Excuse Me Odisha

ଯାହା କହିବୁ ସତ କହିବୁ

ଏହି ୭ଟି ଲକ୍ଷଣ ଜଣାଇଥାଏ ଶରୀରରେ କେଉଁଠାରେ କଣ ସମସ୍ୟା ରହିଛି

ସେୟାର୍ କରନ୍ତୁ

ସ୍ୱାସ୍ଥ୍ୟମୟ ଶରୀର ପ୍ରତ୍ୟେକ ବ୍ୟକ୍ତିଙ୍କର ଇଚ୍ଛା ରହିଥାଏ ଏବଂ ସୁସ୍ଥ ରହିବାପାଇଁ ସମସ୍ତ ଦିନଚର୍ଯ୍ୟା ଠାରୁ ଆରମ୍ଭ କରି ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ ଅଟେ। ଅଧିକାଂଶ ଲୋକ ନିଜ ଉପରେ ଧ୍ୟାନ ଦେବା ସେତେବେଳେ ଆରମ୍ଭ କରନ୍ତି , ଯେତେବେଳେ ସେମାନଙ୍କୁ କୌଣସି ରୋଗ ବିଷୟରେ ଜଣାପଡ଼ିଥାଏ। ବିନା କୌଣସି ରୋଗରେ ମଧ୍ୟ ଶରୀରର କିଛି ଲକ୍ଷଣ ଏଭଳି ରହିଥାଏ , ଯାହା ଜଣାଇଥାଏ ଯେ ଆପଣ ଭିତରୁ ସୁସ୍ଥ ନାହାଁନ୍ତି।

ଆସନ୍ତୁ ସେ ବିଷୟରେ ଜାଣିବା:-

ଖରାପ ଚର୍ମ:-

ଆପଣଙ୍କ ଚର୍ମ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ବହୁତ କିଛି ଜଣାଇଥାଏ। ବ୍ରଣର ସମସ୍ୟାକୁ ଖରାପ ଜୀବନଶୈଳୀ , ହାଇଜିନ , ନିଦ୍ରା , ପାଚନ ଏବଂ ଖାଦ୍ୟପେୟ ସହ ଜଡିତ ଭାବରେ ବିବେଚନା କରାଯାଇଥାଏ। ଏହି ଲକ୍ଷଣକୁ ଚିହ୍ନଟ କରି ନିଜ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ପରିବର୍ତ୍ତନ କରନ୍ତୁ।

ଆଖି ସଫା ନ ହେବା:-

Google

ଆଖିରେ ଉଜ୍ଜ୍ୱଳତା ନ ହେବା ମଧ୍ୟ ଅନେକ କଥା ଆଡ଼କୁ ଈଶାରା ଦେଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କର କହିବା ଅନୁଯାୟୀ , ଆଖିର କୋଷ ଗୁଡିକ ଧଳା ହେବା ସୁସ୍ଥ ଆଖିର ପରିଚୟ ଅଟେ। ଯଦି ଆପଣଙ୍କ ଆଖି ହଳଦିଆ ରହିଥାଏ , ତେବେ ଏହା ପିତ୍ତକୋଷ , ଯକୃତ କିମ୍ବା ପାଚନରସ ସମସ୍ୟା ସହ ଜଡିତ ହୋଇଥାଏ। ଏଥିସହିତ ଆଖିର ଲାଲ ହେବା ମଧ୍ୟ ଖରାପ ସ୍ୱାସ୍ଥ୍ୟର ସଙ୍କେତ ଦେଇଥାଏ , ଯେପରିକି ନିଦ ପୂରା ନ ହେବା କିମ୍ବା ଆଖି ଉପରେ ବହୁତ ଅଧିକ ଚାପ ପଡିବା।

ନଖର ରଙ୍ଗ ଏବଂ ଗଠନ ପ୍ରଣାଳୀ:-

ନଖର ଆକାର , ଗଠନ ପ୍ରଣାଳୀ ଏବଂ ରଙ୍ଗରୁ ମଧ୍ୟ ସ୍ୱାସ୍ଥ୍ୟ ବିଷୟରେ ଅନୁମାନ କରାଯାଇପାରିବ। ନଖର ହଳଦିଆ ହେବା ଜଣାଇଥାଏ ଯେ , ଆପଣଙ୍କ ଶରୀରରେ ସଠିକ ଭାବରେ ରକ୍ତସଞ୍ଚାଳନ ହେଉନାହିଁ ଏବଂ ପାଣିର ମାତ୍ରା ଅଧିକ ତିଆରି ହେଉନାହିଁ। ତେବେ କିଛି କ୍ଷେତ୍ରରେ ଏହା ଧୂମ୍ରପାନ କିମ୍ବା ଖରାପ ନେଲପଲିସ କାରଣରୁ ମଧ୍ୟ ହୋଇପାରେ। ଯଦି ଆପଣଙ୍କ ନଖ ସଠିକ ଭାବରେ ବଢୁନାହିଁ , ତେବେ ଆପଣଙ୍କ ମଧ୍ୟରେ ପୃଷ୍ଟିକର ଖାଦ୍ୟର ଅଭାବ ରହିପାରେ।

ଘୁଙ୍ଗୁଡି ମାରିବା:-

ଜୋର ଜୋରରେ ଘୁଙ୍ଗୁଡି ନେବା କୌଣସି ରୋଗର ମଧ୍ୟ ସଂକେତ ହୋଇପାରେ। ନିଦରେ ନିଶ୍ୱାସ ନେବାରେ ଅସୁବିଧା , ମୋଟାପଣ , ହୃଦୟ ସହ ଜଡିତ ରୋଗ ଏବଂ ଷ୍ଟ୍ରୋକ ଭଳି ସ୍ୱାସ୍ଥ୍ୟବସ୍ଥା କାରଣରୁ ମଧ୍ୟ ଘୁଙ୍ଗୁଡି ଆସିଥାଏ। ଅଧିକାଂଶ ଲୋକ ଘୁଙ୍ଗୁଡିକୁ ସାଧାରଣ ଲକ୍ଷଣ ଭାବି ଅଣଦେଖା କରିଦେଇଥାନ୍ତି କିନ୍ତୁ ଏହା ଏକ ସଂକେତ ଅଟେ କି ଆପଣ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ନାହାଁନ୍ତି। ଯଦି ଆପଣ ମଧ୍ୟ ପ୍ରାୟତଃ ଘୁଙ୍ଗୁଡି ମାରୁଛନ୍ତି , ତେବେ ଆପଣଙ୍କ ଡାକ୍ତରଙ୍କ ସହ ନିଶ୍ଚିତ ଭାବରେ ସମ୍ପର୍କ କରନ୍ତୁ।

ପେଟରେ ଗ୍ୟାସ ତିଆରି ହେବା:-

ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ଅନୁଯାୟୀ , ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ ପାଖାପାଖି ୧୦ ରୁ ୨୦ ଥର ଗ୍ୟାସ ପାରିତ କରିଥାନ୍ତି। ଯଦି ଆପଣଙ୍କର ଏହାଠାରୁ ଅଧିକ ଏବଂ କ୍ରମାଗତ ଭାବରେ ଗ୍ୟାସ ତିଆରି ହୋଇଥାଏ , ତେବେ ଏହା ଏକ ସଂକେତ ହୋଇପାରେ କି ଆପଣ ସେତିକି ସୁସ୍ଥ ନାହାଁନ୍ତି , ଯେତିକି ଆପଣ ଭାବୁଛନ୍ତି। ତେବେ ଖାଦ୍ୟପେୟର କିଛି ଜିନିଷ ମଧ୍ୟ ଗ୍ୟାସ ତିଆରି କରିବାରେ କାମ କରିଥାଏ କିନ୍ତୁ ଏହା ସ୍ୱାସ୍ଥ୍ୟ ସହ ମଧ୍ୟ ଜଡିତ ହୋଇପାରେ। ଲାକ୍ଟୋଜ ଇନଟୋଲୋରେନ୍ସ , ଖରାପ ପାଚନ ଏବଂ ସିଲିଏକ ରୋଗରେ ମଧ୍ୟ ଶରୀରରେ ବହୁତ ଅଧିକ ଗ୍ୟାସ ତିଆରି ହୋଇଥାଏ।

Google

ମୂତ୍ରର ରଙ୍ଗ:-

ଆପଣଙ୍କ ମୂତ୍ରର ରଙ୍ଗ ମଧ୍ୟ କହିଥାଏ ଯେ , ଆପଣ କେତେ ସୁସ୍ଥ ଅଟନ୍ତି। ଡାକ୍ତର ମାନଙ୍କ ଅନୁଯାୟୀ , ମୂତ୍ରର ରଙ୍ଗ ଏବଂ ଗନ୍ଧରେ ଅନେକ ରୋଗକୁ ଚିହ୍ନଟ କରାଯାଇପାରେ। ଯଦି ଆପଣଙ୍କ ମୂତ୍ରର ରଙ୍ଗ ବହୁତ ଗାଢ଼ ଅଟେ ଏବଂ ସେଥିରୁ ଗନ୍ଧ ବାହାରୁଥାଏ , ତେବେ ଆପଣଙ୍କୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।

ସର୍ବଦା ଥକା ଲାଗିବା:-

ନିଦ ପୁରା ନ ହେବା କିମ୍ବା ବହୁତ ଅଧିକ କାମ କରିବା ଦ୍ୱାରା ମଧ୍ୟ ଥକାପଣ ହୋଇଥାଏ। ଏହାବ୍ୟତୀତ ଡିହାଇଡ୍ରେସନ , ଆଇରନର ଅଭାବ , ବ୍ୟାୟାମ ନ କରିବା ଏବଂ ବହୁତ ଅଧିକ ମିଠା ଖାଇବା ଦ୍ୱାରା ମଧ୍ୟ ଥକାପଣ ହେବାକୁ ଲାଗିଥାଏ। ଯଦି ଆପଣ ପ୍ରାୟତଃ ଥକା ରହିଥାନ୍ତି , ତେବେ ଏହି ସଂକେତ ଗୁଡିକ ଉପରେ ବିଚାର କରିବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *