Excuse Me Odisha

ଯାହା କହିବୁ ସତ କହିବୁ

ସାପ୍ତାହିକ ରାଶିଫଳ :( ୨୫ ରୁ ୩୧ ଜାନୁଆରୀ ) ଏହି ୫ଟି ରାଶିର ଲୋକଙ୍କ ପାଇଁ ଆସୁଥିବା ସପ୍ତାହ ରହିବ ସୁଖମୟ । ମିଳିବ ସକାରାତ୍ମକ ପରିଣାମ ।

ସେୟାର୍ କରନ୍ତୁ

ଆପଣଙ୍କ ରାଶି ଆପଣଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଇ ଥାଏ। ରାଶିଫଳ ଦ୍ଵାରା ଭବିଷ୍ୟତରେ ହେବାକୁ ଥିବା ଘଟଣାର ପୂର୍ବାନୁମାନ ହୋଇଥାଏ। ବହୁତ ଲୋକଙ୍କ ମନରେ ଏହା ପ୍ରଶ୍ନ ଉଠିଥାଏ କି ଆସୁଥିବା ସପ୍ତାହ ଆମ ପାଇଁ କିପରି ରହିବ ? ଏହି ସପ୍ତାହରେ ଆମ ଗ୍ରହ ନକ୍ଷତ୍ରର ସ୍ଥିତି କଣ ଅଟେ ? ଆଜି ଆମେ ଆପଣ ଆଗାମୀ ରାଶିଫଳ କହିବାକୁ ଯାଉଛୁ। ଏହି ସାପ୍ତାହିକ ରାଶିଫଳରେ ଆପଣଙ୍କୁ ନିଜ ଜୀବନରେ ହେବାକୁ ଥିବା ଘଟଣାକୁ ସଂକ୍ଷେପରେ ବର୍ଣ୍ଣନ ଥିବାର ମିଳିବ। ତେବେ ଜାଣିବା ପାଇଁ ପଢନ୍ତୁ ସାପ୍ତାହିକ ରାଶିଫଳ ୨୫ ଜାନୁଆରୀ ରୁ ୩୧ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ।

ମେଷ ରାଶି –

ଏହି ସପ୍ତାହରେ ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଯାତ୍ରା ରେ ଲାଭ ମିଳିବ। ଖାଦ୍ୟପେୟରେ ଦାୟିତ୍ବହୀନ ହୁଅନ୍ତୁ ନାହିଁ। ପାରିବାରିକ ଦାୟିତ୍ୱ ସମ୍ପନ୍ନ କରିବେ। ଯଦି ଆପଣ ଅଧିକ ଧନ ଉପାର୍ଜନ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ସମ୍ପତ୍ତିରେ ଜଡ଼ିତ ବିବାଦର ସମାଧାନ ହୋଇଯିବ ।

ପ୍ରେମ ମାମଲାରେ, ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ରହିବ। ଆପଣଙ୍କ ପାର୍ଟନର ଆପଣଙ୍କୁ ଆକର୍ଷିତ କରିବାକୁ ପ୍ରୟାସ କରିବେ।

କ୍ୟାରିୟର ମାମଲାରେ, ବୁଝି ବିଚାରି ନିବେଶ କରନ୍ତୁ, ଭବିଷ୍ୟତରେ ଲାଭ ମିଳିବ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀଙ୍କ ସହିତ ଉତ୍ତମ ତାଳମେଳ ରହିବ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ। ଅଶୁଦ୍ଧ ଭୋଜନ ବା ପାଣି ସେବନ କରନ୍ତୁ ନାହିଁ।

Google

ବୃଷ ରାଶି –

ଏହି ରାଶିର ଲୋକଙ୍କର ବ୍ୟବସାୟିକ ସହଯୋଗୀଙ୍କ ସହିତ କଥାବାର୍ତ୍ତା କରିବା ଉଚିତ। ନିରାଶା ଗ୍ରାସ କରିବାକୁ ଦିଅନ୍ତୁ ନାହିଁ। ବ୍ୟାପାର ବ୍ୟବସାୟରେ ଉନ୍ନତିର ଅବସର ପ୍ରାପ୍ତ ହେବ। ଆର୍ଥିକ ପକ୍ଷ ସୁଦୃଢ ରହିବ। କେହି ଆପଣଙ୍କ ଆଡ଼କୁ ଆକର୍ଷିତ ହୋଇ ପାରନ୍ତି। ଆପଣଙ୍କର ବିଶେଷ ବ୍ୟବସାୟିକ ପ୍ରୋଜେକ୍ଟରେ ନିୟମିତ ଲୋକଙ୍କ ମଧ୍ୟରେ ସଫଳତା ମିଳିବ।

ପ୍ରେମ ମାମଲାରେ, ଆପଣ ନିଜର ପ୍ରେମ ଜୀବନକୁ ନେଇ ସମସ୍ୟାରେ ରହି ପାରନ୍ତି।

କ୍ୟାରିୟର ମାମଲାରେ, ମାର୍କେଟିଂ କାର୍ଯ୍ୟରେ ଜଡ଼ିତ ଲୋକଙ୍କୁ ଉତ୍ତମ ଅବସର ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟୁର୍ବେଦରେ ରୁଚି ବଢ଼ିବ।

ମିଥୁନ ରାଶି –

ଏହି ସପ୍ତାହରେ ପାରିବାରିକ ବିବାଦ ହେବାର ସମ୍ଭାବନା ରହିଛି। ଜୀବନସାଥୀଙ୍କ ସହିତ ଆପଣ ସମ୍ବନ୍ଧ ସୁଦୃଢ ରଖିବେ। ଧନ ନିବେଶ ମାମଲାରେ ଆପଣ କଠିନ ପଦକ୍ଷେପ ନିଅନ୍ତୁ ନାହିଁ। ଆପଣଙ୍କର ବୈବାହିକ ଜୀବନ ସାମାନ୍ୟ ରହିବ। କାହାକୁ ଉଧାର ଦିଅନ୍ତୁ ନାହିଁ। ସମ୍ପତ୍ତି କିଣିବା ପାଇଁ ବିଚାର କରି ପାରନ୍ତି। କୌଣସି ପେଶା ମୋର୍ଚ୍ଚାରେ କାର୍ଯ୍ୟ କରି ପାରନ୍ତି।

ପ୍ରେମ ମାମଲାରେ, ଆପଣ ନିଜର ପାର୍ଟନରଙ୍କ ଅଧିକ ଧ୍ୟାନ ରଖିବେ। ଆପଣଙ୍କ ସମ୍ପର୍କ ସୁଦୃଢ଼ ରହିବ।

କ୍ୟାରିୟର ମାମଲାରେ, ଓକିଲାତି କରୁଥିବା ଲୋକଙ୍କୁ ନୂଆ କ୍ଲାଇଣ୍ଟ ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ଖାଦ୍ୟପେୟ ଉପରେ ଦାୟିତ୍ବହୀନ ହେବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ।

କର୍କଟ ରାଶି –

ଆପଣ ଏହି ସପ୍ତାହ ରେ ନିଜକୁ ଉର୍ଜାବାନ ଅନୁଭବ କରିବେ। ଅଧିକ ଧନ ଉପାର୍ଜନ ପାଇଁ ନିୟମ ଅବସର ମିଳିବ। ଅନେକ ବିଚାର ଆପଣଙ୍କ ମନକୁ ଅଶାନ୍ତ କରି ପାରେ। ଦେବା ନେବା କାର୍ଯ୍ୟରେ ସତର୍କ ରୁହନ୍ତୁ। ଆପଣଙ୍କର ସବୁ ନିୟମିତ କାର୍ଯ୍ୟ ଉଚିତ ସମୟ ମଧ୍ୟରେ ସମ୍ପନ୍ନ ହେବ। ଛାତ୍ରମାନେ ନିଜ କାର୍ଯ୍ୟରେ ବିଚଳିତ ହୋଇ ପଡ଼ି ପାରନ୍ତି।

ପ୍ରେମ ମାମଲାରେ, ଆପଣ ନିଜର ପ୍ରେମ ଜୀବନକୁ ସାର୍ବଜନୀନ କରିବା ପାଇଁ ବିଚାର କରି ପାରନ୍ତି।

କ୍ୟାରିୟର ମାମଲାରେ, ଯଦି ଆପଣ ନୂଆ ଚାକିରୀ ପାଇଁ ଆବେଦନ କରୁଛନ୍ତି ତାହେଲେ ଆପଣଙ୍କୁ ସୁଖଦ ସମାଚାର ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ଏହି ସପ୍ତାହରେ ଆପଣଙ୍କୁ ଅସୁସ୍ଥ ଏବଂ ଦୁର୍ବଳତା ଅନୁଭବ ହୋଇପାରେ।

Google

ସିଂହ ରାଶି –

ସିଂହ ରାଶିର ଲୋକଙ୍କୁ କାର୍ଯ୍ୟ ମାମଲାରେ କଠିନ ପରିଶ୍ରମ କରିବାକୁ ପଡ଼ିବ ଏବଂ କାର୍ଯ୍ୟ ନ ବିଗିଡିବା ପାଇଁ ଧ୍ୟାନ ରଖିବାକୁ ପଡ଼ିବ। ଆପଣଙ୍କ ଘରେ କୌଣସି ସମାରୋହ ର ଆୟୋଜନ ହୋଇପାରେ। ନୂଆ ସମ୍ପର୍କରେ ଲାଭ ପ୍ରାପ୍ତ ହେବ। ପରିବାର ଲୋକେ ଆପଣଙ୍କୁ ସମୟ ମାଗି ପାରନ୍ତି।

ପ୍ରେମ ମାମଲାରେ, ଆପଣଙ୍କ ସମ୍ପର୍କରେ କୌଣସି ଭୁଲ ବୁଝାମଣା ଦେଖା ଦେଇପାରେ। ଏଥିପାଇଁ ଦୂରତା ରକ୍ଷା କରନ୍ତୁ।

କ୍ୟାରିୟର ମାମଲାରେ, କଠିନ ପରିଶ୍ରମରୁ ଲାଭ ମିଳିବ। ପୂର୍ବରୁ କରିଥିବା କାର୍ଯ୍ୟରେ ସଫଳତା ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ଏହି ସପ୍ତାହରେ ସୁଗାର ରୋଗୀଙ୍କ ପାଇଁ ସମସ୍ୟା ଦେଖା ଦେଇପାରେ।

କନ୍ୟା ରାଶି –

ସନ୍ତାନଙ୍କ ଠାରୁ ସନ୍ତୁଷ୍ଟି ରହିବେ। ସନ୍ତାନଙ୍କ ସହିତ ପ୍ରେମ ଭାବ ପ୍ରଦର୍ଶନ କରିବେ। କାରବାର ପାଇଁ ନୂଆ କ୍ଲାଇଁଟ ମିଳିପାରେ। ଅଫିସରେ କୌଣସି କଥାକୁ ନେଇ ସହଯୋଗୀଙ୍କ ସହିତ ବ୍ୟର୍ଥ ମତଭେଦ ହୋଇପାରେ। ପୁରୁଣା କଥାକୁ ନେଇ ଚିନ୍ତା ଗ୍ରାସ କରି ପାରେ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଆପଣ ସବୁ କାର୍ଯ୍ୟ ଉଚିତ ଢଙ୍ଗରେ ସମ୍ପନ୍ନ କରିବେ।

ପ୍ରେମ ମାମଲାରେ , କୌଣସି ତୃତୀୟ ଲୋକ ଆପଣଙ୍କ ପ୍ରେମ ଜୀବନରେ ଦଖଲ ଦେଇ ପାରନ୍ତି। ଏଥିପାଇଁ ବୁଝି ବିଚାରି ନିଷ୍ପତ୍ତି କରନ୍ତୁ।

କ୍ୟାରିୟର ମାମଲାରେ, ନୂଆ ଯୋଜନା ଆକର୍ଷକ ହୋଇପାରେ। ଆମଦାନୀରେ ବୃଦ୍ଧି ହେବ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହି ପାରନ୍ତି। ଆପଣ ବେମାର ପଡି ପାରନ୍ତି।

ତୁଳା ରାଶି –

ଏହି ସପ୍ତାହରେ ଆପଣଙ୍କୁ ନିଜ ଖର୍ଚ୍ଚ ପ୍ରତି ନିୟନ୍ତ୍ରଣ ରଖିବା ଆବଶ୍ୟକ। ସହକର୍ମୀଙ୍କ ସହିତ ମିଶି ଆପଣ କରିଥିବା କାର୍ଯ୍ୟରେ ସଫଳତା ଲାଭ କରିବେ। ଜୀବନସାଥୀଙ୍କ ସହିତ ଉତ୍ତମ ତାଳମେଳ ରହିବ। ବିରୋଧୀଙ୍କ ଠାରୁ ସମସ୍ୟା ହୋଇପାରେ। ବହୁତ ଦିନରୁ କରିଥିବା ପ୍ରୟାସ ସଫଳ ରହିବ।

ପ୍ରେମ ମାମଲାରେ, ଆପଣଙ୍କୁ ଇଣ୍ଟରନେଟ ମାଧ୍ୟମରେ ନୂଆ ସାଥୀ ମିଳିପାରେ।

କ୍ୟାରିୟର ମାମଲାରେ, ଚାକିରୀ ପେଶାରେ ଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ପଦୋନ୍ନତୀର ଯୋଗ ରହିଛି।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ କିଛି ସମସ୍ୟା ଦେଖା ଦେଇପାରେ। ଏଥିପାଇଁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

Google

ବିଛା ରାଶି –

ଏହି ସପ୍ତାହରେ ଆପଣଙ୍କର କାର୍ଯ୍ୟ ବୋଝ ଅଧିକ ରହିପାରେ। କାର୍ଯ୍ୟ ମାମଲାରେ ଉଚିତ ପରିଣାମ ପ୍ରାପ୍ତ ହେବ। ନିଜ ପାଇଁ ନୂଆ କପଡ଼ା କିଣି ପାରନ୍ତି। ପ୍ରସାଧନ ବସ୍ତୁ କିଣାକିଣି କରି ପାରନ୍ତି। କର୍ମ କ୍ଷେତ୍ରରେ ଶତ୍ରୁ ବନି ପାରନ୍ତି। ଏଥିପାଇଁ ସମସ୍ତଙ୍କ ସହିତ ଉତ୍ତମ ବ୍ୟବହାର ରଖନ୍ତୁ। ଆପଣଙ୍କୁ ବରିଷ୍ଠ ଅଧିକାରୀଙ୍କ ସହିତ ତାଳମେଳ ରଖିବା ଉଚିତ।

ପ୍ରେମ ମାମଲାରେ, ନୂଆ ସମ୍ପର୍କ ଭୁଲ ବୁଝାମଣାର ଶି-କାର ହୋଇପାରେ। ଏଥିପାଇଁ ଦୂରେଇ ରହିବା ଉଚିତ।

କ୍ୟାରିୟର ମାମଲାରେ, ଏହି ସପ୍ତାହରେ କୌଣସି ସ୍କିମରେ ନିବେଶ କରିବା ଲାଭଦାୟକ ରହିବ।

ସ୍ବାସ୍ଥ୍ୟ ମାମଲାରେ, ଏହି ସପ୍ତାହରେ ସ୍ବାସ୍ଥ୍ୟରେ ସୁଧାର ଆସିବ। କୌଣସି ଖାସ୍ ବନ୍ଧୁ ଆପଣଙ୍କୁ ସୁସ୍ଥ ରହିବାର ଟିପ୍ସ ଦେଇ ପାରନ୍ତି।

ଧନୁ ରାଶି –

ଅଧିକ କାର୍ଯ୍ୟ ଯୋଗୁଁ ଆପଣ ଥକି ଯାଇ ପାରନ୍ତି। ଆପଣଙ୍କୁ ବରିଷ୍ଠ ଲୋକଙ୍କ ଠାରୁ ମାର୍ଗ ଦର୍ଶନ ମିଳିବ। ବନ୍ଧୁଙ୍କ ସହିତ ଯାତ୍ରା କରି ପାରନ୍ତି। ଆପଣଙ୍କ କାର୍ଯ୍ୟ ଆପଣଙ୍କ ଠାରୁ ଅଧିକ ସମୟ ମାଗିବେ। ପରିବାରରେ କୌଣସି କଥାକୁ ନେଇ ମତଭେଦ ହୋଇପାରେ।

ପ୍ରେମ ମାମଲାରେ, ଲମ୍ବା ସମୟ ରୁ ଚାଲି ଆସିଥିବା ବି-ବା-ଦ ଦୂର ହେବ।

କ୍ୟାରିୟର ମାମଲାରେ, ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। ଚାକିରୀ କ୍ଷେତ୍ରରେ ଆପଣଙ୍କ ଆୟ ବୃଦ୍ଧି ହେବ।

ସ୍ବାସ୍ଥ୍ୟ ମାମଲାରେ, କୌଣସି ବେମାରୀ ପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ପାରନ୍ତି।

ମକର ରାଶି –

କାର୍ଯ୍ୟ ମାମଲାରେ ଆପଣ ଉତ୍ତମ ପ୍ରଦର୍ଶନ କରିବେ। ଘରର ମାହୋଲ ସୁଖମୟ ରହିବ। ଆପଣଙ୍କୁ ସଞ୍ଚାର ସାଧନରେ ଫାଇଦା ମିଳିବ। ଛାତ୍ର ମାନଙ୍କୁ ଶିକ୍ଷା କ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଉତ୍ତମ ପରିଣାମ ପ୍ରାପ୍ତ ହେବ।ଆପଣଙ୍କ ମଧ୍ୟରେ କିଛି ଲୋକ ମହଙ୍ଗା ଆଭୁଷଣ କିଣାକିଣି କରି ପାରନ୍ତି।

ପ୍ରେମ ମାମଲାରେ , ପତି ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ରହିବ।

କ୍ୟାରିୟର ମାମଲାରେ, ଚାକିରୀ ମିଳିବାର ଅବସର ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ସୁସ୍ଥ ରହିବା ପାଇଁ ପ୍ରୟାସ କରିବେ।

କୁମ୍ଭ ରାଶି –

ଏହି ସପ୍ତାହ ଯାତ୍ରା ପାଇଁ ଅନୁକୂଳ ରହିଛି। ଆପଣଙ୍କ ମଧ୍ୟରେ ସାହସ ଏବଂ ଉତ୍ସାହ ଭରି ରହିବ। ସାମାଜିକ କାର୍ଯ୍ୟରେ ସଫଳତା ଅନୁଭବ କରିବେ। ବେତନ ବୃଦ୍ଧି ହୋଇପାରେ। ଚାକିରୀରେ ବଦଳି ହୋଇପାରେ। ଅନେକ ସମୟରୁ ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହୋଇପାରେ।

ପ୍ରେମ ମାମଲାରେ, ଆପଣଙ୍କ ପ୍ରେମ ଜୀବନ ପାଇଁ ସପ୍ତାହ ସକାରାତ୍ମକ ରହିବ।

କ୍ୟାରିୟର ମାମଲାରେ, ଆୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି।

ସ୍ବାସ୍ଥ୍ୟ ମାମଲାରେ, ଭାରୀ ଜିନିଷ ଉଠାନ୍ତୁ ନାହିଁ। ଅଣ୍ଟା ସମସ୍ୟା ଦେଖା ଦେଇପାରେ।

ମୀନ ରାଶି –

ଏହି ସପ୍ତାହ ଆପଣଙ୍କ ପାଇଁ ଅନୁକୂଳ ରହିଛି। ଅନ୍ୟ ମାନଙ୍କ କଥା ବୁଝିବାକୁ ପ୍ରୟାସ କରନ୍ତୁ। କାହାକୁ ଉଧାର ଦିଅନ୍ତୁ ନାହିଁ। ଯଦି ଆପଣ ଉଦାସ ରହିଛନ୍ତି ତାହେଲେ ବନ୍ଧୁ ସମ୍ପର୍କୀୟଙ୍କ ସହିତ ସମୟ ଅତିବାହିତ କରନ୍ତୁ। କୌଣସି ଖାସ୍ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ପରିବାରର ଆବଶ୍ୟକତା କୁ ପୂରଣ କରିବେ।

ପ୍ରେମ ମାମଲାରେ, ନୂଆ ପ୍ରେମ ସମ୍ବନ୍ଧ ବନେଇବା ପାଇଁ ପ୍ରୟାସ କରି ପାରନ୍ତି।

କ୍ୟାରିୟର ମାମଲାରେ, ଏହି ସପ୍ତାହରେ ଆପଣଙ୍କର ଧନ ସମ୍ବନ୍ଧିତ ସମସ୍ୟା ଦୂର ହେବ।

ସ୍ବାସ୍ଥ୍ୟ ମାମଲାରେ, କାର୍ଯ୍ୟ ଭାର ବଢିପାରେ, ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *