Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୩୦ ଜାନୁଆରୀ ୨୦୨୧, ଶନିବାର: ବିଛା ରାଶି ସହିତ ଏହି ୩ଟି ରାଶିଙ୍କୁ ମିଳିବ ଧନ ଲାଭ, ଜାଣନ୍ତୁ ସମସ୍ତ ରାଶିର ହାଲ

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଶନିବାର ୩୦ ଜାନୁଆରୀର ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୩୦ ଜାନୁଆରୀ ୨୦୨୧।

ମେଷ ରାଶି:-

ଏହି ରାଶିର ଜାତକ ଆଜି ଗାଡି କିଣି ପାରନ୍ତି। ଭୌତିକ ସୁଖ ସାଧନରେ ଘର ଏବଂ ପରିବାରର ଚାଲିଥିବା ସମସ୍ୟାକୁ ଦୂର କରାଯାଇପାରିବ। ପ୍ରେମ ଜୀବନରେ ଆପଣ ଶୁଭ ଫଳାଫଳ ପାଇବ। ଇଶ୍ବରଙ୍କ ପ୍ରତି ଆପଣଙ୍କର ଭକ୍ତି ଅଧିକ ରହିବ। ସାଙ୍ଗମାନଙ୍କ ସହିତ ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ଆପଣଙ୍କର ଲୋକପ୍ରିୟତା ସାମାଜିକ ସ୍ଥିତିରେ ବୃଦ୍ଧି ପାଇବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ ବଢ଼ିପାରେ।

ବୃଷ ରାଶି:-

ଏହି ରାଶିର ଲୋକଙ୍କୁ ଆଜି କୌଣସିବି ବଡ଼ ବିନିଯୋଗ ଭବି ଚିନ୍ତି କରିବାକୁ ହେବ। ନଚେତ ଭାରି କ୍ଷତି ସହିବାକୁ ପଡିପାରେ। ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ। ଖାଇବା ପିଇବା ଅଭ୍ୟାସରେ ଉନ୍ନତି କରନ୍ତି। ପ୍ରେମ ଜୀବନରେ ବାସ କରୁଥିବା ଲୋକଙ୍କ ପାଇଁ ଆଜି ଏକ ସାଧାରଣ ଦିନ ହେବାକୁ ଯାଉଛି। ବ୍ୟବସାୟ ଦୃଷ୍ଟିକୋଣରୁ ଆଜି ଭଲ ଦେଖାଯାଉଛି। ପିତାମାତାଙ୍କ ଆଶୀର୍ବାଦ ଏବଂ ସହଯୋଗ ପାଇବେ ଯାହା ଆପଣଙ୍କର ଆତ୍ମବିଶ୍ୱାସକୁ ଦୃଢ କରିବ।

ମିଥୁନ ରାଶି:-

ମିଥୁନ ରାଶିର ଲୋକମାନଙ୍କୁ ଆଜି ଋଣ ଦେଇଥିବା ଟଙ୍କା ଫେରସ୍ତ ମିଳିବ।। ଅତିଥିମାନେ ଘରକୁ ଆସିପାରନ୍ତି ଯାହା ପାରିବାରିକ ପରିବେଶ ଖୁସିରେ ଅତିବାହିତ ହେବ। ପ୍ରେମ ଜୀବନ ରହିବାକୁ ଯାଉଛି। ଆପଣଙ୍କର ପ୍ରିୟଙ୍କ ଭାବନାକୁ ବୁଝିବା ଆବଶ୍ୟକ ଆପଣ ଆପଣଙ୍କର ବ୍ୟବସାୟରେ କିଛି ପରିବର୍ତ୍ତନ କରିବେ। ସହଭାଗୀମାନଙ୍କର ପୂର୍ଣ୍ଣ ସମର୍ଥନ ମିଳିବ। ଆପଣ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇପାରିବେ।

Google

କର୍କଟ ରାଶି:-

ଏହି ରାଶିର ଜାତକଙ୍କର ଭାଗ୍ୟର ତାରାମାନେ ଅଧିକ ରହିବେ। କାର୍ଯ୍ୟରେ ନିରନ୍ତର ସଫଳତା ହାସଲ ହେବ। ଆପଣଙ୍କ ଭିତରେ ସକାରାତ୍ମକ ଶକ୍ତି ରହିବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସେହି କାର୍ଯ୍ୟରେ ସଫଳତା ଦେଖିପାରିବେ। ବ୍ୟକ୍ତିଗତ ଜୀବନର ଅସୁବିଧା ଦୂର ହେବ। ପ୍ରେମ ସମ୍ପର୍କ ମଜବୁତ ରହିବ।

ସିଂହ ରାଶି:-

ଏହି ରାଶିର ଲୋକେ ଆଜି ଅନାବଶ୍ୟକ ଖର୍ଚ୍ଚ ଯୋଗୁ ବହୁତ ଚିନ୍ତିତ ରହିବେ। କୌଣସି ପୁରୁଣା ଶାରୀରିକ ରୋଗକୁ ନେଇ ଅଧିକ ଚିନ୍ତିତ ରହିବେ। ସ୍ୱାସ୍ଥ୍ୟ ପ୍ରତି ଆପଣ ଅସାବଧାନ ହୁଅନ୍ତୁ ନାହିଁ। ଆଜି ମନ ବହୁତ ଚିନ୍ତିତ ରହିବ। ଚାକିରି କରୁଥିବା ଲୋକଙ୍କୁ ବଡ଼ ଅଧିକାରୀଙ୍କ ସହିତ ଉତ୍ତମ ସମନ୍ୱୟ ରକ୍ଷା କରିବାକୁ ପଡ଼ିବ। ଅଫିସରେ କୌଣସି ପ୍ରକାର ବିତର୍କକୁ ଉତ୍ସାହିତ କରନ୍ତୁ ନାହିଁ। ବ୍ୟବସାୟ ଭଲ ଚାଲିବ। ପୂଜା ପାଠରେ ଆପଣଙ୍କର ମନ ଅଧିକ ରହିବ।

କନ୍ୟା ରାଶି:-

ଏହି ରାଶିର ଜାତକଙ୍କର ଆଜିର ଦିନ ଭଲ ରହିବ।  ଟେଲି ଯୋଗାଯୋଗ ମାଧ୍ୟମରେ ଶୁଭ ଖବର ମିଳିପାରେ। ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ। ସନ୍ତାନ ପକ୍ଷରୁ କିଛି ଖୁସି ଖବରର ସମ୍ଭାବନା ଅଛି। ଆପଣ କୌଣସି ଲାଭଜନକ ଯାତ୍ରାକୁ ଯାଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ପ୍ରେମ ଏବଂ ବ୍ୟବସାୟ ଭଲ ରହିବ। ଆପଣଙ୍କର କିଛି ହଜିଯାଇଥିବା ଜିନିଷ ଫେରସ୍ତ ମିଳିପାରେ। ଯାହା ଆପଣଙ୍କ ମନକୁ ଖୁସି କରିବ।

ତୁଳା ରାଶି:-

ଏହି ରାଶିର ଜାତକଙ୍କୁ ସରକାରଙ୍କ ସମ୍ପୂର୍ଣ୍ଣ ସମର୍ଥନ ମିଳିବ। ଚାକିରି କ୍ଷେତ୍ରରେ ବଡ ଅଧିକାରୀମାନେ ଆପଣଙ୍କ ଉପରେ ଖୁସି ରହିବେ। କୋର୍ଟ କଚେରୀ ମାମଲାରେ ବିଜୟର ସଂକେତ ଅଛି। ପିତୃପୁରୁଷଙ୍କ ସମ୍ପତ୍ତିରେ ବୃଦ୍ଧି ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଖାଇବା ପିଇବା ପ୍ରତି ଆଗ୍ରହ ବୃଦ୍ଧି ପାଇବ।ଆପଣ ବ୍ୟବସାୟରେ ଭଲ ଲାଭ ପାଇବେ। ଘରେ ଶୁଭ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ। ଘରର କୌଣସି ବଡ଼ ମାନଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ।ଆପଣଙ୍କର ବ୍ୟକ୍ତିତ୍ୱର ଉନ୍ନତି ହେବ।

ବିଛା ରାଶି:-

ଏହି ରାଶିର ଜାତକଙ୍କର ଆଜିର ଦିନ ବହୁତ ଭଲ ରହିବ।ଆପଣଙ୍କର ଭାଗ୍ୟ ପ୍ରବଳ ରହିବ। ଭାଗ୍ୟର ସହଯୋଗରେ ଆଜି ଆପଣଙ୍କୁ ଧନ ଲାଭ ହେବାର ସମ୍ଭାବନା ରହିଛି। ପୁଜା ପାଠରେ ଆପଣଙ୍କର ମନ ଅଧିକ ଲାଗିବ। ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ପ୍ରେମ ଜୀବନ ସ୍ୱାଭାବିକ ହେବାକୁ ଯାଉଛି। ବିବାହିତ ଲୋକଙ୍କ ଜୀବନରେ ଚାଲିଥିବା ସମସ୍ୟା ଦୂର ହେବ। ଅବିବାହିତ ଲୋକମାନଙ୍କୁ ଭଲ ବିବାହ ପ୍ରସ୍ତାବ ମିଳିପାରିବ। ସାମାଜିକ ଦାୟିତ୍ୱ ବୃଦ୍ଧି ପାଇବ। ନୂତନ ନୂତନ ଲୋକଙ୍କ ସହିତ ବନ୍ଧୁ ହୋଇପାରନ୍ତି। ଯାହା ଆଗକୁ ଯାଇ  ଆପଣଙ୍କୁ ଲାଭ ମିଳିବ।

ଧନୁ ରାଶି:-

ଏହି ରାଶିର ଜାତକଙ୍କୁ ଆଜି ଅନେକ ମାମଲାରେ ସମ୍ଭାଳି କରି ରହିବାକୁ ହେବ। ଗାଡି ଚଳାଚଳ ସମୟରେ ଆପଣ ଅସାବଧାନ କରନ୍ତୁ ନାହିଁ ନଚେତ ଦୁର୍ଘଟଣା ହୋଇପାରେ। ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ବିତର୍କ ହେବାର ସମ୍ଭାବନା ଅଛି। ଖରାପ ପରିସ୍ଥିତିରେ ଆପଣଙ୍କୁ ଧର୍ଯ୍ୟବାନ ହେବାକୁ ପଡିବ। ଆପଣ କୌଣସି କାର୍ଯ୍ୟରେ ତତ୍ପର ହୋଇ ଯାଅନ୍ତୁ ନାହିଁ। କୌଣସି ମନ୍ଦିର ଦର୍ଶନ କରିବାକୁ ଯାଇପାରନ୍ତି। ପ୍ରେମ ଜୀବନ ବିତାଉଥିବା ଲୋକମାନେ ନିଜର ପ୍ରିୟଙ୍କୁ ନିଜ ହୃଦୟ କଥା କହିପାରିବେ ଯାହା ଦ୍ୱାରା ଆପଣ ଖୁସି ଅନୁଭବ କରିବେ। ରୋଜଗାରର ପ୍ରୟାସ ସଫଳ ହୋଇପାରେ।

Google

ମକର ରାଶି:-

ଏହି ରାଶିର ଜାତକଙ୍କୁ ଆଜିର ଦିନ ମିଶ୍ରିତ ରହିବ। ଜୀବନସାଥୀଙ୍କର ସମ୍ପୂର୍ଣ ସହଯୋଗ ମିଳିବ। ଦୀର୍ଘ ଦିନରୁ ଚାଲି ଆସୁଥିବା ପାରିବାରିକ ସମସ୍ୟା ଦୂର ହୋଇପାରେ।ମାତା ପିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ପ୍ରେମ ଜୀବନରେ ବ୍ୟତିତ କରୁଥିବା ଲୋକଙ୍କ ଜୀବନରେ ଉତ୍ଥାନ-ପତନ ଦେଖିବାକୁ ମିଳିପାରେ। ବ୍ୟବସାୟରେ ଜଡିତ ଲୋକମାନେ ବ୍ୟବସାୟରେ କୌଣସି ପରିବର୍ତ୍ତନ କରନ୍ତୁ ନାହିଁ। ବ୍ୟବସାୟ ଯେପରି ଚାଲିଛି ସେପରି ଜାରି ରଖନ୍ତୁ। କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ।

କୁମ୍ଭ ରାଶି:-

ଏହି ରାଶିର ଜାତକଙ୍କୁ ଆଜି ନିଜର ଶତୃ ମାନଙ୍କ ଠାରୁ ସତର୍କ ରହିବାକୁ ହେବ କାରଣ ଏମାନେ ଆପଣଙ୍କ କାର୍ଯ୍ୟକୁ ଖରାପ କରିବା ପାଇଁ ଚେଷ୍ଟା କରିପାରନ୍ତି। ଅଚାନକ କୌଣସି ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହୋଇପାରିବ ଯାହା ଦ୍ବାରା ଆପଣଙ୍କ ମନ ଖୁସି ରହିବ। ଆପଣଙ୍କର ସ୍ବାସ୍ଥ୍ୟ ସାମାନ୍ୟ ରହିବ। ଖାଇବା ପିଇବାର ପରିବର୍ତନ କରନ୍ତୁ। ପ୍ରେମ ଏବଂ ବ୍ୟବସାୟ ଭଲ ରହିବ। ଭଗବାନଙ୍କ ଉପାସନାରେ ମନ ଅଧିକ ରହିବ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବାର ଯୋଗ ରହିଛି।

ମୀନ ରାଶି:-

ଏହି ରାଶିର ଜାତକଙ୍କୁ ନିଜର କିଛି ମହତ୍ତ୍ୱପୂର୍ଣ କାର୍ଯ୍ୟକୁ ନେଇ ଅଧିକ ଦୌଡ଼ିବାକୁ ପଡ଼ିପାରେ। ଆପଣଙ୍କ ଦ୍ୱାରା କରାଯାଇଥିବା କଠିନ ପରିଶ୍ରମର ସଠିକ ଫଳାଫଳ ମିଳିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରେମ ଏବଂ ବ୍ୟବସାୟ ବହୁତ ସୁନ୍ଦର ଦେଖାଯାଉଛି। ଆପଣଙ୍କର କିଛି ଅସମାପ୍ତ ଥିବା ଇଚ୍ଛା ପୂରଣ ହୋଇପାରିବ। ସାମାଜିକ ଦାୟିତ୍ୱ ବୃଦ୍ଧି ପାଇବ। ଅସହାୟ ଲୋକଙ୍କୁ ସାହାଯ୍ୟ କରିପାରିବେ। ଯାହା ଦ୍ବାରା ମାନ ସମ୍ମାନର ପ୍ରାପ୍ତ ହେବ।

ବନ୍ଧୁଗଣ ଆଜି ପ୍ରଭୁ ଶନିଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ଶନି ଦେବାୟ ନମଃ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *