Excuse Me Odisha

ଯାହା କହିବୁ ସତ କହିବୁ

ନୂତନ ବର୍ଷରେ ନିଜ ରାଶି ଅନୁଯାୟୀ କରନ୍ତୁ ଏହି ସଠିକ ଉପାୟ , ବର୍ଷ ସାରା ହେବ ନାହିଁ ଧନର ଅଭାବ

ସେୟାର୍ କରନ୍ତୁ

ନୂତନ ବର୍ଷ ଆରମ୍ଭ ହୋଇସାରିଛି ଏବଂ ସମସ୍ତେ ପରସ୍ପରକୁ ନୂତନ ବର୍ଷର ଅଭିନନ୍ଦନ ଜଣାଉଛନ୍ତି। ନୂତନ ବର୍ଷ ଆପଣଙ୍କ ପାଇଁ ଭଲ ରହୁ , ଏଥିପାଇଁ ନିଜ ରାଶି ଅନୁଯାୟୀ ନିମ୍ନରେ ବର୍ଣ୍ଣନା କରାଯାଇଥିବା ଉପାୟ ଗୁଡିକୁ କରନ୍ତୁ। ଏହି ଉପାୟ ଗୁଡିକୁ କରିବା ଦ୍ୱାରା ନୂତନ ବର୍ଷରେ ଆପଣଙ୍କୁ ସେହି ସବୁ ଜିନିଷ ମିଳିଯିବ , ଯାହାକୁ ଆପଣ ପାଇବାକୁ ଚାହୁଁଛନ୍ତି। ଏହାସହ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଯିବ।

Google

ନୂତନ ବର୍ଷରେ ହେବ ନାହିଁ ଧନର ଅଭାବ , କେବଳ ରାଶି ଅନୁଯାୟୀ କରନ୍ତୁ ଏହି ଉପାୟ:-

ମେଷ ରାଶି:-

ମେଷ ରାଶିର ଲୋକମାନେ ନୂତନ ବର୍ଷରେ ସୂର୍ଯ୍ୟ ଦେବଙ୍କୁ ପୂଜା କରନ୍ତୁ। ପ୍ରତିଦିନ ସୂର୍ଯ୍ୟ ଦେବଙ୍କୁ ପୂଜା କରିବା ଦ୍ୱାରା ଆପଣଙ୍କର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଯିବ ଏବଂ ଆର୍ଥିକ ପରିସ୍ଥିତି ଦୃଢ଼ ରହିବ। ଏହାବ୍ୟତୀତ ସପ୍ତାହ , ମାସ କିମ୍ବା ପକ୍ଷର ଯେକୌଣସି ଶୁଭ ଦିନରେ ଲକ୍ଷ୍ମୀ ନାରାୟଣଙ୍କର ପୂଜା କରନ୍ତୁ ଏବଂ ତାଙ୍କୁ ଗୁଡ଼ ଯୁକ୍ତ ଖିରିର ଭୋଗ ଲଗାନ୍ତୁ।

ବୃଷ ରାଶି:-

ଏହି ରାଶିର ଲୋକମାନେ ଶିବ ଭଗବାନଙ୍କୁ ପୂଜା କରନ୍ତୁ ଏବଂ ଶୁକ୍ରବାର ଦିନ ଶିବଲିଙ୍ଗ ଉପରେ ଗୋଟା ଚାଉଳ ଅର୍ପଣ କରନ୍ତୁ। ଏହି ଉପାୟ କରିବା ଦ୍ୱାରା ନୂତନ ବର୍ଷରେ ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ। ଏଥିସହିତ ପ୍ରକୃତ ଜୀବନସାଥୀ ପାଇବାପାଇଁ ଗୌରୀ ମାଙ୍କୁ ପୂଜା କରନ୍ତୁ ଏବଂ ତାଙ୍କୁ ଲାଲ ରଙ୍ଗର ଜିନିଷ ଅର୍ପଣ କରନ୍ତୁ।

ମିଥୁନ ରାଶି:-

ମିଥୁନ ରାଶିର ଲୋକମାନେ ବୁଧବାର ଦିନ ମାତା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ଏହାବ୍ୟତୀତ ମାତା ଦୁର୍ଗା ଏବଂ ଗଣେଶ ଭଗବାନଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ। ଏହି ଉପାୟ କରିବାଦ୍ୱାରା ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଯିବ ଏବଂ ଯାହା ଆପଣ ପାଇବାକୁ ଚାହୁଁଛନ୍ତି , ତାହା ସହଜରେ ମିଳିଯିବ।

କର୍କଟ ରାଶି:-

ନୂତନ ବର୍ଷରେ ଆପଣଙ୍କର କୌଣସି ଆର୍ଥିକ ସମସ୍ୟା ନ ହେବାପାଇଁ କର୍କଟ ରାଶିର ଲୋକମାନେ ପ୍ରତିଦିନ ସକାଳେ ଭଗବାନ କୃଷ୍ଣଙ୍କୁ ପୂଜା କରନ୍ତୁ। ପୂଜା କରିବା ସମୟରେ ତାଙ୍କୁ ତୁଳସୀ ପତ୍ର , ମିଶ୍ରି ଘିଅର ଭୋଗ ଲଗାନ୍ତୁ।

ସିଂହ ରାଶି:-

ଏହି ରାଶିର ଲୋକମାନେ ଭଗବାନ ସୂର୍ଯ୍ୟ ନାରାୟଣଙ୍କର ପୂଜା କରନ୍ତୁ ଏବଂ ତାଙ୍କୁ ଅର୍ଘ୍ୟ ଦିଅନ୍ତୁ। ଅର୍ଘ୍ୟ ଦେଉଥିବା ପାଣିରେ ଲାଲ ରଙ୍ଗର ଫୁଲ , ଚାଉଳ ଏବଂ ସିନ୍ଦୁର ନିଶ୍ଚିତ ଭାବରେ ପକାନ୍ତୁ। ଅର୍ଘ୍ୟ ଦେଉଥିବା ସମୟରେ ସୂର୍ଯ୍ୟ ଦେବଙ୍କର ଯେକୌଣସି ମନ୍ତ୍ର ଅତିକମରେ ୧୧ଥର ଜପ କରନ୍ତୁ। ଏହାବ୍ୟତୀତ ପ୍ରତି ମଙ୍ଗଳବାର ଦିନ ଲାଲ ଗୋଲାପ ହନୁମାନ ଭଗବାନଙ୍କୁ ଅର୍ପଣ କରନ୍ତୁ। ଏହି ଉପାୟ କରିବା ଦ୍ୱାରା ଧନ ଲାଭ ହେବ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ।

କନ୍ୟା ରାଶି:-

ନୂତନ ବର୍ଷରେ ଧନ ସମ୍ପତ୍ତିରେ ବୃଦ୍ଧି ପାଇବାପାଇଁ ପ୍ରତିଦିନ ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ ଏବଂ ତାଙ୍କୁ ଧଳା ଚାଉଳ ଅର୍ପଣ କରନ୍ତୁ। ଏହାସହ ପ୍ରତି ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରନ୍ତୁ। ଏହି ଉପାୟ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ପଡିବ ଏବଂ ଧନ ସହ ଜଡିତ ସମସ୍ତ ସମସ୍ୟା ଶେଷ ହୋଇଯିବ।

Google

ତୁଳା ରାଶି:-

ହନୁମାନ ଭଗବାନଙ୍କୁ ପାଞ୍ଚ ବୁନ୍ଦିର ଲଡୁ ଭୋଗ କ୍ରମାଗତ ଭାବରେ ପାଞ୍ଚଟି ମଙ୍ଗଳବାର ପର୍ଯ୍ୟନ୍ତ ଲଗାନ୍ତୁ। ଶୁକ୍ରବାର ଦିନ ଅଶ୍ୱତ୍ଥ ଗଛକୁ ପୂଜା କରନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କର ଆରତୀ ପାଠ କରନ୍ତୁ। ଏହି ଉପାୟ କରିବା ଦ୍ୱାରା ଟଙ୍କା ସହ ଜଡିତ ସମସ୍ତ ସମସ୍ୟା ଶେଷ ହୋଇଯିବ।

ବିଛା ରାଶି:-

ଭଗବାନ ବିଷ୍ଣୁଙ୍କୁ ପ୍ରତିଦିନ ପୂଜା କରନ୍ତୁ ଏବଂ ତାଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ। ଏହି ଉପାୟ କରିବାଦ୍ୱାରା ଆପଣଙ୍କ ସମସ୍ତ ମନୋସ୍କାମନା ପୂରଣ ହୋଇଯିବ। ଏଥିସହିତ ଧନ ଲାଭ ହେତୁ ଏବଂ ପରିବାରରେ ଶାନ୍ତି ବଜାୟ ରଖିବାପାଇଁ ଶ୍ରୀରାମ ସ୍ତୁତିର ପାଠ କରନ୍ତୁ।

ଧନୁ ରାଶି:-

ଏହି ରାଶିର ଜାତକ ପ୍ରତିଦିନ ଭଗବାନ ହନୁମାନଙ୍କୁ ଦର୍ଶନ କରନ୍ତୁ ଏବଂ ଗୁରୁବାର ଦିନ ଅଶ୍ୱତ୍ଥ ଗଛ ତଳେ ମିଠା ଅର୍ପଣ କରନ୍ତୁ। ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ। ଯଦି ସମ୍ଭବ ଏହି ଦିନ କଦଳୀ ଗଛକୁ ନିଶ୍ଚିତ ଭାବରେ ପୂଜା କରନ୍ତୁ ଏବଂ ଗରିବ ଲୋକମାନଙ୍କୁ ନିଶ୍ଚିତ ଭାବରେ କଦଳୀ ବାଣ୍ଟନ୍ତୁ।

ମକର ରାଶି:-

ମକର ରାଶିର ଲୋକମାନେ ପ୍ରତିଦିନ ସକାଳେ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ଏବଂ ଯେବେ ମଧ୍ୟ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାମ ପାଇଁ ବାହାରକୁ ଯାଉଛନ୍ତି , ତେବେ ନିଜ ସହ ଧଳା ରଙ୍ଗର ଫୁଲ ନିଶ୍ଚିତ ଭାବରେ ନେଇ ଯାଆନ୍ତୁ। ଏହି ଉପାୟ କରିବା ଦ୍ୱାରା ଆପଣ ଯେଉଁ କାମ ପାଇଁ ଯାଉଛନ୍ତି , ତାହା ନିଶ୍ଚିତ ଭାବରେ ସଫଳ ହେବ।

ମୀନ ରାଶି:-

ମୀନ ରାଶିର ଜାତକ ଗୁରୁବାର ଦିନ ଭଗବାନ ବିଷ୍ଣୁ ପାଠ କରନ୍ତୁ ଏବଂ ତାଙ୍କ ସହ ଜଡିତ ମନ୍ତ୍ର ଜପ କରନ୍ତୁ। ଏହି ଉପାୟ କରିବାଦ୍ୱାରା ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିବ ଏବଂ ଆର୍ଥିକ ସମସ୍ୟା ଦୂର ହୋଇଯିବ।

କୁମ୍ଭ ରାଶି:-

ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ କେଶରର ତିଳକ ଲଗାନ୍ତୁ ଏବଂ ଏହି ତିଳକ ନିଜ ମଥାରେ ମଧ୍ୟ ଲଗାନ୍ତୁ। ସନ୍ଧ୍ୟା ସମୟରେ ମାତା ତୁଳସୀଙ୍କୁ ପୂଜା କରନ୍ତୁ ଏବଂ ତୁଳସୀ ସମ୍ମୁଖରେ ଦୁଇଟି ସୋରିଷ ତେଲର ଦୀପ ଜଳାନ୍ତୁ। ଏହାବ୍ୟତୀତ ମାତା ଲକ୍ଷ୍ମୀଙ୍କୁ ପେଠେ ଭୋଗ ଲଗାନ୍ତୁ। ଏଭଳି କରିବାଦ୍ୱାରା ଆର୍ଥିକ ଉନ୍ନତି ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *