Excuse Me Odisha

ଯାହା କହିବୁ ସତ କହିବୁ

ପୌଷ , ପୁତ୍ରଦା ଏକାଦଶୀରେ ବନୁଛି ଦୁଇଟି ଶୁଭ ଯୋଗ, ଚାରିଟି ରାଶିକୁ ମିଳିବ ଶୁଭ ଫଳ, ୩ଟି ରାଶିକୁ ହେବ ଧନ ହାନୀ ।

ସେୟାର୍ କରନ୍ତୁ

ପୌଷ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିର ବହୁତ ମହତ୍ୱ ମାନା ଯାଇଛି। ଆପଣଙ୍କୁ କହି ରଖୁଛୁ କି ଏହି ତିଥିକୁ ପୁତ୍ରଦା ଏକାଦଶୀ ବ୍ରତ କରିବାର ବିଧାନ ରହିଛି। ଏହାକୁ ପବିତ୍ରା ଏକାଦଶୀ ମଧ୍ୟ କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏକାଦଶୀ ତିଥି ୨୩ ଜାନୁଆରୀ ରାତିରେ ୮: ୫୮ ବାଜି ଆରମ୍ଭ ହୋଇ ୨୪ ଜାନୁଆରୀ ୨୦୨୧ ରାତିରେ ୧୦:୫୮ ପର୍ଯ୍ୟନ୍ତ ରହିବ।

ଜ୍ୟୋତିଷ ଗଣନା ଅନୁସାରେ ପୌଷ ପୁତ୍ରଦା ଏକାଦଶୀ ଦିନ ଦୁଇଟି ଶୁଭ ଯୋଗର ନିର୍ମାଣ ହେଉଛି। ବ୍ରହ୍ମ ଯୋଗ ଏବଂ ଇନ୍ଦ୍ର ଯୋଗ ବନିବାର ୧୨ ଟି ରାଶି ଉପରେ କିଛି ନା କିଛି ପ୍ରଭାବ ପଡ଼ିବ। ଏହା ଆପଣଙ୍କ ରାଶି ରେ କିପରି ପ୍ରଭାବ ପକାଇବ, ଆସନ୍ତୁ ଜାଣିବା ସେହି ବିଷୟରେ ।

ଆସନ୍ତୁ ଜାଣିବା ପୌଷ ପୁତ୍ରଦା ଏକାଦଶୀ ଉପରେ ବନିବାକୁ ଯାଉଛି ଶୁଭ ଯୋଗ , କେଉଁ ରାଶିକୁ ମିଳିବ ଶୁଭ ଫଳ  –

ବୃଷ ରାଶିର ଲୋକଙ୍କ ଉପରେ ଶୁଭ ଯୋଗର ଉତ୍ତମ ପ୍ରଭାବ ପଡ଼ିବ। ଆପଣ ଆତ୍ମବିଶ୍ବାସରେ ଭରି ରହିବେ। ପରିବାରରେ ଆର୍ଥିକ ସ୍ଥିତି ସୁଦୃଢ ରହିବ। କ୍ୟାରିୟରରେ ଉତ୍ତମ ଅବସର ପ୍ରାପ୍ତ ହେବ। କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିପାରେ। ପ୍ରଭାବଶାଳୀ ଲୋକଙ୍କ ଠାରୁ ମାର୍ଗଦର୍ଶନ ମିଳିବ।

Google

ମିଥୁନ ରାଶିର ଲୋକଙ୍କ ଉପରେ ଶୁଭ ଯୋଗର ଉତ୍ତମ ପ୍ରଭାବ ରହିବ। ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ଉଚିତ ପରିଣାମ ପ୍ରାପ୍ତ ହେବ। ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ। ଆପଣ ଅଧିକ ପ୍ରସନ୍ନ ରହିବେ। ପିଲା ବେଳର କୌଣସି ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ମାନସିକ ଚିନ୍ତା ଦୂର ହେବ। ଅଚାନକ ଧନ ପ୍ରାପ୍ତି ହୋଇପାରେ। ବ୍ୟାପାରରେ ବିସ୍ତାର ହେବ। ଆପଣଙ୍କୁ ବଡ଼ ଉପଲବ୍ଧି ମିଳିପାରେ।

ତୁଳା ରାଶିର ଲୋକଙ୍କ ଉପରେ ଶୁଭ ଯୋଗର ଉତ୍ତମ ପ୍ରଭାବ ଦେଖିବାକୁ ମିଳିବ। ଜୀବନରେ ଅନେକ ସଫଳତା ହାସଲ କରିବେ। ଘରେ ଖୁସିର ମାହୋଲ ଦେଖା ଦେବ। ପରିବାର ସହିତ କଥାବାର୍ତ୍ତା କରି ଲମ୍ବା ସମୟରୁ ଚାଲି ଆସିଥିବା ସମସ୍ୟା ଦୂର ହେବ। ସ୍ବାସ୍ଥ୍ୟରେ ସୁଧାର ଆସିବ। ପ୍ରେମ ଜୀବନ ସୁଦୃଢ ରହିବ। ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ରହିବ।

କୁମ୍ଭ ରାଶିର ଲୋକେ କାର୍ଯ୍ୟ କ୍ଷେତ୍ରରେ ଅଧିକ ଧ୍ୟାନ ଦେବେ । ଚାକିରୀ କରୁଥିବା ଲୋକଙ୍କୁ ପଦୋନ୍ନତୀ ମିଳିବ। ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। ସମ୍ପର୍କରେ ମଧୁରତା ଆସିବ। ପ୍ରେମ ଜୀବନରେ ସୁଖଦ ଅନୁଭୂତି ହେବ। ପିତାମାତାଙ୍କ ସହିତ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ। ଆପଣ ନିଜର ଯୋଜନାକୁ ଅନ୍ତିମ ରୂପ ଦେବେ। ଘରୋଇ ସୁଖ ସାଧନରେ ବୃଦ୍ଧି ହେବ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ଅବସ୍ଥା –

ମେଷ ରାଶିର ଲୋକଙ୍କ ପାଇଁ ସମୟ କଠିନ ରହିବ। ଆପଣଙ୍କର ପ୍ରିୟ ବନ୍ଧୁଙ୍କ ସହିତ ମତଭେଦ ହୋଇପାରେ। କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇପାରେ। ସମ୍ପତ୍ତି କାର୍ଯ୍ୟରେ ଶୀଘ୍ରତା କରନ୍ତୁ ନାହିଁ, ନଚେତ ହାନୀ ହୋଇପାରେ। ପାରିବାରିକ ସମ୍ପର୍କରେ କିଛି ମତଭେଦ ଦେଖା ଦେଇପାରେ। ନିଜ ଚିନ୍ତାଧାରାକୁ ସକାରାତ୍ମକ ରଖନ୍ତୁ। ଜୀବନସାଥୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

Google

କର୍କଟ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ସନ୍ତାନଙ୍କ ଦାୟିତ୍ୱ ଆପଣଙ୍କ ଉଚିତ ଢଙ୍ଗରେ ପାଳନ କରିବେ। ପୁରୁଣା କଥା ଆପଣଙ୍କୁ ଚିନ୍ତାରେ ପକାଇ ପାରେ। ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ବିଦ୍ୟାର୍ଥୀ ମାନଙ୍କର ପାଠପଢ଼ା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ମାତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ।

ସିଂହ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଆପଣ ନିଜକୁ ସକାରାତ୍ମକ ଅନୁଭବ କରିବେ। କୌଣସି ପ୍ରୋଜେକ୍ଟ କାର୍ଯ୍ୟ ସମ୍ପନ୍ନ ହେବା ଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ଧର୍ମ କର୍ମ କାର୍ଯ୍ୟରେ ଆପଣ ରୁଚି ରଖିବେ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଘର ପରିବାରରେ ସୁଖଶାନ୍ତି ବିରାଜମାନ କରିବ। ପରିବାର ଲୋକେ ଆପଣଙ୍କୁ ସହଯୋଗ କରିବେ।

କନ୍ୟା ରାଶିର ଲୋକଙ୍କୁ ଶୁଭ ଫଳ ପ୍ରାପ୍ତ ହେବ। ବ୍ୟବସାୟରେ ଲାଭ ପାଇବା ପାଇଁ ଆପଣ ପ୍ରୟାସ କରିବେ। ଆପଣ କରିଥିବା ଯୋଜନା ସଫଳ ରହିବ। ଆପଣଙ୍କୁ କିଛି ନୂଆ ଶିଖିବା ପାଇଁ ମିଳିପାରେ। ଆର୍ଥିକ ସ୍ଥିତିକୁ ନେଇ ସମ୍ଭାଳି ଚାଲିବା ଉଚିତ। ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ।

ବିଛା ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଆପଣଙ୍କୁ ସକାରାତ୍ମକ ରହିବା ଆବଶ୍ୟକ। କୌଣସି ମାମଲାରେ ଶୀଘ୍ରତାରେ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆପଣଙ୍କୁ ନିଜ ଯୋଗ୍ୟତା ଅନୁସାରେ ଉତ୍ତମ ଉପଲବ୍ଧି ପ୍ରାପ୍ତ ହେବ। ବର୍ତମାନ କରିଥିବା ପରିଶ୍ରମ ଭବିଷ୍ୟତ ପାଇଁ ଲାଭଦାୟକ ରହିବ। ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଦାମ୍ପତ୍ୟ ଜୀବନରେ ଉତ୍ତମ ତାଳମେଳ ରହିବ।

ଧନୁ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। କ୍ୟାରିୟରରେ ସଫଳତା ମିଳିବାର ଯୋଗ ରହିଛି। ଆପଣଙ୍କୁ ନିଜ ଚିନ୍ତାଧାରା ସକାରାତ୍ମକ ରଖିବା ପାଇଁ ପଡ଼ିବ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଜଣା ଲୋକଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ବ୍ୟବସାୟ ମାମଲାରେ ନୂଆ ଯୋଜନା ବନି ପାରେ। ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ମିଳିବ।

ମକର ରାଶିର ଲୋକଙ୍କ ଉପରେ ସାମାନ୍ୟ ପ୍ରଭାବ ରହିବ। ଆପଣଙ୍କୁ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ। ଗୁପ୍ତ ଶତ୍ରୁ ଆପଣଙ୍କ କାର୍ଯ୍ୟ ବିଗାଡି ପାରନ୍ତି। ସରକାରୀ ଚାକିରୀ କରୁଥିବା ଲୋକଙ୍କୁ ସୁଖଦ ସମାଚାର ମିଳିପାରେ। କୌଣସି କାର୍ଯ୍ୟରେ ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଚାକିରୀରେ ସମସ୍ତଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

ମୀନ ରାଶିର ଲୋକଙ୍କୁ ଧନ ହାନୀ ହେବାର ସମ୍ଭାବନା ରହିଛି। କିଛି ନୂଆ ଦାୟିତ୍ୱ ମିଳିପାରେ। ନୂଆ ଦାୟିତ୍ୱ ତୁଲାଇବା ପାଇଁ ପ୍ରସ୍ତୁତ ରୁହନ୍ତୁ। ଜରୁରୀ ଯୋଜନା ଉପରେ ଧ୍ୟାନ ଦିଅନ୍ତୁ। ଚାକିରୀ କ୍ଷେତ୍ରରେ ସହକର୍ମୀ ଆପଣଙ୍କୁ ସହଯୋଗ କରିବେ। ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ, ଯାହାକୁ ନେଇ ଆପଣ ବ୍ୟାକୁଳ ରହି ପାରନ୍ତି। ଗାଡି ଚଳାଚଳ ସମୟରେ ସତର୍କ ରୁହନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *