Excuse Me Odisha

ଯାହା କହିବୁ ସତ କହିବୁ

ସାପ୍ତାହିକ ରାଶିଫଳ (୪ ରୁ ୧୦ ଜାନୁଆରୀ ) : ଏହି ସପ୍ତାହରେ ମା ସନ୍ତୋଷୀଙ୍କ କୃପାରୁ ଏହି ୫ଟି ରାଶିର ଅଧୁରା ଇଛା ପୂରଣ ହେବ।

ସେୟାର୍ କରନ୍ତୁ

ଆପଣଙ୍କ ରାଶି ଆପଣଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଇ ଥାଏ। ରାଶିଫଳ ଦ୍ଵାରା ଭବିଷ୍ୟତରେ ହେବାକୁ ଥିବା ଘଟଣାର ପୂର୍ବାନୁମାନ ହୋଇଥାଏ। ବହୁତ ଲୋକଙ୍କ ମନରେ ଏହା ପ୍ରଶ୍ନ ଉଠିଥାଏ କି ଆସୁଥିବା ସପ୍ତାହ ଆମ ପାଇଁ କିପରି ରହିବ ? ଏହି ସପ୍ତାହରେ ଆମ ଗ୍ରହ ନକ୍ଷତ୍ରର ସ୍ଥିତି କଣ ଅଟେ ? ଆଜି ଆମେ ଆପଣ ଆଗାମୀ ରାଶିଫଳ କହିବାକୁ ଯାଉଛୁ। ଏହି ସାପ୍ତାହିକ ରାଶିଫଳ ରେ ଆପଣଙ୍କୁ ନିଜ ଜୀବନରେ ହେବାକୁ ଥିବା ଘଟଣାକୁ ସଂକ୍ଷେପରେ ବର୍ଣ୍ଣନ ଥିବାର ମିଳିବ। ତେବେ ଜାଣିବା ପାଇଁ ପଢନ୍ତୁ ସାପ୍ତାହିକ ରାଶିଫଳ ୪ ଜାନୁଆରୀରୁ ୧୦ ଜାନୁଆରୀ ପର୍ଯ୍ୟନ୍ତ।

Google

ମେଷ ରାଶି –

ମେଷ ରାଶିର ଲୋକଙ୍କ ଭାଗ୍ୟ ସପକ୍ଷରେ ରହିବ ନାହିଁ। ପ୍ରୟାସ ନିଶ୍ଚିତ କରନ୍ତୁ। ଜୀବନସାଥୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ । ଚାକିରୀ କ୍ଷେତ୍ରରେ ଆପଣଙ୍କୁ କୌଣସି ବାଧା ର ସାମ୍ନା କରିବାକୁ ପଡ଼ିବ ନାହିଁ। ଧାର୍ମିକ ଗତିବିଧି ରେ ରୁଚି ରଖିବେ। ପୂର୍ବରୁ କିଛି ଭୁଲ ଯୋଗୁଁ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ। ଖର୍ଚ୍ଚ ବଢିପାରେ।

ପ୍ରେମ ମାମଲାରେ, ଏହି ସପ୍ତାହରେ ପାର୍ଟନରଙ୍କ ଠାରୁ ପ୍ରେମ ପ୍ରାପ୍ତ ହେବ। ଆପଣଙ୍କ ମୁଡ଼ରେ ପାର୍ଟନରଙ୍କ ମୁଡ଼ ବନିବ।

କ୍ୟାରିୟର ମାମଲାରେ, ମିଡ଼ିଆ ସମ୍ବନ୍ଧିତ କ୍ଷେତ୍ରରେ ଲୋକଙ୍କୁ ଲାଭ ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ନିଜ ଓଜନ ନିୟନ୍ତ୍ରଣ କରିବାକୁ ପ୍ରୟାସ କରନ୍ତୁ ଏବଂ ନିୟମିତ ବ୍ୟାୟାମ କରନ୍ତୁ।

ବୃଷ ରାଶି –

ଏହି ରାଶିର ଲୋକଙ୍କର ବ୍ୟକ୍ତିତ୍ଵ ଆକର୍ଷଣୀୟ ରହିବ। ପରିଶ୍ରମ ଅଧିକ କରିବାକୁ ପଡ଼ିବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଭାଇ ଭଉଣୀଙ୍କ ଠାରୁ ଲାଭ ମିଳିବ। ବ୍ୟାପାର ଧନ୍ଦା ପାଇଁ ସମୟ ଅନୁକୂଳ ରହିଛି। କୌଣସି ଯାତ୍ରାରେ ଯିବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ। ବ୍ୟବସାୟରେ କୌଣସି ବ୍ୟକ୍ତିଙ୍କ ସହିତ ଡିଲ ହୋଇପାରେ। ଆର୍ଥିକ ଆୟୋଜନ ପାଇଁ ସମୟ ଅନୁକୂଳ ରହିଛି।

ପ୍ରେମ ମାମଲାରେ, ପ୍ରେମ ପ୍ରସଙ୍ଗ ପାଇଁ ଏହି ସପ୍ତାହ ଅନୁକୂଳ ରହିଛି। ନିଜ ବ୍ୟବହାରକୁ ମଧୁର କରନ୍ତୁ।

କ୍ୟାରିୟର ମାମଲାରେ, ଆୟରେ ବୃଦ୍ଧି ହେବାର ଯୋଗ ରହିଛି। ଖର୍ଚ୍ଚ ମଧ୍ୟ ବଢିପାରେ।

ସ୍ବାସ୍ଥ୍ୟ ମାମଲାରେ, ଆପଣ ନିଜକୁ ଉର୍ଜାବାନ ଏବଂ ଉତ୍ସାହିତ ମନେ କରିବେ। ଆପଣଙ୍କର ସବୁ ବେମାରୀ ଠିକ ହୋଇ ଯାଇପାରେ।

ମିଥୁନ ରାଶି –

ଏହି ସପ୍ତାହ ରେ ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ଅଟକି ରହିଥିବା କାର୍ଯ୍ୟ ସୁବିଧା ରେ ପୂରଣ ହେବ। ବେକାର ବସ୍ତୁ ଉପରେ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। ଯଦି ଆପଣ ସାହାଯ୍ୟ ଆଶା କରିବେ ତାହେଲେ ସହକର୍ମୀ ଆପଣଙ୍କୁ ସମର୍ଥନ କରିବେ। ବୁଦ୍ଧି ବିବେକ ଦ୍ଵାରା ଧନ ପ୍ରାପ୍ତି ହୋଇପାରେ। ଆର୍ଥିକ ମାମଲାରେ ନୂଆ ବ୍ୟବସ୍ଥା କରି ପାରନ୍ତି।

ପ୍ରେମ ମାମଲାରେ, ଜୀବନରେ ପ୍ରେମ ସମ୍ବନ୍ଧର ଆରମ୍ଭ ହୋଇପାରେ।

କ୍ୟାରିୟର ମାମଲାରେ, ଆପଣ ନିଜର ବ୍ୟାପାରରେ ବୃଦ୍ଧି କରିବେ। ଲମ୍ବା ଛୁଟି ନେବାର ଇଛା ରହିପାରେ।

ସ୍ବାସ୍ଥ୍ୟ ମାମଲାରେ, ଭାରୀ ଭୋଜନ ଗ୍ରହଣର ଖରାପ ଅଭ୍ୟାସ ଆପଣଙ୍କୁ ଛାଡ଼ିବାକୁ ପଡ଼ିବ।

କର୍କଟ ରାଶି –

ଏହି ସପ୍ତାହ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ଆପଣଙ୍କୁ ପରିଶ୍ରମ କରିବାକୁ ଇଛା ହେବ ନାହିଁ। ଆଳସ୍ୟ ବଢିପାରେ। ଏହି ସପ୍ତାହରେ ଆପଣଙ୍କୁ କଠିନ ପରିସ୍ଥିତିରୁ ସୁବିଧାରେ ବାହାରି ଆସି ପାରନ୍ତି। କୌଣସି ଲମ୍ବା ଯାତ୍ରାରେ ଯାଇ ପାରନ୍ତି। ଆପଣଙ୍କୁ ଗମ୍ଭୀର ସମସ୍ୟାର ସାମ୍ନା କରିବାକୁ ପଡିପାରେ। କାର୍ଯ୍ୟ ସମ୍ପନ୍ନ କରିବା ସମୟରେ ଦାୟିତ୍ବହୀନ ହୁଅନ୍ତୁ ନାହିଁ।

ପ୍ରେମ ମାମଲାରେ, ପ୍ରେମୀ ଯୁଗଳ ପରସ୍ପର ସହିତ ସମୟ ଅତିବାହିତ କରିବେ।

କ୍ୟାରିୟର ମାମଲାରେ, ଆପଣଙ୍କ ଆର୍ଥିକ ବ୍ୟବସ୍ଥା ସୁଦୃଢ ରହିବ। କାର୍ଯ୍ୟ ସମ୍ବନ୍ଧିତ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ସୁସ୍ଥ ରହିବା ପାଇଁ ହେଲେ ଜୀବନଶୈଳୀକୁ ପରିବର୍ତ୍ତନ କରନ୍ତୁ।

ସିଂହ ରାଶି –

ଏହି ରାଶିର ଲୋକେ ନିଜର ଗୋପନୀୟତା ଭଙ୍ଗ ନହେବା ପାଇଁ ପ୍ରୟାସ କରନ୍ତୁ। ବିତ୍ତୀୟ ମୋର୍ଚ୍ଚାରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଗୋଟେ ରୋମାଣ୍ଟିକ ଯାତ୍ରାକୁ ଅନ୍ତିମ ରୂପ ଦେବେ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ କୌଣସି ବିବାଦରେ ସାମିଲ ହୁଅନ୍ତୁ ନାହିଁ। ପୂର୍ବରୁ ନିର୍ଦ୍ଧାରିତ କରିଥିବା କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟ ରେ ରୁଚି ରଖିବେ।

ପ୍ରେମ  ମାମଲାରେ, ପ୍ରେମୀ ଯୁଗଳଙ୍କ ମଧ୍ୟରେ ପରସ୍ପର ବିଶ୍ୱାସ ରହିବ।

କ୍ୟାରିୟର ମାମଲାରେ, ଯେଉଁମାନେ ଜମିବାଡ଼ି ବା ବ୍ୟବସାୟରେ ଜଡ଼ିତ ରହିଛନ୍ତି ସେମାନଙ୍କୁ ସଫଳତା ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ଦାନ୍ତ ସମସ୍ୟା ଦେଖା ଦେଇପାରେ।

କନ୍ୟା ରାଶି –

ଏହି ସପ୍ତାହ ଆପଣଙ୍କ ପାଇଁ ଆରାମଦାୟକ ସାବ୍ୟସ୍ତ ହେବ। ଆପଣଙ୍କର ସବୁ କାର୍ଯ୍ୟ ସଫଳତାର ସହିତ ସମ୍ପନ୍ନ ହେବ। ବ୍ୟାପାର କରୁଥିବା ବ୍ୟକ୍ତି ବ୍ୟାପାରିକ ସଉଦାରେ ହସ୍ତାକ୍ଷର କରି ପାରନ୍ତି। ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ। ଆପଣ ମନଖୋଲା ଜିନିଷପତ୍ର କିଣାକିଣି କରି ପାରନ୍ତି। ଆପଣ ନିଜର ଦୃଢ଼ ଇଚ୍ଛା ଶକ୍ତି ବଳରେ ନିଷ୍ପତ୍ତି ନେବାର କ୍ଷମତାକୁ ପ୍ରୟୋଗ କରିବେ।

ପ୍ରେମ ମାମଲାରେ, ଅବିବାହିତ ଲୋକଙ୍କୁ ଉତ୍ତମ ଜୀବନସାଥୀ ମିଳିପାରେ।

କ୍ୟାରିୟର ମାମଲାରେ, ଆପଣଙ୍କୁ ଷ୍ଟକ ମାର୍କେଟରେ ସତର୍କ ରହିବାର ଆବଶ୍ୟକତା ରହିଛି।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ପ୍ରତି ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ। ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଆବଶ୍ୟକ।

ତୁଳା ରାଶି –

କିଛି ରହସ୍ୟ କୁ କାହା ସହିତ ସେୟାର କରନ୍ତୁ ନାହିଁ। କିଛି ଲୋକେ ଆପଣଙ୍କ ଠାରୁ ଅଧିକ ଆଶା ରଖିବେ,ଆପଣ ସେମାନଙ୍କ ଆଶାକୁ ସଫଳ କରିବେ। ସୁନିଶ୍ଚିତ ଉଦେଶ୍ୟ ରେ ଲକ୍ଷ୍ୟ ପ୍ରସ୍ତୁତ ଅଟନ୍ତି, ନଚେତ ସମସ୍ୟା ହୋଇପାରେ। କୌଣସି ଜିନିଷରେ ନିବେଶ ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ। ଲମ୍ବା ପ୍ରକରଣର ସମାପ୍ତି ହେବ।

ପ୍ରେମ ମାମଲାରେ, ଏହି ସପ୍ତାହ ଆପଣଙ୍କ ପାଇଁ ରୋମାଣ୍ଟିକ ରହିବ।

କ୍ୟାରିୟର ମାମଲାରେ, ଚାକିରୀ ଖୋଜୁଥିବା ଲୋକଙ୍କୁ ତାଙ୍କର ଲକ୍ଷ୍ୟ ପ୍ରାପ୍ତ ହୋଇପାରେ।

ସ୍ବାସ୍ଥ୍ୟ ମାମଲାରେ, କୌଣସି ବେମାରୀର ସୁଧାର ହୋଇପାରେ।

Google

ବିଛା ରାଶି –

ଏହି ସପ୍ତାହ ରେ ଶିକ୍ଷା ପ୍ରତିଯୋଗିତାରେ ସଫଳତା ପ୍ରାପ୍ତ ହେବ। ଜୀବନସାଥୀଙ୍କ ସହିତ ଉତ୍ତମ ତାଳମେଳ ରଖି କାମ କରିବେ। ପେଶାରେ ଆପଣଙ୍କ ଯୋଗଦାନ ଫାଇଦା ସାବ୍ୟସ୍ତ ହେବ। ଧନର ନୂତନ ସ୍ରୋତ ଦ୍ଵାରା ଆସୁଥିବା ସମୟରେ ସମସ୍ୟାର ସମାଧାନର ମାର୍ଗ ହେବ। କୌଣସି ରମଣୀୟ ସ୍ଥାନକୁ ଭ୍ରମଣରେ ଯିବାର ଯୋଜନା କରି ପାରନ୍ତି। କୌଣସି ସମ୍ପତ୍ତି ଭଲ ଦାମରେ କିଣି ପାରନ୍ତି।

ପ୍ରେମ ମାମଲାରେ, ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଏହି ସପ୍ତାହରେ ରୋମାଣ୍ଟିକ ସମୟ ଅତିବାହିତ କରିବେ।

କ୍ୟାରିୟର ମାମଲାରେ, କାର୍ଯ୍ୟ ପ୍ରତି ଆପଣଙ୍କ ପରିଶ୍ରମ ସାର୍ଥକ ରହିବ। ଆପଣଙ୍କୁ କୌଣସି ନୂଆ ବ୍ୟବସାୟରେ ଯୋଡ଼ି ହେବା ପାଇଁ ଅବସର ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ।

ଧନୁ ରାଶି –

ଏହି ସପ୍ତାହ ରେ ଆସୁଥିବା ସମୟ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ସମ୍ପତ୍ତି ରେ ଅଧିକ ଲାଭ ମିଳିବାର ଯୋଗ ରହିଛି। ଶିକ୍ଷଣୀୟ ମୋର୍ଚ୍ଚାରେ କୌଣସି ଜିନିଷ ଅଧୁରା ଛାଡନ୍ତୁ ନାହିଁ। କୌଣସି ସ୍ଥାନରେ ଆଶ୍ରୟ ନିଅନ୍ତୁ ନାହିଁ। ପରିବାର ସଦସ୍ୟଙ୍କ ଉଗ୍ର ସ୍ଵଭାବ ଯୋଗୁଁ ଆପଣଙ୍କ ମନ ଦୁଃଖ ହୋଇପାରେ। ମନରେ ନକାରାତ୍ମକ ଭାବନା ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ।

ପ୍ରେମ ମାମଲାରେ, ସମ୍ପର୍କ ସୁଦୃଢ ରହିବ। ଅବିବାହିତ ଲୋକଙ୍କ ପାଇଁ ବିବାହ ର ପ୍ରସ୍ତାବ ଆସିପାରେ ।

କ୍ୟାରିୟର ମାମଲାରେ, ଏହି ସପ୍ତାହରେ ଆପଣ ଅନେକ ସଫଳତା ଅର୍ଜନ କରିବେ।

ସ୍ବାସ୍ଥ୍ୟ ମାମଲାରେ,ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି।

ମକର ରାଶି –

ଏହି ସପ୍ତାହ ରେ ଆପଣ ନିୟମିତ ଭଗବାନ ଶ୍ରୀଗଣେଶ ଙ୍କୁ ଆଳତି କରନ୍ତୁ, ଜୀବନ ସୁଖରେ ଭରି ଯିବ। ସରକାରୀ କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇପାରେ। ସାଥୀଙ୍କ ସହିତ ସମୟ ଅତିବାହିତ କରି ଆପଣ ଖୁସି ଅନୁଭୂତ କରିବେ। ଅନ୍ୟମାନଙ୍କ ଆବଶ୍ୟକତା ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ। ଆପଣଙ୍କ ନିଷ୍ପତିରେ ସମ୍ପର୍କୀୟ ବିରୋଧ କରିବେ। କୌଣସି ନିଷ୍ପତ୍ତି ନେବାରୁ ବଞ୍ଚିତ ହୁଅନ୍ତୁ।

ପ୍ରେମ ମାମଲାରେ, ପ୍ରେମୀ ଭବିଷ୍ୟତକୁ ନେଇ ବିଚାର କରି ପାରନ୍ତି।

କ୍ୟାରିୟର ମାମଲାରେ, କ୍ୟାରିୟରରେ ଆପଣ ନୂତନ ପ୍ରତିଷ୍ଠା ସ୍ଥାପନ କରିବେ। ମହିଳାମାନଙ୍କ ପାଇଁ ଏହି ସପ୍ତାହ ଅନୁକୂଳ ସାବ୍ୟସ୍ତ ହେବ।

ସ୍ବାସ୍ଥ୍ୟ ମାମଲାରେ, ନିୟମିତ ବ୍ୟାୟାମ କରିବା ଦ୍ୱାରା ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

କୁମ୍ଭ ରାଶି –

ଏହି ସପ୍ତାହରେ ଖର୍ଚ୍ଚ ବଢିପାରେ। ଅଯଥା ବ୍ୟସ୍ତତା ରେ ରହି ପାରନ୍ତି। ଋଣ ପାଇଁ ଚିନ୍ତିତ ରହି ପାରନ୍ତି। କାର୍ଯ୍ୟ ମାମଲାରେ ବା ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଯାତ୍ରା କରିବାର ଯୋଜନା ରହିଛି, କୌଣସି କାରଣ ବଶତଃ ଏହା ରଦ୍ଧ ହୋଇପାରେ। ଆପଣ ବିଶେଷ ପ୍ରୟାସ ନକରି ଅନେକ ଉପଲବ୍ଧି ହାସଲ କରିବେ।

ପ୍ରେମ ମାମଲାରେ, ପ୍ରେମୀଙ୍କ ଉପରେ ଖର୍ଚ୍ଚ ହୋଇପାରେ। କିନ୍ତୁ ସମ୍ବନ୍ଧ ସୁଦୃଢ ରହିବ।

କ୍ୟାରିୟର ମାମଲାରେ, ଆଇନ ର ପାଠ ପଢୁଥିବା  ଛାତ୍ରଛାତ୍ରୀ ଙ୍କ ପାଇଁ ସପ୍ତାହ ଅନୁକୂଳ ରହିଛି।

ସ୍ବାସ୍ଥ୍ୟ ମାମଲାରେ, ବ୍ୟାୟାମ ସହିତ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।

ମୀନ ରାଶି –

ଏହି ସପ୍ତାହ ରେ ସେୟାର ମାର୍କେଟ ରେ ନିବେଶ କରିବା ଅନୁକୂଳ ସାବ୍ୟସ୍ତ ହେବ। ଆପଣଙ୍କର କିଛି ଜରୁରୀ ଯୋଜନା ସମ୍ପନ୍ନ ହେବ। କଳା ଏବଂ ସାହିତ୍ୟ କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଏହି ସପ୍ତାହରେ ଉତ୍ତମ ପ୍ରଦର୍ଶନ ପାଇଁ ଅବସର ମିଳିବ। ବ୍ୟବସାୟିକ ମାମଲାରେ ଶୁଭ ସମାଚାର ମିଳିପାରେ। କିଛି ଲୋକେ ଆପଣଙ୍କ ଠାରୁ ଅଧିକ ଆଶା ରଖି ପାରନ୍ତି। ବରିଷ୍ଠ ଅଧିକାରୀ ଆପଣଙ୍କୁ ମାର୍ଗ ଦର୍ଶନ କରିବେ।

ପ୍ରେମ ମାମଲାରେ, ପ୍ରେମୀ ଯୁଗଳଙ୍କ ମଧ୍ୟରେ ମତଭେଦ ହୋଇପାରେ।

କ୍ୟାରିୟର ମାମଲାରେ, କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ଏହି ସପ୍ତାହରେ ଆପଣ ଶାରୀରିକ ରୂପରେ ଦୁର୍ବଳତା ଅନୁଭବ କରି ପାରନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *