Excuse Me Odisha

ଯାହା କହିବୁ ସତ କହିବୁ

ମକର ସଂକ୍ରାନ୍ତିରେ କରନ୍ତୁ ଏହି ଉପାୟ ଭଗବାନ ସୂର୍ଯ୍ୟଦେବ ହେବେ ପ୍ରସନ୍ନ, ମିଳିବ ତାଙ୍କୁ ଲାଭ।

ସେୟାର୍ କରନ୍ତୁ

୧୪ ଜାନୁୟାରୀ ୨୦୨୧ ରେ ମକର ସଂକ୍ରାନ୍ତିର ପର୍ବ ପାଳନ କରାଯିବ। ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ପର୍ବକୁ ବିଶେଷ ମହତ୍ତ୍ୱ ଦିଆଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେଖାଯିବ ତ ଭଗବାନ ସୂର୍ଯ୍ୟଦେବ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରନ୍ତି। ଏହି ଦିନ ଦକ୍ଷିଣାୟନରୁ ଉତରାଣାୟନ ହୋଇଥାନ୍ତି, ଯାହା ବହୁତ ଶୁଭ ବୋଲି ବିବେଚନା କରାଯାଏ। ଶାସ୍ତ୍ର ଅନୁସାରେ ଦେଖାଯିବ ତ ମକର ସଂକ୍ରାନ୍ତି ଦିନ ପବିତ୍ର ନଦୀ କିମ୍ବା ଜଳ କୁଣ୍ଡରେ ସ୍ନାନ କରାଯାଏ। ଯଦି ଏହି ଦିନ ଦାନ ପୁଣ୍ୟ ଭଳି କାର୍ଯ୍ୟ କରାଯାଏ ତ ଏଥିରୁ ବ୍ୟକ୍ତିକୁ ଦୁଇଗୁଣା ଲାଭ ପ୍ରାପ୍ତ ହୋଇଥାଏ। ଏହା ବ୍ୟତିତ ମକର ସଂକ୍ରାନ୍ତି ଦିନ ଯଦି କିଛି ଉପାୟ କରାଯାଏ ତ ମନୁଷ୍ୟକୁ ଗୋଟେ ନୁହେଁ ବରଂ ଅନେକ ଲାଭ ପ୍ରାପ୍ତ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ମକର ସଂକ୍ରାନ୍ତିରେ କରାଯାଉଥିବା କିଛି ଉପାୟ ବିଷୟରେ ଜଣେଇବୁ, ଯାହାକୁ କରିବା ଦ୍ବାରା ଭଗବାନ ସୂର୍ଯ୍ୟଦେବ ଆପଣଙ୍କ ଉପରେ ଖୁସି ହେବେ ଏବଂ ଶୁଭ ଖବର ପ୍ରାପ୍ତି ହେବ।

Google

ଭଗବାନ ସୂର୍ଯ୍ୟଦେବଙ୍କର ଉପାସନା କରନ୍ତୁ:-

ମକର ସଂକ୍ରାନ୍ତି ଦିନ ଭଗବାନ ସୂର୍ଯ୍ୟଦେବଙ୍କର ପୁଜା ଅବଶ୍ୟ କରିବା ଉଚିତ। ଆପଣ ମକର ସଂକ୍ରାନ୍ତି ଦିନ ପ୍ରଥମେ ସକାଳୁ ଉଠି ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ। ମକର ସଂକ୍ରାନ୍ତି ଦିନ ଆପଣଙ୍କୁ ଏହି କଥାର ଧ୍ୟାନ ରଖିବା ଉଚିତ ହେବ ଯେ ଆପଣ ଏହି ଦିନ ସଂଧ୍ୟା ସମୟରେ ଅର୍ଥାତ ସୂର୍ଯ୍ୟାସ୍ତ ହେବା ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ।

ପବିତ୍ର ନଦୀରେ ସ୍ନାନ କରନ୍ତୁ:-

ଧାର୍ମିକ ଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତି ଦିନ ଗଙ୍ଗା ନଦୀ କିମ୍ବା ଅନ୍ୟ କୌଣସି ପବିତ୍ର ନଦୀକୁ ଯାଇ ସ୍ନାନ କରାଯାଏ ତ ଏହାକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ। ଆପଣଙ୍କୁ ଏହି କଥାର ଧ୍ୟାନ ଦେବାକୁ ହେବ ଯେ ସ୍ନାନ କରିବା ପୁର୍ବରୁ ମକର ସଂକ୍ରାନ୍ତି ଦିନ କୌଣସିବି ଜିନିଷର ସେବନ କରନ୍ତୁ ନାହିଁ। ଯଦି ଆପଣ କୌଣସି ବି କିଛି ନଖାଇ ସ୍ନାନ କରିବା ପରେ ଅଭାବୀ ଲୋକଙ୍କୁ ଦାନ କରିବେ ତ ଏଥିରୁ ଆପଣଙ୍କୁ ଦୁଇଗୁଣା ଲାଭ ପ୍ରାପ୍ତ ହୋଇଥାଏ।

ମକର ସଂକ୍ରାନ୍ତି ଦିନ ଏହି ଜିନିଷର ସେବନ କରନ୍ତୁ ନାହିଁ:-

ଧାର୍ମିକ ଦୃଷ୍ଟି ଅନୁସାରେ ମକର ସଂକ୍ରାନ୍ତି ଦିନ ଖେଚୁଡ଼ିର ଦାନ କରିବା ବହୁତ ହିଁ ଶୁଭ ବୋଲି ମାନାଯାଏ। ଏହି ପରମ୍ପରା ଅନେକ ଯୁଗରୁ ଚାଲି ଆସୁଛି,ଏହା ବ୍ୟତିତ ମକର ସଂକ୍ରାନ୍ତି ଦିନ ରସୁଣ, ପିଆଜ, ମାଂସ ଏବଂ ଅଣ୍ଡା ଆଦିର ସେବନ ଭୁଲରେ ମଧ୍ୟ କରନ୍ତୁ ନାହିଁ। ମଦ, ଗୁଟକା, ସିଗ୍ରେଟ ଆଦିର ସେବନ କରନ୍ତୁ ନାହିଁ।

Google

ଅଭାବୀ ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ:-

ମକର ସଂକ୍ରାନ୍ତି ଦିନ ଆପଣ ଅଭାବୀ ଲୋକଙ୍କୁ ସାହାର୍ଯ୍ୟ ନିଶ୍ଚିୟ କରନ୍ତୁ। ଯଦି ଆପଣଙ୍କ ଘରକୁ ଗରିବ, ସାଧୁ କିମ୍ବା ବୃଦ୍ଧ ବ୍ୟକ୍ତି କିମ୍ବା କୌଣସି ଅଭାବୀ ଆସନ୍ତି ତେବେ ତାଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ । ଆପଣଙ୍କର ସାମର୍ଥ୍ୟ ଅନୁଯାୟୀ ଆପଣ ସେମାନଙ୍କୁ କିଛି ଦେବା
ଆବଶ୍ୟକ। ଯଦି ଆପଣ ଏହିପରି ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ କିନ୍ତୁ ଆପଣଙ୍କୁ ଯତ୍ନବାନ ହେବାକୁ ପଡିବ ଯେ ଘରର ଦ୍ୱାରକୁ ଆସୁଥିବା ଅଭାବୀ ବ୍ୟକ୍ତିଙ୍କୁ ଭୁଲରେ ମଧ୍ୟ ଅପମାନ କରିବେ ନାହିଁ।

ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ:-

ମକର ସଂକ୍ରାନ୍ତି ଦିନ ଆପଣ କ୍ରୋଧ କରନ୍ତୁ ନାହିଁ। ଏହି ଦିନ ଆପଣ ଲୋକଙ୍କ ସହିତ ଭଲ ବ୍ୟବହାର କରନ୍ତୁ। ମକର ସଂକ୍ରାନ୍ତି ଦିନ ଆପଣ ନିଜ ମନକୁ ଖୁସି ରଖିବା ଉଚିତ ଏବଂ ଚିନ୍ତାଧାରାବି ସାକାରାତ୍ମକ ରଖିବା ଉଚିତ, ଏଥିରୁ ଆପଣଙ୍କ ଭିତରେ ସାକାରାତ୍ମକ ଉର୍ଜାର ସଞ୍ଚାର ହେବ। ଏହା ବ୍ୟତିତ ମହିଳା ମାନଙ୍କୁ ଏହି କଥାର ଧ୍ୟାନ ଦେବାକୁ ହେବ ଯେ ମକର ସଂକ୍ରାନ୍ତି ଦିନ ନିଜ କେଶ ଧୁଅନ୍ତୁ ନାହିଁ। ମକର ସଂକ୍ରାନ୍ତି ଦିନ ଗଛକୁ କାଟନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ। ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ସୂର୍ଯ୍ୟଦେବ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *