Excuse Me Odisha

ଯାହା କହିବୁ ସତ କହିବୁ

ଦର୍ଶନ ମାତ୍ରକେ କଲ୍ୟାଣ : ଏତେ ପବିତ୍ର ଏହି ସ୍ଥାନ , ଏଠାରେ ହୋଇଥିଲା କୃଷ୍ଣ ଏବଂ ସୁଦାମାଙ୍କ ଭେଟ।

ସେୟାର୍ କରନ୍ତୁ

ଏହି ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣ ଏବଂ ସୁଦାମାଙ୍କ ପ୍ରତିମାର ପୂଜାର୍ଚ୍ଚନା କରାଯାଏ। ମାନ୍ୟତା ରହିଛି କି ଦ୍ୱାରକା ଯାତ୍ରାର ସମ୍ପୂର୍ଣ୍ଣ ଫଳ ସେତେବେଳେ ମିଳିଥାଏ ଯେତେବେଳେ ଆପଣ ଭେଟ ଦ୍ୱାରକା ର ଯାତ୍ରା କରି ଥାଆନ୍ତି।

ଦ୍ଵାରକା –

ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମ ମଥୁରା ରେ ହୋଇଥିଲା ଏବଂ ପିଲାବେଳୁ ବୃନ୍ଦାବନ ଗୋକୁଳ ରେ ଅତିବାହିତ ହୋଇଥିଲା। ଭଗବାନ ଶ୍ରୀକୃଷ୍ଣ ଦ୍ୱାରକାରେ ରାଜୁତି କରିଥିଲେ। ଏଠାରେ ସେ ନିଜର ସାମ୍ରାଜ୍ୟ ସ୍ଥାପନ କରିଥିଲେ। ହିନ୍ଦୁ ଧର୍ମ ର ଏକ ପବିତ୍ର ଧାର୍ମିକ ସ୍ଥଳ ଦ୍ୱାରକା ଅଟେ। ସମସ୍ୟା ରୂପରେ କହିବାକୁ ଗଲେ ଭଗବାନ ଶ୍ରୀକୃଷ୍ଣଙ୍କ ଧାମ ଦ୍ୱାରକା ମାନା ଯାଇଥାଏ। କିନ୍ତୁ ବହୁତ ଅଳ୍ପ ଲୋକ ଜାଣିଛନ୍ତି କି ଦ୍ୱାରକା ତିନୋଟି ଭାଗରେ ବାଣ୍ଟି ରହିଛି ମୁଖ୍ୟ ଦ୍ୱାରକା, ଗୋମତୀ ଦ୍ୱାରକା ଏବଂ ଭେଟ ଦ୍ୱାରକା।

Google

ଭେଟ ଦ୍ୱାରକା –

ଗୋମତୀ ଦ୍ୱାରକା ସେହି ସ୍ଥାନ ଅଟେ ଯେଉଁଠାରେ ଶ୍ରୀକୃଷ୍ଣ ନିଜ ରାଜୁତି କରିଥିଲେ ଏବଂ ନିଜର ୧୬୧୦୮ ରାଣୀଙ୍କ ସହିତ ଏଠାରେ ନିବାସ କରି ଥିଲେ। ମୁଖ୍ୟ ଦ୍ୱାରକାରେ ସୁଦାମା ନିବାସ କରୁଥିଲେ। ଭେଟ ଦ୍ୱାରକାରେ ଭଗବାନ ଶ୍ରୀକୃଷ୍ଣ ନିଜର ପାଟରାଣୀ ମାନଙ୍କ ସହିତ ନିବାସ କରୁଥିଲେ। ଏହି ସ୍ଥାନକୁ ଗୁଜୁରାଟର ଭେଟ ଦ୍ୱାରକା ନାମରେ ଜଣା ଯାଏ।

ଶ୍ରୀକୃଷ୍ଣ ଏବଂ ସୁଦାମାଙ୍କ ପୂଜା –

ଭେଟର ଅର୍ଥ ସାକ୍ଷାତ ଏବଂ ଉପହାର ମଧ୍ୟ ହୋଇଥାଏ। ଏହି ନଗରୀର ନାମ ଏହି ଦୁଇଟି କାରଣରୁ ଭେଟ ରଖାଗଲା। ଏଭଳି ମାନ୍ୟତା ରହିଛି କି ଏହି ସ୍ଥାନରେ ଭଗବାନ ଶ୍ରୀକୃଷ୍ଣଙ୍କ ନିଜ ବନ୍ଧୁ ସୁଦାମାଙ୍କ ସହିତ ଭେଟ ହୋଇଥିଲା। ଯାହା ଗୋମତୀ ଦ୍ୱାରକା ଦ୍ଵାରା ଏହି ସ୍ଥାନ ୩୫ କିଲୋମିଟର ଦୂର ରହିଛି। ଏହି ମନ୍ଦିର ରେ ଶ୍ରୀକୃଷ୍ଣ ଏବଂ ସୁଦାମାଙ୍କ ପ୍ରତିମାର ପୂଜାର୍ଚ୍ଚନା କରାଯାଏ। ମାନ୍ୟତା ରହିଛି କି ସେତେବେଳେ ଦ୍ୱାରକା ଯାତ୍ରାର ଫଳ ମିଳିଥାଏ, ଯେତେବେଳେ ଭେଟ ଦ୍ୱାରକାର ଯାତ୍ରା କରିବେ।

ଚାଉଳ ଦାନ କରିବାର ପରମ୍ପରା –

ଏହି ମାନ୍ୟତା ଦ୍ଵାପର ଯୁଗ ସହିତ ଜଡ଼ିତ ରହିଛି କି ଯେବେ ସୁଦାମା ଅତ୍ୟନ୍ତ ଦାରିଦ୍ର୍ୟତା ମଧ୍ୟରେ ଗତି କରୁଥିଲେ, ତାଙ୍କ ପତ୍ନୀ ତାଙ୍କୁ ଶ୍ରୀକୃଷ୍ଣ ଙ୍କ ସହିତ ସାକ୍ଷାତକାର ପାଇଁ ପରାମର୍ଶ ଦେଲେ। ସୁଦାମା ଶ୍ରୀକୃଷ୍ଣଙ୍କ ସହିତ ସାକ୍ଷାତ କରିବା ପାଇଁ ଭେଟ ସ୍ୱରୂପ ତାଙ୍କ ପାଇଁ କପଡାରେ ଚାଉଳ ବାନ୍ଧି ନେଇ ଗଲେ ଏବଂ ଭଗବାନ ଶ୍ରୀକୃଷ୍ଣ ତାଙ୍କର ସେହି ଚାଉଳକୁ ଖାଇ ସୁଦାମାଙ୍କ ଦାରିଦ୍ର୍ୟତା ଦୂର କରିଥିଲେ। ଏଥିପାଇଁ ସେବେ ଠାରୁ ଚାଉଳ ଦାନ କରା ଯାଇଥାଏ।

Google

ଏଠାରେ ରହିଥିବା ପୂଜାରୀଙ୍କ ଅନୁସାରେ ଥରେ ସମ୍ପୂର୍ଣ୍ଣ ଦ୍ୱାରକା ନଗରୀ ସମୁଦ୍ରରେ ବୁଡ଼ି ଯାଇଥିଲା। କିନ୍ତୁ ଭେଟ ଦ୍ୱାରକା ଏକ ବଞ୍ଚିତ ଭାଗ ଯାହା ଟାପୁ ରୂପରେ ରହିଛି। ମନ୍ଦିରର ଏକ ଅନ୍ନ କ୍ଷେତ୍ର ରହିଛି। ଏଠାରେ ମନ୍ଦିରର ନିର୍ମାଣ ୫୦୦ ବର୍ଷ ପୂର୍ବରୁ ମହାପ୍ରଭୁ ସନ୍ତ ବଲ୍ଲର୍ଭାଚାର୍ଯ୍ୟ କରାଇ ଥିଲେ। ମନ୍ଦିର ରେ ଉପସ୍ଥିତ ଭଗବାନ ଦ୍ଵାରକାଧିଶଙ୍କ ପ୍ରତିମା ବିଷୟରେ କହିବାକୁ ଗଲେ ଏହାକୁ ରାଣୀ ରୁକ୍ମିଣୀ ସ୍ୱୟଂ ତିଆରି କରିଥିଲେ।

ଏଭଳି ପହଞ୍ଚିଲେ –

ଏହି ପବିତ୍ର ସ୍ଥଳରେ ଦର୍ଶନ ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଯେଉଁଠାରେ ଯିବା ପାଇଁ ଉତ୍ତମ ରହିଛି। କାରଣ ଆଇଲ୍ୟାଣ୍ଡ ହେବା ଯୋଗୁଁ ଏଠାରେ ସର୍ଦ୍ଦିରେ ଅଧିକ ଥଣ୍ଡା ପଡେ ନାହିଁ। ଏଠାରେ ଋତୁ ଅତ୍ୟନ୍ତ ସୁଖମୟ ରହିଥାଏ। ଏଠାକୁ ଆସୁଥିବା ଶ୍ରଦ୍ଧାଳୁ କିଛି ଘଣ୍ଟା ପର୍ଯ୍ୟନ୍ତ ଜ୍ୟୋତିର୍ଲିଙ୍ଗ ସୋମନାଥଙ୍କ ଦର୍ଶନ ମଧ୍ୟ କରିଥାନ୍ତି।

ଦ୍ଵାରକା ନଗରୀରେ ଭେଟ ଦ୍ୱାରକା ଦୂରରେ ୩୫ କିଲୋମିଟର ଅଟେ। ଯେଉଁଥିରେ ୩୦ କିଲୋମିଟର ସଡ଼କ ମାର୍ଗ ଦେଇ ଯାଇ ହୋଇଥାଏ। ଏଠାରେ ୫ କିଲୋମିଟର ଡଙ୍ଗାରେ ବସି ଭେଟ ଦ୍ୱାରକା ଯାଇ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଦ୍ଵାରକା ନାଥ କି ଜୟ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *