Excuse Me Odisha

ଯାହା କହିବୁ ସତ କହିବୁ

ମକର ସଂକ୍ରାନ୍ତି 2021 : ଜାଣନ୍ତୁ ମକର ସଂକ୍ରାନ୍ତି ସହିତ ଜଡିତ ୫ଟି ପୌରାଣିକ କାହାଣୀ ।

ସେୟାର୍ କରନ୍ତୁ

ମକର ସଂକ୍ରାନ୍ତି ପର୍ବ ୧୪ ଜାନୁୟାରୀରେ ପାଳନ କରାଯିବ। ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି ଅର୍ଥାତ ସୂର୍ଯ୍ୟ ଉତ୍ତରାୟଣରେ ରହିଥାନ୍ତି। ସୂର୍ଯ୍ୟ ପୁର୍ବରୁ ଉତ୍ତର ଦିଗକୁ ଚଳନ କରିଥାନ୍ତି। ସେତେବେଳେ ତାଙ୍କର କିରଣରେ ସ୍ବାସ୍ଥ୍ୟ ଏବଂ ଶାନ୍ତି ବଢ଼ାଇଥାଏ। ଆସନ୍ତୁ ଜାଣିବା ମକର ସଂକ୍ରାନ୍ତି ସମ୍ବୋଦ୍ଧିତ କିଛି ପୌରାଣିକ କଥା।

ଭୀଷ୍ମ ପିତାମହ ମଧ୍ୟ ଏହି ଦିନ ତ୍ୟାଗ କରିଥିଲା ନିଜର ପ୍ରାଣ:-

ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଉତରାୟଣର ମହତ୍ୱ କହିବାକୁ ଯାଇ ଗୀତାରେ କହିଛନ୍ତି ଯେ ଉତ୍ତରାୟଣରେ ୬ ମାସର ଶୁଭ ଅବଧିରେ ଯେତେବେଳେ ସୂର୍ଯ୍ୟ ଭଗବାନ ଉତରାୟଣ ହୁଅନ୍ତି ଏବଂ ପୃଥିବୀ ପ୍ରକାଶମୟ ରହିଥାଏ ତେବେ ଏହି ପ୍ରକାଶରେ ଶରୀରକୁ ପରିତ୍ୟାଗ କରିବା ଦ୍ବାରା ବ୍ୟକ୍ତିର ପୁନର୍ବାର ଜନ୍ମ ହୁଏ ନାହିଁ ଏହିପରି ଲୋକମାନେ ବ୍ରହ୍ମ ପ୍ରାପ୍ତ କରନ୍ତି। ଏହି କାରଣ ଥିଲା ଯେ ଭୀଷ୍ମ ପିତାମହ ସେତେ ପର୍ଯ୍ୟନ୍ତ ଶରୀର ତ୍ୟାଗ କରିନଥିଲେ,ଯେତେ ପର୍ଯ୍ୟନ୍ତ ସୂର୍ଯ୍ୟ ଉତରାୟଣ ନହୋଇଥିଲେ।

Google

ଏହି ଦିନ ଭଗବାନ ସୂର୍ଯ୍ୟଦେବ ଯାଆନ୍ତି ନିଜର ପୁତ୍ର ଭଗବାନ ଶନିଦେବଙ୍କ ଘରକୁ:-

ମକର ସଂକ୍ରାନ୍ତିର ପୌରାଣିକ ମହତ୍ତ୍ୱବି ବଡ଼ ଅଟେ। ବିଶ୍ୱାସ କରାଯାଏ ଯେ ମକର ସଂକ୍ରାନ୍ତି ଦିନ ଭଗବାନ ସୂର୍ଯ୍ୟଦେବ ନିଜ ପୁତ୍ର ଭଗବାନ ଶନିଦେବଙ୍କ ଘରକୁ ଯାଆନ୍ତି। ଏହି ପରିସ୍ଥିତିରେ ମକର ସଂକ୍ରାନ୍ତିରେ ପିତା ଏବଂ ପୁତ୍ରଙ୍କର ମିଳନ ଦେଖେଇ ଥାଏ। ଏହା ବ୍ୟତିତ ମକର ସଂକ୍ରାନ୍ତିର ପର୍ବ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ, ଭଗବାନ ଶିବ, ଭଗବାନ ଗଣେଷ, ଭଗବାନ ଅର୍ଦ୍ଧଶକ୍ତି, ଏବଂ ଭଗବାନଙ୍କ ଆରାଧନା ଏବଂ ଉପାସନାର ପବିତ୍ର ବ୍ରତ ଅଟେ। ଯାହା ତନ ମନ ଆତ୍ମାକୁ ଶକ୍ତି ପ୍ରଦାନ କରିଥାଏ।

ଭଗବାନ ବିଷ୍ଣୁ କରିଥିଲେ ଅସୁରମାନଙ୍କର ସଂହାର:-

ଅନ୍ୟ ଏକ ବିଶ୍ୱାସ ଅନୁଯାୟୀ ମକର ସଂକ୍ରାନ୍ତି ଦିନ ଭଗବାନ ବିଷ୍ଣୁ ପୃଥିବୀରେ ଅସୁର ମାନଙ୍କର ସଂହାର କରି ସେମାନଙ୍କର ମୁଣ୍ଡ କାଟି ମନ୍ଦରା ପର୍ବତରେ କବର ଦେଇଥିଲେ। ସେବେଠାରୁ ଭଗବାନ ବିଷ୍ଣୁଙ୍କର ଏହି ବିଜୟୀ ମକର ସଂକ୍ରାନ୍ତି ପର୍ବ ଭାବରେ ପାଳନ ହେବାକୁ ଲାଗିଲା।

Google

ଆତ୍ମା ହୋଇଥାଏ ଶୁଦ୍ଧ:-

ବିଶ୍ୱାସ କରାଯାଏ ଯେ ମକର ସଂକ୍ରାନ୍ତିରେ ଭଗବାନ ସୂର୍ଯ୍ୟଦେବଙ୍କର ଉତରାୟଣ ଯୋଗୁଁ ପ୍ରାଣୀମାନଙ୍କର ଆତ୍ମା ​​ଶୁଦ୍ଧ ହୋଇଥାଏ। ସେମାନଙ୍କର ସଂକଳ୍ପରେ ଶକ୍ତି ବୃଦ୍ଧି ପାଇଥାଏ। ଜ୍ଞାନ ତନ୍ତୁ ବିକାଶତ ହୋଇଥାଏ। ମକର ସଂକ୍ରାନ୍ତି ପର୍ବ ଏହି ଚେତନାକୁ ବିକଶିତ କରିବାର ପର୍ବ। ଏହା ସମଗ୍ର ଭାରତରେ ବର୍ଷରେ କିଛି ନାଁ କିଛି ରୂପରେ ଆୟୋଜନ ହୋଇଥାଏ।

ମକର ସଂକ୍ରାନ୍ତି ହୋଇଥାଏ ଦେବତା ମାନଙ୍କର ଦିନ:-

ପୌରାଣିକ ମାନ୍ୟତା ଅନୁଯାୟୀ ମକର ସଂକ୍ରାନ୍ତିରୁ ଦେବତା ମାନଙ୍କର ଦିନ ଆରମ୍ଭ ହୋଇଥାଏ,ଯାହା ଆଷାଢ଼ ମାସ ପର୍ଯ୍ୟନ୍ତ ରହିଥାଏ। କର୍କଟ ସଂକ୍ରାନ୍ତିରୁ ଦେବତା ମାନଙ୍କର ରାତି ଆରମ୍ଭ ହୋଇଥାଏ। ଅର୍ଥାତ ଦେବତା ମାନଙ୍କର ଗୋଟେ ଦିନ ଏବଂ ରାତିକୁ ମିଶାଇ ମନୁଷ୍ୟ ମାନଙ୍କର ଏକ ବର୍ଷ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *