Excuse Me Odisha

ଯାହା କହିବୁ ସତ କହିବୁ

ବୃହସ୍ପତି ଅସ୍ତ ୨୦୨୧ : ଶନିଙ୍କ ସହିତ ଅସ୍ତ ହେଲା ସବୁଠାରୁ ବଡ଼ ଗ୍ରହ, ୬ଟି ରାଶିର ଲୋକଙ୍କ ପାଇଁ ସ୍ଥିତି ଚିନ୍ତାଜନକ ରହିବ।

ସେୟାର୍ କରନ୍ତୁ

ସୂର୍ଯ୍ୟ, ବୃହସ୍ପତି ଏବଂ ଶନି ଏହି ସମୟରେ ମକର ରାଶିରେ ବିରାଜମାନ କରିବେ। ୭ ଜାନୁଆରୀକୁ ଶନି ଅସ୍ତ ହୋଇ ସାରିଛନ୍ତି ଏବଂ ଏବେ ୧୭ ଜାନୁଆରୀରେ ବୃହସ୍ପତି ମଧ୍ୟ ଅସ୍ତ ହେଇ ଯାଇଛନ୍ତି। ବୃହସ୍ପତି ଅସ୍ତ ହେବା ଦ୍ଵାରା ଏହି ସମୟରେ ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ। ଜ୍ୟୋତିଷ ଗଣନା ଅନୁସାରେ ଏହି ବଡ଼ ଗ୍ରହର ଅସ୍ତ ହେବାର ପ୍ରଭାବ ଦେଶବିଦେଶ ବଡ଼ ପ୍ରଭାବ ପଡ଼ିବ। ଏହାସହିତ ଅଲଗା ଅଲଗା ରାଶିକୁ ଭଲ ଖରାପ ପରିଣାମ ମିଳିବ। ମେଷ, ବୃଷ, ତୁଳା, ଧନୁ , ମକର , କୁମ୍ଭ ରାଶିର ଜାତକଙ୍କୁ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି।

ମେଷ ରାଶି –

ଆଳସ୍ୟ ବଢିବ, ଅନାବଶ୍ୟକ ଚିନ୍ତା ବଢିବ। ଆପଣଙ୍କ ମାନସମ୍ମାନରେ ହାନୀ ପହଞ୍ଚି ପାରେ। ଭାଇଭଉଣୀଙ୍କ ସହିତ କୌଣସି ବି-ବା-ଦ ହେବାର ସମ୍ଭାବନା ରହିଛି। ଖର୍ଚ୍ଚରେ ବୃଦ୍ଧି ହେବ। ଅଯଥା ଖର୍ଚ୍ଚ କରିବାରୁ ବଞ୍ଚିତ ହୁଅନ୍ତୁ। ପିତାଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ବ୍ୟାପାରରେ ଲାଭ ମିଳିବ। ହଳଦିଆ ରଙ୍ଗର ବସ୍ତୁ ବ୍ୟବହାର କରନ୍ତୁ, ଲାଭଦାୟକ ରହିବ।

ବୃଷ ରାଶି –

ସ୍ବାସ୍ଥ୍ୟ ଏବଂ ମାନସିକ ସ୍ଥିତି ଉପରେ ପ୍ରଭାବ ପଡିପାରେ। ଧନ ₹ର ଆଦାନ ପ୍ରଦାନ ସମୟରେ ସାବଧାନ ରୁହନ୍ତୁ। ଭାଗ୍ୟ ସ୍ଥାନରେ ଗୁରୁ ଅସ୍ତ ହେବେ। ଭାଗ୍ୟ ଭରସାରେ ବସନ୍ତୁ ନାହିଁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କଦଳୀ ଦାନ କରନ୍ତୁ।

ମିଥୁନ ରାଶି –

କ୍ୟାରିୟର ଏବଂ ବ୍ୟାପାର ରେ ଦାୟିତ୍ବହୀନ ହୁଅନ୍ତୁ ନାହିଁ। ପାରିବାରିକ ଜୀବନ ପ୍ରତି ଧ୍ୟାନ ଦିଅନ୍ତୁ। ନୂଆ ବାହନ, ସମ୍ପତ୍ତି କିଣିବା ପାଇଁ ଯୋଜନା କରି ପାରନ୍ତି। ଏହି ସମୟରେ କୌଣସି ନିବେଶ କରନ୍ତୁ ନାହିଁ। ଧନ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଭଗବାନ ଶିବଙ୍କ ଉପାସନା କରନ୍ତୁ ଆପଣଙ୍କ ପାଇଁ ଲାଭଦାୟକ ହେବ।

Google

କର୍କଟ ରାଶି –

ଏହି ସମୟରେ ଧୋକା ଦେଉଥିବା ଲୋକଙ୍କ ଠାରୁ ସାବଧାନ ରୁହନ୍ତୁ। ପରିବାରରେ କୌଣସି ବ୍ୟକ୍ତିଙ୍କ ସହିତ ମତଭେଦ ହୋଇପାରେ। ମାନସିକ ରୂପରେ ଚିନ୍ତିତ ରହି ପାରନ୍ତି। ସବୁ କାର୍ଯ୍ୟ ଆପଣ ସାବଧାନ ହୋଇ କରିବା ଆବଶ୍ୟକ। ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ, ଆପଣଙ୍କ ପାଇଁ ଲାଭଦାୟକ ରହିବ ।

ସିଂହ ରାଶି –

ସମ୍ପତ୍ତି ବି-ବା-ଦରେ ପଡ଼ିବାରୁ ବଞ୍ଚିତ ହୁଅନ୍ତୁ। ସ୍ବାସ୍ଥ୍ୟ ପ୍ରତି ଖାସ ଧ୍ୟାନ ଦିଅନ୍ତୁ। ପାରିବାରିକ ଦାୟିତ୍ୱ ଉପରେ ଆପଣ ଧ୍ୟାନ ଦେବେ। ଘର ଲୋକଙ୍କ ସହିତ ବିବାଦ ହୋଇପାରେ। କୋର୍ଟ କଚେରୀ ମାମଲାରେ ଅଧିକ ସତର୍କ ରହିବା ଉଚିତ। ବି-ବା-ଦରୁ ଦୂରେଇ ରୁହନ୍ତୁ। ହଳଦୀ ତିଳକ ଲଗାନ୍ତୁ।

କନ୍ୟା ରାଶି –

ସମ୍ପର୍କରେ ସମସ୍ୟା ଦେଖା ଦେଇପାରେ। କ୍ୟାରିୟର ମାମଲାକୁ ନେଇ ଚିନ୍ତା ଗ୍ରାସ କରି ପାରେ। ସନ୍ତାନ ପ୍ରାପ୍ତି ପାଇଁ ଇଚ୍ଛା ରଖୁଥିବା ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଛାତ୍ରଛାତ୍ରୀ ମାନଙ୍କୁ ଏହି ସମୟରେ ଅଧିକ ପରିଶ୍ରମ କରିବାକୁ ପଡିବ । ଶିବଙ୍କ ଉପାସନା ଆପଣଙ୍କ ପାଇଁ ଲାଭଦାୟକ ରହିବ।

Google

ତୁଳା ରାଶି –

ବୃହସ୍ପତି ଅସ୍ତ ହେବା ପରେ କୌଣସି ନିଷ୍ପତ୍ତି ବୁଝି ବିଚାରି କରନ୍ତୁ। ମାନସମ୍ମାନରେ ହାନୀ ହୋଇପାରେ। ନୂଆ ଚାକିରୀ ମିଳିବାର ସମ୍ଭାବନା ରହିଛି। ବ୍ୟାପାରରେ ନିବେଶ କରିବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ। ଏହି ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ କରନ୍ତୁ ନାହିଁ। ହଳଦିଆ ବସ୍ତୁ ବ୍ୟବହାର କରନ୍ତୁ।

ବିଛା ରାଶି –

ଏହି ସମୟରେ ଧନ ହାନୀ ହେବାର ଆଶଙ୍କା ରହିଛି। ସନ୍ତାନଙ୍କୁ ନେଇ ସମସ୍ୟା ହୋଇପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କୌଣସି ବିବାଦରେ ସାମିଲ ହୁଅନ୍ତୁ ନାହିଁ। ସୁନା ବା ପିତଳ ଧାରଣ କରନ୍ତୁ।

ଧନୁ ରାଶି –

ବୃହସ୍ପତି ଅସ୍ତ ରହିବା ପର୍ଯ୍ୟନ୍ତ ସବୁ ମହତ୍ୱପୂର୍ଣ୍ଣ କାର୍ଯ୍ୟ ଟାଳି ଦିଅନ୍ତୁ। ଯାତ୍ରା ସମୟରେ ସାବଧାନ ରହିବା ଆବଶ୍ୟକ । ସମ୍ପର୍କୀୟଙ୍କ ସହିତ ବିବାଦ ହୋଇପାରେ। ବରିଷ୍ଠ ଲୋକଙ୍କ ସହଯୋଗ ଆପଣଙ୍କୁ ନିଷ୍ପତ୍ତି ନେବାରେ ସହାୟକ ହେବ। ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ବୃହସ୍ପତି ମନ୍ତ୍ର ଜପ କରନ୍ତୁ।

ମକର ରାଶି –

ସ୍ବାସ୍ଥ୍ୟ ସମସ୍ୟା ବଢିପାରେ। କ୍ୟାରିୟର ପାଇଁ ଦାୟିତ୍ବହୀନ ହୁଅନ୍ତୁ ନାହିଁ। ଆପଣଙ୍କ ରାଶିରେ ଗୁରୁ ଅସ୍ତ ହେଉଛନ୍ତି। ଏଥିପାଇଁ ସ୍ବାସ୍ଥ୍ୟକୁ ନେଇ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ସ୍ବାସ୍ଥ୍ୟ ଗଡ ବଡ଼ ହୋଇପାରେ, ଏଥିପାଇଁ ଧନ ଖର୍ଚ୍ଚ ହୋଇପାରେ। ଆର୍ଥିକ ଏବଂ ପାରିବାରିକ ଜୀବନକୁ ନେଇ ସକାରାତ୍ମକ ରୁହନ୍ତୁ।

କୁମ୍ଭ ରାଶି –

ସ୍ବାସ୍ଥ୍ୟ ଏବଂ ମାନସିକ ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ବୁଝି ବିଚାରି ବଡ଼ ନିଷ୍ପତ୍ତି କରନ୍ତୁ। ବିଦେଶରେ ଜଡ଼ିତ କୌଣସି କାର୍ଯ୍ୟ ଏବେ କରନ୍ତୁ ନାହିଁ। ଆପଣ ସବୁ କାର୍ଯ୍ୟ ବୁଝି ବିଚାରି କରନ୍ତୁ। ନୀଳ ବସ୍ତୁ ବ୍ୟବହାର କରନ୍ତୁ, ଆପଣଙ୍କ ପାଇଁ ଲାଭଦାୟକ ରହିବ।

ମୀନ ରାଶି –

ଧନ ଆଗମନରେ ସମସ୍ୟା ଦେଖା ଦେଇପାରେ। ମନରେ ଚିନ୍ତା ବଢିପାରେ। ଏହି ରାଶିର ଲୋକଙ୍କୁ ବଡ଼ ନିବେଶ କରିବାରୁ ବଞ୍ଚିତ ହେବା ଉଚିତ। କୌଣସି କାର୍ଯ୍ୟ କରିବା ପୂର୍ବରୁ ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ। କୌଣସି ସ୍ଥାନରେ ନିବେଶ କରିବା ପାଇଁ ବିଚାର କରୁଥିଲେ ଫେବୃୟାରୀ ୧୫ ପର୍ଯ୍ୟନ୍ତ ରଦ୍ଦ କରି ଦିଅନ୍ତୁ। ବୃହସ୍ପତି ମନ୍ତ୍ର ଜପ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *