Excuse Me Odisha

ଯାହା କହିବୁ ସତ କହିବୁ

ନିମ୍ବ ପତ୍ର ଏହିସବୁ ଗମ୍ଭୀର ରୋଗକୁ ମୂଳରୁ ନାଶ କରିଥାଏ, ଆଜି ହିଁ ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ଆଜି ଜାଣିବା ନିମ୍ବପତ୍ରର ଔଷଧୀୟ ଗୁଣ ଏବଂ କେଉଁ ସବୁ ରୋଗ ଭଲ କରିଥାଏ। ନିମ୍ବପତ୍ର ଶହେରୁ ଅଧିକ ରୋଗ ଭଲ କରି ପାରୁ ଥିବାରୁ ଏହାକୁ ସର୍ବରୋଗହାରୀ କୁହାଯାଏ। ନିମ୍ବ ପତ୍ରରେ ଆଣ୍ଟିବ୍ୟାକ୍ଟରିଆଲ ଭିଟାମିନ, ଜିଙ୍କ, ଫେଟି ଏସିଡ ଭରପୁର ହୋଇ ରହିଥିବାରୁ ଏହା ଆମ ଶରୀର ପାଇଁ ବହୁତ ଉପକାରୀ ଅଟେ।

Google

ଏବେ ଜାଣିବା ନିମ୍ବ ପତ୍ର କେଉଁ ସବୁ ରୋଗ ଭଲ କରିଥାଏ।

ପ୍ରଥମେ ହେଉଛି ରୁପି ସମସ୍ୟାକୁ ଦୂର କରିଥାଏ। ଏଥିରେ ଆଣ୍ଟିବ୍ୟାକ୍ଟରିଆଲ ଗୁଣ ରହିଥିବା ଯୋଗୁଁ ଏହା ମୁଣ୍ଡରେ ଥିବା ରୁପିକୁ ସଫା କରି ଦେଇଥାଏ। ସେଥିପାଇଁ ଅଳ୍ପ ନିମ୍ବପତ୍ରକୁ ବାଟି ମୁଣ୍ଡରେ ଲଗାଇ ୩୦ ମିନିଟ ପରେ ଧୋଇ ନିଅନ୍ତୁ।

ଦ୍ଵିତୀୟ ହେଉଛି ଚର୍ମ ସମ୍ବନ୍ଧିତ ଅନେକ ରୋଗକୁ ଦୂର କରିଥାଏ। ଯେପରି ବ୍ରଣ, ସ୍ୱରାଇସିସ୍, ଏକ୍ସିମା ଭଳି ତ୍ଵଚା ସମ୍ବନ୍ଧିତ ରୋଗକୁ ଭଲ କରିଥାଏ। ସେଥିପାଇଁ ନିମ୍ବ ପତ୍ରର ପେଷ୍ଟକୁ ସେହି ଜାଗା ମାନଙ୍କରେ ଲଗାନ୍ତୁ।

ତୃତୀୟ ହେଉଛି ରକ୍ତକୁ ସଫା କରି ଥାଏ। ପ୍ରତିଦିନ ଦୁଇରୁ ତିନୋଟି ନିମ୍ବ ପତ୍ର ଖାଇବା ଦ୍ଵାରା ଏହା ଆମ ଶରୀରର ବିଷାକ୍ତ ପଦାର୍ଥ ବାହାର କରି ରକ୍ତକୁ ସଫା କରି ଥାଏ। ସବୁଦିନ ସକାଳୁ ଖାଲି ପେଟରେ ଚାରିରୁ ପାଞ୍ଚଟି ନିମ୍ବ ପତ୍ର ଖାଇବା ଦ୍ଵାରା ରକ୍ତରେ ଥିବା ସୁଗାର ଲେବୁଲ ନିୟନ୍ତ୍ରଣରେ ରହି ଥାଏ।

ଚତୁର୍ଥରେ ହେଉଛି ଆମ ପେଟରେ ଥିବା ଖରାପ ଜୀବାଣୁକୁ ନଷ୍ଟ କରି ଦେଇଥାଏ। ସେଥିପାଇଁ ପ୍ରତ୍ୟେକ ଦିନ ନିମ୍ବ ପତ୍ରରେ ଚାହା ଚୋବାଇ ଖାଇବା ଉଚିତ। ସବୁଦିନ ଦୁଇରୁ ତିନୋଟି ନିମ୍ବ ପତ୍ର ଖାଇବା ଦ୍ଵାରା ଏହା ଆମ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ବଢେଇବା ସହିତ କ୍ୟାନ୍ସର ଭଳି ଭୟଙ୍କର ରୋଗ ହେବାରୁ ରକ୍ଷା କରି ଥାଏ।

Google

ପଞ୍ଚମ ହେଉଛି ନିମ୍ବପତ୍ର ରସକୁ ଦାନ୍ତ ମାଢିରେ ମାଲିସ କରିବା ଦ୍ଵାରା ପାଟିରୁ ବାହାରୁଥିବା ଦୁର୍ଗନ୍ଧ ଏବଂ ଦାନ୍ତରୁ ବାହାରୁ ଥିବା ରକ୍ତ ଭଲ ହୋଇ ଯାଇଥାଏ।

ଷଷ୍ଠ ହେଉଛି କିଡନୀରେ ହୋଇଥିବା ଷ୍ଟୋନକୁ ଭଲ କରି ଥାଏ। ସେଥିପାଇଁ ନିମ୍ବ ପତ୍ରକୁ ବାଟି ରସ ପିଇଲେ କିଡନୀ ସମସ୍ୟା ଦୂର ହୋଇଥାଏ।

ସପ୍ତମ ହେଉଛି ନିମ୍ବ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ଗଧୋଇଲେ ହାଡଫୁଟି ରୋଗ ଭଲ ହୋଇ ଯାଇଥାଏ। ଘାଆ ହୋଇଥିବା ଜାଗାରେ ନିମ୍ବ ପତ୍ରର ପେଷ୍ଟ ଲଗାଇଲେ ଶୀଘ୍ର ଭଲ ହୋଇ ଯାଇ ଥାଏ। ନିମ୍ବ ପତ୍ରକୁ କୌଣସି ଶସ୍ୟ ସାମଗ୍ରୀରେ ରଖିଲେ ସେଥିରେ କୌଣସି ପୋକ ଲାଗି ନଥାଏ। ନିମ୍ବ ପତ୍ରକୁ ଚୋବେଇ ଖାଇବା ଦ୍ଵାରା ପେଟର ପାଚନକୁ ସୁସ୍ଥ ରଖିଥାଏ । ଏହି ପତ୍ର ପେଟରେ ହେଉଥିବା ଜଳାପୋଡା ଏବଂ ଗ୍ୟାସ ସମ୍ବନ୍ଧିତ ସମସ୍ୟାକୁ ଦୂର କରି ଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *