Excuse Me Odisha

ଯାହା କହିବୁ ସତ କହିବୁ

ସଫଳା ଏକାଦଶୀରେ ବନୁଅଛି ଶୁଭ ସଂଯୋଗ , ଏହି ରାଶି ମାନଙ୍କର ମନୋସ୍କାମନା ପୂରଣ ହେବ, ବିଷ୍ଣୁ ଭଗବାନ ସବୁ କଷ୍ଟ କରିବେ ଦୂର ।

ସେୟାର୍ କରନ୍ତୁ

୯ ଜାନୁୟାରୀ ୨୦୨୧ ରେ ସଫଳା ଏକାଦଶୀ ପାଳନ କରାଯାଉଛି। ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ। ବିଶ୍ୱାସ କରାଯାଏ ଯେ ସଫଳ ଏକାଦଶୀ ଉପବାସ କରୁଥିବା ବ୍ୟକ୍ତିଙ୍କର ସମସ୍ତ ଇଚ୍ଛା ଭଗବାନ ପୂରଣ କରନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସଫଳା ଏକାଦଶୀ ଉପରେ ଗ୍ରହମାନଙ୍କର ସ୍ଥିତି ସହିତ ଶୁଭ ସଂକେତ ସୃଷ୍ଟି କରାଯାଉଛି ଯେଉଁଥି ପାଇଁ ସମସ୍ତ୧୨ଟି ରାଶିର ଜାତକ ଉପରେ କିଛି ପ୍ରଭାବ ପଡ଼ିବ।କେଉଁ ରାଶିର ଲୋକମାନେ ଉପକୃତ ହେବେ ଏବଂ କେଉଁ ରାଶିର ଲୋକମାନଙ୍କର କ୍ଷତି ହୋଇପାରେ? ଆଜି ଆମେ ଆପଣଙ୍କୁ ଏହି ସୂଚନା ଦେବାକୁ ଯାଉଛୁ।

ଆସନ୍ତୁ ଜାଣିବା ସଫଳା ଏକାଦଶୀରେ ପ୍ରସ୍ତୁତ ଶୁଭ ସଂଯୋଗରେ କେଉଁ ରାଶି ମାନଙ୍କୁ ମିଳିବ ଲାଭ।

ମେଷ ରାଶି:-

ମେଷ ରାଶି ଥିବା ଲୋକଙ୍କ ଉପରେ ଶୁଭ ସଂଯୋଗ ଭଲ ଖବର ଦେଖିବାକୁ ମିଳିବ। ମନକୁ ବ୍ୟବସାୟ ଆଗକୁ ବଢ଼ାଇବା ନୂତନ ଚିନ୍ତାଧାରା ଆସିପାରେ ଯାହାକୁ ଆପଣ କାର୍ଯ୍ୟକାରୀ କଲେ ଆପଣ ଲାଭ ପାଇବେ। ମାନସିକ ଅସୁବିଧା ସମାପ୍ତ ହେବ। ପାରିବାରିକ ପରିବେଶ ସୁଖଦ ହେବ। ବ୍ୟବସାୟରେ ଆପଣ କ୍ରମାଗତ ଅଭିବୃଦ୍ଧି ହାସଲ କରିବେ। ପିଲାମାନଙ୍କ ସହିତ ହସ ଖୁସିରେ ସମୟ ବିତାଇବେ। ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟରେ ଆପଣ ଭଲ ଲାଭ ପାଇପାରିବେ।

ମିଥୁନ ରାଶି:-

ମିଥୁନ ରାଶି ଥିବା ଲୋକମାନେ ଶୁଭ ସଂଯୋଗର ସର୍ବୋତ୍ତମ ଫଳାଫଳ ପାଇବେ। ପିତାମାତାଙ୍କ ଆଶୀର୍ବାଦ ଆପଣଙ୍କ ସହିତ ରହିବ। ଆପଣଙ୍କର କଠିନ ପରିଶ୍ରମର ସମ୍ପୂର୍ଣ୍ଣ ଫଳାଫଳ ପାଇବେ ଯାହା ଆପଣଙ୍କ ହୃଦୟକୁ ଖୁସି କରିବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମର୍ଥନ ମିଳିବ। ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ବ୍ୟବସାୟକୁ ଆଗକୁ ନେବାରେ ଆପଣ ସଫଳ ହେବେ।କାର୍ଯ୍ୟ ପଦ୍ଧତିରେ ଉନ୍ନତି ଆସିବ। ବ୍ୟକ୍ତିଗତ ସମ୍ପର୍କ ମଜବୁତ ହେବ।

Google

କର୍କଟ ରାଶି:-

ଏହି ରାଶିର ଲୋକଙ୍କ ସମୟ ଭଲ ରହିବ।ଶୁଭ ସଂଯୋଗ ଯୋଗୁ ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ। କାର୍ଯ୍ୟ କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତ ହେବ। ଜୀବନରେ ସିନିୟରଙ୍କର ସହଯୋଗ ମିଳିବ। ଆପଣ ନିଜର ଜୀବନ ଭଲ ଭାବରେ ବ୍ୟତିତ କରିବେ। ସଫଳତାର ସୁଯୋଗ ହାତକୁ ଲାଗିପାରେ। ଆପଣ କୌଣସି ମାମଲାରେ ବଡ଼ ନିଷ୍ପତି ନେବେ, ଯାହା ଭଲ ସାବ୍ୟସ୍ତ ହେବ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିପାରେ।

କୁମ୍ଭ ରାଶି:-

ଏହି ରାଶିର ଲୋକଙ୍କର ଆତ୍ମବିଶ୍ୱାସ ମଜବୁତ ରହିବ। ଅସମାପ୍ତ କାର୍ଯ୍ୟ ସହଜରେ ସମାପ୍ତ କରିପାରିବେ। କାର୍ଯ୍ୟ କ୍ଷେତ୍ରରେ ବୃଦ୍ଧି ହେବ। ଛାତ୍ର ମାନେ ଯଦି ଯୋଜନା କରି ପ୍ରସ୍ତୁତ ହେବେ କ୍ୟାରିୟରର ଉନ୍ନତିର ରାସ୍ତା ଖୋଲିପାରେ। ପରିବାର ଲୋକଙ୍କ ସହିତ ଭଲ ସମୟ ବ୍ୟତିତ କରିବେ।ବ୍ୟବସାୟରେ ନୂତନ ଚୁକ୍ତି ହେବାର ସମ୍ଭାବନା ଅଛି। ବ୍ୟବସାୟ ଭଲ ରହିବ। କ୍ୟାରିୟରରେ କ୍ରମାଗତ ଭାବରେ ଆଗକୁ ବଢିବେ।

ଆସନ୍ତୁ ଜାଣିବା ଅନ୍ୟ ରାଶି ମାନଙ୍କର ସ୍ଥିତି କିପରି ରହିବ।

ବୃଷ ରାଶି:-

ଏହି ରାଶିର ଲୋକଙ୍କ ଜୀବନରେ ଅନେକ ପ୍ରକାରର ପରିବର୍ତନ ଦେଖିବାକୁ ମିଳିବ। ଆପଣଙ୍କୁ ନିଜର ଲକ୍ଷ ଉପରେ ଧ୍ୟାନ ଦେବାକୁ ପଡ଼ିବ। ସ୍ବାସ୍ଥ୍ୟ ଖରାପ ହୋଇପାରେ। ଖାଇବା ପିଇବା ପ୍ରତି ଧ୍ୟାନ ଦିଅନ୍ତୁ।ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ବୁଲି ଯିବାର ଯୋଜନା କରିପାରନ୍ତି,ଏମିତି କଲେ ଆପଣଙ୍କର ସମ୍ପର୍କ ବହୁତ ଭଲ ହେବ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ କରି ଆପଣ ବହୁତ ଖୁସି ଅନୁଭବ କରିବେ।ବଡ଼ ଭାଇଙ୍କ ସହିତ କୌଣସି କଥାକୁ ନେଇ ବିବାଦ ହେବାର ସମ୍ଭାବନା ଅଛି, ଯେଉଁଥି ପାଇଁ ଆପଣ ବହୁତ ଉଦାସ ରହିବେ।

ସିଂହ ରାଶି:-

ଏହି ରାଶିର ଲୋକଙ୍କୁ କଠିନ ପରିସ୍ଥିତି ଦେଇ ଗତି କରିବାକୁ ପଡ଼ିବ। ବ୍ୟବସାୟ କରୁଥିବା ଲୋକ ମାନେ ଯଦି କୌଣସି ବିନିଯୋଗ କରୁଛନ୍ତି ତ ବୁଝି ବିଚାରି ନିଶ୍ଚୟ କରନ୍ତୁ। ବୈବାହିକ ଜୀବନରେ ଚାପ ବଢ଼ିପାରେ। ଜୀବନସାଥୀଙ୍କ ବ୍ୟବହାରରେ ଆପଣ ବହୁତ ଚିନ୍ତିତ ରହିବେ। ଆତ୍ମବିଶ୍ୱାସ କମଜୋର ରହିବ। ମାନସିକ ଅସୁବିଧା ଯୋଗୁ କାମକାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବା କଠିନ ହୋଇପଡ଼ିବ। ଏଠାରେ ସେଠାରେ କାର୍ଯ୍ୟଗୁଡ଼ିକରେ ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଯେଉଁ କାରଣରୁ ବ୍ୟାଙ୍କ ବାଲାନ୍ସ କମ ହେବାର ସମ୍ଭାବନା ଅଛି।

କନ୍ୟା ରାଶି:-

ଏହି ରାଶି ଥିବା ଲୋକମାନଙ୍କର ସମୟ ସାଧାରଣ ଭାବରେ ବ୍ୟତିତ କରିବେ। କାର୍ଯ୍ୟ କ୍ଷେତ୍ରରେ ସହକର୍ମିଙ୍କ ସହିତ ବିବାଦ କରିବାରୁ ଦୂରେଇ ରୁହନ୍ତୁ। ଆପଣଙ୍କୁ ନୂତନ ଦାୟିତ୍ୱ ମିଳିପାରେ। କୌଣସି କାର୍ଯ୍ୟରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ।ଆପଣ ନିଜର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବେ। ଭାଗିଦାରୀରେ ଯଦି କୌଣସି କାମ ଆରମ୍ଭ କରୁଛନ୍ତି ତେବେ ବୁଝି ବିଚାରି ନିଶ୍ଚୟ କରନ୍ତୁ ନଚେତ ଆଗକୁ ଯାଇ ଅସୁବିଧାରେ ପଡ଼ିପାରନ୍ତି।

ତୁଳା ରାଶି:-

ଏହି ରାଶିର ଲୋକଙ୍କର ସମୟ ବହୁତ ଭଲ ରହିବ। କୌଣସି ଜରୁରୀ କାର୍ଯ୍ୟର ସମାପ୍ତ କରିବାରେ ସଫଳତା ମିଳିପାରେ। ଶିକ୍ଷାକ୍ଷେତ୍ରରେ ସହିତ ଜଡ଼ିତ ଲୋକଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆପଣ କିଛି ନୂତନ ଶିଖିବାର ଆଗ୍ରହି ହେବେ। ଅଫିସ କାର୍ଯ୍ୟରେ କୌଠିକି ବାହାରକୁ ଯିବା ପାଇଁ ପଡିପାରେ। ଗାଡି ଚଲାଇବା ସମୟରେ ଅସାବଧାନତା ହୁଅନ୍ତୁ ନାହିଁ। ମନରଞ୍ଜନ କାର୍ଯ୍ୟରେ ଅଧିକ ଧନ ଖର୍ଚ୍ଚ ହେବାର ସମ୍ଭାବନା ଅଛି।

Google

ବିଛା ରାଶି:-

ଏହି ରାଶିର ଲୋକଙ୍କ ଜୀବନରେ ବହୁତ ସଫଳତା ଦେଖିବାକୁ ମିଳୁଛି। ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି କିନ୍ତୁ କାର୍ଯ୍ୟରେ ଭାଗ୍ୟ ଠାରୁ ଅଧିକ ପରିଶ୍ରମ ଉପରେ ଭରସା କରିବା ଉଚିତ। କାରବାରରେ ଲାଭ ମିଳିବ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ରଚନାତ୍ମକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ବିବାହିତ ଜୀବନର ପରିସ୍ଥିତି ଠିକ ହୋଇପାରେ। ପତି-ପତ୍ନୀ ପରସ୍ପରର ଭାବନାକୁ ବୁଝନ୍ତୁ।

ଧନୁ ରାଶି:-

ଧନୁ ରାଶିର ଲୋକମାନଙ୍କୁ ନିଜର କାର୍ଯ୍ୟ ଯୋଜନା ଅନ୍ୟ କାହା ସାମ୍ନାରେ ପ୍ରକାଶ କରିବା ଉଚିତ ନୁହେଁ ନଚେତ ଏହାର ଫାଇଦା କେହି ଉଠାଇ ନେବେ। ଆର୍ଥିକ ଦୃଷ୍ଟିରୁ କୌଣସି ନିଷ୍ପତ୍ତି ନେବାବେଳେ ସତର୍କ ରହିବା ଆବଶ୍ୟକ। ଆପଣ ନିଜର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କଠିନ ପରିଶ୍ରମ ଦ୍ୱାରା ସଫଳତା ମିଳିପାରେ। ଛାତ୍ରମାନେ କିଛି ଭଲ ଖବର ପାଇବାର ସମ୍ଭାବନା ଅଛି। ଅଧ୍ୟୟନରେ ଆଗ୍ରହୀ ରହିବେ। ବ୍ୟବସାୟରେ ଆସୁଥିବା ସମସ୍ୟାକୁ ଦୂର କରିବା ପାଇଁ ଆପଣ କୌଣସି ନୂତନ ଯୋଜନା ପ୍ରସ୍ତୁତ କରିପାରିବେ।

ମକର ରାଶି:-

ଏହି ରାଶିର ଲୋକଙ୍କ ସମୟ ମିଶ୍ରିତ ରହିବ।ଆପଣଙ୍କୁ ନିଜର ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। କୌଣସି ବି ନୂତନ କାର୍ଯ୍ୟ ଆରମ୍ଭ କରିବା ପୁର୍ବରୁ ଘରର ଅଭିଜ୍ଞ ଲୋକଙ୍କର ପରାମର୍ଶ ନିଶ୍ଚୟ ନିଅନ୍ତୁ। ଆପଣ ନିଜର ସମସ୍ତ କାର୍ଯ୍ୟକୁ ଯୋଜନା ଆଧାରରେ କରନ୍ତୁ, ଏଥିରେ ଆପଣଙ୍କୁ ଲାଭ ମିଳିବାର ଆଶା ଅଛି। ବିଜନେସ ସମ୍ବୋଦ୍ଧିୟ କାର୍ଯ୍ୟରେ ଯାତ୍ରା କରିବାକୁ ପଡିପାରେ। ଆପଣଙ୍କ ଦ୍ବାରା କରାଯାଇଥିବା ଯାତ୍ରା ସଫଳ ରହିବ। ଶରୀରରେ ଅଳ୍ପ କ୍ଲାନ୍ତ ଅନୁଭବ କରିବେ। ଜୀବନଶୈଳିରେ ପରିବର୍ତନ କରିବାର ଆବଶ୍ୟକତା ଅଟେ।

ମୀନ ରାଶି:-

ଏହି ରାଶିର ଲୋକଙ୍କ ସମୟ ବହୁତ ଭଲ ରହିବ। ଆପଣଙ୍କର ସମ୍ପୂର୍ଣ ଧ୍ୟାନ କାର୍ଯ୍ୟ ଉପରେ ରଖିବା ଉଚିତ। ମାତା ପିତାଙ୍କର ସହଯୋଗ ମିଳିବ। ବ୍ୟବସାୟରେ ବୃଦ୍ଧି ହୋଇପାରେ। ଆର୍ଥିକ ସ୍ଥିତି ମଜବୁତ କରିବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ମନୋରଞ୍ଜନ କାର୍ଯ୍ୟ ପାଇଁ ସୁଯୋଗ ମିଳିପାରେ। ଚ୍ଛାଟ୍ର ବର୍ଗର ଲୋକ କଠିନ ବିଷୟରେ ଶିକ୍ଷକଙ୍କ ସହଯୋଗ ନେଇପାରନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ।  ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ।  ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *