Excuse Me Odisha

ଯାହା କହିବୁ ସତ କହିବୁ

ସୌଭାଗ୍ୟ ଯୋଗ ସହିତ ବନିଲା ୨ ଟି ଅନ୍ୟ ଯୋଗ , ଏହି ରାଶିଗୁଡିକୁ ସୁଖ ସୁବିଧା ପ୍ରାପ୍ତ ହେବ, ଚମକିବ ଭାଗ୍ୟ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ରର ଲଗାତାର ବଦଳୁ ଥିବା ଚଳନ ଯୋଗୁଁ ଆକାଶମଣ୍ଡଳରେ ଅନେକ ଯୋଗର ନିର୍ମାଣ ହୋଇଥାଏ। ଜ୍ୟୋତିଷ ସୂଚନା ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ରାଶିରେ ଗ୍ରହ ନକ୍ଷତ୍ରର ସ୍ଥିତି ଠିକ୍ ରହିଛି ତାହେଲେ ଏଥିଯୋଗୁଁ ସକାରାତ୍ମକ ପରିଣାମ ପ୍ରାପ୍ତ ହୋଇଥାଏ। କିନ୍ତୁ ସ୍ଥିତି ଠିକ୍ ନ ରହିଲେ ଏହାର ବିପରୀତ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ।

ଜ୍ୟୋତିଷ ଗଣନା ଅନୁସାରେ ଆଜି ସୌଭାଗ୍ୟ ଯୋଗ ସହିତ  ଆୟୁଷ୍ମାନ ଏବଂ ଶୋଭନ ନାମରେ ଆଉ ଦୁଇଟି ଶୁଭ ଯୋଗ ରହିଛି। ଏହାର ପ୍ରଭାବ ୧୨ଟି ରାଶି ଉପରେ କିଛି ନା କିଛି ପ୍ରଭାବ ପଡ଼ିବ। ଏହି ତିନୋଟି ଯୋଗ ଆପଣଙ୍କ ରାଶି ଉପରେ କିପରି ପ୍ରଭାବ ପକାଇବ ? ଚାଲନ୍ତୁ ଜାଣିବା ଏହି ବିଷୟରେ –

ଆସନ୍ତୁ ଜାଣିବା ଏହି ଶୁଭ ଯୋଗ କେଉଁ ରାଶି ଉପରେ ରହିବ ସକାରାତ୍ମକ ପ୍ରଭାବ।

ମିଥୁନ ରାଶିର ଲୋକଙ୍କ ଉପରେ ଏହି ଶୁଭ ଯୋଗ ଦ୍ୱାରା ସୁଖଦ ପରିଣାମ ପ୍ରାପ୍ତ ହେବ। କାର୍ଯ୍ୟ କ୍ଷେତ୍ରରେ ନିଜର ଧ୍ୟାନ କେନ୍ଦ୍ରିତ କରିବେ। ପୁରୁଣା ନିବେଶରୁ ଭାରୀ ଲାଭ ମିଳିବାର ସମ୍ଭାବନା ରହିଛି। ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ। ଜୀବନସାଥୀଙ୍କ ସହିତ କୌଣସି ଯାତ୍ରାରେ ଯାଇ ପାରନ୍ତି । ପ୍ରେମ ଜୀବନ ସୁଖମୟ ରହିବ। କାର୍ଯ୍ୟ କ୍ଷେତ୍ରରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ ଏବଂ ସବୁ ବାଧା ଦୂର ହେବ।

Google

ସିଂହ ରାଶିର ଲୋକଙ୍କର ଶୁଭ ଯୋଗର ବିପରୀତ ଫାଇଦା ମିଳିବ। ଲମ୍ବା ସମୟରୁ ଥିବା ବେମାରୀରୁ ମୁକ୍ତି ମିଳିବ, ଯାହାଦ୍ବାରା ଆପଣ ଅଧିକ ପ୍ରସନ୍ନ ରହିବେ। ପାରିବାରିକ ସମସ୍ୟା ଦୂର ହେବ। ଆପଣ ନିଜର ମଧୁର ବାଣୀ ଦ୍ଵାରା ଲୋକଙ୍କୁ ପ୍ରଭାବିତ କରିବେ। ବିତ୍ତୀୟ ଲାଭ ମିଳିବାର ସମ୍ଭାବନା ରହିଛି। ଜମିବାଡ଼ି କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ବନ୍ଧୁଙ୍କ ସହାୟତା ମିଳିପାରେ। ପ୍ରଭାବଶାଳୀ ଲୋକଙ୍କ ସହିତ ପରିଚୟ ହୋଇପାରେ, ଯାହାଦ୍ବାରା ଭବିଷ୍ୟତ ରେ ଆପଣଙ୍କୁ ଲାଭ ମିଳିବ।

ଧନୁ ରାଶିର ଲୋକଙ୍କ ଉପରେ ଶୁଭ ଯୋଗର ସକାରାତ୍ମକ ପ୍ରଭାବ ପଡ଼ିବ। ଦାନ ପୁଣ୍ୟ କାର୍ଯ୍ୟରେ ଆପଣଙ୍କର ମନ ଲାଗିବ। ମାନସିକ ଶାନ୍ତି ପ୍ରାପ୍ତ ହେବ। କୌଣସି ବଡ଼ ଯୋଜନା ଉପରେ ଆପଣ ବିଚାର କରି ପାରନ୍ତି, ଯାହା ଆପଣଙ୍କ ପାଇଁ ଫାଇଦା ସାବ୍ୟସ୍ତ ହେବ। ବ୍ୟାପାରରେ ବିସ୍ତାର ହେବାର ସମ୍ଭାବନା ରହିଛି। ଜରୁରୀ କାର୍ଯ୍ୟରେ ପ୍ରଭାବଶାଳୀ ଲୋକଙ୍କ ଠାରୁ ସାହାଯ୍ୟ ମିଳିପାରେ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ପ୍ରେମ ମାମଲାରେ ଆପଣ ଭାଗ୍ୟବାନ ସାବ୍ୟସ୍ତ ହେବେ।

କୁମ୍ଭ ରାଶିର ଲୋକଙ୍କୁ କୋର୍ଟ କଚେରୀ ମାମଲାରେ ଫାଇଦା ମିଳିବ। ପରିବାର ଲୋକଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଶୁଭ ଯୋଗ ଯୋଗୁଁ ଚାକିରୀ ପେଶାରେ ଥିବା ଲୋକଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଚାକିରୀ କ୍ଷେତ୍ରରେ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ଯୋଗ ରହିଛି, ଏହା ସହିତ ବେତନରେ ବୃଦ୍ଧି ହେବ। ବ୍ୟାପାର କ୍ଷେତ୍ରରେ ଆପଣ କୌଣସି ଲାଭଦାୟକ ଯାତ୍ରାରେ ଯାଇ ପାରନ୍ତି। ଘର କିଣିବାର ସ୍ଵପ୍ନ ଆପଣଙ୍କର ସାକାର ହୋଇପାରେ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ସ୍ଥିତି –

ମେଷ ରାଶିର ଲୋକଙ୍କୁ ଅଯଥା ଯାତ୍ରା କରିବାକୁ ପଡିପାରେ, ଯାହାଦ୍ବାରା ଥକା ଅନୁଭବ କରିବେ। ଏହି ରାଶିର ଲୋକଙ୍କୁ ବଡ଼ ନିବେଶ କରିବାରୁ ବଞ୍ଚିତ ହେବା ଉଚିତ। ଆପଣଙ୍କ ମଧ୍ୟରେ ସକାରାତ୍ମକ ଉର୍ଜା ରହିବ। ପାରିବାରିକ ମାମଲାରେ କୌଣସି ନିଷ୍ପତି ନେଇ ପାରନ୍ତି। ପ୍ରେମ ଜୀବନ ସୁଖମୟ ରହିବ। ବିଦ୍ୟାର୍ଥୀ ମାନଙ୍କୁ ପାଠପଢ଼ା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।

Google

ବୃଷ ରାଶିର ଲୋକଙ୍କୁ କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ଅବାଞ୍ଛିତ ଯାତ୍ରା ରେ ଯିବାକୁ ପଡ଼ିପାରେ। ଜୀବନସାଥୀ ଙ୍କ ସହିତ ଉତ୍ତମ ତାଳମେଳ ରଖି ଚାଲିବେ। ଆପଣଙ୍କୁ ନିଜ କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଉଚିତ। ଖର୍ଚ୍ଚ  ବଢିପାରେ, ଏଥିପାଇଁ ଆପଣ ଅଧିକ ଚିନ୍ତିତ ରହିବେ। ଘରେ କୌଣସି କଥାକୁ ନେଇ ସମସ୍ୟା ହୋଇପାରେ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହେବ ଏବଂ ଆପଣଙ୍କ ମନ ପ୍ରସନ୍ନ ରହିବ।

କର୍କଟ ରାଶିର ଲୋକଙ୍କୁ ଧନ ସମ୍ବନ୍ଧିତ ମାମଲାରେ ସତର୍କ ରହିବାର ଆବଶ୍ୟକତା ରହିଛି,  ନଚେତ ଧନ ହାନୀ ହେବାର ସମ୍ଭାବନା ରହିଛି। ଗାଡି ଚଳାଚଳ ସମୟରେ ଦାୟିତ୍ବହୀନ ହୁଅନ୍ତୁ ନାହିଁ। ସାମାଜିକ କ୍ଷେତ୍ରରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ। ପ୍ରେମୀଙ୍କୁ ଉପହାର ଦେବା ପାଇଁ ଆପଣ ଯୋଜନା କରି ପାରନ୍ତି। ଆପଣଙ୍କ ସମ୍ପର୍କ ସୁଦୃଢ଼ ରହିବ। ପ୍ରାଇଭେଟ ଚାକିରୀ କରିଥିବା ଲୋକଙ୍କୁ ସମ୍ଭାଳି ରହିବା ଆବଶ୍ୟକ।

କନ୍ୟା ରାଶିର ଲୋକେ ନିଜ ପିତାମାତାଙ୍କ ସ୍ବାସ୍ଥ୍ୟ କୁ ନେଇ ଚିନ୍ତିତ ରହି ପାରନ୍ତି। ଅଧିକ ପରିଶ୍ରମ କରିବା ସତ୍ତ୍ୱେ ଆଶାନୁରୂପ ସଫଳତା ମିଳି ନପାରେ। ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ। ଆପଣ ନିଜ ମନରୁ ଅଯଥା ଚିନ୍ତା କାଢି ଦିଅନ୍ତୁ। ଆପଣଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡିପାରେ। ସନ୍ତାନଙ୍କ ଆବଶ୍ୟକତାକୁ ବୁଝିବାକୁ ପ୍ରୟାସ କରି ପାରନ୍ତି। ବିଦ୍ୟାର୍ଥୀ ମାନଙ୍କୁ ପ୍ରତିଯୋଗିତାରେ ସଫଳତା ମିଳିବ। ଏହି ରାଶିର ଲୋକଙ୍କୁ କିଛି ମହତ୍ୱପୂର୍ଣ୍ଣ ମାମଲାରେ ନିଷ୍ପତ୍ତି ନେବା ଆବଶ୍ୟକ।

ତୁଳା ରାଶିର ଲୋକଙ୍କୁ ବ୍ୟାଙ୍କ ସହିତ ଜଡିତ ଦେବା ନେବା ସମୟରେ ସାବଧାନ ରହିବା ଆବଶ୍ୟକ। ସାମାଜିକ କ୍ଷେତ୍ରରେ ନୂଆ ଲୋକଙ୍କ ସହିତ ବନ୍ଧୁତା ହେବ। ପରିବାର ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଚାକିରୀ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। ଆପଣ ନିଜର ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ପ୍ରେମ ଜୀବନରେ ଅଧିକ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ।

ବିଛା ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ସନ୍ତାନଙ୍କ ସହିତ ମନୋରଞ୍ଜନ ଯାତ୍ରାରେ ଯାଇ ପାରନ୍ତି। ଯଦି ଆପଣ କୌଣସି ବ୍ୟାପାର ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ଅନୁଭବୀ ଲୋକଙ୍କ ପରାମର୍ଶ ନିଅନ୍ତୁ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ କଠିନ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ପ୍ରେମୀଙ୍କ ବଦଳୁ ଥିବା ସ୍ଵଭାବରେ ଆପଣ ଦୁଃଖିତ ରହି ପାରନ୍ତି। ବିବାହ ଯୋଗ୍ୟ ଲୋକଙ୍କ ପାଇଁ ପ୍ରସ୍ତାବ ଆସିପାରେ।

ମକର ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଏହି ରାଶିର ଲୋକଙ୍କୁ କାର୍ଯ୍ୟ ମାମଲାରେ ଆର୍ଥିକ ସହାୟତା ମିଳିପାରେ। ଆପଣଙ୍କୁ ସବୁ କାର୍ଯ୍ୟ ଉଚିତ ସମୟରେ ସମ୍ପନ୍ନ କରିବା ଆବଶ୍ୟକ। ସମ୍ପତ୍ତି ସହିତ ଜଡ଼ିତ ନିବେଶରୁ ଲାଭ ମିଳିବ। କିଛି ଲୋକ ଆପଣଙ୍କ ସ୍ଵଭାବ ର ଫାଇଦା ଉଠାଇ ପାରନ୍ତି,ଏଥିପାଇଁ ସର୍ବଦା ସାବଧାନ ରହିବା ଆବଶ୍ୟକ।

ମୀନ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଆପଣ ନିଜର ପରିଶ୍ରମ ବଳରେ ଆୟ କରିବେ ଏବଂ ପରିଶ୍ରମରୁ ଉପାର୍ଜନ କରିଥିବା ଟଙ୍କା ଖୁବ୍ ଶୀଘ୍ର ସରିବାର ସମ୍ଭାବନା ରହିଛି। ଆର୍ଥିକ ମାମଲାକୁ ନେଇ ସାବଧାନ ରହିବା ଆବଶ୍ୟକ। ବନ୍ଧୁଙ୍କ ସହିତ ଭ୍ରମଣ ରେ ଯାଇ ପାରନ୍ତି। ଚାକିରୀ କ୍ଷେତ୍ରରେ ସହକର୍ମୀଙ୍କ ସହିତ ଉତ୍ତମ ତାଳମେଳ ରଖିବେ। ଆପଣ ଉତ୍ତମ ପ୍ରଦର୍ଶନ କରିବେ ଏବଂ ବରିଷ୍ଠ ଅଧିକାରୀଙ୍କୁ ପ୍ରସନ୍ନ କରିବେ। କୋର୍ଟ କଚେରୀ ମାମଲା ରୁ ଦୂରେଇ ରୁହନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *