତୁର୍ପାର୍ଶ୍ବରେ ଧୂପ, ଦୀପ ଦିଅନ୍ତୁ। ଯାହା ଫଳରେ ଗୃହରେ ସକାରାତ୍ମକ ବାତାବରଣ ଲାଗିରହିବ।

ଚତୁର୍ଥ କାର୍ଯ୍ୟ:-

ରାତିରେ କିମ୍ବା ଦ୍ଵିପହରେ ଗୃହରେ ଅଇଁଠା ବାସନ ପଡି ରହିବା ଅତ୍ୟନ୍ତ ଅଶୁଭ ବୋଲି ମନାଯାଇଥାଏ। ଅଇଁଠା ବାସନ ନକାରାତ୍ମକ ଭାବନା ସଂଚାର କରିଥାଏ। ସେଥିପାଇଁ ମାତା ଲକ୍ଷ୍ମୀ ଏହିପରି ଗୃହରେ ବାସ କରିନଥାନ୍ତି। ସେଥିପାଇଁ ଅଇଁଠା ବାସନ ଗୃହରେ ରଖନ୍ତୁ ନାହିଁ। ଯଥାସମ୍ଭବ ଖାଇସାରିଲା ପରେ ସଫା କରିଦିଅନ୍ତୁ। ଏହା ସହିତ ରୋଷେଇ ଘରକୁ ମଧ୍ୟ ସ୍ଵଚ୍ଛ ଓ ପରିଷ୍କାର କରିରଖନ୍ତୁ।

ପଞ୍ଚମ କାର୍ଯ୍ୟ:-

ସ୍ତ୍ରୀଙ୍କୁ ପ୍ରେମ, ସହନଶୀଳତା, ମମତା ଓ ତ୍ୟାଗର ମୂର୍ତ୍ତି ରୂପରେ ମନାଯାଇଥାଏ କିନ୍ତୁ କିଛି ମହିଳାଙ୍କ ବାଣୀ ଅତ୍ୟନ୍ତ କଟୁ ଓ ଦୁଃଖଦାୟକ ହୋଇଥାଏ। ସ୍ବଭାବରେ ବାଦ-ବିବାଦ ଭଳି ଯୁକ୍ତି ତର୍କ ଭଳି ପ୍ରବୃତି ସ୍ଥାପିତ ହୋଇଥାଏ। ଏବଂ ଯେଉଁ ଗୃହରେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା କଳି ଲାଗି ରହିଥାଏ ସେହି ଗୃହରେ ମାତା ଲକ୍ଷ୍ମୀ କେବେବି ବାସ କରିନଥାନ୍ତି ଏହି ପରି ଗୃହରେ ଅ ଲକ୍ଷ୍ମୀ ବାସ କରନ୍ତି। ଯାହା ଫଳରେ ଗୃହର ସୁଖ ସମୃଦ୍ଧି ନସ୍ଥ ହୋଇଥାଏ। ଗୃହର ବାଟା ବରଣ ସର୍ବଦା ସାନ୍ତ ରଖନ୍ତୁ।

Google

ଷଷ୍ଠ କାର୍ଯ୍ୟ:-

ଯେଉଁ ଗୃହରେ ଦ୍ଵାରକୁ ଆସିଥିବା ଭିକ୍ଷୁକର ଅନାଦାର ଓ ତିରସ୍କାର କରାଯାଏ। ସେହି ଗୃହକୁ ମାତା ଲକ୍ଷ୍ମୀ କେବେ ଆସନ୍ତି ନାହିଁ। ଏହା ସହିତ ଗୋମାତାଙ୍କର ମଧ୍ୟ ଅନାଦାର କରିବା ଉଚିତ ନୁହଁ ଏବଂ ଏହିପରି କରିବା ଦ୍ଵାରା ସୁଖ ଶାନ୍ତି ଓ ବୈଭବ ନଷ୍ଟ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ମାତା ଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *