Excuse Me Odisha

ଯାହା କହିବୁ ସତ କହିବୁ

ଏହି ୩ ଜଣ ବ୍ୟକ୍ତି କେବେ ବି ଧନୀ ହୋଇ ପାରିବେ ନାହିଁ। ତେବେ ଆସନ୍ତୁ ଜାଣିବା ସେହି ୩ ଜଣ ବ୍ୟକ୍ତିଙ୍କ ବିଷୟରେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ କିଏବା ନଜାଣେ।ସେ ନିଜେ ବୁଦ୍ଧି ବଳରେ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଛନ୍ତି। ଆଜି ମଧ୍ୟ ଚାଣକ୍ୟଙ୍କ ନୀତି ଶାସ୍ତ୍ରରେ ଲୋକମାନେ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି। ସେ କହିଥିବା ହଜାରେ ବର୍ଷ ପୂର୍ବର ପୁରୁଣା କଥା ଗୁଡ଼ିକ ପ୍ରତି ଲୋକମାନେ ଆଜି ମଧ୍ୟ ସେତିକି ଗୁରୁତ୍ୱ ଦିଅନ୍ତି। ଯେତିକି ଗୁରୁତ୍ୱ ପୁର୍ବରୁ ଦେଉଥିଲେ। ଆଚାର୍ଯ୍ୟ ଚାଣକ୍ୟ ଜଣେ ପ୍ରଖର ବୁଦ୍ଧିମାନ ବ୍ୟକ୍ତି ଥିଲେ। ସେ ଜଣେ କୌଶଳ ରାଜନୀତିଜ୍ଞ, ଅର୍ଥଶାସ୍ତ୍ର ଓ ଦାର୍ଶନିକ ମଧ୍ୟ ଥିଲେ। ତାଙ୍କ ଦ୍ବାରା କଥିତ ହୋଇଥିବା ଦର୍ଶନ ଆଜି ମଧ୍ୟ ଲୋକମାନଙ୍କର ପାଇଁ ମାର୍ଗଦର୍ଶନ ରୁପେ କାର୍ଯ୍ୟ କରୁଅଛି। ବନ୍ଧୁଗଣ ଚାଣକ୍ୟ ଶାସ୍ତ୍ରରେ ବର୍ଣନା କରାଯାଇଥିବା ନୀତି ନିୟମକୁ ଯେଉଁମାନେ ପାଳନ କରନ୍ତି ସେମାନଙ୍କ ଜୀବନରେ ବହୁତ ଶୀଘ୍ର ସଫଳତା ମିଳିଥାଏ। ଶାସ୍ତ୍ରରେ ମାନବ ଜୀବନ ଶୈଳିକୁ ନେଇ ଅନେକ ନୀତି ନିୟମ ବିଷୟରେ ଉଲ୍ଲେଖ କରାଯାଇଛି।

Image result for chanakya

ଯଦି ଜଣେ ବ୍ୟକ୍ତି ତାଙ୍କ ଜୀବନରେ ଏମିତି ସବୁ ନିୟମକୁ ପାଳନ କରେ ଏବଂ ନିଜର କର୍ମରେ ଲଗାଇଥାଏ ତେବେ ସେହି ବ୍ୟକ୍ତିଙ୍କୁ ଜୀବନରେ ଅନେକ ସୁଖ ଶାନ୍ତି ମିଳିଥାଏ। ଯେତେବେଳେ ଟଙ୍କା ପଇସା ଉପରେ କଥା ଆସେ ତ ସମସ୍ତେ ଧନୀ ହେବାକୁ ଚାହିଁଥାନ୍ତି। ସମସ୍ତଙ୍କର ସ୍ୱପ୍ନ ରହିଥାଏ କି ଅଧିକରୁ ଅଧିକ ଟଙ୍କା ରୋଜଗାର କରିବା ପାଇଁ। ଯେଉଁ ଲୋକମାନେ ଅଜାଣତରେ ଏପରି କିଛି ଭୁଲ କରି ବସନ୍ତି ଯାହା ଦ୍ବାରା ସେମାନେ ନିଜ ଜୀବନରେ କେବେବି ଧନୀ ହୋଇପାରନ୍ତି ନାହିଁ। ଏବଂ ଯେତେ ଟଙ୍କା ରୋଜଗାର କଲେ ମଧ୍ୟ ସେମାନେ ସେହି ଟଙ୍କାକୁ ସଞ୍ଚୟ କରିପାରନ୍ତି ନାହିଁ। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ଏମିତି ୩ଟି ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଯେତେ ରୋଜଗାର କଲେ ମଧ୍ୟ ଜୀବନରେ କେବେବି ଧନୀ ହୋଇପାରନ୍ତି ନାହିଁ।

ପ୍ରଥମ ବ୍ୟକ୍ତି:-

ଯେଉଁ ବ୍ୟକ୍ତି ଦାନ୍ତ ସଫା ରଖନ୍ତି ନାହିଁ, ଶାସ୍ତ୍ର ଅନୁସାରେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ନିୟମ ଅନୁସାରେ ଯେଉଁମାନେ ଦାନ୍ତକୁ ସଠିକ ଭାବରେ ସଫା ରଖନ୍ତି ନାହିଁ ତେବେ ସେହି ବ୍ୟକ୍ତି ମାନଙ୍କୁ ନିଶ୍ଚୟ ଦରିଦ୍ରର ସମ୍ମୁଖିନ ହେବାକୁ ପଡ଼ିଥାଏ। କୁହାଯାଏ ଯେ ମା ଲକ୍ଷ୍ମୀ କଦାପି ମଇଳା ଦାନ୍ତ ଥିବା ବ୍ୟକ୍ତିଙ୍କ ନିକଟକୁ ଆସନ୍ତି ନାହିଁ। ଏଥି ସହିତ ମା ଲକ୍ଷ୍ମୀଙ୍କର କୃପା ସର୍ବଦା ଦାନ୍ତ ସଫା ରଖୁଥିବା ବ୍ୟକ୍ତିଙ୍କ ଉପରେ ରହିଥାନ୍ତି।

ଦିତୀୟ ବ୍ୟକ୍ତି :-

ମଇଳା ପୋଷାକ ପିନ୍ଧୁଥିବା ବ୍ୟକ୍ତି ବା କଟା ଫୋଟା ଡ୍ରେସ ବା ପୋଷାକ ପିନ୍ଧୁଥିବା ବ୍ୟକ୍ତି। ଯେଉଁ ମାନଙ୍କର ସୁନ୍ଦର ଓ ପରିଷ୍କାର ପୋଷାକ ଥାଇ ମଧ୍ୟ ସେମାନେ ମଇଳା ବା ଚିରା ପୋଷାକ ପଦ୍ଧିନ୍ତି ତେବେ ମା ଲକ୍ଷ୍ମୀ ଏପରି ବ୍ୟକ୍ତିଙ୍କ ଜୀବନକୁ କେବେବି ଆସନ୍ତି ନାହିଁ। ଯେଉଁମାନେ ସର୍ବଦା ଅପରିଷ୍କାର ଜୀବନ ଯାପନ କରନ୍ତି ଏବଂ ସେମାନଙ୍କର ଚାରିପାଖରେ ପରିଷ୍କାର ଏବଂ ପାରିଛନତା ମଧ୍ୟ ରଖନ୍ତି ନାହିଁ ତେବେ ମା ଲକ୍ଷ୍ମୀଙ୍କର କୃପା ସେମାନଙ୍କର ଉପରେ କେବେବି ପଡେ ନାହିଁ। ଏପରି ଲୋକମାନଙ୍କୁ ସମାଜରେ ମଧ୍ୟ ପସନ୍ଦ କରାଯାଇ ନଥାଏ। ଏବଂ ଆଗାମୀ ଦିନ ମାନଙ୍କରେ ସେମାନଙ୍କୁ ଅପ-ମାନର ସମ୍ମୁଖିନ ହେବାକୁ ପଡ଼ିଥାଏ।

Google

ତୃତୀୟ ବ୍ୟକ୍ତି:-

ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶୋଇ ରହୁଥିବା ବ୍ୟକ୍ତି। ବନ୍ଧୁଗଣ ଯେଉଁମାନେ ଅଳସୁଆ ଏବଂ ନିଜ ପାଇଁ ପ୍ରଥମେ ଭାବନ୍ତି ସେମାନେ କଦାପି ଧନୀ ହୋଇପାରିବେ ନାହିଁ। ସୂର୍ଯ୍ୟ ଉଦୟରୁ ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ଯେଉଁମାନେ ଶୋଇ ରୁହନ୍ତି ସେମାନଙ୍କର ଉପରେ ମା ଲକ୍ଷ୍ମୀଙ୍କର କୃପା କେବେବି ରହି ନଥାଏ। ବିନା କାରଣରେ ଶୋଇବା ମନୁଷ୍ୟଙ୍କ ପାଇଁ ଅତ୍ୟନ୍ତ କ୍ଷ-ତି କାରକ ହୋଇଥାଏ। ତେଣୁ ବନ୍ଧୁଗଣ ଏହି ୩ ଜଣ ବ୍ୟକ୍ତିଙ୍କ ବ୍ୟତିତ ଯେଉଁମାନେ ଅନ୍ୟାୟ, ଚତୁରତା କିମ୍ବା ଅସାଧୁତା ଦ୍ବାରା ଟଙ୍କା ରୋଜଗାର କରନ୍ତି ତେବେ ଏହି ଲୋକମାନେ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ଧନୀ ହୋଇ ରହିପାରନ୍ତି ନାହିଁ। ତେବେ ଏହି ସବୁ ଅଭ୍ୟାସ ଠାରୁ ଆପଣ ଦୂରେଇ ରୁହନ୍ତୁ। ଚେଷ୍ଟା କରନ୍ତୁ ଏହି ସବୁ ଅଭ୍ୟାସକୁ ଛାଡ଼ିବା ପାଇଁ। ତେବେ ଆପଣ ନିଶ୍ଚିତ ଭାବେ ଧନ ସଞ୍ଚୟ କରିପାରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *