Excuse Me Odisha

ଯାହା କହିବୁ ସତ କହିବୁ

ଚନ୍ଦ୍ର କରିବେ ମିଥୁନ ରାଶିରେ ସଞ୍ଚାର। ଏହି ୪ଟି ରାଶିଙ୍କ ଉପରେ ପଡିବ ଖରାପ ପ୍ରଭାବ ଆଉ କେତେକ ଲୋକଙ୍କୁ ବଡ଼ ଲାଭ ହେବ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସମସ୍ତ ଗ୍ରହ ନକ୍ଷତ୍ରଗୁଡ଼ିକ ସମୟ ସହିତ ସେମାନଙ୍କର ଗତିବିଧିରେ ପରିବର୍ତ୍ତନ କରନ୍ତି ଯେଉଁଥିପାଇଁ ସମସ୍ତ ୧୨ ଟି ରାଶିର ଜାତକଙ୍କ ଉପରେ କିଛି ପ୍ରଭାବ ପଡିଥାଏ। ଯଦି କୌଣସି ବ୍ୟକ୍ତିର ରାଶିରେ ଗ୍ରହ ଏବଂ ନକ୍ଷତ୍ରଗୁଡିକର ଗତିବିଧି ଭଲ ତେବେ ଏହା ଶୁଭ ଫଳାଫଳ ଦେଇଥାଏ କିନ୍ତୁ ଗ୍ରହମାନଙ୍କର ଗତି ଖରାପ ଯୋଗୁ ଜୀବନରେ ଅନେକ ସମସ୍ୟା ଉପୁଜିଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜି ବୈଦ୍ଧୃତି ଯୋଗ ପରେ ପରେ ବିଷକୁମ୍ଭ ଯୋଗ ଗଠନ ହେଉଛି। ଏହା ବ୍ୟତୀତ ଆଜି ଚନ୍ଦ୍ର ମିଥୁନ ରାଶି ଉପରେ ସଞ୍ଚାର କରିବେ ଯାହା ସମସ୍ତ ରାଶିର ଜାତକ ଉପରେ କିଛି ପ୍ରଭାବ ପକାଇବ। କେଉଁ ରାଶି ମାନଙ୍କୁ ଶୁଭ ଫଳାଫଳ ମିଳିବ ଏବଂ କେଉଁ ରାଶିଙ୍କୁ ଅଶୁଭ ଫଳାଫଳ ମିଳିବ? ଆସନ୍ତୁ ଜାଣିବା ଏହା ବିଷୟରେ।

ଆସନ୍ତୁ ଜାଣିବା କେଉଁ ରାଶିଙ୍କୁ ମିଳିବ ଲାଭ।

ବୃଷ ରାଶି:-

ଏହି ରାଶିର ଲୋକଙ୍କୁ ନିଜ କ୍ୟାରିୟରରେ କୌଣସି ବଡ଼ ସଫଳତା ହାସଲ ହେବାର ସମ୍ଭାବନା ଅଛି। ଆପଣ ସାକାରାତ୍ମକ ଉର୍ଜାରେ ପରିପୂର୍ଣ ରହିବେ। ସମସ୍ତ କାର୍ଯ୍ୟ ଭଲରେ ହେବାର ଦେଖାଯାଉଛି। ବ୍ୟବସାୟରେ ଯୋଜନା ଅଧୀନରେ କାର୍ଯ୍ୟ କରିପାରିବେ ଯାହା ଆଗାମୀ ସମୟରେ ଉପକୃତ ହେବେ। ପାରିବାରିକ ପରିବେଶ ଶାନ୍ତିପୂର୍ଣ୍ଣ ରହିବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଚାକିରି କ୍ଷେତ୍ରରେ ବଡ ଅଧିକାରୀମାନେ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ।

ମିଥୁନ ରାଶି:-

ଏହି ରାଶିର ଲୋକଙ୍କ ଉପରେ ଏହାର ଭଲ ପ୍ରଭାବ ଦେଖିବାକୁ ମିଳୁଛି। କାର୍ଯ୍ୟ କ୍ଷେତ୍ରରେ ଆପଣ ସମସ୍ତ ଚ୍ୟାଲେଞ୍ଜର ସହଜରେ ସାମ୍ନା କରିପାରିବେ। ଲୋକମାନେ ଆପଣଙ୍କର ବ୍ୟବହାରରେ ବହୁତ ଖୁସି ହେବେ। ଘରେ ଖୁସି ବନି ରହିବ। ଚାକିରି କ୍ଷେତ୍ରରେ ଲାଭଜନକ ପରିସ୍ଥିତି ସୃଷ୍ଟି ହେଉଛି। କାର୍ଯ୍ୟ ସହ ଜଡିତ କୌଣସି ଭଲ ଖବର ପାଇବାର ସମ୍ଭାବନା ଅଛି। ଆପଣଙ୍କର ଯୋଜନା ଗୁଡ଼ିକ ପୂରଣ ହେବ। କ୍ୟାରିୟରରେ ଆଗକୁ ବଢିବାର ସୁଯୋଗ ଆସିପାରେ। ପ୍ରଭାବଶାଳୀ ଲୋକମାନେ ନିଜର ପରିଚୟ ବୃଦ୍ଧି କରିବେ।

Google

ସିଂହ ରାଶି:-

ଏହି ରାଶିର ଲୋକଙ୍କ ଉପରେ ଉତ୍ତମ ପ୍ରଭାବ ଦେଖିବାକୁ ମିଳିବ। ଆପଣଙ୍କ କାର୍ଯ୍ୟରେ ଆଖ ପାଖ ଲୋକେ ଅଧିକ ପ୍ରଭାବିତ ହୋଇପାରନ୍ତି। ବ୍ୟବସାୟୀମାନେ ଲାଭଜନକ ଚୁକ୍ତିନାମା ପାଇବାର ସମ୍ଭାବନା ଅଛି। ସଫଳତା ଆପଣଙ୍କର ପାଦକୁ ଚୁମ୍ବନ କରିବ। କୌଣସି ନିକଟ ସମ୍ପର୍କୀୟଙ୍କଠାରୁ ଉପହାର ପାଇବାର ଦେଖାଯାଉଛି। ଯାହା ଆପଣଙ୍କ ମନକୁ ଖୁସି କରିବ। ପାରିବାରିକ ପରିବେଶ ସୁଖଦ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ। ପ୍ରେମ ସମ୍ପର୍କ ମଜବୁତ ହେବ।

କନ୍ୟା ରାଶି:-

ଏହି ରାଶିର ଲୋକଙ୍କ ଉପରେ ଏହାର ପ୍ରଭାବ ଭଲ ରହିବ। ବ୍ୟବସାୟରେ ଲାଭ ମିଳିପାରେ। ଆପଣଙ୍କ ଭିତରେ ଆତ୍ମବିଶ୍ୱାସ ଅଧିକ ଦେଖିବାକୁ ମିଳିବ। ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତିର ସୁଯୋଗ ପ୍ରାପ୍ତ ହୋଇପାରେ। ପରିବାର ସହିତ ଧାର୍ମିକ ଯାତ୍ରା ପାଇଁ ଯୋଜନା କରିପାରନ୍ତି। ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ବିବାହିତ ଜୀବନ ସୁଖଦ ହେବ। ଛାତ୍ରମାନେ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ।

ମୀନ ରାଶି:-

ଏହି ରାଶିର ଲୋକମାନଙ୍କ ଉପରେ ସର୍ବୋତ୍ତମ ପ୍ରଭାବ ଦେଖିବେ। ଆପଣ ନିଜର କଠିନ ପରିଶ୍ରମରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ଘରର ଆବଶ୍ୟକତା ପୂରଣ ହୋଇପାରିବ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ନିଜ ଲଭ ପାର୍ଟନରଙ୍କ ଠାରୁ ସରପ୍ରାଇଜ ପାଇପାରନ୍ତି। ସାଙ୍ଗମାନଙ୍କ ସହିତ ବୁଲିଯିବାର ଯୋଜନା କରିପାରନ୍ତି। ଟଙ୍କା ସମ୍ବନ୍ଧୀୟ ସମସ୍ୟା ଦୂର ହେବ। ଅଟକି ରହିଥିବା କାର୍ଯ୍ୟ ଗତିଶୀଳ ହେବ। ପିତାମାତାଙ୍କର ସହଯୋଗ ମିଳିବ। ଆପଣ ନିଜର କ୍ୟାରିୟରରେ ଅଗ୍ରଗତି କରିବେ।

ଆସନ୍ତୁ ଜାଣିବ ଅନ୍ୟ ରାଶି ମାନଙ୍କର ସ୍ଥିତି କିପରି ରହିବ।

ମେଷ ରାଶି:-

ଏହି ରାଶିର ଲୋକଙ୍କ ସମୟ ଭଲ ରହିବ। ଆପଣ କୌଣସି ଅଭାବୀ ବ୍ୟକ୍ତିଙ୍କ ଆଡକୁ ସାହାର୍ଯ୍ୟର ହାତ ବଢ଼ାଇ ପାରନ୍ତି। ଯଦି ଆପଣ କୌଣସି ବଡ଼ ବିନିଯୋଗ କରିବାକୁ ଚାହୁଁଛନ୍ତି ତେବେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବା ଉଚିତ ହେବ। ସାଙ୍ଗମାନଙ୍କ ପରାମର୍ଶରୁ ଆପଣ କିଛି କାର୍ଯ୍ୟରେ ଲାଭ ପାଇପାରିବେ। ସ୍ୱାସ୍ଥ୍ୟ ଅସ୍ଥିର ଅବସ୍ଥାରେ ରହିବ ଯେଉଁ କାରଣରୁ କାର୍ଯ୍ୟରେ ଧ୍ୟାନ ଦେବା ଅତ୍ୟନ୍ତ କଷ୍ଟକର। ଆପଣ ଅପରିଚିତ ଲୋକଙ୍କୁ ଅତ୍ୟଧିକ ବିଶ୍ୱାସ କରନ୍ତୁ ନାହିଁ। ଛାତ୍ରମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ। ବିବାହିତ ଜୀବନ ଭଲ ରହିବ।

Google

କର୍କଟ ରାଶି:-

ଏହି ରାଶିର ଲୋକଙ୍କ ଦ୍ବାରା କରାଯାଇଥିବା ପରିଶ୍ରମ ରଙ୍ଗ ଆଣିବ। ଆପଣଙ୍କର କେହି ନିକଟତର ଆପଣଙ୍କ ସମ୍ପର୍କୀୟଙ୍କୁ ଆର୍ଥିକ ସାହାଯ୍ୟ କରିପାରିବେ। ସ୍ୱାସ୍ଥ୍ୟ ଭଲ ରହିବ। ପରିବାର ସଦସ୍ୟଙ୍କ ସହିତ କୌଣସି ସ୍ଥାନକୁ ବୁଲିଯିବାର ଯୋଜନା କରିପାରନ୍ତି। କାରବାର କାର୍ଯ୍ୟରେ ଆପଣଙ୍କୁ ଟିକେ ସତର୍କ ରହିବାକୁ ପଡିବ ନଚେତ ଧନହାନି ହେବାର ସମ୍ଭାବନା ଅଛି।

ତୁଳା ରାଶି:-

ଏହି ରାଶିର ଲୋକଙ୍କ ଉପରେ ଏହାର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିବ। ଆପଣ ନିଜ କାମ କାର୍ଯ୍ୟରେ ଅଧିକ ବ୍ୟସ୍ତ ରହିବେ। ଆପଣ କୌଣସି ବି ବଡ଼ ବିନିଯୋଗ କରନ୍ତୁ ନାହିଁ। ମାତା ପିତାଙ୍କର ଆଶୀର୍ବାଦ ମିଳିବ। ଘରକୁ ବନ୍ଧୁଙ୍କର ଆଗମନରୁ ଘରେ ଗହଳି ଚହଳି ରହିବ। ପିଲା ମାନଙ୍କର ଗତିବିଧି ଉପରେ ନଜର ରଖନ୍ତୁ। ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ କୌଣସି ବି କଥାକୁ ବସି କରି ଶାନ୍ତିପୂର୍ଣ ଭାବରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ।

ବିଛା ରାଶି:-

ଏହି ରାଶିର ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ବ୍ୟବସାୟରେ ମିଶ୍ରିତ ଲାଭ ମିଳିବ। ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ।ଅଫିସରେ କୌଣସି ପ୍ରମୁଖ ଦାୟିତ୍ୱ ମିଳିପାରେ ଯାହା ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ। ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ନିଜର କାର୍ଯ୍ୟ ଠିକ ସମୟରେ ଶେଷ କରିବାକୁ ପଡିବ ନଚେତ କାର୍ଯ୍ୟର ଭାର ଅଧିକ ହୋଇପାରେ। ଘର ପରିବାରରେ କୌଣସି ଶୁଭ ଆୟୋଜନର ରୁପରେଖା ପ୍ରସ୍ତୁତ କରାଯାଉଛି। ଛାତ୍ରମାନଙ୍କୁ ଅଧ୍ୟୟନରେ ଧ୍ୟାନ ଦେବାକୁ ପଡିବ।

ଧନୁ ରାଶି:-

ଧନୁ ରାଶି ଲୋକଙ୍କ ସମୟ ବହୁତ ଭଲ ରହିବାର ଦେଖାଯାଉଛି।ଆପଣଙ୍କର ଚିନ୍ତାଧାରାକୁ ସକାରାତ୍ମକ ରଖିବାକୁ ପଡିବ। ନିଜର ପରିଶ୍ରମ ଅନୁଯାୟୀ ଫଳ ପାଇପାରିବେ। ସାଙ୍ଗମାନଙ୍କ ସହିତ ମିଶି ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିପାରନ୍ତି। ବ୍ୟବସାୟ ସମ୍ବୋଦ୍ଧିତ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ ଏହା ଆପଣଙ୍କୁ ଶୀଘ୍ର ଆଗକୁ ବଢିବାରେ ସାହାଯ୍ୟ କରିବ। ସରକାରୀ କର୍ମଚାରୀମାନଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଅବନତି ଆସିପାରେ ସେଥିପାଇଁ ଧ୍ୟାନ ଦିଅନ୍ତୁ।

ମକର ରାଶି:-

ଏହି ରାଶିର ଲୋକଙ୍କ ଉପରେ ମିଶ୍ରିତ ପ୍ରଭାବ ରହିବ। କାର୍ଯ୍ୟ କ୍ଷେତ୍ରରେ ଲାଭର ଅବସର ପ୍ରାପ୍ତ ହୋଇପାରେ। କାରବାର ସମ୍ବୋଦ୍ଧିୟ ଯାତ୍ରା କରିପାରନ୍ତି। ଯାତ୍ରା ସମୟରେ ଗାଡ଼ି ଚଲାଇବା ସମୟରେ ସତର୍କ ରୁହନ୍ତୁ। କୌଣସି କାର୍ଯ୍ୟର ଗତି ଧୀର ହୋଇପାରେ ଯାହାକୁ ନେଇ ଆପଣ ବହୁତ ଚିନ୍ତିତ ରହିବେ। ଜୀବନସାଥୀଙ୍କ ସହିତ ସମ୍ପର୍କ ସୁଦୃଢ ରହିବ। ବାହାରର ଖାଇବା ପିଇବା ଠାରୁ ଦୂରେଇ ରୁହନ୍ତୁ ନଚେତ ସ୍ୱାସ୍ଥ୍ୟ ଉପରେ ପ୍ରଭାବିତ ହୋଇପାରେ।

କୁମ୍ଭ ରାଶି:-

ଏହି ରାଶିର ଲୋକଙ୍କୁ ତତ୍ପର ହୋଇ କୌଣସି ନିଷ୍ପତି ନେବା ଠାରୁ ଦୂରେଇ ରହିବାକୁ ପଡ଼ିବ। ଆପଣଙ୍କର ଅତ୍ୟଧିକ କ୍ରୋଧ କାରଣରୁ ଆପଣଙ୍କର ହେବାକୁ ଥିବା କାମ ବିଗିଡ଼ି ଯାଇପାରେ ସେଥିପାଇଁ କ୍ରୋଧ ଉପରେ ନିୟନ୍ତ୍ରଣ ରହିବା ବହୁତ ଜରୁରୀ ଅଟେ। ରୋଜଗାର ପ୍ରାପ୍ତିର ପ୍ରୟାସ ସଫଳ ହୋଇପାରେ। ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ପ୍ରେମ ଜୀବନ ଭଲ ରହିବ। ବନ୍ଧୁଙ୍କ ସହିତ ଯୁକ୍ତିତର୍କ ହୋଇପାରେ କିନ୍ତୁ ଶୀଘ୍ର ବନ୍ଧୁଙ୍କ ସହିତ ସମ୍ବୋଦ୍ଧ ଭଲ ହୋଇଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *