Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୧ ଫେବୃଆରୀ ୨୦୨୧, ଗୁରୁବାର : ଏହି ୪ ରାଶିର କ୍ୟାରିଅର ମାମଲାରେ ଭାଗ୍ୟ ଚମକିବ, ବଡ଼ ସଫଳତା ହାତରେ ଲାଗିପାରେ , ପଢନ୍ତୁ ଆପଣଙ୍କ ରାଶିଫଳ

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଗୁରୁବାର ୧୧ ଫେବୃଆରୀ ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୧୧ ଫେବୃଆରୀ ୨୦୨୧।

ମେଷ ରାଶି:-

ମେଷ ରାଶିର ଲୋକମାନଙ୍କ ପାଇଁ ଆଜିର ଦିନ ଭଲ ରହିବ କିନ୍ତୁ ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ସାମାନ୍ଯ ସମ୍ଭାଳି ରହିବାକୁ ହେବ। କାର୍ଯ୍ୟକ୍ଷେତ୍ରରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିପାରେ। ଆପଣଙ୍କ ସହିତ କାମ କରୁଥିବା ଲୋକମାନଙ୍କ ସହ ମତଭେଦ ହୋଇପାରେ। ଆପଣ କୌଣସି ମହତ୍ଵପୂର୍ଣ ମାମଲାରେ ଭୁଲ ନିଷ୍ପତ୍ତି ନେଇପାରନ୍ତି, ସେଥିରୁ ନିଜକୁ ରକ୍ଷା କରନ୍ତୁ। ନକାରାତ୍ମକ ଚିନ୍ତାଧାରା ଆସିପାରେ। ନକାରାତ୍ମକ ପ୍ରଭାବ କାରଣରୁ କାମରେ ମନ ଲାଗିବ ନାହିଁ। ଆପଣ ମା-ବାପାଙ୍କ ସହିତ କୌଣସି ଧାର୍ମିକ କାର୍ଯ୍ୟକ୍ଷେତ୍ରରେ ସାମିଲ ହୋଇପାରନ୍ତି। ଆର୍ଥିକ ସ୍ଥିତି ସାମାନ୍ଯ ରହିବ।

ବୃଷ ରାଶି:-

ବୃଷ ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ଭଲ ରହିବ। ମାର୍କେଟିଙ୍ଗ କ୍ଷେତ୍ରରେ ଜଡିତ ଲୋକମାନଙ୍କୁ ବଡ ସଫଳତା ମିଳିପାରେ। ଆପଣ ନିଜର ମଧୁର ବାଣୀ ସାହାଯ୍ୟରେ ଲୋକମାନଙ୍କୁ ପ୍ରଭାବିତ କରିପାରନ୍ତି। ଆତ୍ମବିଶ୍ଵାସ ମଜବୁତ ରହିବ। ଚାକିରି କ୍ଷେତ୍ରରେ ବଡ ଅଧିକାରୀଙ୍କ ସହ ମନ ମାଳିନ୍ୟ ଦେଖାଯିବ। ଅଚାନକ ବଡ ମାତ୍ରାରେ ଧନ ଲାଭ ହେବାର ସମ୍ଭାବନା ଦେଖାଯିବ। ଖାସ ଲୋକଙ୍କ ସମ୍ପର୍କରେ ଆସିବେ, ଯାହାଦ୍ୱାରା ଆପଣଙ୍କୁ ଭବିଷ୍ୟତରେ ଭଲ ଲାଭ ମିଳିବ।

ମିଥୁନ ରାଶି:-

ମିଥୁନ ରାଶିର ଲୋକମାନେ ନୂଆ କାମ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ସାଙ୍ଗମାନଙ୍କର ସମ୍ପୂର୍ଣ ସହଯୋଗ ମିଳିବ। କାର୍ଯ୍ୟକ୍ଷେତ୍ରରେ ଆସୁଥିବା ବାଧା ଦୂର ହୋଇଯିବ। ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ତାଳମେଳ ରହିବ। ପ୍ରେମ ଜୀବନରେ ସୁଧାର ଆସିବ। ଘରୋଇ ସୁଖ-ସାଧନ ବଢିବ। ମା-ବାପାଙ୍କର ସ୍ୱାସ୍ଥ୍ୟର ସୁଧାର ଆସିବ।

କର୍କଟ ରାଶି:-

କର୍କଟ ରାଶିର ଲୋକଙ୍କ ପାଇଁ ଆଜିର କାମ କାର୍ଯ୍ୟରେ ଅତ୍ୟଧିକ ଚାପ ରହିବ। ଶାରୀରିକ ଥକା ଓ ଦୁର୍ବଳତା ଅନୁଭବ ହେବ। ଆପଣ ଅଜଣା ଲୋକଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ଭରସା କରନ୍ତୁ ନାହିଁ। କୌଣସି ମହତ୍ବପୂର୍ଣ ନିଷ୍ପତ୍ତି ନେବା ପୂର୍ବରୁ ଚିନ୍ତା କରନ୍ତୁ। ଭବିଷ୍ୟକୁ ନେଇ ଆପଣ ସାମାନ୍ୟ ଚିନ୍ତିତ ରହିବେ। କୌଣସି କାମର ନିର୍ଣ୍ଣୟକୁ ଚିନ୍ତା କରି ନିଅନ୍ତୁ। ପାରିବାରିକ ଆବଶ୍ୟକତା ଉପରେ ଅଧିକ ପଇସା ଖର୍ଚ୍ଚ ହୋଇପାରେ।

ସିଂହ ରାଶି:-

ସିଂହ ରାଶିର ଲୋକଙ୍କୁ ଆଜି ଥକା ଅନୁଭବ ହେବ। କୌଣସି ପୁରୁଣା କଥାକୁ ନେଇ ମାନସିକ ଚାପରେ ଅଧିକ ରହିବେ। ଆପଣ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବାହାରେ ଖାଇବା ପିଇବା ଆଦୌ କରନ୍ତୁ ନାହିଁ। ଆମଦାନୀ ଓ ଘରୋଇ ଖର୍ଚ୍ଚକୁ ବଜେଟ ଅନୁସାରେ ପ୍ରସ୍ତୁତ କରି ଚାଲନ୍ତୁ। ଅଚାନକ ବ୍ୟବସାୟ ମାମଲାରେ ଯାତ୍ରା କରିପାରନ୍ତି। ଏହି ଯାତ୍ରାରେ ଆପଣଙ୍କୁ ଲାଭ ମିଳିବ। ପିଲାମାନଙ୍କର ଉନ୍ନତି ଖବର ଶୁଣି ଆପଣଙ୍କର ମନ ହର୍ଷିତ ହେବ।

କନ୍ୟା ରାଶି:-

କନ୍ୟା ରାଶିର ଲୋକଙ୍କ ଜୀବନରେ ଅନେକ ଅସୁବିଧା ସମାଧାନ ହୋଇଯିବ। କାର୍ଯ୍ୟକ୍ଷେତ୍ରରେ ବାତାବରଣ ଆପଣଙ୍କ କ୍ଷେତ୍ରରେ ରହିବ। ଆପଣଙ୍କ ବିଚାର ସକାରାତ୍ମକ ରହିବ। କାର୍ଯ୍ୟପ୍ରଣାଳୀରେ ସୁଧାର ଆଣିବେ। ପୂଜା-ପାଠରେ ଆପଣଙ୍କର ମନ ଲାଗି ରହିବ। ଅଚାନକ ଧନ ଲାଭ ହୋଇପାରେ। ଚାକିରି କ୍ଷେତ୍ରରେ ବଡ ଅଧିକାରୀଙ୍କ ତରଫରୁ ଆପଣଙ୍କୁ ପ୍ରଶଂସା ମିଳିବ।

ତୁଳା ରାଶି:-

ତୁଳା ରାଶିର ଲୋକମାନେ କ୍ଯାରିୟର କ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ମିଳିବ। ସାମାଜିକ କ୍ଷେତ୍ରରେ ମାନ-ପ୍ରତିଷ୍ଠା ବଢିବ। ଆପଣଙ୍କ ଦ୍ଵାରା କରାଯାଇଥିବା ପ୍ରୟାସ ସଫଳ ରହିବ। ଅନେକ ପୁରୁଣା-ବି-ବା-ଦ ଶେଷ ହୋଇପାରେ। ପ୍ରୋପର୍ଟି ସହିତ ଜଡିତ ମାମଲାରୁ ଲାଭ ମିଳିପାରେ। ପ୍ରେମ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଆପଣ ନିଜର ପ୍ରିୟଙ୍କ ସହିତ ଅଧିକରୁ ଅଧିକ ସମୟ ବିତାଇବେ। ଆମଦାନୀ ଭଲ ରହିବ। ସରକାରୀ କାମ କାର୍ଯ୍ୟରୁ ଲାଭ ମିଳିବ।

ବିଛା ରାଶି:-

ବିଛା ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ଶୁଭ ରହିବ। ଅନେକ ବଡ ଉପଲବ୍ଧି ହାସିଲ ହୋଇପାରେ। ଆବଶ୍ୟକ ଲୋକଙ୍କୁ ସାହାଯ୍ୟ କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ବିଶେଷ ଯୋଗଦାନ ପାଇଁ ସମ୍ମାନିତ କରାଯାଇପାରେ। କଷ୍ଟରୁ କଷ୍ଟ କାମକୁ ସହଜରେ ପୂରଣ କରିପାରିବେ। ବଡ ଅଧିକାରୀଙ୍କ ସହିତ ଆପଣଙ୍କର ସମ୍ବନ୍ଧ ମଜବୁତ ରହିବ। ଧନ ସମ୍ବନ୍ଧିତ ମାମଲାରେ ଆପଣଙ୍କୁ ଲାଭ ମିଳିବ। ଆପଣ ନିଜର କାର୍ଯ୍ୟକୁ ଠିକ ସମୟରେ ସମାପ୍ତ କରିବେ। ଲକ୍ଷ୍ୟ ହାସିଲ କରିବେ। ଘରର ମାହୋଲ ସକାରାତ୍ମକ ରହିବ। ପରିବାରର ସମସ୍ତ ଲୋକ ଆପଣଙ୍କୁ ସହଯୋଗ କରିବେ।

ଧନୁ ରାଶି:-

ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ପୂର୍ବ ଦିନ ଅପେକ୍ଷା ଭଲ ରହିବ। ପାରିବାରିକ ଧନ ସମ୍ପତ୍ତି ବିବାଦ ଶେଷ ହୋଇଯିବ। କ୍ଯାରିୟରରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଅନେକ ବିଶେଷ ଉପଲବ୍ଧି ମିଳିବାର ସମ୍ଭାବନା ରହିବ। ମନର ଚିନ୍ତା ଶେଷ ହୋଇଯିବ। ଜୀବନସାଥୀ ଓ ପିଲାମାନଙ୍କ ସହ ଭଲ ସମୟ ବିତାଇବେ। ଆର୍ଥିକ ରୂପରେ ଆପଣ ମଜବୁତ ରହିବେ। ଅଟକିଥିବା ପଇସା ଫେରିପାରିବେ। ଆପଣଙ୍କ ଦ୍ଵାରା କରାଯାଇଥିବା ପ୍ରୟାସର ଉଚିତ ପରିଣାମ ମିଳିବ।

ମକର ରାଶି;-

ମକର ରାଶିର ଲୋକଙ୍କୁ ଆଜି ସାମାନ୍ଯ ସତର୍କ ହୋଇ ରହିବାକୁ ପଡିବ। ବିଶେଷ ରୂପରେ ଧନ ସମ୍ବନ୍ଧିତ କୌଣସି ପ୍ରକାର ଦେବାନେବାରେ ତରବର ହୁଅନ୍ତୁ ନାହିଁ। ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ତାଳମେଳ ରହିବ। ପ୍ରେମ ଜୀବନରେ ଉତାର-ଚଢାବ ରହିବ। ଆପଣ ନିଜର ପ୍ରିୟଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରିବେ। ଯଦି ଆପଣ କୌଣସି କାମ କରୁଛନ୍ତି ତେବେ ଚିନ୍ତାକରି କାର୍ଯ୍ୟ କରନ୍ତୁ। ଆୟର ସମ୍ଭାବନା ଭଲ ରହିବ। ସାମାଜିକ ଦାୟରା ବଢିବ। ନୂଆ ନୂଆ ଲୋକଙ୍କ ସହ ପରିଚୟ ହୋଇପାରେ।

କୁମ୍ଭ ରାଶି:-

ଏହି ରାଶିର ଲୋକଙ୍କ ଜୀବନରେ ଚାଲିଥିବା ଅସୁବିଧା ସମାପ୍ତ ହୋଇଯିବ। ଘର ପରିବାରରେ ଖୁସି ବାତାବରଣ ରହିବ। ଆପଣ କୌଣସି ବଡ ନିଷ୍ପତ୍ତି ନେଇପାରନ୍ତି, ଯାହାକି ଆପଣଙ୍କୁ ଲାଭ ଦେଇପାରେ। କାମକାର୍ଯ୍ୟରେ ସୁଧାର ଆସିବାର ସମ୍ଭାବନା ଆସିପାରେ। ଆପଣ ନିଜର ଶତୃଙ୍କୁ ପରାସ୍ତ କରିବେ। ଜରୁରୀ ଯୋଜନା ଯୋଗୁଁ ଆପଣଙ୍କୁ ଲାଭ ମିଳିପାରେ। ଯଦି କୌଣସି କୋର୍ଟ କଚେରୀ ମାମଲା ଚାଲିଥାଏ ତେବେ ଫଳାଫଳ ଆପଣଙ୍କ ପକ୍ଷରେ ରହିବ। ଆର୍ଥିକ ସ୍ଥିତିରେ ଭଲ ପରିବର୍ତ୍ତନ ଦେଖିବାକୁ ମିଳିବ।

ମୀନ ରାଶି:-

ମୀନ ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ଭଲ ରହିବ। ବ୍ୟବସାୟରେ ଆପଣଙ୍କ ଇଚ୍ଛାକୃତ ସଫଳତା ହାସିଲ ହୋଇପାରେ। ବିରୋଧୀ ଚାହିଁ ମଧ୍ୟ ଆପଣଙ୍କର କିଛି କରିପାରିବେ ନାହିଁ। ଆପଣ ଆତ୍ମବିଶ୍ଵାସରେ ଭରପୁର ରହିବେ। ପରିବାର ଲୋକ ଆପଣଙ୍କୁ ସହଯୋଗ କରିବେ। ଗ୍ରହ ନକ୍ଷତ୍ରର ସ୍ଥିତି ଯୋଗୁଁ ଆପଣଙ୍କ ଭାଗ୍ୟ ଭଲ ରହିବ।

ବନ୍ଧୁଗଣ ଆଜି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *