Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧ ଫେବୃଆରୀ ୨୦୨୧, ସୋମବାର: ମାସର ପ୍ରଥମ ଦିନରେ ଏହି ୪ଟି ରାଶିକୁ ହେବ ଲାଭ, ବାକି ଅନ୍ୟ ରାଶି ମାନଙ୍କର କଣ ହେବ ଜାଣନ୍ତୁ ନିଜର ରାଶିଫଳ

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ସୋମବାର ୧ ଫେବୃଆରୀ ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୧ ଫେବୃଆରୀ ୨୦୨୧।

ମେଷ ରାଶି:-

ଏହି ରାଶିର ଜାତକଙ୍କର ଆଜି ମାନସିକ ସ୍ତରରେ ଟିକେ ନିରାଶା ଅନୁଭବ କରିବେ। ଆପଣଙ୍କ ମନରେ ବିଭିନ୍ନ ପ୍ରକାରର ଚିନ୍ତାଧାରା ସୃଷ୍ଟି ହୋଇପାରେ। କାର୍ଯ୍ୟରେ ଧ୍ୟାନ ଦେବା ଅତ୍ୟନ୍ତ କଷ୍ଟକର ହେବ। ଶାରୀରିକ ସ୍ୱାସ୍ଥ୍ୟର ଅବସ୍ଥା ପରିବର୍ତ୍ତନ ହେବ। ବାହାରର ଖାଇବା ପିଇବା ଠାରୁ ଦୂରେଇ ରୁହନ୍ତୁ। ସେୟାର ମାର୍କେଟ ସହିତ ସଂଯୁକ୍ତ ଲୋକମାନେ ବହୁତ ସତର୍କ ହେବା ଆବଶ୍ୟକ। ଆପଣଙ୍କର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଆପଣ ସବୁକିଛି କରିପାରିବେ। ପରିବାର ସଦସ୍ୟମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ। ବିବାହିତ ଜୀବନ ଭଲ ରହିବ। ପ୍ରେମ ଜୀବନରେ ସମସ୍ୟା ବଢିପାରେ।

ବୃଷ ରାଶି:-

ଏହି ରାଶିର ଜାତକଙ୍କୁ ଏହି ପରାମର୍ଶ ଦିଆଯାଉଛି ଯେ ଆପଣ ଗାଡି ଚଲାଇବା ସମୟରେ ବିଶେଷ ସାବଧାନ ରୁହନ୍ତୁ। ଭାଗ୍ୟଠାରୁ ଅଧିକ ନିଜର କଠିନ ପରିଶ୍ରମ ଉପରେ ନିର୍ଭର କରିବାକୁ ପଡିବ। ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ପ୍ରେମ ଜୀବନରେ ରୋମାଣ୍ଟିକ ମୁହୂର୍ତ୍ତ ବିତାଇବାକୁ ଆପଣ ସୁଯୋଗ ପାଇପାରନ୍ତି। ଆପଣ କୌଣସି କାର୍ଯ୍ୟରେ ତତ୍ପର ହୁଅନ୍ତୁ ନାହିଁ। ନଚେତ କାମଟି ବିଗିଡି ଯାଇପାରେ। ଯଦି ଆପଣ କୌଣସି ବଡ ବିନିଯୋଗ କରିବାକୁ ଚାହୁଁଛନ୍ତି ତେବେ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ପରାମର୍ଶ ନିଅନ୍ତୁ।

ମିଥୁନ ରାଶି:-

ଏହି ରାଶିର ଜାତକଙ୍କର ଆଜିର ଦିନ ବହୁତ ଉତ୍ତମ ରହିବ। ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବେ। ଧାର୍ମିକ କାର୍ଯ୍ୟ ପ୍ରତି ଆପଣଙ୍କର ଆଗ୍ରହ ବୃଦ୍ଧି ପାଇବ। ସାଙ୍ଗମାନଙ୍କ ସହିତ ଚାଲିଥିବା ମତଭେଦ ଦୂର ହେବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ ଆପଣ ନିଜର କାର୍ଯ୍ୟରେ ଭଲ ଲାଭ ପାଇବେ। ଚାକିରି କ୍ଷେତ୍ରର ପରିବେଶ ଆପଣଙ୍କ ସପକ୍ଷରେ ରହିବ। ବଡ ଅଧିକାରୀମାନେ ଆପଣଙ୍କର କାର୍ଯ୍ୟକୁ ପ୍ରଶଂସା କରିବେ। ନିବେଶ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଆଜି ବହୁତ ଭଲ ଦିନ।

Google

କର୍କଟ ରାଶି:-

ଏହି ରାଶିର ଜାତକଙ୍କର ଆଜି ଆତ୍ମବିଶ୍ୱାସରେ ମଜବୁତ ରହିବେ।ଆପଣ ନିଜର ସମସ୍ତ କାର୍ଯ୍ୟ ସହଜରେ ସମାପ୍ତ କରିପାରିବେ। ଯଦି ଆପଣ ଦୀର୍ଘକାଳୀନ ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି ତେବେ ସାବଧାନ ରୁହନ୍ତୁ। ଆପଣ କୌଣସି ସ୍ଥାନରେ ସାଙ୍ଗମାନଙ୍କ ସହିତ ବୁଲିଯିବାର ଯୋଜନା କରିପାରନ୍ତି। ଖାଇବା ପିଇବା ପ୍ରତି ଆଗ୍ରହ ବୃଦ୍ଧି ପାଇବ।ଆପଣ ନିଜର ପ୍ରିୟ ଖାଦ୍ୟ ଉପଭୋଗ କରିପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ପ୍ରଗତିର ଦୃଢ ସଂକେତ ଅଛି। କାର୍ଯ୍ୟ ପ୍ରତିବନ୍ଧକ ସମାପ୍ତ ହେବ। ଆପଣଙ୍କର ଭାଗ୍ୟ ପ୍ରବଳ ରହିବ।

ସିଂହ ରାଶି:-

ଏହି ରାଶିର ଜାତକଙ୍କର ଆଜିର ଦିନ ଶୁଭ ରହିବ। ପାରିବାରିକ ଆବଶ୍ୟକତା ପୂରଣ ହେବ। ଘରେ ସକାରାତ୍ମକ ପରିବେଶ ରହିବ। ବ୍ୟବସାୟରେ ବହୁତ ଲାଭ ହେବ ବୋଲି ଆଶା କରାଯାଉଛି। ପ୍ରେମ ଜୀବନକୁ ଉନ୍ନତ କରିପାରିବେ।ଆପଣ ନିଜର ପ୍ରିୟତମଙ୍କ ସହିତ ସର୍ବୋତ୍ତମ ସମୟ ବିତାଇବେ। ଆପଣ ନିଜର ଶତ୍ରୁମାନଙ୍କୁ ପରାସ୍ତ କରିବେ। ସାମାଜିକ କ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ପାଇବ। କଠିନ ପରିସ୍ଥିତିର ସାମ୍ନା କରିବାକୁ ଯାଉଛନ୍ତି।

କନ୍ୟା ରାଶି:-

ଏହି ରାଶିର ଜାତକଙ୍କର ମନରେ କିଛି କଥାକୁ ନେଇ ଭୟ ସୃଷ୍ଟି ହୋଇପାରେ। ଆପଣ ମାନସିକ ସ୍ତରରେ ଅଧିକ ଚିନ୍ତିତ ଦେଖାଯିବେ। ଅନାବଶ୍ୟକ ଚାପ ନିଅନ୍ତୁ ନାହିଁ। ଜରୁରୀ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ଅଛି। ବ୍ୟବସାୟରେ ବିସ୍ତାର ସହିତ ଜଡିତ ଯୋଜନା ପ୍ରସ୍ତୁତ କରିପାରିବେ। ଯାହା ଭବିଷ୍ୟତରେ ଲାଭଦାୟକ ହେବ। ଅଭିଜ୍ଞ ଲୋକଙ୍କୁ ସାକ୍ଷାତ କରିପାରିବେ। ସାମାଜିକ କ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ପାଇବ। ସାଙ୍ଗମାନଙ୍କ ସାହାଯ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହୋଇପାରିବେ ଯାହା ଆପଣଙ୍କ ମନକୁ ଖୁସି କରିବ।

ତୁଳା ରାଶି:-

ଏହି ରାଶିର ଜାତକଙ୍କୁ ଆଜିର ଦିନ ଲାଭଦାୟକ ସିଦ୍ଧ ହେବ। ମାନସିକ ସ୍ତରରେ ଆପଣ ମଜବୁତ ରହିବେ। ଆପଣ ନିଜର ମଧୁର କଥାରେ ଲୋକଙ୍କ ହୃଦୟ ଜିତିବେ। ଟଙ୍କା କାରବାରରେ ବହୁତ ସତର୍କ ରହିବା ଆବଶ୍ୟକ। ପାରିବାରିକ ପରିବେଶ ସକରାତ୍ମକ ରହିବ। ସମ୍ପତ୍ତିରୁ ଉପକୃତ ହୋଇପାରନ୍ତି। ଛାତ୍ରମାନଙ୍କର ମନ ଅଧ୍ୟୟନରେ ଲାଗିବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବାର ସମ୍ଭାବନା ଅଛି।

ବିଛା ରାଶି:-

ଏହି ରାଶିର ଥିବା ଜାତକଙ୍କର ବ୍ୟାଙ୍କ ସହିତ ଜଡିତ କାରବାରରେ ଅଧିକ ସାବଧାନ ରହିବାକୁ ପଡ଼ିବ। ସାଙ୍ଗ ମାନଙ୍କର ସମ୍ପୂର୍ଣ ସହଯୋଗ ମିଳିବ। ଜୀବନସାଥୀଙ୍କ ସହିତ କିଛି ଛୋଟ କଥାକୁ ନେଇ ପତି ପତ୍ନୀଙ୍କ ସହ ମତଭେଦ ହେବାର ସମ୍ଭାବନା ଅଛି। କାର୍ଯ୍ୟର ଅବସ୍ଥା ଆପଣଙ୍କ ସପକ୍ଷରେ ରହିବ। କୌଣସି ପ୍ରକାର ବିତର୍କକୁ ଉତ୍ସାହିତ କରନ୍ତୁ ନାହିଁ। କଠିନ ପରିସ୍ଥିତିରେ ଧର୍ଯ୍ୟବାନ ହେବାକୁ ପଡିବ। ହଠାତ ନିକଟତର ସମ୍ପର୍କୀୟଙ୍କ ସହିତ ଦେଖା ହୋଇପାରେ।

ଧନୁ ରାଶି:-

ଧନୁ ରାଶି ଲୋକମାନେ ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ଅଧିକ ଆଗ୍ରହୀ ରହିବେ। ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିପାରିବ। ରୋଜଗାରର ମାଧ୍ୟମ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭଜନକ ଚୁକ୍ତି ହୋଇପାରେ। କାର୍ଯ୍ୟ ପ୍ରଣାଳୀରେ ଉନ୍ନତି ହେବ। ବିବାହିତ ଜୀବନ ଭଲରେ ଅତିବାହିତ ହେବ।

Google

ମକର ରାଶି:-

ଏହି ରାଶିର ଜାତକଙ୍କୁ ଆର୍ଥିକ ଲାଭ ମିଳିବାର ସମ୍ଭାବନା ଅଛି। ପାରିବାରିକ ଆର୍ଥିକ ସ୍ଥିତି ମଜବୁତ କରିବା ପାଇଁ ଆପଣଙ୍କର ଭୂମିକା ରହିବ। ବ୍ୟବସାୟରେ ଭଲ ଲାଭ ମିଳିବ। ଆପଣ ନିଜକୁ ସତେଜ ଅନୁଭବ କରିବେ।ଜୀବନରେ ରୋମାଣ୍ଟିକ ପରିବର୍ତ୍ତନ ସମ୍ଭବ। ପ୍ରେମ ସମ୍ପର୍କ ମଜବୁତ ହେବ। କୌଣସି ଯାତ୍ରା ଦ୍ୱାରା ଲାଭ ହେବାର ସମ୍ଭାବନା ଅଛି। ଆପଣଙ୍କର ବ୍ୟକ୍ତିତ୍ୱର ଉନ୍ନତି ହେବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ।

କୁମ୍ଭ ରାଶି:-

କୁମ୍ଭ ରାଶିର ଜାତକ ମାନେ ନିଜର କୌଣସି ପୁରୁଣା ଯୋଜନାରୁ ବଡ଼ ଲାଭ ପାଇପାରିବେ। ଆର୍ଥିକ ଅସୁବିଧା ଦୂର ହେବ। ଆପଣ ନିଜର କଠିନ ପରିଶ୍ରମରୁ ଅତି କଷ୍ଟଦାୟକ କାର୍ଯ୍ୟଗୁଡ଼ିକୁ ସହଜରେ ସମାପ୍ତ କରିପାରିବେ। ପାରିବାରିକ ଆବଶ୍ୟକତା ଉପରେ ଆପଣଙ୍କର ସମ୍ପୂର୍ଣ୍ଣ ଧ୍ୟାନ ରହିବ। ଆପଣ କୌଣସି ନୂତନ ଯୋଜନା ପ୍ରତି ଆକର୍ଷିତ ହୋଇପାରନ୍ତି। ପ୍ରଭାବଶାଳୀ ବ୍ୟକ୍ତିମାନଙ୍କର ମାର୍ଗଦର୍ଶନ ପାଇବେ କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ମିଳିପାରେ।

ମୀନ ରାଶି:-

ଏହି ରାଶିର ଜାତକଙ୍କର ଆଜିର ଦିନ ଭଲ ରହିବାର ଦେଖାଯାଉଛି। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟରେ ଭାଗୀଦାରମାନେ ସାହାଯ୍ୟ କରିବେ। ଆର୍ଥିକ ଯୋଜନାରେ ପ୍ରଗତିର ସମ୍ଭାବନା ଅଛି। ସାଙ୍ଗମାନଙ୍କ ସହିତ ବହୁତ ସମୟ ଅତିବାହିତ କରିବେ। ଆପଣଙ୍କର ପରାକ୍ରମ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବିବାହିତ ଜୀବନ ସୁଖଦ ହେବ। କୋର୍ଟ କଚେରୀ ମାମଲାଗୁଡ଼ିକର ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଆସିପାରେ। ମାନସିକ ଶାନ୍ତି ରହିବ।

ବନ୍ଧୁଗଣ ଆଜି ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ହର ହର ମହାଦେବ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *