Excuse Me Odisha

ଯାହା କହିବୁ ସତ କହିବୁ

ଅଜାଣତରେ ଏହି ୫ଟି ପାପ କରୁଥିବା ଲୋକେ ଜୀବନସାରା ଦରିଦ୍ର ହୋଇ ରହିଥାନ୍ତି

ସେୟାର୍ କରନ୍ତୁ

ବନ୍ଧୁଗଣ ଆମ ଧର୍ମରେ ସମୁଦାୟ ୧୮ ଟି ପୁରାଣ ରହିଛି। ସେଥିରେ ଶିବ ପୁରାଣ ଅନ୍ୟତମ ଅଟେ । ଶିବ ପୁରାଣରେ ୫ ଟି ଏଭଳି ପାପ ବିଷୟରେ କୁହା ଯାଇଛି, ଯାହା ମନୁଷ୍ୟ ଅଜାଣତରେ କରିଥାଏ ଏବଂ ଏହାର ଦଣ୍ଡ ଭୋଗି ଥାଏ। ଶିବ ପୁରାଣ ଅନୁସାରେ ମନୁଷ୍ୟକୁ ଏଭଳି ଭୁଲ କରିବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ଭଗବାନ ଶିବଙ୍କର ଆପଣଙ୍କ ଉପରେ କେବେ କୃପା ଦୃଷ୍ଟି ପଡ଼େ ନାହିଁ। ଏହି କାରଣ ଯୋଗୁଁ ଲୋକେ ଏଭଳି ଭୁଲ କରି ଶିବଙ୍କ କୃପାରୁ ବଞ୍ଚିତ ହୋଇ ଯାଆନ୍ତି। କଳିଯୁଗରେ ଧର୍ମର କେବଳ ଏକ ଚତୁର୍ଥାଂଶ ଅବଶେଷ ବଞ୍ଚିତ ରହିଛି। ଏଥିପାଇଁ ମନୁଷ୍ୟ ପାପ କରି ରହିଥାଏ। ଯଦି ଆପଣ ଭଗବାନଙ୍କ ଉପରେ ଆସ୍ଥା ରଖି ଧର୍ମ ପଥରେ ସଂପୂର୍ଣ୍ଣ ନିଷ୍ଠାର ସହିତ ଚାଲିବେ ତାହେଲେ ନିରାକାର ଈଶ୍ୱରଙ୍କୁ ଆପଣ ଖୁବ୍ ଶୀଘ୍ର ପାଇ ପାରିବେ, ଏଥିପାଇଁ ଆପଣଙ୍କୁ ପାପ ରହିତ ହେବାକୁ ପଡ଼ିବ।

ପାପ ରହିତ ମନୁଷ୍ୟ ବନିବା ପାଇଁ ଅତ୍ୟନ୍ତ ସରଳ କାର୍ଯ୍ୟ ଅଟେ। କିନ୍ତୁ ଯଦି ଆପଣ ଏଥିରେ ଧ୍ୟାନ ଦେବେ ତାହେଲେ ଆପଣଙ୍କର ଅଜାଣତରେ କୌଣସି ପାପ ହେବ ନାହିଁ ଏବଂ ଈଶ୍ୱରଙ୍କ କୃପା ଆପଣଙ୍କୁ ପ୍ରାପ୍ତ ହେବ। ଆପଣ ଅନେକ ପୁଣ୍ୟ କର୍ମ କରିଥାନ୍ତି କିନ୍ତୁ ଆପଣଙ୍କୁ ତାହାର ଉଚିତ ଫଳ ମିଳି ପାରି ନଥାଏ। କାରଣ ଆପଣଙ୍କ ଦ୍ଵାରା ଅଜାଣତରେ ଅନେକ ପାପ ହୋଇ ଯାଇଥାଏ। ଯାହା ସେହି ପୁଣ୍ୟ କର୍ମର ସନ୍ତୁଳନ ବିଗାଡି ଦେଇଥାଏ। ସେଥିପାଇଁ ଆପଣଙ୍କୁ ସେହି ପାପ କାର୍ଯ୍ୟ ବିଷୟରେ ଜାଣି ରଖିବା ଉଚିତ। ଆଜି ଆମେ ଆପଣଙ୍କୁ ଏଭଳି ପାଞ୍ଚଟି ପାପ ବିଷୟରେ କହିବାକୁ ଯାଉଛୁ, ଯାହା ଭଗବାନ ଶିବ ମାତା ପାର୍ବତୀଙ୍କୁ କହିଛନ୍ତି।

ଶିବଙ୍କ ଅନୁସାରେ କଳିଯୁଗର ମନୁଷ୍ୟ ଜଣା ଅଜଣାରେ ଏଭଳି ପାପ କରି ଥାଏ ଏବଂ ଶିବଙ୍କ କୃପା ପାଇ ପାରେ ନାହିଁ। ଯେଉଁ ବ୍ୟକ୍ତି ଏହି ପାପ ଗୁଡ଼ିକୁ କରେ ନାହିଁ, ତାଙ୍କ ଉପରେ ଶିବଙ୍କ କୃପା ଦୃଷ୍ଟି ରହିଥାଏ। ଏଭଳି ବ୍ୟକ୍ତି କେବେ ଦୁଃଖୀ ରହେ ନାହିଁ। ଏମାନଙ୍କୁ ଧନର ଅଭାବ ହୋଇପାରେ। ଏଭଳି ବ୍ୟକ୍ତି ସର୍ବଦା ନିରୋଗ ରୁହନ୍ତି। ଆସନ୍ତୁ ଜାଣିବା କେଉଁ ଗୁଡ଼ିକ ସେହି ପାପ ଅଟେ।

Google

ପ୍ରଥମ ପାପ ହେଉଛି ମାନସିକ ପାପ। ମାନସିକ ପାପ ହେଉଛି ଯେତେବେଳେ ଆପଣ ଅନ୍ୟମାନଙ୍କ ପ୍ରତି ଖରାପ ବିଚାର ଆଣିଥାନ୍ତି। ଯାହା କୌଣସି ସ୍ତ୍ରୀ ବିଷୟରେ ହେଉ ବା କୌଣସି ଅନ୍ୟ ବ୍ୟକ୍ତିର ଉନ୍ନତି ବିଷୟରେ ବିଚାର କରି ହେଉ ଅଥବା ଅନ୍ୟମାନଙ୍କ ପ୍ରତି ଅହିତ ଅଟେ। ବ୍ୟକ୍ତି ମନେ ମନେ କାହାର ଖରାପ ଚିନ୍ତା କରିବା ବା ଭଗବାନଙ୍କୁ ପ୍ରାର୍ଥନା କରି ଅନ୍ୟର ଅବନତି ପାଇଁ ପ୍ରାର୍ଥନା କରିବା ଏହା ଏକ ବହୁତ ବଡ଼ ପାପ ଅଟେ। କୌଣସି ମନୁଷ୍ୟ ମନରେ ଭଗବାନଙ୍କ ନିବାସ ହୋଇଥାଏ। ଅତଃ ଆପଣ ଯଦି ମନରେ ନକାରାତ୍ମକ ଚିନ୍ତା ଆଣୁଛନ୍ତି ତାହେଲେ ଏହା ସେହି ଭଗବାନଙ୍କ ପ୍ରତି ଅପମାନ ଅଟେ।

ଦିତୀୟ ପାପ ହେଉଛି ୱାଚିକ ପାପ। ନିଜ ମୁଖରୁ ଅନ୍ୟମାନଙ୍କୁ ଖରାପ କହିବା ବା ନିଜ ବାଣୀ ଦ୍ଵାରା ଅନ୍ୟର ମନ ଦୁଃଖ କରେଇବା ପାଇଁ ଖରାପ ଭାଷାର ପ୍ରୟୋଗ କରିବା ବଡ଼ ପାପ ହୋଇଥାଏ। ଏହାକୁ ୱାଚିକ ପାପ କୁହାଯାଏ। ମନୁଷ୍ୟକୁ ସର୍ବଦା ନିଜ ମୁଖରୁ ସତ୍ୟ ଭାଷାର ପ୍ରୟୋଗ କରିବା ଉଚିତ। ଯେଉଁ ଲୋକେ ନିଜ ମୁହଁରୁ ମିଛ କହିଥାନ୍ତି ତଥା କଟୁ ଶବ୍ଦରେ ଅନ୍ୟମାନଙ୍କ ଅପମାନ କରିଥାନ୍ତି, ଏହାକୁ ପାପ ମାନା ଯାଇଥାଏ, ଏଭଳି ଲୋକେ ସର୍ବଦା ଦୁଃଖିତ ଏବଂ ଗରିବ ରହିଥାନ୍ତି।

ତୃତୀୟଟି ହେଉଛି ଶାରୀରିକ ପାପ। ଶିବ ପୁରାଣରେ ପ୍ରକୃତିକୁ ଇଶ୍ଵରୀୟ ରୂପ ମାନା ଯାଇଛି। ଅର୍ଥାତ ଅକାରଣରେ ପ୍ରକୃତିକୁ ହାନୀ ପହଞ୍ଚାଇବା ପାପ ମାନା ଯାଇଛି। ଗଛ କାଟିବା, ପଶୁ ମାନଙ୍କର ହତ୍ୟା କରିବା, ଏହା ସବୁ ଶାରୀରିକ ପାପ ମଧ୍ୟରେ ଯାଉଛି। ଏହାଛଡା ପାଦ ତଳେ ଛୋଟ ଛୋଟ ଜୀବଜନ୍ତୁଙ୍କୁ ଦଳି ଦେବା ପାପ ମାନା ଯାଇଛି। ତେଣୁ ମହାତ୍ମା ଭୂମିରେ ପାଦ ରଖିବା କ୍ଷଣି କ୍ଷମା ମାଗି ଥାନ୍ତି। ତାଙ୍କର ଆଚରଣ ଦ୍ଵାରା କାହାକୁ କଷ୍ଟ ହୋଇ ନଥାଏ।

ଚତୁର୍ଥ ପାପ ହେଉଛି ନିନ୍ଦା କରିବା । ଶିବ ପୁରାଣ ଅନୁସାରେ କଳିଯୁଗରେ ସବୁଠାରୁ ବଡ ପାପ ହେଉଛି ନିନ୍ଦା କରିବା। ମନୁଷ୍ୟକୁ କାହାର ନିନ୍ଦା କରିବା ଉଚିତ ନୁହେଁ। ବ୍ୟକ୍ତିକୁ ଜାଣି ରଖିବା ଉଚିତ ଯେ ସାମ୍ନାରେ ଥିବା ବ୍ୟକ୍ତି ନିନ୍ଦାର ପାତ୍ର ଅଟେ କି ନାହିଁ। ଏହାକୁ ବଡ଼ ପାପ ମାନା ଯାଇଛି।

Google

ପଞ୍ଚମ ପାପ ହେଉଛି ଭୁଲ ଲୋକଙ୍କ ସଂସ୍ପର୍ଶରେ ଆସିବା। ଶିବ ପୁରାଣ ଅନୁସାରେ ଚୋରି କରିବା, ହତ୍ୟା କରିବା ପାପ ଅଟେ। ଏହା ସହିତ ଏମାନଙ୍କୁ ଶରଣ ଦେବା, ଏମାନଙ୍କ ସଂସ୍ପର୍ଶରେ ଆସିବା, ଏମାନଙ୍କୁ କୌଣସି କଥାରେ ସାହାଯ୍ୟ କରିବା ଏକ ବଡ଼ ପାପ ମାନା ଯାଇଛି। ଏଭଳି ପାପରୁ ବଞ୍ଚିତ ହୁଅନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *