Excuse Me Odisha

ଯାହା କହିବୁ ସତ କହିବୁ

୨୪ ଜାନୁୟାରୀକୁ ପୁତ୍ରଦା ଏକାଦଶୀ, ଶୁଭ ମୂହୁର୍ତ୍ତରେ ଏହି ବିଧିରେ କରନ୍ତୁ ପୂଜା , ମନୋବାଞ୍ଚିତ ଫଳ ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

୨୪ ଜାନୁଆରୀ ୨୦୨୧ ରବିବାର ଦିନ ଏହି ବର୍ଷର ପୁତ୍ରଦା ଏକାଦଶୀ ମାନା ଯାଇଥାଏ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଦେଖିବାକୁ ଗଲେ ପ୍ରତ୍ୟେକ ବର୍ଷ ପୌଷ ମାସର ଶୁକ୍ଳ ପକ୍ଷରେ ଆସୁଥିବା ଏକାଦଶୀକୁ ପୁତ୍ରଦା ଏକାଦଶୀ କୁହାଯାଏ। ଏହି ବ୍ରତ ସନ୍ତାନ ପ୍ରାପ୍ତି ପାଇଁ ଅଧିକ ଶୁଭ ମାନା ଯାଇଥାଏ। ଏଭଳି କୁହାଯାଏ କି ଏହି ଚର ଏବଂ ଅଚର ସଂସାରରେ ପୁତ୍ରଦା ଏକାଦଶୀ ବ୍ରତ ସମାନରେ କୌଣସି ଦିତୀୟ ବ୍ରତ ନାହିଁ। ଯେଭଳି ଏହି ବ୍ରତର ନାମ ରହିଛି ।

ଯେଉଁ ଲୋକଙ୍କୁ ସନ୍ତାନ ପ୍ରାପ୍ତି ରେ ବାଧା ଉତ୍ପନ୍ନ ହେଉଛି ବା ଯେଉଁ ମାନଙ୍କୁ ସନ୍ତାନ ପ୍ରାପ୍ତି କାମନା ରହିଛି , ସେମାନଙ୍କୁ ପୁତ୍ରଦା ଏକାଦଶୀର ବ୍ରତ ନିଶ୍ଚିତ କରିବା ଉଚିତ। ଏହି ବ୍ରତ ଅତ୍ୟନ୍ତ ଶୁଭ ମାନ୍ୟତା ରହିଛି। ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ପୁତ୍ରଦା ଏକାଦଶୀ ପୂଜାର ଶୁଭ ମୂହୁର୍ତ୍ତ ଏବଂ ଏହି ବ୍ରତ କିପରି କରିବେ ? ଏହି ବିଷୟରେ ସୂଚନା ଦେବାକୁ ଯାଉଛୁ।

ପୁତ୍ରଦା ଏକାଦଶୀ ବ୍ରତ ପୂଜାର ଶୁଭ ମୂହୁର୍ତ୍ତ –

ଏକାଦଶୀ ବ୍ରତର ଆରମ୍ଭ ୨୩ ଜାନୁଆରୀ ୨୦୨୧ ଶନିବାର ଦିନ ରାତିରେ ୮:୫୬ ଘଟିକା ରୁ ଆରମ୍ଭ ହେବ ଏବଂ ଏକାଦଶୀ ବ୍ରତ ର ସମାପ୍ତି ୨୪ ଜାନୁଆରୀ ୨୦୨୧ ରବିବାର ରାତିରେ ୧୦:୫୬ ଘଟିକା ସମୟରେ ହେବ। ଏହି ସମୟରେ ଆପଣ ପୂଜା କରି ପାରିବେ। ଏକାଦଶୀ ବ୍ରତର ପାଳନ ୨୫ ଜାନୁଆରୀ ସକାଳ ୭:୧୩ ଘଟିକା ସମୟରେ ୯:୨୧ ପର୍ଯ୍ୟନ୍ତ ରହିବ।

Google

ପୁତ୍ରଦା ଏକାଦଶୀ ପୂଜା ବିଧି –

ଯେଉଁ ଲୋକ ପୁତ୍ରଦା ଏକାଦଶୀର ବ୍ରତ କରୁଛନ୍ତି, ସେମାନଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବ ଯେ ସେହି ବ୍ରତର ଏକ ଦିନ ପୂର୍ବରୁ ଅର୍ଥାତ ଦଶମୀ ତିଥିର ରାତିରେ ହିଁ ବ୍ରତର ନିୟମର ପୂର୍ଣ୍ଣ ପାଳନ କରନ୍ତୁ। ଦଶମୀ ଦିନ ସନ୍ଧ୍ୟା କୁସୂର୍ଯ୍ୟାସ୍ତ ପରେ ଭୋଜନ ଗ୍ରହଣ କରନ୍ତୁ ନାହିଁ ଏବଂ ରାତି ସମୟରେ ଭଗବାନ ବିଷ୍ଣୁଙ୍କ ଧ୍ୟାନ କରି ଶୁଅନ୍ତୁ।

ଏକାଦଶୀ ବ୍ରତ ଦିନ ଆପଣ ସକାଳ ସମୟରେ ଆପଣ ସୂର୍ଯ୍ୟୋଦୟ ପୂର୍ବରୁ ଉଠନ୍ତୁ, ଏହାପରେ ନିଜର ନିତ୍ୟକର୍ମ ସବୁ ସାରନ୍ତୁ ଏବଂ ସ୍ନାନ କରି ନିଅନ୍ତୁ। ଯଦି ଆପଣଙ୍କ ପାଖରେ ଗଙ୍ଗାଜଳ ରହିଛି ତାହେଲେ ଏହାପରେ ଶୁଦ୍ଧ ଏବଂ ସଫା କପଡା ପରିଧାନ କରିବା ଉଚିତ।

ଏହାପରେ ଆପଣଙ୍କୁ ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ ଧ୍ୟାନ କରିବା ଆବଶ୍ୟକ।

ଏହାପରେ ଆପଣଙ୍କୁ ଶ୍ରୀ ହରି ବିଷ୍ଣୁଙ୍କ ପ୍ରତିମା ସାମ୍ନାରେ ଦୀପ ପ୍ରଜ୍ବଳନ କରି ସଂକଳ୍ପ ନେବା ଉଚିତ। ଏହାପରେ ଆପଣ କଳସ ର ସ୍ଥାପନା କରନ୍ତୁ।

ଆପଣ କଳସକୁ ଲାଲ ରଙ୍ଗରେ ବାନ୍ଧି ପୂଜା କରିବା ଉଚିତ।

Google

ଭଗବାନ ଶ୍ରୀ ହରି ବିଷ୍ଣୁଙ୍କ ପ୍ରତିମା ରଖି ଏହାକୁ ସ୍ନାନାଦିରେ ଶୁଦ୍ଧ କରି ନୂଆ ବସ୍ତ୍ର ପରିଧାନ କରନ୍ତୁ। ଏହାପରେ ଆପଣଙ୍କୁ ଧୂପ ଦୀପ ଆଦି ଦ୍ଵାରା ବିଧି ବିଧାନ ପୂର୍ବକ ଭଗବାନ ଶ୍ରୀ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରି ଆଳତୀ କରନ୍ତୁ।

ଭଗବାନ ଶ୍ରୀ ବିଷ୍ଣୁଙ୍କ ପୂଜା ସମୟରେ ନୈବେଦ୍ୟ ଏବଂ ଫଳର ଭୋଗ ଲଗାନ୍ତୁ ଏବଂ ପ୍ରସାଦ ବଣ୍ଟନ କରନ୍ତୁ। ଭଗବାନ ବିଷ୍ଣୁଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ଫଳ,ଫୁଲ, ପାନ , ସୂପାରି , ନଡ଼ିଆ ଆଦି ବଣ୍ଟନ କରନ୍ତୁ।

ଏକାଦଶୀ ଦିନ ରାତିରେ ଭଗବାନଙ୍କ ଭଜନ କୀର୍ତ୍ତନ କରନ୍ତୁ। ବ୍ରତ ଦିନ ଆପଣ ସମ୍ପୂର୍ଣ୍ଣ ଖାଦ୍ୟ ସେବନ ନକରି ସନ୍ଧ୍ୟା ସମୟରେ କଥା ଶୁଣିବା ପରେ ଫଳ ଗ୍ରହଣ କରନ୍ତୁ।

ବ୍ରତର ଦିତୀୟ ଦିନ ଆପଣ ବ୍ରାହ୍ମଣଙ୍କୁ ଭୋଜନ କରାନ୍ତୁ ଏବଂ ଭୋଜନ କରାଇବା ପରେ ଦାନ ଦକ୍ଷିଣା ଦିଅନ୍ତୁ।

ଏକାଦଶୀ ଦିନ ଦୀପ ଦାନ କରିବାର ବହୁତ ମହତ୍ୱ ରହିଛି।

ଏଭଳି କୁହାଯାଏ କି ଏହି ବ୍ରତର ପୁଣ୍ୟରେ ମନୁଷ୍ୟ ତପସ୍ୱୀ , ବିଦ୍ୱାନ ହୋଇଥାଏ ଏବଂ ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ। ଖାଲି ଏହା ନୁହେଁ ଧନ ଲକ୍ଷ୍ମୀ ମଧ୍ୟ ପ୍ରାପ୍ତ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *