Excuse Me Odisha

ଯାହା କହିବୁ ସତ କହିବୁ

ଏହି ବର୍ଷ କେତୁ ବିଛା ରାଶିରେ ବସିଛନ୍ତି, ୨ଟି ରାଶିଙ୍କ ପାଇଁ ରହିବ ରାଜଯୋଗ ଏବଂ ଅନ୍ୟମାନଙ୍କ ପାଇଁ ରହିବ ଅଶୁଭ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସମୟ ଗଡିବା ସହିତ ସମସ୍ତ ଗ୍ରହ ନିଜର ରାଶିର ପରିବର୍ତ୍ତନ କରିଥାନ୍ତି ଯେଉଁଥିପାଇଁ ସମସ୍ତ ୧୨ଟି ରାଶିର କିଛି ପ୍ରଭାବ ରହିଥାଏ। କୌଣସି ଗ୍ରହ କଦାପି ଅଶୁଭ ହୋଇ ନଥାନ୍ତି କିନ୍ତୁ ଏହାର ଫଳଗୁଡିକ ଫଳପ୍ରଦ ବୋଲି ବିବେଚନା କରାଯାଏ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କେତୁ ଏକ ପାପିଗ୍ରହ ଭାବରେ ପରିଗଣିତ ଅଟେ। ଯଦି କେତୁ କାହା ଉପରେ ଖରାପ ପ୍ରଭାବ ପକାଇଥାଏ ତେବେ ଏହି କାରଣରୁ ସେହି ବ୍ୟକ୍ତିଙ୍କ ଜୀବନରେ ଅନେକ ପ୍ରକାରର ସଙ୍କଟ ଦେଖାଦେଇଥାଏ। ପ୍ରାୟତ କୌଣସି ବ୍ୟକ୍ତିର ଜୀବନ ଅସୁବିଧାରେ ପରିପୂର୍ଣ୍ଣ ହୋଇଯାଏ କିନ୍ତୁ ଯଦି କେତୁ ଶୁଭ ଅଟେ ତେବେ ଲୋକମାନେ ସେମାନଙ୍କ ଜୀବନରେ ଶୁଭ ଫଳାଫଳ ପାଇଥାନ୍ତି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁ ୨୦୨୧ ମସିହାରେ ବିଛା ରାଶିରେ ରହିବେ। ଏହା ମଙ୍ଗଳ ଗ୍ରହର ରାଶି ହୋଇଥାଏ। ତଥାପି ନକ୍ଷତ୍ର ପରିବର୍ତ୍ତନ ହେତୁ କେତୁ ନିଶ୍ଚିତ ଭାବରେ ସମସ୍ତ ରାଶିର ଜାତକଙ୍କ ଉପରେ ପ୍ରଭାବ ପକାଇବ। ଏହି ବର୍ଷ ସମସ୍ତ ରାଶିର ଜାତକଙ୍କ ଉପରେ କେତୁଙ୍କର ପ୍ରଭାବ କଣ ହେବ? ଆସନ୍ତୁ ଜାଣିବା ଏହା ବିଷୟରେ।

ଆସନ୍ତୁ ଜାଣିବା କେତୁଙ୍କର କେଉଁ ରାଶିଙ୍କ ଉପରେ ରହିବ ଶୁଭ ପ୍ରଭାବ:-

ବୃଷ ରାଶି:-

ଏହି ରାଶି ଥିବା ଲୋକମାନେ ପ୍ରେମ ଜୀବନରେ ଭଲ ଫଳାଫଳ ପାଇବେ। ଯେଉଁମାନେ ଶିକ୍ଷା କ୍ଷେତ୍ର ସହିତ ସଂଯୁକ୍ତ ସେମାନେ ଉଚ୍ଚଶିକ୍ଷାରେ ସଫଳତା ପାଇବେ। ଆପଣ ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ପିତାମାତାଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ। ପାରିବାରିକ ଆର୍ଥିକ ସ୍ଥିତି ଦୃଢ ରହିବ। ରୋଜଗାରର ମାଧ୍ୟମ ମିଳିପାରେ।

Google

କନ୍ୟା ରାଶି:-

ଏହି ରାଶିର ଲୋକମାନଙ୍କର ସମୟ ଭଲ ରହିବ। କାର୍ଯ୍ୟ କ୍ଷେତ୍ରରେ କାମ କରୁଥିବା ଲୋକ ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରିବେ। କ୍ରମାଗତ ଭାବରେ ଆପଣ ସଫଳତାର ପାହାଚ ଚଢିବେ। ଆପଣଙ୍କର ବ୍ୟକ୍ତିତ୍ୱର ଉନ୍ନତି ଆସିବ। ସାମାଜିକ କ୍ଷେତ୍ରରେ ଆପଣ ଭଲ ପରିଚୟ ସୃଷ୍ଟି କରିପାରିବେ। ଆର୍ଥିକ ଲାଭର ସମ୍ଭାବନା ଅଛି। ଆପଣ ନିଜର ବିରୋଧୀଙ୍କୁ ପରାସ୍ତ କରିବେ। କାମ କାର୍ଯ୍ୟରେ ଭଲ ଲାଭ ପାଇବାର ନଜର ଦେଖାଯାଉଛି।

ମକର ରାଶି:-

ମକର ରାଶିର ଲୋକଙ୍କ ଉପରେ କେତୁର ଭଲ ପ୍ରଭାବ ରହିବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଆୟ ବଢିପାରେ। ଆପଣ ନିଜର ବୁଦ୍ଧି ଏବଂ ପରିଶ୍ରମର ଶକ୍ତିରେ ନିଜର ବିରୋଧୀଙ୍କୁ ପରାସ୍ତ କରିବେ। କାର୍ଯ୍ୟରେ ନିରନ୍ତର ସଫଳତା ହାସଲ ହେବ। କୌଣସି ପୁରୁଣା ବାଦ ବିବାଦ ସମାପ୍ତ ହୋଇପାରେ। ଆପଣଙ୍କୁ ଧନ ଲାଭ ମିଳିବାର ପ୍ରବଳ ଯୋଗ ରହିଛି।

କୁମ୍ଭ ରାଶି:-

ଏହି ରାଶି ଥିବା ଲୋକମାନେ କାର୍ଯ୍ୟ କ୍ଷେତ୍ରରେ ସୃଷ୍ଟି ହେଉଥିବା ଚ୍ୟାଲେଞ୍ଜର ହିମତର ସହିତ ସମ୍ମୁଖୀନ କରିବେ। ଆପଣ ନିଜର ବିରୋଧୀଙ୍କୁ ପରାସ୍ତ କରିବେ। ଆପଣଙ୍କର ପ୍ରୟାସ ସଫଳ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଖାଇବା ପିଇବା ଉପରେ ଟିକିଏ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ ପରିବେଶ ସକରାତ୍ମକ ରହିବ। ପିତାମାତାଙ୍କ ଆଶୀର୍ବାଦ ଏବଂ ସହଯୋଗ ପାଇବେ। ଯାହା ଆପଣଙ୍କର ଆତ୍ମବିଶ୍ୱାସକୁ ଦୃଢ କରିବ।

ଆସନ୍ତୁ ଜାଣିବା ଅନ୍ୟ ରାଶି ମାନଙ୍କର ସ୍ଥିତି କିପରି ରହିବ।

ମେଷ ରାଶି:-

ଏହି ରାଶିର ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ମାନସିକ ଚାପ ଅଧିକ ରହିବ। କାମ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବା ବହୁତ କଷ୍ଟ ହୋଇପାରେ। ଶାରୀରିକ ଯନ୍ତ୍ରଣା ହେବାର ସମ୍ଭାବନା ଅଛି। ଗାଡି ଚଲାଇବା ସମୟରେ ଆପଣଙ୍କୁ ସତର୍କ ହେବା ଆବଶ୍ୟକ କାରଣ ଆଘାତ ହେବାର ସଂକେତ ଅଛି। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଗମ୍ଭୀର ହୁଅନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ।

Google

ମିଥୁନ ରାଶି:-

ଏହି ରାଶିର ଲୋକଙ୍କ ଜୀବନରେ କେତୁଙ୍କ ପ୍ରଭାବରୁ ଅନେକ ଉଥାନ ପତନ ଦେଖିବାକୁ ପଡ଼ିବ। ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଆପଣଙ୍କର କୌଣସି କୋର୍ଟ କଚେରୀ ମାମଲା ଚାଲୁଅଛି ତ ସେଥିରେ ନିଷ୍ପତି ଆପଣଙ୍କ ସପକ୍ଷରେ ରହିବାର ସମ୍ଭାବନା ରହିଛି। ବିଦ୍ୟାର୍ଥୀ ମାନଙ୍କୁ କୌଣସି ପ୍ରତିଯୋଗିତା ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ କିନ୍ତୁ ଆପଣଙ୍କ ଦ୍ବାରା କରାଯାଇଥିବା ପ୍ରୟାସ ରଙ୍ଗ ଆଣିବ। ଶିକ୍ଷକଙ୍କର ସମ୍ପୂର୍ଣ ସହଯୋଗ ମିଳିବ। ସାମାଜିକ ଦାୟିତ୍ୱ ମିଳିବ। କ୍ୟାରିୟରରେ ଆଗକୁ ବଢିବାର ମାର୍ଗ ପ୍ରାପ୍ତ ହୋଇପାରେ।

କର୍କଟ ରାଶି:-

ଏହି ରାଶିର ଲୋକଙ୍କୁ ଶାରୀରିକ କଷ୍ଟର ସାମ୍ନା କରିବାକୁ ପଡ଼ିବ। କଠିନ ପରିଶ୍ରମ କରିବା ପରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ଆପଣ ନିଜ ଭାଗ୍ୟ ଉପରେ ଅଧିକ ବିଶ୍ୱାସ ରଖନ୍ତୁ ନାହିଁ। ନିଜ ପରିଶ୍ରମ ଉପରେ ଭରସା ରଖି କାର୍ଯ୍ୟ କରନ୍ତୁ, ଆପଣଙ୍କୁ ଏଥିରୁ ସଫଳତା ନିଶ୍ଚୟ ମିଳିବ। ଶତୃ ଆପଣଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ଚେଷ୍ଟା କରିପାରନ୍ତି ସେଥିପାଇଁ ଆପଣ ସତର୍କ ରୁହନ୍ତୁ। ମାତା ପିତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ ଯାହାକୁ ନେଇ ଆପଣ ବହୁତ ଚିନ୍ତିତ ରହିବେ।

ସିଂହ ରାଶି:-

ଏହି ରାଶି ଥିବା ବ୍ୟକ୍ତିମାନେ କେତୁଙ୍କ ପ୍ରଭାବ ଯୋଗୁ ସୁଖର ହ୍ରାସ ହେବାର ସମ୍ଭାବନା ଅଛି। ଆପଣ ମାଙ୍କର ସ୍ୱାସ୍ଥ୍ୟକୁ ନେଇ ବହୁତ ଚିନ୍ତିତ ରହିବେ। ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ବହୁ ପରିମାଣରେ ଲାଭବାନ ହୋଇପାରନ୍ତି। ବ୍ୟକ୍ତିଗତ ଜୀବନର ପରିସ୍ଥିତିରେ ଉତ୍ଥାନ-ପତନ ଘଟିବ।ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ବିବାଦ ହେବାର ସମ୍ଭାବନା ଅଛି। ଚାକିରି କରୁଥିବା ଲୋକଙ୍କୁ କଠିନ ପରିସ୍ଥିତି ଦେଇ ଗତି କରିବାକୁ ପଡିବ।

ତୁଳା ରାଶି:-

ଏହି ରାଶିର ଲୋକଙ୍କୁ ମିଶ୍ରିତ ପରିଣାମ ପ୍ରାପ୍ତ ହେବ। ସ୍ବାସ୍ଥ୍ୟକୁ ନେଇ ଆପଣ ଜମାରୁବି ଅବହେଳା କରନ୍ତୁ ନାହିଁ। ସମ୍ପତ୍ତି ସମ୍ବନ୍ଧୀୟ ପ୍ରସଙ୍ଗରେ ସଫଳତା ମିଳିବାର ସମ୍ଭାବନା ଅଛି। ଆପଣ ସନ୍ତାନ ପକ୍ଷରୁ ଲାଭ ପାଇପାରିବେ। ହଠାତ ଦୂର ସଂଚାର ମାଧ୍ୟମରେ ଶୁଭ ଖବର ମିଳିବାର ସମ୍ଭାବନା ଅଛି। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଅଧିକ ବ୍ୟସ୍ତ ଏବଂ କଠିନ ପରିଶ୍ରମ କରିବାକୁ ପଡିବ। ବଡ ଅଧିକାରୀଙ୍କ ସହିତ ଉତ୍ତମ ସମନ୍ୱୟ ରକ୍ଷା କରନ୍ତୁ।

ବିଛା ରାଶି:-

ଏହି ରାଶିର ଲୋକଙ୍କୁ ସାକାରାତ୍ମକ ଏବଂ ନାକାରାତ୍ମକ ଦୁଇଟି ଯାକର ଫଳ ପ୍ରାପ୍ତ ହେବ। ଆପଣଙ୍କୁ ନିଜ କଥାକୁ ନିୟନ୍ତ୍ରଣ ରଖିବାକୁ ପଡ଼ିବ ନଚେତ କାହା ସହିତ ବାଦ ବିବାଦ ହୋଇପାରେ। ସ୍ବାସ୍ଥ୍ୟ ସମ୍ବୋଦ୍ଧିତ ସମସ୍ୟା ବଢ଼ିପାରେ। ଆର୍ଥିକ ସ୍ଥିତି କମଜୋର ରହିବ। ଆୟ ଅନୁସାରେ ଖର୍ଚ୍ଚ ଉପରେ କଣ୍ଟ୍ରୋଲ ରଖନ୍ତୁ। କାର୍ଯ୍ୟ କ୍ଷେତ୍ରରେ ପ୍ରୟାସରୁ ସଫଳତା ମିଳିବାର ଯୋଗ ରହିଛି।

ଧନୁ ରାଶି:-

ଏହି ରାଶିର ଲୋକଙ୍କୁ ଅବଶ୍ୟକ ଖର୍ଚ୍ଚ କରିବା ଠାରୁ ଦୂରେଇ ରହିବାକୁ ପଡ଼ିବ। ବୈବାହିକ ଜୀବନରେ ଦ୍ଵନ୍ଦ ସୃଷ୍ଟି ହୋଇପାରେ। ବ୍ୟବସାୟ ସହିତ ଜଡ଼ିତ ଲୋକମାନେ ଯଦି କୌଣସି ପ୍ରକାରର ନିବେଶ କରିବାକୁ ଚାହୁଁଛନ୍ତି ତ ବୁଝି ବିଚାରି ନିଶ୍ଚୟ କରନ୍ତୁ। ବ୍ୟବସାୟ ସହିତ ଜଡ଼ିତ ଲୋକମାନଙ୍କୁ ଲାଭରେ କମି ଆସିପାରେ। କାମର କାର୍ୟ୍ଯରେ ଅଧିକ ଦୂରକୁ ଯାତ୍ରା କରିବାର ଯୋଗ ରହିଛି। ଯାତ୍ରା କରିବା ସମୟରେ ଗାଡିର ବ୍ୟବହାର ସାବଧାନରେ କରନ୍ତୁ।

ମୀନ ରାଶି:-

ଏହି ରାଶିର ଲୋକଙ୍କୁ ମଧ୍ୟମ ଫଳ ପ୍ରାପ୍ତି ହେବ। ଆପଣଙ୍କର ଆୟ ବୃଦ୍ଧି ହୋଇପାରେ କିନ୍ତୁ ଆୟ ହେବା ସଙ୍ଗେ ସଙ୍ଗେ ଖର୍ଚ୍ଚ ମଧ୍ୟ ଅଧିକ ହେବାର ସମ୍ଭାବନା ଅଛି। ପିତାଙ୍କ ସ୍ବାସ୍ଥ୍ୟ ଖରାପ ହେବା ଯୋଗୁ ଆପଣ ବହୁତ ଚିନ୍ତିତ ରହିବେ। ଆପଣ ନିଜ ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ବୁଲି ଯିବାର ଯୋଜନା କରିପାରନ୍ତି। ଆପଣଙ୍କୁ ଏହି କଥାର ଧ୍ୟାନ ଦେବାକୁ ହେବ ଯେ ଆପଣ ଏମିତି କୌଣସି ବି କାମ କରିବେ ନାହିଁ, ଯେଉଁଥି ପାଇଁ ଆପଣଙ୍କ ମାନ ସମ୍ମାନର ହ୍ରାସ ହେବ। ଅପରିଚିତ ଲୋକଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ଭରସା କରନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *