Excuse Me Odisha

ଯାହା କହିବୁ ସତ କହିବୁ

ଏହିସବୁ ଜିନିଷକୁ ଭୂମି ଉପରେ ରଖିବ ଦ୍ବାରା ଅଶୁଭ ହୋଇଥାଏ। ଭଗବାନ ହୋଇଯାଆନ୍ତି ଆପଣଙ୍କ ଉପରେ କ୍ରୋଧିତ।

ସେୟାର୍ କରନ୍ତୁ

ବାସ୍ତୁ ଶାସ୍ତ୍ରରେ ପୂଜା ପାଠ ସହିତ ଜଡିତ ଅନେକ ନିୟମ କୁହାଯାଇଛି ଏବଂ ଏହି ନିୟମ ମାନିବା ଦ୍ୱାରା ହିଁ ପୂଜା ସଫଳ ବୋଲି ମାନାଯାଏ। ଶାସ୍ତ୍ର ଅନୁଯାୟୀ ପୂଜା ସମୟରେ ବ୍ୟବହୃତ ଜିନିଷଗୁଡ଼ିକ ସଠିକ ଭାବରେ ବ୍ୟବହାର କରାଯିବା ଉଚିତ। ଏହିପରି କେତେକ ଜିନିଷ ବାସ୍ତୁ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ କରାଯାଇଛି। ଯାହାକୁ ଭୁଲରେ ମଧ୍ୟ ଭୂମି ଉପରେ ରଖିବ ଉଚିତ ନୁହେଁ ଏହାକୁ ପୂଜାପାଠରେ ଭୂମିରେ ରଖିବା ଦ୍ୱାରା ପୂଜା ସଫଳ ହୁଏ ନାହିଁ ଏବଂ ଆପଣ ପାପର ଭାଗି ହୋଇଯାନ୍ତି। ସେଥିପାଇଁନି ନିମ୍ନରେ ଉଲ୍ଲେଖ କରାଯାଇଥିବା ଜିନିଷ ଗୁଡିକୁ ଭୁଲରେ ମଧ୍ୟ ଭୂମି ଉପରେ ରଖନ୍ତୁ ନାହିଁ। ଏହାକୁ ଭୂମି ଉପରେ ରଖିବା ଅଶୁଭ ବୋଲି ମାନାଯାଏ।

ଶାଳଗ୍ରାମ:-

ଶାଳଗ୍ରାମକୁ ବିଷ୍ଣୁଙ୍କର ପ୍ରତୀକ ଭାବରେ ବିବେଚନା କରାଯାଏ ଏବଂ ଏହାକୁ ପୂଜାପାଠରେ ରଖିବା ଶୁଭ ବୋଲି ମାନାଯାଏ। ତଥାପି ଶାଳଗ୍ରାମକୁ ସିଧାସଳଖ ଭୂମିରେ ରଖିବା ଉଚିତ ନୁହେଁ। ସବୁବେଳେ କପଡା ଉପରେ ଶାଳଗ୍ରାମ ରଖିବା ଶାସ୍ତ୍ରରେ କୁହାଯାଇଛି। ବାସ୍ତବରେ ଅନେକ ଥର ମନ୍ଦିର ସଫା କରିବା ସମୟରେ ଲୋକମାନେ ଏହାକୁ ଭୂମିରେ ରଖନ୍ତି। ଯାହା ଭୁଲ ଅଟେ। ମନ୍ଦିର ସଫା କରିବାବେଳେ ସର୍ବଦା ଶାଳଗ୍ରାମକୁ ଏକ ଥାଳିରେ ରଖନ୍ତୁ। ସେହିଭଳି ଭଗବାନଙ୍କ ପ୍ରତିମାଗୁଡ଼ିକୁ ଭୂମିରେ ରଖିବାର ଭୁଲ କରନ୍ତୁ ନାହିଁ।

Google

ପୁଜା ଜିନିଷ:-

ପୁଜା କରିବା ପାଇଁ ଧୂପ, ଅଗରବତୀ,ଫୁଲ ଇତ୍ୟାଦି ଜିନିଷର ବ୍ୟବହାର ହୋଇଥାଏ। ଏହି ସବୁ ଜିନିଷକୁ ସବୁବେଳେ ଥାଳି ଉପରେ ରଖିବା ଉଚିତ। ଏହାକୁ ଭୂମିରେ ରଖିବା ଦ୍ୱାରା ଅଶୁଦ୍ଧ ହୋଇ ଯାଏ ଏବଂ ଭଗବାନଙ୍କୁ ଅଶୁଦ୍ଧ ଜିନିଷ ଅର୍ପଣ କରିବା ପାପ ସହିତ ସମାନ ଅଟେ। ସେଥିପାଇଁ ପୂଜା ସମୟରେ ଏହି ଜିନିଷଗୁଡ଼ିକୁ ଏକ ଥାଳିରେ ରଖନ୍ତୁ ଏବଂ ପୂଜା ସମୟରେ ଏହାକୁ ସଠିକ ଭାବରେ ବ୍ୟବହାର କରନ୍ତୁ।

ରତ୍ନ:-

ରତ୍ନକୁ ବହୁତ ଶୁଭ ମାନାଯାଏ ଏବଂ କୌଣସିବି ରତ୍ନକୁ ଧାରଣ କରିବା ପୁର୍ବରୁ ତାହାକୁ ମନ୍ଦିରରେ ରଖାଯାଏ। ମନ୍ଦିରର ସର୍ବଦା ରତ୍ନକୁ କୌଣସି ପାତ୍ର ଭିତରେ ରଖନ୍ତୁ। କେବେବି ରତ୍ନକୁ ଭୂମି ଉପରେ ରଖନ୍ତୁ ନାହିଁ। ଏହା କରିବା ଦ୍ୱାରା ରତ୍ନ ପଥରର ପ୍ରଭାବ କମିଯାଏ ଏବଂ ଏହାକୁ ପିନ୍ଧିବା ଦ୍ୱାରା କୌଣସି ଲାଭ ମିଳେ ନାହିଁ

Google

ମୋତି:-

ମୋତିର ଉତ୍ପନ୍ନ ସମୁଦ୍ରରୁ ହୋଇଥାଏ। ଏହାକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ମାନାଯାଏ। ସେଥିପାଇଁ ମତିକୁ ମଧ୍ୟ କୌଣସି କପଡା ଉପରେ ଭଲ ଭାବରେ ରଖିବା ଉଚିତ। ମୋତିକୁ ସିଧାସଳଖ ଭୂମି ଉପେର ରଖିବା ଦ୍ବାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ମୋତି ବ୍ୟତୀତ ଯଦି ପୂଜା ସମୟରେ ଆପଣ କୌଡିର ବ୍ୟବହାର କରଛନ୍ତି ତେବେ ଏହାକୁ ଭୂମି ଉପରେ ରଖନ୍ତୁ ନାହିଁ।

ଶଙ୍ଖ:-

ଶଙ୍ଖର ପ୍ରୟୋଗ ପୂଜାରେ ନିଶ୍ଚୟ କରାଯାଏ। ଅନେକ ଲୋକ ପୁଜା ସରିବା ପରେ ଶଙ୍ଖକୁ ନିଶ୍ଚୟ ବଜାନ୍ତି। ଶଙ୍ଖକୁ ଶୁଭ ମାନାଯାଏ ଏବଂ ଏହାର ଧ୍ଵନି ଘରକୁ ପବିତ୍ର କରିଦିଏ। ଯଦି ଆପଣ ଏହାକୁ ମନ୍ଦିରରେ ରଖନ୍ତି ତ ଏହାକୁ ଭୁଲରେ ବି ମଧ୍ୟ ଭୂମି ଉପରେ ରଖନ୍ତୁ ନାହିଁ। ଶଙ୍ଖକୁ ସର୍ବଦା କୌଣସି କପଡା ଉପରେ ରଖିବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *