Excuse Me Odisha

ଯାହା କହିବୁ ସତ କହିବୁ

ସୂର୍ଯ୍ୟର ପ୍ରକାଶ ଏହି ପାଞ୍ଚଟି ରାଶିଙ୍କ ଜୀବନର ଅନ୍ଧକାର ଦୂର କରିବ, କଷ୍ଟରୁ ମିଳିବ ମୁକ୍ତି, ଖୋଲିବ ଭାଗ୍ୟ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ରର ଲଗାତାର ବଦଳୁ ଥିବା ସ୍ଥିତି ଯୋଗୁଁ ପ୍ରତ୍ୟେକ ମନୁଷ୍ୟ ଜୀବନରେ ସମସ୍ୟା ଦେଖା ଦେଇ ଥାଏ। ସବୁ ଲୋକଙ୍କ ରାଶି ଅଲଗା ଅଲଗା ହୋଇଥାଏ, ଯେଉଁଥିପାଇଁ ଅଲଗା ଅଲଗା ପ୍ରଭାବ ପଡି ଥାଏ। କୌଣସି ବ୍ୟକ୍ତିର ଜୀବନରେ ଖୁସି ରହିଥାଏ ତ ଆଉ କେତେବେଳେ ବ୍ଦୁଃଖର ସାମ୍ନା କରିବାକୁ ପଡ଼ିଥାଏ। ଜ୍ୟୋତିଷ ସୂଚନା ଅନୁସାରେ କହିବାକୁ ଗଲେ ବ୍ୟକ୍ତିର ରାଶିରେ ଯେଭଳି ଗ୍ରହ ନକ୍ଷତ୍ରର ଚଳନ ରହିଥାଏ, ସେହି ଅନୁସାରେ ଫଳ ପ୍ରାପ୍ତ ହୋଇଥାଏ।

ଜ୍ୟୋତିଷ ଗଣନା ଅନୁସାରେ କିଛି ରାଶିର ଲୋକ ଏଭଳି ରହିଛନ୍ତି ଯେଉଁ ମାନଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହର ଶୁଭ ପ୍ରଭାବ ପଡ଼ିବ। ଏହି ରାଶି ଥିବା ଲୋକଙ୍କ ଜୀବନରେ ସବୁ କଷ୍ଟ ଦୁର ହେବ ଏବଂ ଏହି ଲୋକଙ୍କ ଅନ୍ଧକାର ଜୀବନରେ ସୂର୍ଯ୍ୟଦେବ ପ୍ରକାଶ କରିବେ। ଆସନ୍ତୁ ଜାଣିବା ସେହି ଭାଗ୍ୟବାନ ରାଶିର ଲୋକ କେଉଁ ମାନେ ?

ଆସନ୍ତୁ ଜାଣିବା ସୂର୍ଯ୍ୟଦେବ କେଉଁ ରାଶିର ଜୀବନରେ କରିବେ ପ୍ରକାଶ –

ବୃଷ ରାଶିର ଲୋକେ ଅଧିକ ପ୍ରସନ୍ନ ରହିବେ। ପାରିବାରିକ ଜୀବନ ସୁଖମୟ ରହିବ। ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆପଣ ଜୀବନସାଥୀଙ୍କ ସହିତ ରୋମାଣ୍ଟିକ ସମୟ ଅତିବାହିତ କରିବେ। ପତିପତ୍ନୀ ପରସ୍ପର ଉପରେ ଭରସା ରଖିବେ। ପୁରୁଣା ନିବେଶ ରେ ଭାରୀ ଲାଭ ମିଳିବାର ଯୋଗ ରହିଛି। ପ୍ରେମ ଜୀବନରେ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ। ରୋଜଗାର ନଥିବା ଲୋକଙ୍କୁ ଚାକିରୀ ମିଳିବାର ଯୋଗ ରହିଛି। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ। ବରିଷ୍ଠ ଅଧିକାରୀ ଆପଣଙ୍କୁ ସହଯୋଗ କରିବେ।

Google

ମିଥୁନ ରାଶିର ଲୋକଙ୍କର ସ୍ଥିତି ସୁଦୃଢ ରହିବ। ଭବନ ନିର୍ମାଣ ସମ୍ବନ୍ଧିତ କାର୍ଯ୍ୟ ସମ୍ପନ୍ନ ହେବ। ସ୍ବାସ୍ଥ୍ୟରେ ସୁଧାର ଆସିବ। ମାନସିକ ରୂପରେ ଆପଣ ବ୍ୟସ୍ତ ଅନୁଭବ କରିବେ। ସୂର୍ଯ୍ୟ ଦେବଙ୍କ କୃପାରୁ ପୁରୁଣା ସମସ୍ୟା ଦୂର ହେବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ। କାରବାରରେ ଜଡ଼ିତ ଲୋକଙ୍କୁ ସଫଳତା ମିଳିବ। ବ୍ୟାପାରରେ ବିସ୍ତାର ହୋଇପାରେ। ପ୍ରେମ ଜୀବନ ସୁଖମୟ ରହିବ।

ସିଂହ ରାଶିର ଲୋକଙ୍କର ଜୀବନ ସୁଖମୟ ରହିବ। ପରିବାର ଲୋକଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ଆର୍ଥିକ ସମସ୍ୟା ଦୂର ହେବ। ସୂର୍ଯ୍ୟ ଦେବଙ୍କ କୃପାରୁ ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ଜୀବନସାଥୀଙ୍କ ସହିତ ଚାଲିଥିବା ମତଭେଦ ଦୂର ହେବ।

କନ୍ୟା ରାଶିର ଲୋକଙ୍କୁ ନିଜ ପରିଶ୍ରମର ପୁରା ଫଳ ପ୍ରାପ୍ତ ହେବ। ଭାଗ୍ୟ ସୁଦୃଢ ରହିବ। ଅଳ୍ପ ପରିଶ୍ରମରୁ ଆପଣଙ୍କୁ ଅଧିକ ଫଳ ପ୍ରାପ୍ତ ହେବ। ମହତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ ହେବ। କୌଣସି ଧାର୍ମିକ ଯାତ୍ରାରେ ଯାଇ ପାରନ୍ତି। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆପଣ ନିଜର ସମ୍ପର୍କରେ କିଛି ନୂଆ ଅନୁଭୂତ ହେବ। ଭବିଷ୍ୟତ ପାଇଁ ଆପଣ ଧନ ସଞ୍ଚୟ କରି ପାରନ୍ତି। ବନ୍ଧୁଙ୍କ ସହିତ ମିଶି କୌଣସି ନୂଆ ବ୍ୟାପାର ଆରମ୍ଭ କରି ପାରନ୍ତି। ବ୍ୟାପାରରେ ସ୍ଥିତି ଲାଭଦାୟକ ରହିବ।

କୁମ୍ଭ ରାଶିର ଲୋକେ ଅଧିକ ଭାଗ୍ୟବାନ ରହିବେ। ଭାଗ୍ୟ ସୁଦୃଢ ରହିବ, ଯାହାଦ୍ବାରା ଆପଣଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ। ସୂର୍ଯ୍ୟ ଦେବଙ୍କ କୃପାରୁ ପରିବାର ରେ ସୁଖର ବାତାବରଣ ରହିବ। ବିବାହିତ ଲୋକଙ୍କର ଜୀବନରେ ସମସ୍ୟା ଦୂର ହେବ। ଜୀବନସାଥୀଙ୍କ ସହିତ ଉତ୍ତମ ମୁହୁର୍ତ୍ତ ଅତିବାହିତ କରିବେ। ବିଦ୍ୟାର୍ଥୀ ମାନଙ୍କର ପାଠପଢ଼ା ରେ ମନ ଲାଗିବ। ଉତ୍ତମ ସ୍ବଭାବ ଯୋଗୁଁ ଲୋକେ ଆପଣଙ୍କୁ ପ୍ରଶଂସା କରିବେ। ବାହନ ସୁଖ ପ୍ରାପ୍ତ ହେବ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ଅବସ୍ଥା –

ମେଷ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ଶାରୀରିକ ରୂପରେ ଅସୁସ୍ଥତା ଅନୁଭବ କରି ପାରନ୍ତି। ଅଧିକ ଧନ ଖର୍ଚ୍ଚ ହୋଇପାରେ। ଆୟରେ ବୃଦ୍ଧି ହେବ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ ମାହୋଲ ଆନନ୍ଦଦାୟକ ରହିବ। କିଛି କାର୍ଯ୍ୟରେ ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ପ୍ରେମ ଜୀବନରେ କିଛି ଦୁର୍ବଳତା ଦେଖା ଦେଇପାରେ।

Google

କର୍କଟ ରାଶିର ଲୋକଙ୍କ ପାଇଁ ସମୟ ବଢିଆ ରହିଛି। ପ୍ରେମ ଜୀବନ ସୁଖମୟ ରହିବ। ପ୍ରେମୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ବିବାହ ଯୋଗ୍ୟ ଲୋକଙ୍କ ପାଇଁ ପ୍ରସ୍ତାବ ଆସିପାରେ। ଚାକିରୀ କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ସତର୍କ ରହିବା ଆବଶ୍ୟକ। ବରିଷ୍ଠ ଅଧିକାରୀଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଯେଉଁଥି ପାଇଁ ଆପଣ ଚିନ୍ତିତ ରହିବେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ଆପଣଙ୍କ ମନ ଶାନ୍ତ ରହିବ।

ତୁଳା ରାଶିର ଲୋକଙ୍କୁ କଠିନ ସମସ୍ୟାର ସାମ୍ନା କରିବାକୁ ପଡିପାରେ। କୌଣସି ପୁରୁଣା ରୋଗ ଉଭରି ପାରେ। ଆପଣ କୌଣସି ବିବାଦରେ ସାମିଲ ହୁଅନ୍ତୁ ନାହିଁ। ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ। ଜୀବନସାଥୀଙ୍କ ଭାବନାକୁ ବୁଝିବା ପାଇଁ ପ୍ରୟାସ କରିବେ। ଚାକିରୀ କ୍ଷେତ୍ରରେ ବାତାବରଣ ସାମାନ୍ୟ ରହିବ। ସହକର୍ମୀଙ୍କ ସହିତ ଉତ୍ତମ ତାଳମେଳ ରଖି ଚାଲିବେ।

ବିଛା ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ପ୍ରଭାବଶାଳୀ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ । ସାମାଜିକ କ୍ଷେତ୍ରରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ହେବ। ନୂଆ ଲୋକଙ୍କ ସହିତ ବନ୍ଧୁତା ହୋଇପାରେ। ପାରିବାରିକ ମାହୋଲ ସୁଖମୟ ରହିବ। ପିତାମାତାଙ୍କ ସହିତ ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରନ୍ତି। ପ୍ରିୟ ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।

ଧନୁ ରାଶିର ଗ୍ରହ ନକ୍ଷତ୍ର ସାମାନ୍ୟ ପରିଣାମ ପ୍ରଦାନ କରିବ। ଆମଦାନୀ ଅନୁସାରେ ଘରୋଇ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କାହା ଠାରୁ ଟଙ୍କା ଉଧାର ନିଅନ୍ତୁ ନାହିଁ, ନଚେତ ଆପଣଙ୍କୁ ଶୁଝିବା ପାଇଁ କଠିନ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ବାହାର ଖାଦ୍ୟ ପରିତ୍ୟାଗ କରନ୍ତୁ। କିଛି ଲୋକ ଆପଣଙ୍କୁ ହଇରାଣ କରିବାକୁ ପ୍ରୟାସ କରି ପାରନ୍ତି।

ମକର ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ପ୍ରେମ ଜୀବନକୁ ନେଇ ଆପଣ ଉପଭୋଗ କରିବେ। ପ୍ରେମୀଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। କାର୍ଯ୍ୟ ଯୋଜନା ରେ ଆପଣ ଗମ୍ଭୀର ଭାବରେ ଧ୍ୟାନ କେନ୍ଦ୍ରିତ କରିବେ। କୌଣସି ମହତ୍ୱପୂର୍ଣ୍ଣ ଯୋଜନା ସମ୍ପନ୍ନ ହେବାରେ ବିଳମ୍ବ ହୋଇପାରେ। ପିତାମାତା ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ। ଘରର ମାହୋଲ ସୁଖମୟ ରହିବ।ପିତାମାତା ସହଯୋଗ କରିବେ। ସଫଳତା ପାଇବା ପାଇଁ ଆପଣ ଅଧିକ ସଂଘର୍ଷ କରିବେ।

ମୀନ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ସମ୍ପର୍କୀୟଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଆପଣ ଆତ୍ମବିଶ୍ବାସରେ ଭରି ରହିବେ।ଆପଣଙ୍କର ଖର୍ଚ୍ଚ ବଢିପାରେ। କାର୍ଯ୍ୟ ମାମଲାରେ କୌଣସି ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ଯାତ୍ରା ସମୟରେ ସତର୍କ ରୁହନ୍ତୁ। ନଚେତ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ସୂର୍ଯ୍ୟ ଦେବ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ ରୂପକ ଅନ୍ଧକାର ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *