Excuse Me Odisha

ଯାହା କହିବୁ ସତ କହିବୁ

ଆଜି ବିନାୟକ ଚତୁର୍ଥୀରେ ବନୁଛି କୁମାର ଯୋଗ , ଏହି ରାଶିର ସଙ୍କଟ ଦୂର ହେବ, ରହିବେ ଭାଗ୍ୟବାନ।

ସେୟାର୍ କରନ୍ତୁ

୧୬ ଜାନୁଆରୀ ୨୦୨୧ ଶନିବାରକୁ ପ୍ରଥମ ବିନାୟକ ଚତୁର୍ଥୀ ପାଳନ କରାଯିବ। ହିନ୍ଦୁ ଧର୍ମରେ ବିନାୟକ ଚତୁର୍ଥୀର ଖାସ୍ ମହତ୍ୱ ରହିଛି। ବିନାୟକ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କ ବିଶେଷ କୃପା ରହିଛି। ଏଭଳି ମାନ୍ୟତା ରହିଛି କି ଏହି ଦିନ ବିଧି ବିଧାନ ସହିତ ଯଦି ପୂଜାର୍ଚ୍ଚନା କରାଯାଏ ତାହେଲେ ଜୀବନରେ ସବୁ ସଙ୍କଟ ଦୂର ହୋଇଥାଏ ଏବଂ ମନସ୍କାମନା ପୂରଣ ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିନାୟକ ଚତୁର୍ଥୀ ଦିନ କୁମାର ଯୋଗର ନିର୍ମାଣ ହୋଇଥାଏ। ଯାହାଦ୍ବାରା ୧୨ଟି ରାଶି ଉପରେ କିଛି ନା କିଛି ପ୍ରଭାବ ପଡ଼ିଥାଏ। ଏହି ଯୋଗ ଆପଣଙ୍କ ରାଶିକୁ କିପରି ପ୍ରଭାବିତ କରିବ ? ଆସନ୍ତୁ ଜାଣିବା ସେହି ବିଷୟରେ –

ଆସନ୍ତୁ ଜାଣିବା ବିନାୟକ ଚତୁର୍ଥୀରେ ବନିଥିବା କୁମାର ଯୋଗ ଦ୍ଵାରା କେଉଁ ରାଶି ଉପରେ ପଡ଼ିବ ଶୁଭ ପ୍ରଭାବ –

ମେଷ ରାଶିର ଲୋକଙ୍କ ଉପରେ କୁମାର ଯୋଗର ଶୁଭ ପ୍ରଭାବ ପଡ଼ିବ। ଆପଣଙ୍କ ଜୀବନ ରେ ସବୁ ସମସ୍ୟା ଦୂର ହେବ। ଯେଉଁମାନେ ବ୍ୟାପାର ରେ ଜଡ଼ିତ ରହିଛନ୍ତି ସେମାନଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି। ଅଚାନକ ଆର୍ଥିକ ଲାଭ ମିଳିବ। ଛାତ୍ରଙ୍କ ଦ୍ଵାରା କରିଥିବା ପ୍ରୟାସ ସଫଳ ରହିବ। ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ। କିଛି ଅସହାୟ ଲୋକଙ୍କୁ ସାହାଯ୍ୟ କରି ପାରନ୍ତି।

Google

ବୃଷ ରାଶିର ଲୋକଙ୍କ ପାଇଁ କୁମାର ଯୋଗ ଯୋଗୁଁ କ୍ୟାରିୟରରେ ସଫଳତା ମିଳିବ। ଜୀବନରେ ଖୁସି ବୃଦ୍ଧି ହେବ। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ପ୍ରଶଂସା ପ୍ରାପ୍ତ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପିତାମାତାଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଖାସ୍ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଅଚାନକ ଧନ ଲାଭ ହେବାର ଯୋଗ ରହିଛି।

କର୍କଟ ରାଶିର ଲୋକଙ୍କର ବ୍ୟାପାର ରେ ବୃଦ୍ଧି ହେବ। ରୋଜଗାର ପ୍ରାପ୍ତି ର ପ୍ରୟାସ ସଫଳ ରହିବ। ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ସଫଳତା ମିଳିବ। କୁମାର ଯୋଗ ଯୋଗୁଁ ପାରିବାରିକ ଜୀବନରେ ଖୁସି ପ୍ରାପ୍ତ ହେବ। ପରିବାର ସହିତ ଅଧିକ ସମୟ ଅତିବାହିତ କରି ପାରନ୍ତି। ଲମ୍ବା ସମୟରୁ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ।

ସିଂହ ରାଶିର ଲୋକଙ୍କ ଭାଗ୍ୟ ସପକ୍ଷରେ ରହିବ। ଅଚାନକ ଆପଣଙ୍କୁ କିଛି ହାସଲ ହେବ, ଯାହାକୁ ଆପଣ ବହୁତ ଦିନ ହେଲା ଖୋଜୁଥିଲେ। ଆପଣ ସକାରାତ୍ମକ ଉର୍ଜ୍ଜଆରେ ଭରି ରହିବେ। ବ୍ୟାପାରରେ ଲଗାତାର ସଫଳତା ମିଳିବ। ପ୍ରେମ ଜୀବନ ସୁଖମୟ ରହିବ। ବୈବାହିକ ଜୀବନରେ ସୁଖ ଭରପୂର ରହିବ।

ବିଛା ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। କୁମାର ଯୋଗ ଯୋଗୁଁ କାର୍ଯ୍ୟରେ ସଫଳତା ମିଳିବ। ଆପଣଙ୍କ ବିଚାର ସକାରାତ୍ମକ ରହିବ। କାର୍ଯ୍ୟାଳୟରେ ସହକର୍ମୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଜୀବନସାଥୀଙ୍କ ଠାରୁ ସୁଖଦ ସମାଚାର ମିଳିପାରେ। ଆପଣଙ୍କ ମନ ପ୍ରସନ୍ନ ରହିବ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ।

ମକର ରାଶିର ଲୋକଙ୍କ ପାଇଁ କୁମାର ଯୋଗ ଯୋଗୁଁ ପରିଶ୍ରମର ଉଚିତ ପରିଣାମ ପ୍ରାପ୍ତ ହେବ। ଆପଣ ଜୀବନରେ ସବୁ କ୍ଷେତ୍ରରେ ସଫଳତା ପାଇବେ। କାର୍ଯ୍ୟ କ୍ଷେତ୍ରରେ ସମସ୍ୟା ଦୂର ହେବ। ବରିଷ୍ଠ ଅଧିକାରୀ ଆପଣଙ୍କୁ ସହଯୋଗ କରିବେ। ପରିବାର ଲୋକେ ଆପଣଙ୍କ ବିଚାର ରେ ସହମତି ପ୍ରକାଶ କରିବେ। ଭାଇଭଉଣୀଙ୍କ ସହିତ ଚାଲିଥିବା ମତଭେଦ ଦୂର ହେବ। ପ୍ରେମ ଜୀବନରେ ସୁଧାର ଆସିବ।

କୁମ୍ଭ ରାଶିର ଲୋକଙ୍କୁ ଧନ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ମିଳିବ। ବିଦ୍ୟାର୍ଥୀ ମାନଙ୍କୁ ପ୍ରତିଯୋଗିତା ରେ ସଫଳତା ମିଳିବ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ଆପଣଙ୍କ ମନ ପ୍ରସନ୍ନ ହେବ। ବ୍ୟାପାରରେ ଲାଭ ମିଳିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ଅବସ୍ଥା –

ମିଥୁନ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ସାମାଜିକ ସ୍ତରରେ ଆପଣ ଭାଗ ନେବେ। ବ୍ୟାପାରରେ ଲୋକେ ଆପଣଙ୍କ ସହିତ ଭୁଲ ବୁଝାମଣା ଦୂର କରିବେ। ଆପଣଙ୍କୁ କିଛି ନୂଆ ଶିଖିବା ପାଇଁ ମିଳିବ। ଧନ ସଂପତ୍ତି କାର୍ଯ୍ୟରେ ଆପଣଙ୍କୁ ବୁଝି ବିଚାରି କାମ କରିବା ଉଚିତ। ଅଚାନକ ଘରକୁ ଅତିଥି ଆସି ପାରନ୍ତି, ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ।

Google

କନ୍ୟା ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିଛି। ଆପଣ ସମାଜରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିବେ। କୌଣସି ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ, ନଚେତ ବିବାଦ ହେବାର ସମ୍ଭାବନା ରହିଛି। କୌଣସି ମହତ୍ୱପୂର୍ଣ୍ଣ ମାମଲାରେ ନିଷ୍ପତ୍ତି ନେଇ ପାରନ୍ତି। ପ୍ରଭାବଶାଳୀ ଲୋକଙ୍କ ମାର୍ଗଦର୍ଶନ ମିଳିବ। ଜୀବନସାଥୀଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ଏହି ପାରନ୍ତି। କୋର୍ଟ କଚେରୀ ମାମଲାରେ ଦୂରେଇ ରୁହନ୍ତୁ।

ତୁଳା ରାଶିର ଲୋକେ ନୂଆ ବସ୍ତୁ ଉପରେ ବିଚାର କରିବେ। ସମାଜରେ ଆପଣଙ୍କର ଏକ ନୂଆ ପରିଚୟ ସୃଷ୍ଟି ହେବ। ଆପଣ ନିଜ ମତ ଅନ୍ୟମାନଙ୍କ ସାମ୍ନାରେ ଉଚିତ ଢଙ୍ଗରେ ଉପସ୍ଥାପନ କରିବେ। ଆପଣଙ୍କୁ ନିଜ ବିଚାର ସକାରାତ୍ମକ ରଖିବାକୁ ପଡିବ। ଜମିବାଡ଼ି ମାମଲାରେ ଲାଭ ମିଳିବ। ଆପଣଙ୍କୁ କୌଣସି କାର୍ଯ୍ୟରେ ଶୀଘ୍ରତା କରିବା ଉଚିତ ନୁହେଁ।

ଧନୁ ରାଶିର ଲୋକେ ଆତ୍ମବିଶ୍ବାସ ରେ ଭରି ରହିବେ। କିନ୍ତୁ କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇପାରେ। ଅଜଣା ଲୋକଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ଅଚାନକ ନିବେଶ କରିଥିବା ଟଙ୍କା ଫେରସ୍ତ ମିଳିପାରେ। ସମ୍ପତ୍ତି କିଣିବା ପାଇଁ ବିଚାର କରି ପାରନ୍ତି। ଭାଇଭଉଣୀଙ୍କ ସହିତ ମତଭେଦ ହେବାର ଆଶଙ୍କା ରହିଛି। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।

ମୀନ ରାଶିର ଲୋକଙ୍କୁ ସାମାନ୍ୟ ଫଳ ପ୍ରାପ୍ତ ହେବ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ଅଚାନକ କୌଣସି କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡିପାରେ। ଯାତ୍ରା ସମୟରେ ଗାଡ଼ି ଚଳାଚଳରେ ସାବଧାନ ରୁହନ୍ତୁ। ଜୀବନସାଥୀଙ୍କ ଠାରୁ ଉପହାର ମିଳିପାରେ। ଚାକିରୀ କ୍ଷେତ୍ରରେ ଲୋକଙ୍କୁ କାର୍ଯ୍ୟ ଭାର ମିଳିପାରେ। ଶାରୀରିକ ରୂପରେ ଆଳସ୍ୟ ଅନୁଭବ କରିବେ। ଆପଣ ଅସହାୟ ଲୋକଙ୍କୁ ସାହାଯ୍ୟ କରି ପାରନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଗଣପତି ବପ୍ପା ମୋରିଆ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *