Excuse Me Odisha

ଯାହା କହିବୁ ସତ କହିବୁ

ଶିବ ଯୋଗ ଏବଂ ସିଦ୍ଧ ଯୋଗରେ ପ୍ରସ୍ତୁତ ହେଲା ବିଶେଷ ସଂଯୋଗ। ଏହି ୬ଟି ରାଶି ମାନଙ୍କର ଅନାବଶ୍ୟକ ଖର୍ଚ୍ଚ କମ ହେବ। ଅନେକ କ୍ଷେତ୍ରରୁ ଲାଭ ମିଳିବ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆକାଶରେ ଗ୍ରହ ନକ୍ଷତ୍ରଗୁଡିକର ସ୍ଥିତିରେ ପରିବର୍ତ୍ତନ ଯୋଗୁ ଅନେକ ଯୋଗ ସୃଷ୍ଟି ହୋଇଥାଏ ଯାହାକି ସମସ୍ତ ରାଶିର ଜାତକଙ୍କ ଉପରେ କିଛି ପ୍ରଭାବ ପକାଇଥାଏ। ଯଦି କୌଣସି ବ୍ୟକ୍ତିଙ୍କ ରାଶିରେ ଗ୍ରହ ନକ୍ଷତ୍ରଗୁଡିକର ସ୍ଥିତି ଭଲ ତେବେ ଏହା ଶୁଭ ଫଳାଫଳ ଦେଇଥାଏ କିନ୍ତୁ ସେମାନଙ୍କର ସ୍ଥିତି ଖରାପ ହେବା ଯୋଗୁ ସେମାନଙ୍କୁ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବାକୁ ପଡିଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜି ଶିବ ଯୋଗ ପରେ ସିଦ୍ଧ ଯୋଗ ସୃଷ୍ଟି ହେଉଛି ଯାହା ସମସ୍ତ ୧୨ ଟି ରାଶିର ଜାତକଙ୍କ ଉପରେ କିଛି ପ୍ରଭାବ ପକାଇବ। କେଉଁ ରାଶିର ଲୋକମାନଙ୍କୁ ଶୁଭ ଫଳାଫଳ ମିଳିବ ଏବଂ କେଉଁ ରାଶିର ଲୋକମାନଙ୍କୁ ଅଶୁଭ ଫଳାଫଳ ମିଳିବ। ଆସନ୍ତୁ ଜାଣିବା ଏହା ବିଷୟରେ।

ଆସନ୍ତୁ ଜାଣିବା ଶିବ ଯୋଗ ଏବଂ ସିଦ୍ଧ ଯୋଗର କାରଣରୁ କେଉଁ ରାଶି ମାନଙ୍କୁ ମିଳିବ ଶୁଭ ଫଳ।

ମିଥୁନ ରାଶି:-

ଏହି ରାଶି ଥିବା ଲୋକଙ୍କ ଉପରେ ଶୁଭ ଯୋଗର ବହୁତ ଭଲ ପ୍ରଭାବ ଦେଖିବାକୁ ମିଳିବ। ପ୍ରଭାବଶାଳୀ ବ୍ୟକ୍ତିମାନେ କାର୍ଯ୍ୟରେ ସାହାଯ୍ୟ କରିବେ। ଯାହା ଆପଣଙ୍କୁ ସର୍ବୋତ୍ତମ ଫଳାଫଳ ଦେଇପାରେ। ଆପଣଙ୍କର ଚିନ୍ତାଧାରା ସକରାତ୍ମକ ରହିବ। ଅଫିସରେ ଆପଣଙ୍କର ସ୍ଥିତି ବୃଦ୍ଧି ପାଇବ। ବଡ ଅଧିକାରୀମାନେ ଆପଣଙ୍କୁ ସମର୍ଥନ କରିବେ। ଜୀବନସାଥୀ ଆପଣଙ୍କ ଭାବନାକୁ ପ୍ରଶଂସା କରିବେ।ବ୍ୟବସାୟ ବିସ୍ତାର ହେବ ବୋଲି ଆଶା କରାଯାଉଛି। ଆପଣ ନୂତନ ଉତ୍ସରୁ ଧନ ପ୍ରାପ୍ତିର ଯୋଗ ରହିଛି। ପ୍ରେମ ସମ୍ପର୍କ ମଜବୁତ ହେବ।

Google

ବିଛା ରାଶି:-

ଏହି ରାଶି ଥିବା ବ୍ୟକ୍ତିମାନେ ନିଜର ଭାଗ୍ୟର ସମ୍ପୂର୍ଣ ସହଯୋଗ ପାଇବେ। ଚାକିରି କ୍ଷେତ୍ରରେ ବଡ଼ ଅଧିକାରୀମାନଙ୍କର ସାହାଯ୍ୟ ମିଳିବ। କୌଣସି ପୁରୁଣା ବିତର୍କରେ ଆପୋଷ ସମାଧାନ ହୋଇପାରେ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକରେ ସଫଳତା ହାସଲ ହେବ। ବ୍ୟବସାୟ ବିସ୍ତାର ହେବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ପ୍ରେମ ସଂପର୍କରେ ଆପଣ ସକାରାତ୍ମକ ଫଳାଫଳ ପାଇବେ। ସାଙ୍ଗମାନଙ୍କ ସହିତ ମଜା କରିବା ପାଇଁ ଏକ ଭ୍ରମଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇପାରେ।

ମକର ରାଶି:-

ମକର ରାଶି ଥିବା ଲୋକମାନଙ୍କର ଆଗ୍ରହ ନୂତନ ନୂତନ କାର୍ଯ୍ୟରେ ବଢ଼ିବ। ଆପଣ କିଛି ନୂଆ ଶିଖିବାକୁ ପାଇପାରନ୍ତି। ଶୁଭ ଯୋଗ କାରଣରୁ ଅଟକିଯାଇଥିବା ଟଙ୍କା ଫେରସ୍ତ ହୋଇପାରେ। ଆର୍ଥିକ ପରିସ୍ଥିତି ମଜବୁତ ରହିବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର କଠିନ ପରିଶ୍ରମର ଭଲ ଫଳାଫଳ ପାଇବେ। ସମ୍ପତ୍ତି କିଣିବାର ସମସ୍ୟା ଦୂର ହୋଇପାରିବ। ସ୍ୱାସ୍ଥ୍ୟରେ ଉନ୍ନତି ହେବ। ମନ ପସନ୍ଦ ଖାଦ୍ୟର ଉପଭୋଗ କରିପାରିବେ। ସାମାଜିକ ଦାୟିତ୍ୱ ବୃଦ୍ଧି ପାଇବ। ଆପଣ ସମାଜରେ ନିଜର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇପାରିବେ।

ମୀନ ରାଶି:-

ଏହି ରାଶିର ଲୋକମାନଙ୍କର ସମସ୍ତ କାର୍ଯ୍ୟ ମନ ଅନୁଯାୟୀ ସମାପ୍ତ ହେବ। ଯାହା ଆପଣଙ୍କ ମନକୁ ଖୁସି କରିବ। ପିଲାମାନଙ୍କ ତରଫରୁ ଖୁସି ଖବର ମିଳିବ। ଆପଣ ପରିବାର ସଦସ୍ୟଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବେ।ଆପଣଙ୍କର ଚିନ୍ତାଧାରା ସକରାତ୍ମକ ରହିବ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଯାହା ଆପଣଙ୍କ ଭବିଷ୍ୟତ ପାଇଁ ଲାଭଦାୟକ ହେବାକୁ ଯାଉଛି। ବ୍ୟବସାୟରେ ହଠାତ ଟଙ୍କା ଲାଭର ସୁଯୋଗ ଆସିପାରେ।ଆପଣ ଅଧିକାଂଶ କାର୍ଯ୍ୟରେ ସଫଳତା ଦେଖିପାରିବେ।

ଆସନ୍ତୁ ଜାଣିବା ଅନ୍ୟ ରାଶି ମାନଙ୍କର ସ୍ଥିତି କିପରି ରହିବ।

ମେଷ ରାଶି:-

ମେଷ ରାଶି ଥିବା ବ୍ୟକ୍ତିମାନେ ନିଜ କାର୍ଯ୍ୟରେ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆର୍ଥିକ ପରିସ୍ଥିତି ମିଶ୍ରିତ ହେବ। ପ୍ରତିଯୋଗୀତା ପରୀକ୍ଷା ପାଇଁ ଛାତ୍ରମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। ବ୍ୟବସାୟରେ ଟଙ୍କା ପାଇବାର ସମ୍ଭାବନା ଅଛି କିନ୍ତୁ ଆପଣଙ୍କୁ ମନେ ରଖିବାକୁ ହେବ ଯେ ଆପଣଙ୍କୁ କାର୍ଯ୍ୟ ପ୍ରତି କଠିନ ପରିଶ୍ରମ ଜାରି ରଖିବାକୁ ପଡିବ ତେବେ ଯାଇ ଆପଣ ଭଲ ଫଳାଫଳ ପାଇପାରିବେ। ହଠାତ ବିଶେଷ ଲୋକଙ୍କ ସହିତ ସାକ୍ଷାତ ହେବ।ଯେଉଁଥି ପାଇଁ ଭବିଷ୍ୟତରେ ଭଲ ଲାଭ ପାଇବେ।

ବୃଷ ରାଶି:-

ଏହି ରାଶିର ଲୋକଙ୍କ ସମୟ ମିଶ୍ରିତ ରହିବ। ବ୍ୟବସାୟ ସଂପର୍କରେ ଆପଣ କୌଣସି ଯାତ୍ରା କରିପାରନ୍ତି। ଆର୍ଥିକ ଲାଭ ପାଇବେ। ବେରଜୋଗାର ଲୋକ ଭଲ ଚାକିରି ପାଇପାରିବେ। ଟଙ୍କା ଦୃଷ୍ଟିରୁ ଆପଣଙ୍କୁ ସତର୍କ ହେବା ଆବଶ୍ୟକ। ଅନ୍ୟ କୌଣସି ସ୍ଥାନରେ ପୁଞ୍ଜି ବିନିଯୋଗ କରନ୍ତୁ ନାହିଁ ଯାହା ଆପଣଙ୍କୁ ଭାରି କ୍ଷତିର ସମ୍ମୁଖୀନ ହେବାକୁ ପଡିପାରେ। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନିଅନ୍ତୁ ନାହିଁ।ପାରିବାରିକ ଜୀବନ ସୁଖଦ ରହିବ।

କର୍କଟ ରାଶି:-

ଏହି ରାଶି ଥିବା ବ୍ୟକ୍ତିମାନେ ସାମାଜିକ କ୍ଷେତ୍ରରେ ଲୋକପ୍ରିୟତା ହାସଲ କରିବେ। କାର୍ଯ୍ୟରେ ଆପଣଙ୍କୁ ଅଧିକ ଦୌଡ଼ିବାକୁ ପଡିପାରେ। ମାନସିକ ଚାପ ଅଧିକ ହେବ। ଆର୍ଥିକ ଦିଗରେ ଅସ୍ଥିର ପରିସ୍ଥିତି ସୃଷ୍ଟି ହେବ। କୌଣସି ପ୍ରକାରର କାରବାର ଏବଂ ଅପଚୟ ବ୍ୟୟ କରନ୍ତୁ ନାହିଁ।ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ପାଇଁ ଆପଣ ସଚେତନ ହେବା ଉଚିତ। ବେରୋଜଗାର ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହୋଇପାରେ।

Google

ସିଂହ ରାଶି:-

ଏହି ରାଶି ଥିବା ଲୋକମାନେ ମନୋରଞ୍ଜନ କାର୍ଯ୍ୟରେ ଅଧିକ ସମୟ ଅତିବାହିତ କରିବେ। ସୁଖ ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ। ଆୟ ସ୍ୱାଭାବିକ ରହିବ ତେଣୁ ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ପଡିବ। ହଠାତ ପିଲାମାନେ ଭଲ ଖବର ପାଇପାରିବେ। ବୈଷୟିକ କ୍ଷେତ୍ର ସହିତ ଜଡିତ ଛାତ୍ରମାନେ ବହୁତ ଭଲ ଫଳାଫଳ ପାଇପାରିବେ। ପରିବାରରେ ସୁଖ ଶାନ୍ତି ରହିବ। ମାଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଟିକେ ଚିନ୍ତିତ ରହିପାରନ୍ତି।

କନ୍ୟା ରାଶି:-

ଏହି ରାଶି ଥିବା ବ୍ୟକ୍ତିମାନେ ସୃଜନଶୀଳ କାର୍ଯ୍ୟରେ ସଫଳତା ପାଇବେ। ଆପଣ ଅଫିସରେ କୌଣସି ନୂତନ ଚାକିରି ପାଇପାରିବେ। କାର୍ଯ୍ୟରେ ଧର୍ଯ୍ୟବାନ ହୁଅନ୍ତୁ। ଯଦି ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି ତେବେ ଭଲ ଭାବରେ ଚିନ୍ତା କରନ୍ତୁ। ଆପଣ ନିଜ ଇଚ୍ଛା ପୂରଣ କରିବାକୁ ଚେଷ୍ଟା କରିବେ। ଆପଣ ଭବିଷ୍ୟତ ବିଷୟରେ ଚିନ୍ତା କରିପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ସୁଯୋଗ ରହିବ। ପରିବାର ଲୋକ ଆପଣଙ୍କ ଉପରେ ବହୁତ ଖୁସି ରହିବେ।

ତୁଳା ରାଶି:-

ଏହି ରାଶିର ଲୋକଙ୍କ ଧ୍ୟାନ ଏଠାରେ ସେଠାରେ ଅନ୍ୟମନସ୍କ ହୋଇପାରେ। ବ୍ୟବସାୟ ଭଲ ଚାଲିବ। ହଠାତ ଟେଲି ଯୋଗାଯୋଗ ମାଧ୍ୟମରେ ଭଲ ଖବର ପାଇବାର ସମ୍ଭାବନା ଅଛି। ପାରିବାରିକ ସଂପର୍କରେ ଉତ୍ତମ ସମନ୍ୱୟ ରହିବ। ପିଲାମାନଙ୍କ ମାଧ୍ୟମରେ ଅସୁବିଧା ଉପୁଜିବାର ସମ୍ଭାବନା ଅଛି ଯାହା ମାନସିକ ଚାପ ବଢାଇବ। ଆପଣ ଦୀର୍ଘ ବିଚାରାଧୀନ କାର୍ଯ୍ୟଗୁଡିକ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିପାରିବେ ଯେଉଁଥିରେ ଆପଣ ସଫଳତା ପାଇବେ। ଛାତ୍ର ବର୍ଗର ଛାତ୍ରମାନେ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ  ଶିକ୍ଷକଙ୍କ ସହଯୋଗ ପାଇପାରିବେ।

ଧନୁ ରାଶି:-

ଏହି ରାଶିର ଲୋକଙ୍କ ସମୟ ମିଶ୍ରିତ ରହିବ। ଜରୁରୀ କାର୍ଯ୍ୟରେ ସାଙ୍ଗ ମାନଙ୍କ ସାହାର୍ଯ୍ୟ ନେଇପାରନ୍ତି। ବ୍ୟବସାୟ କ୍ଷେତ୍ରରେ ମିଶ୍ରିତ ଫଳ ମିଳିବ। ଆପଣଙ୍କୁ ନିଜର ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ ଯେଉଁ କାରଣରୁ ଆପଣ ଟିକେ ହତାଶ ହୋଇପାରନ୍ତି। ଜରୁରୀ କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ବହୁତ ସମୟ ପର୍ଯ୍ୟନ୍ତ କଥାବାର୍ତା ହୋଇପାରେ। ପାରିବାରିକ ସୋମ୍ପର୍କରେ ମଜବୁତ ହେବାର ଦେଖିବାର ମିଳିବ।

କୁମ୍ଭ ରାଶି:-

ଏହି ରାଶିର ଲୋକମାନେ ପୁରୁଣା କଥାକୁ ନେଇ ଟିକେ ଚିନ୍ତିତ ରହିବେ। ଅଫିସରେ କୌଣସି କାମରେ ଆସୁଥିବା ବାଧା କୌଣସି ସହକର୍ମୀଙ୍କ ସହଯୋଗରେ ଦୂର ହୋଇପାରେ। ବ୍ୟବସାୟ ଭଲ ଚାଲିବ। ପିଲାମାନଙ୍କର ନାକାରାତ୍ମକ ଗତିବିଧି ଉପରେ ନଜର ରଖନ୍ତୁ। ସାଙ୍ଗ ମାନଙ୍କ ଭିତରେ କୌଣସି ବୁଝାମଣା ସୃଷ୍ଟି ହୋଇପାରେ ଯେଉଁ କାରଣରୁ ମତଭେଦ ହେବାର ସମ୍ଭାବନା ଅଛି। ପାରିବାରିକ ପରିବେଶ ଭଲ ରହିବ। ମାତା ପିତା ଆପଣଙ୍କର ସମ୍ପୂର୍ଣ ସହଯୋଗ କରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *