Excuse Me Odisha

ଯାହା କହିବୁ ସତ କହିବୁ

ଝିଟିପିଟି ଦେଖିବା ଏବଂ ଦେହରେ କେଉଁଠାରେ ପଡିଲେ କଣ ଶୁଭ ବା ଅଶୁଭ ଜାଣନ୍ତୁ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆମ ହିନ୍ଦୁ ଧର୍ମ , ପୁରାଣ ଶାସ୍ତ୍ର ମାନଙ୍କରେ ମନୁଷ୍ୟର କେଉଁ କେଉଁ ଅଙ୍ଗରେ ଝିଟିପିଟି ପଡ଼ିଲେ, ତାହାର କଣ ହୁଏ , ସେହି ବିଷୟରେ ବର୍ଣ୍ଣନା କରା ଯାଇଛି। ଯେଉଁ ରୂପରେ ଆମକୁ ଝିଟିପିଟି ଦେଖା ଗଲେ କଣ ହୁଏ ତାହାର ଅର୍ଥ ମଧ୍ୟ ବର୍ଣ୍ଣନା କରା ଯାଇଛି। ଯେଉଁଥିରେ ଆପଣ ଆସୁଥିବା ସମୟ ବିଷୟରେ ଜାଣି ପାରିବେ। ଏହିପରି ଅଲଗା ଅଲଗା ସମୟରେ ଝିଟିପିଟିର ଶବ୍ଦକୁ ନେଇ ମଧ୍ୟ ଅନେକ କଥା ରହିଛି। ଗୌଲି ଶାସ୍ତ୍ର ନାମକ ଏକ ଶାସ୍ତ୍ରରେ ଝିଟିପିଟିକୁ ଗୃହର ଏକ ଜରୁରୀ ସଦସ୍ୟ ଭାବରେ ଗଣା ଯାଇ ଥାଏ। ଏହିସବୁ କାରଣରୁ ଝିଟିପିଟିକୁ ଭଗବାନଙ୍କ ଦୂତ ମଧ୍ୟ କୁହା ଯାଇଥାଏ। ଏଥିପାଇଁ ଏମାନଙ୍କୁ ମା-ରିବା ହିନ୍ଦୁ ଧର୍ମରେ ମନା କରା ଯାଇଛି। କୁହାଯାଏ ଝିଟିପିଟିକୁ ମା-ରିବା ପାପ ବୋଲି ଜଣାଯାଏ। ତାହାର ଫଳ ବାକି ଜନ୍ମରେ ଭୋଗିବାକୁ ପଡେ। ବନ୍ଧୁଗଣ ଆପଣଙ୍କୁ ଜାଣି ଆ-ଶ୍ଚର୍ଯ୍ୟ ଲାଗିବ ଯେ କିଛି ମନ୍ଦିରରେ ଝିଟିପିଟିର ପୂଜା କରା ଯାଏ। କୁହାଯାଏ କି ଏହି ଝିଟିପିଟି ମାନଙ୍କୁ ଦର୍ଶନ ନକରିବା ପର୍ଯ୍ୟନ୍ତ ଭଗବାନଙ୍କୁ ଦର୍ଶନ କରିବାର ଫଳ ମିଳି ନଥାଏ। ସେହିପରି କାଞ୍ଚିପୁରମର ବରଧରାସ୍ବାମୀ ମନ୍ଦିରର ଗୃହ ସମ୍ମୁଖରେ ମଧ୍ୟ ଗୋଟିଏ ରୂପା ଏବଂ ଗୋଟିଏ ସୁନାର ଝିଟିପିଟି ମୂର୍ତ୍ତି ତିଆରି କରାଯାଇଛି। ଏଭଳି କୁହାଯାଏ କି ଭଗବାନଙ୍କ ଦର୍ଶନ କରିବା ଆଗରୁ ଏହି ଝିଟିପିଟି ମାନଙ୍କୁ ଦର୍ଶନ କଲେ, ଦର୍ଶନର ଫଳ ମିଳିଥାଏ। ଏହା ମଧ୍ୟ କୁହାଯାଏ କି ଏହି ଦୁଇ ଝିଟିପିଟି ପୂର୍ବ ଜନ୍ମରେ ଗନ୍ଧର୍ବ ଥିଲେ। କୌଣସି ଅଭିଶାପ ଦ୍ୱାରା ଏମାନେ ଝିଟିପିଟି ହୋଇଗଲେ।

Google

ବନ୍ଧୁଗଣ ସାଧାରଣତଃରେ ଗୋଟିଏ ଭୟ ରହିଛି କି ଝିଟିପିଟି ଅଧିକ ବିଷାକ୍ତ ହୋଇଥାଏ। କିନ୍ତୁ ଭୟ କରିବାର କୌଣସି କାରଣ ନାହିଁ, ଘରୁଆ ଝିଟିପିଟି ବିଷାକ୍ତ ହୋଇ ନଥାନ୍ତି। କିନ୍ତୁ ଏହା କୌଣସି ଖାଦ୍ୟ ପଦାର୍ଥରେ ପଡି ଗଲେ, ସେହି ଖାଦ୍ୟକୁ ସେବନ କରିବା ଦ୍ୱାରା ସଂକ୍ରମଣ ହୋଇଥାଏ। ଶକୁନ ଶାସ୍ତ୍ର ଅନୁସାରେ ସ୍ତ୍ରୀଲୋକଙ୍କର ବାମ ପାର୍ଶ୍ଵ ଏବଂ ପୁରୁଷ ଲୋକଙ୍କର ଡାହାଣ ପାର୍ଶ୍ଵରେ ଝିଟିପିଟି ପଡ଼ିବା ଅତ୍ୟନ୍ତ ଶୁଭ ବୋଲି କୁହା ଯାଇଥାଏ। ଏହିଭଳି ଭାବରେ ଝିଟିପିଟି ତଳୁ ଉପରକୁ ଚଢ଼ିବାକୁ ଶୁଭ ଏବଂ ଉପରୁ ତଳକୁ ଖସିବା ଅଶୁଭ ମାନା ଯାଇଥାଏ। ଯଦି ରବିବାର ଏବଂ ମଙ୍ଗଳବାର ଦିନ ଲାଲ ରଙ୍ଗର ଝିଟିପିଟି ଏବଂ ଶନିବାର ଦିନ କଳା ରଙ୍ଗର ଝିଟିପିଟି ପଡ଼ିଯାଏ ତାହେଲେ ଅଳ୍ପ କ୍ଷତି ହୋଇଥାଏ।

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଆପଣ ଭୋଜନ କରୁଥିବା ସମୟରେ ଯଦି ଝିଟିପିଟିର ଶବ୍ଦ ଶୁଣା ଯାଏ ତାହେଲେ ଘରକୁ ଅଟିଶିଘ୍ର ଶୁଭ ସମାଚାର ମିଳିପାରେ। ସେହିପରି ଯଦି ଝିଟିପିଟି ସ-ଙ୍ଗମ ହେବାର ଦେଖାଯାଏ, ବା ଗୋଟିଏ ଉପରେ ଆଉ ଗୋଟେ ଥିବାର ଦେଖାଯାଏ ତାହେଲେ ଆପଣଙ୍କର ବହୁତ ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ । ଯଦି ଦୁଇଟି ଝିଟିପିଟି ପରସ୍ପର ସହିତ ଝଗଡ଼ା କରୁଥିବା ଦେଖା ଯାଏ, ତାହେଲେ ଆପଣଙ୍କର କୌଣସି ପ୍ରିୟ ବନ୍ଧୁଙ୍କ ସହିତ ଅଲଗା ହେବାର ସମ୍ଭାବନା ରହିଛି। ଯଦି ଆପଣ ନୂଆ ଘରେ ପ୍ରବେଶ କରୁଛନ୍ତି ଏବଂ ଆପଣ ଘରର ମୁଖ୍ୟଙ୍କୁ ମ-ରିଥିବା ଝିଟିପିଟି ଦେଖା ଯାଏ , ତାହେଲେ ସେହି ଘରେ ରହୁଥିବା ଲୋକେ ରୋଗୀ ହୋଇଥାନ୍ତି। ଯଦି ଆପଣଙ୍କ ଜୀବନରେ ଏମିତି କିଛି ଘଟିଛି ତାହେଲେ ସେହି ଗୃହରେ କିଛି ପୂଜାପାଠ କରାଇ ନିଅନ୍ତୁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଝିଟିପିଟି କେଉଁ ଅଙ୍ଗରେ ପଡ଼ିବା କଣ ସଂକେତ ଦେଇଥାଏ।\

Google

ଯଦି ମଥାରେ ଝିଟିପିଟି ପଡେ ତାହେଲେ। ଆହୂତ ବଡ଼ ସଂପତ୍ତିର ପ୍ରାପ୍ତି ହୋଇଥାଏ । ଚୁଟିରେ ଝିଟିପିଟି ପଡ଼ିବା ଦ୍ଵାରା ଜୀବନରେ ସଙ୍କଟ ଆସିଥାଏ ଏବଂ କୁହାଯାଏ କି ଏହା ମୃ-ତ୍ୟୁ ତୁଲ୍ୟ ସଙ୍କଟ ଆସିଥାଏ। ବନ୍ଧୁଗଣ ଯଦି ଡାହାଣ କାନରେ ଝିଟିପିଟି ପଡେ ତାହେଲେ ସ୍ଵର୍ଣ୍ଣ ଅଭୂଷଣ ପ୍ରାପ୍ତି ହୋଇଥାଏ। ଯଦି ବାମ କାନରେ ଝିଟିପିଟି ପଡେ ତାହେଲେ ସେଥିରେ ମନୁଷ୍ୟର ଆୟୁ ବୃଦ୍ଧି ହୋଇଥାଏ। ଯଦି ଡାହାଣ ଆଖିରେ ଝିଟିପିଟି ପଡେ ତାହେଲେ ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହେବାର ସଂକେତ ମିଳିଥାଏ। ବାମ ଆଖିରେ ଝିଟିପିଟି ପଡ଼ିଲେ କୌଣସି ବଡ଼ କ୍ଷତି ହେବାର ସଂକେତ ଦେଇଥାଏ। ବନ୍ଧୁଗଣ ଯଦି ଭ୍ରୁଲତାରେ ଝିଟିପିଟି ପଡେ ତାହେଲେ ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଥାଏ। କିନ୍ତୁ ଯଦି ନାକରେ ଝିଟିପିଟି ପଡେ ତାହେଲେ ଭାଗ୍ୟ ଉଦୟ ହୋଇଥାଏ। ସେହିପରି ଯଦି ମୁଖରେ ପଡେ ତାହେଲେ ମଧୁର ଭୋଜନର ପ୍ରାପ୍ତି ହୋଇଥାଏ। ଯଦି ବାମପଟ ଗାଲରେ ଝିଟିପିଟି ପଡେ ତାହେଲେ ବହୁତ ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ଡାହାଣ ପଟ ଗାଲରେ ପଡ଼ିଲେ ମନୁଷ୍ୟର ଆୟୁ ବୃଦ୍ଧି ହୋଇଥାଏ। ମନୁଷ୍ୟର ଗଳାରେ ଝିଟିପିଟି ପଡ଼ିଲେ ଯଶ, ସମ୍ମାନ ପ୍ରାପ୍ତ ହୋଇଥାଏ। କଣ୍ଠରେ ଝିଟିପିଟି ପଡ଼ିଲେ ଶତ୍ରୁ ମାନଙ୍କ ବିନାଶ ହୋଇଥାଏ। ଡାହାଣ ସ୍କନ୍ଧରେ ଝିଟିପିଟି ପଡ଼ିଲେ ବିବାଦ, ଯୁଦ୍ଧରେ ବିଜୟ ଲାଭ ହୋଇଥାଏ। ବାମ ସ୍କନ୍ଧରେ ଝିଟିପିଟି ପଡ଼ିବା ଦ୍ୱାରା ନୂଆ ଶତ୍ରୁ ସୃଷ୍ଟି ହୋଇଥାନ୍ତି। ଆପଣଙ୍କ ଡାହାଣ ହାତରେ ଝିଟିପିଟି ପଡ଼ିଲେ , ଧନଲାଭ ହୋଇଥାଏ ଏବଂ ବାମ ହାତରେ ପଡ଼ିବା ଦ୍ୱାରା ଧନ କ୍ଷତି ହୋଇଥାଏ।

ମହିଳାମାନଙ୍କ ପାଇଁ ଏହାର ଓଲଟା ଦେଖିବାକୁ ମିଳିଥାଏ। ମହିଳା ମାନଙ୍କ ପାଇଁ ବାମ ଏବଂ ପୁରୁଷଙ୍କ ପାଇଁ ଡାହାଣ। ଡାହାଣ ପାପୁଲିରେ ଯଦି ଝିଟିପିଟି ପଡ଼ିଯାଏ ତାହେଲେ ନୂଆ ବସ୍ତ୍ରର ପ୍ରାପ୍ତି ହୋଇଥାଏ। ବାମ ପାପୁଲିରେ ପଡ଼ିଲେ ଧନ ହାନି ହେବାର ସମ୍ଭାବନା ରହିଛି। ସେହିପରି ଡାହାଣ ସ୍ତନରେ ଝିଟିପିଟି ପଡ଼ିବା ଦ୍ୱାରା ଗୃହ ସୁଖ ପ୍ରାପ୍ତ ହୋଇଥାଏ। ବାମ ସ୍ତନରେ ଝିଟିପିଟି ପଡ଼ିଲେ, ଗୃହରେ କ୍ଲେଶ ଦେଖା ଦିଏ। ପିଠିର ଡାହାଣ ପାର୍ଶ୍ଵରେ ଝିଟିପିଟି ପଡ଼ିଲେ ସୁଖ ପ୍ରାପ୍ତ ହୋଇଥାଏ, ବାମ ପାର୍ଶ୍ଵରେ ପଡ଼ିଲେ ବ୍ୟକ୍ତି ରୋଗୀ ହେବାର ସମ୍ଭାବନା ରହିଛି।

ବନ୍ଧୁଗଣ ଡାହାଣ ପାର୍ଶ୍ଵ ଆଣ୍ଠୁରେ ଝିଟିପିଟି ପଡ଼ିଲେ ଖୁବ୍ ଶୀଘ୍ର କୌଣସି ଯାତ୍ରାରେ ଯାଇ ପାରନ୍ତି,ବାମ ପାର୍ଶ୍ଵ ଆଣ୍ଠୁରେ ପଡ଼ିଲେ ସୌଭାଗ୍ୟ ହାନୀ ହେବାର ସମ୍ଭାବନା ରହିଛି। ଯଦି ଡାହାଣ ପାଦରେ ଝିଟିପିଟି ପଡ଼ିଲେ ଯଦି ଆପଣ ଯାତ୍ରା କରିବାକୁ ଯାଉଛନ୍ତି , ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଯଦି ବାମ ପାର୍ଶ୍ଵ ପାଦରେ ଝିଟିପିଟି ପଡ଼ିଯାଏ ତାହେଲେ ରୋଗୀ ଏବଂ ପରିବାରରେ କ-ଳହ ହେବାର ସମ୍ଭାବନା ରହିଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *