Excuse Me Odisha

ଯାହା କହିବୁ ସତ କହିବୁ

ପୁରାଣରେ ଗାଈକୁ କୁହାଯାଇଛି ପୂଜନୀୟ , ଗୋମାତା ସହିତ ଜଡ଼ିତ ଏହିସବୁ ଉପାୟ ଖୋଲି ଦେଇଥାଏ ଭାଗ୍ୟ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ଗାଈକୁ ପୂଜନୀୟ ମାନା ଯାଇଛି ଏବଂ ଗାଈକୁ ପୂଜା କରିବା ଦ୍ୱାରା ପାପର ନଷ୍ଟ ହୋଇଥାଏ । ପୌରାଣିକ କଥା ଅନୁସାରେ ଯେତେବେଳେ ସମୁଦ୍ର ମନ୍ଥନ ହୋଇଥିଲା, ସେହି ସମୟରେ ବାହାରିଥିବା ୧୪ ଟି ରତ୍ନ ମଧ୍ୟରୁ ଗୋଟେ ରତ୍ନ କାମଧେନୁ ଗାଈ ଥିଲା। ଏଥିପାଇଁ ଗାଈକୁ ପବିତ୍ର ସ୍ଥାନ ହିନ୍ଦୁ ଧର୍ମରେ ଦିଆ ଯାଇଛି। ମାନ୍ୟତା ରହିଛି କି ଗାଈ ମଧ୍ୟରେ କୋଟି କୋଟି ଦେବାଦେବୀ ବାସ କରନ୍ତି। ଏଥିପାଇଁ ଗାଈକୁ ପୂଜା କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ଏବଂ ସବୁ ଦେବଦେବୀଙ୍କ ଠାରୁ ଆଶୀର୍ବାଦ ମିଳିଥାଏ।

ରାମାୟଣ, ମହାଭାରତ, ଭଗବଦ୍ ଗୀତାରେ ଗାଈର ଉଲ୍ଲେଖ କରାଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କୁ ଗାଈ ଅତ୍ୟନ୍ତ ପ୍ରିୟ ଥିଲେ ଏବଂ ସେ ପ୍ରତ୍ୟହ ତାଙ୍କର ସେବା କରୁଥିଲେ। ଗ୍ରନ୍ଥରେ ଗାଈକୁ ପୃଥିବୀର ପ୍ରତୀକ ମାନା ଯାଇଛି।

ଗାଈର ପୂଜାର ମହତ୍ୱ –

ପୂର୍ବ ଦକ୍ଷିଣ ଦିଗରେ ଜମି ଉପରେ ଗାଈର ପ୍ରତୀକ ଲଗାଇବା ଶୁଭ ମାନା ଯାଇଥାଏ। ଏଭଳି କରିବା ଦ୍ଵାରା ଦୁଃଖ , ମନରେ ଚିନ୍ତା ଏବଂ ସମସ୍ୟା ସବୁ ଦୂର ହୋଇଥାଏ ଏବଂ ସକାରାତ୍ମକ ଉର୍ଜା ବୃଦ୍ଧି ହୋଇଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ ଗାଈର ସେବା କରିବା ଉତ୍ତମ ଫଳ ପ୍ରଦାନ କରିଥାଏ। ଯେଉଁ ଲୋକେ ଘରେ ଗାଈ ରଖିଥାନ୍ତି ଏବଂ ସେବା କରିଥାନ୍ତି, ସେମାନଙ୍କ ପରିବାର ସୁଖ ସୌଭାଗ୍ୟରେ ବୃଦ୍ଧି ହୋଇଥାଏ।

Google

ବାଛୁରୀ ଛୁଆ କ୍ଷୀର ପିଆଉଥିବା ଦୃଶ୍ୟର ଫଟୋ ଯଦି ଘରେ ଲଗାଯାଏ ତେବେ ସନ୍ତାନ ପ୍ରାପ୍ତି ହୋଇଥାଏ। ଏଥିପାଇଁ ଯେଉଁମାନେ ସନ୍ତାନ ପ୍ରାପ୍ତିରୁ ବଞ୍ଚିତ ରହିଛନ୍ତି, ସେମାନଙ୍କୁ ଗାଈର ଫୋଟୋ ରଖିବା ଉଚିତ ।

ଛାତ୍ର ଯଦି ନିଜର ରୁମରେ ଗାଈର ଫଟୋ ଲଗାଇଲେ ତାଙ୍କର ଏକାଗ୍ରତା ବଢିବ ଏବଂ ତାଙ୍କ ଧ୍ୟାନ ପାଠପଢ଼ାରେ ଅଧିକ ଲାଗିବ । ଫଳ ସ୍ୱରୂପ ତାଙ୍କୁ ଉତ୍ତମ ସଫଳତା ପ୍ରାପ୍ତ ହେବ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗାଈର ମହତ୍ୱ କହିବାକୁ ଗଲେ ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି,ଶୁକ୍ର ,ଶନି , ରାହୁ, କେତୁ ସହିତ ବରୁଣ,ବାୟୁ ଆଦି ଦେବତାଙ୍କୁ ଯଜ୍ଞରେ ଦିଆଯାଇଥିବା ପ୍ରତ୍ୟେକ ଆହୁତି ଗାଈର ଘିଅରେ ତିଆରିରେ ଦେବା ଉଚିତ। ଏଭଳି କରିବା ଦ୍ଵାରା ପୂଜା ପୂର୍ଣ୍ଣ ହୋଇଥାଏ। ଏଭଳି ପ୍ରକାରର ପୂଜା ଦ୍ଵାରା ସର୍ବଦା ଗାଈର କ୍ଷୀରର ପ୍ରୟୋଗ କରିବା ଉଚିତ।

ଗୋଦାନ କରିବା ଦ୍ୱାରା ସବୁ ମନସ୍କାମନା ପୂରଣ ହୋଇଥାଏ। ଏହି ପ୍ରକାରରେ ଗ୍ରହ ଭାରୀ ହେବା ଦ୍ବାରା ପ୍ରତ୍ୟହ ଗାଈକୁ ରୁଟି ଏବଂ ଗୁଡ଼ ଖାଇବା ଶୁଭ ଫଳ ପ୍ରଦାନ କରିଥାଏ।

ଜ୍ୟୋତିଷ ଏବଂ ଧର୍ମ ଶାସ୍ତ୍ର ଅନୁସାରେ ସନ୍ଧ୍ୟା କାଳରେ ଯେତେବେଳେ ଗାଈ ଜଙ୍ଗଲରେ ଘାସ ଖାଇ ଆସିଥାଏ, ସେତେବେଳେ ସେହି ଖୁରାରେ ଉଡ଼ି ଆସିଥିବା ଧୂଳି ପାପର ନାଶ କରି ଦେଇଥାଏ।

ମଙ୍ଗଳ ଗ୍ରହ ଭାରୀ ହେବା ଦ୍ବାରା ଗାଈର ପୂଜା ଏବଂ ସେବା କରନ୍ତୁ। ଲାଲ ରଙ୍ଗର ଗାଈର ସେବା ଏବଂ ଗରିବ ବ୍ରାହ୍ମଣକୁ ଗୋଦାନ କରିବା ଦ୍ୱାରା ମଙ୍ଗଳର ପ୍ରଭାବ କମିବାକୁ ଲାଗି ଥାଏ।

ଶନିଙ୍କ ଦଶା, ଅନ୍ତର୍ଦଶା ଏବଂ ସାଢ଼େ ସାତୀରୁ ମୁକ୍ତି ପାଇବା ପାଇଁ କଳା ଗାଈର ଦାନ କରିବା ଉତ୍ତମ ଫଳ ପ୍ରଦାନ କରିଥାଏ।

Google

ବୁଧ ଗ୍ରହ ଆପଣଙ୍କ ଅନୁକୂଳ ବନି ରହିବ। ଏଥିପାଇଁ ଗାଈକୁ ସବୁଜ ଚାରା ଖାଇବାକୁ ଦିଅନ୍ତୁ। ପିତୃ ଦୋଷ ରହିଥିବା ଦ୍ଵାରା ପ୍ରତିଦିନ ବା ଅମାବାସ୍ୟା ଦିନ ଗାଈକୁ ଚଣା ଖାଇବାକୁ ଦିଅନ୍ତୁ।

ଆର୍ଥିକ ସ୍ଥିତି ଖରାପ ରହୁଥିଲେ, ଗାଈର ପୂଜା ଏବଂ ସେବା କରନ୍ତୁ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଯିବେ। ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *