Excuse Me Odisha

ଯାହା କହିବୁ ସତ କହିବୁ

ଦାନ୍ତର ମଝିରେ ଥିବା ଗ୍ୟାପ ଆପଣଙ୍କ ବିଷୟରେ କଣ କହିଥାଏ, ଆସନ୍ତୁ ଜାଣିବା ।

ସେୟାର୍ କରନ୍ତୁ

ଆଜି ଆମେ ସାମୁଦ୍ରିକ ଅନୁସାରେ ଶରୀରର ଲକ୍ଷଣର ଆଧାରରେ ବ୍ଯକ୍ତିର ଭବିଷ୍ୟତ ଓ ବ୍ୟକ୍ତିତ୍ବ ବିଷୟରେ ଜଣାଇବୁ। ଭାରତୀୟ ସଂସ୍କୃତିର ଶୁଭ ଓ ଅଶୁଭ ସଙ୍କେତକୁ ବିଶେଷ ମହତ୍ଵ ଦିଆଯାଇଥାଏ। ଆମ ହିନ୍ଦୁ ଧର୍ମ ତଥା ଜ୍ଯୋତିଷ ଶାସ୍ତ୍ରରେ ପ୍ରତ୍ଯେକ ଶୁଭ ଓ ଅଶୁଭ କାର୍ଯ୍ୟ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଆମ ଆଖପାଖରେ ଯାହାବି ଘଟିଥାଏ ତାହା ଆମ ନିକଟ ଭବିଷ୍ୟତ ସହ ଯୋଡି ହୋଇ ରହିଥାଏ। ଆମ ଶରୀରର ଥିବା ଚିହ୍ନ, କଳାଜାଇ ବ ଆମ ଶରୀରର ଗଠନରେ କିଛି ନା କିଛି ଅର୍ଥ ଲୁଚି ରହିଥାଏ। ଭଗବାନ ସମସ୍ତ ମନୁଷ୍ୟ ଶରୀରର ଗଠନ ଅଲଗା ଅଲଗା କରିଥାନ୍ତି। ଏବଂ ରଙ୍ଗ, ରୂପ, ସ୍ଵଭାବ, ବିଚାର ଶୈଳୀ ଆଦି ସମସ୍ତଙ୍କର ଭିନ୍ନ ଭିନ୍ନ ହୋଇଥାଏ।

ସାମୁଦ୍ରିକ ଶାସ୍ତ୍ର ଆମ ବୈଦିକ ସଂସ୍କୃତିର ଏକ ଅଂଶ ଅଟେ। ଯେଉଁଥିରେ ଆମ ଶରୀରରେ ଥିବା ଚିହ୍ନ ଏବଂ ମନୁଷ୍ୟ ଶରୀରର ଅଙ୍ଗ ପ୍ରତ୍ଯେଙ୍ଗ ଗଠନର ଅଧ୍ୟୟନ କରି ମନୁଷ୍ୟର ଭୁତ, ଭବିଷ୍ୟ ଏବଂ ବର୍ତ୍ତମାନ ବିଷୟରେ କୁହାଯାଇଥାଏ। ଆମ ଶରୀରୀରେ ଥିବା ଚିହ୍ନରୁ ଆମେ ନିଜ ବିଷୟରେ ବହୁତ କିଛି ଜାଣିପାରିବା। ଇତି ମଧ୍ୟରୁ କିଛି ଚିହ୍ନ ଆମ ପାଇଁ ସୌଭାଗ୍ୟର ପ୍ରତୀକ ହୋଇଥାଏ ତେବେ ଆଉ କିଛି ଚିହ୍ନ ଆମ ପାଇଁ ଦୁର୍ଭାଗ୍ଯର କାରଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଆମ ଶରୀରରେ ଥିବା ଏହି ଲକି ଚିହ୍ନ ବିଷୟରେ।

Google

ଗୋଲାକୃତି ଚେହେରା କିମ୍ବା ଗୋଲ ମୁହଁ ଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ଉତ୍ତମ ଚାକିରି ଓ ସଫଳତା ଏବଂ ଉତ୍ତମ ଜୀବନସାଥୀ ମିଳିବ ଏମାନଙ୍କର ଭାଗ୍ୟରେ ଲେଖା ହୋଇଥାଏ। ସେହିପରି ମଧ୍ୟମ ଉଚ୍ଚତା ଥିବା ବ୍ୟକ୍ତିଙ୍କୁ ମଧ୍ୟ ଉତ୍ତମ ମନାଯାଇଥାଏ। ଲମ୍ବା ନାକ ଏବଂ ନାକରେ କଳାଜାଇ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଭାଗ୍ୟଶାଳୀ କୁହାଯାଇ ଥାଏ। ଯେଉଁ ବ୍ୟକ୍ତିଙ୍କ କାନ ସାମାନ୍ୟରୁ ଅଧିକ ବଡ ହୋଇଥାଏ ସେମାନେ ମଧ୍ୟ ସେମାନେ ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି।

ଚଉଡା ଓ ଲମ୍ବା କପାଳ ଏବଂ କପାଳରେ ପଡୁଥିବା ରେଖା ମଧ୍ୟ ଆମର ସୌଭାଗ୍ୟକୁ ଦର୍ଶାଇଥାଏ। ମୁଣ୍ଡରେ ଚୁଟି ନଥିବା ବା ଚନ୍ଦାପଣକୁ ସୁନ୍ଦରତା ଦୃଷ୍ଟିରୁ ଖରାପ ମାନଯାଇଥାଏ। କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଚନ୍ଦା ଲୋକ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି। ସେହିପରି ମଥାର ଭୂଲତାର ମଧ୍ୟ ଭାଗରେ କଳାଜାଇ ରହିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ସେହିପରି ପାପୁଲି, ଡାହାଣ ଗାଲ ଓ ଡାହାଣ ଆଖିରେ ଥିବା କଳାଜାଇ ମଧ୍ୟ ଆମ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାଏ।

ମୋତି ଭଳି ଚମୁକୁଥିବା ଦାନ୍ତ କାହାକୁ ବା ଭଲ ଲାଗିନଥାଏ କିନ୍ତୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ଦାନ୍ତ ମଧ୍ୟରେ ଗ୍ୟାପ ବା ଖାଲି ସ୍ଥାନ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏହିପରି ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ମଧ୍ୟ ମଜବୁତ ହୋଇଥାନ୍ତି। ସେହିପରି ଯେଉଁ ବ୍ୟକ୍ତିଙ୍କ ଦାନ୍ତ ସାମାନ୍ଯ ବାହାରକୁ ବାହାରି ଥାଏ ସେମାନେ ଜିଦି ଅଧିକ ଓ ଅଧିକ କଥା କହୁଥିବା ବ୍ୟକ୍ତି ହୋଇଥାନ୍ତି। କିନ୍ତୁ ଏମାନେ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି।

Google

ସେହିଅପରି ଗୋଲାପି, ଏବଂ କୋଲାମ ହାତ ପାପୁଲି ଥିବା ଏବଂ ପାପୁଲିର ରେଖା ସ୍ପଷ୍ଟ ଭାବରେ ଦେଖାଯାଉଥିବା ବ୍ୟକ୍ତି ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ପାପୁଲିରେ ତ୍ରିଭୁଜାକାର ଥିବା ରେଖା ଭାଗ୍ୟଶାଳୀ ହେବାର ସଂକେତ ହୋଇଥାଏ। ଯେଉଁ ସ୍ତ୍ରୀ ଏବଂ ପୁରୁଷଙ୍କ ନାଭି ଗଭୀର ହୋଇଥାଏ ସେମାନେ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ। ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *