ପୌଷ ମାସରେ କଣ କରିବା ଉଚିତ ଏବଂ କଣ କରିବା ଉଚିତ ନୁହେଁ , ଆପଣ ମଧ୍ୟ ଜାଣନ୍ତୁ
ଡିସେମ୍ବର ୩୧ ତାରିଖ ୨୦୨୦ ମସିହାର ଶେଷ ଦିନ ହେବା ସହିତ ଏହିଦିନ ପୌଷ ମାସର ପ୍ରଥମ ଦିନ ଆରମ୍ଭ ହୋଇଛି। ସନାତନ ଧର୍ମ ଅନୁଯାୟୀ , ପ୍ରତ୍ୟେକ ମାସର ନିଜ ଗୁରୁତ୍ୱ ରହିଛି। ଏଗୁଡ଼ିକ ମଧ୍ୟରୁ ଗୋଟିଏ ପୌଷ ମାସ ଅଟେ। କିନ୍ତୁ ବହୁତ କମ ଲୋକ ଜାଣିଥିବେ ଯେ , ପୌଷ ମାସକୁ ଅଶୁଭ ମାସ ଭାବରେ ବିବେଚନା କରାଯାଏ। ଯେଉଁ କାରଣରୁ ଏହି ମାସରେ ଯେକୌଣସି ପ୍ରକାରର ଶୁଭ କାମ କରିବା ବର୍ଜିତ ହୋଇଥାଏ। କିଛି କିମ୍ବଦନ୍ତୀ ଅନୁଯାୟୀ , ଏହି ମାସକୁ ଧନୁ ମଳମାସ ନାମରେ ମଧ୍ୟ ଜଣା ଯାଇଥାଏ। ଏହାସହ ଏହାକୁ ଖରମାସ ମଧ୍ୟ କୁହାଯାଏ। ଜ୍ୟୋତିଷ ବିଶ୍ୱାସ ଅନୁଯାୟୀ , ଏହି ମାସରେ ସୂର୍ଯ୍ୟଙ୍କର ୧୧ ହଜାର କିରଣ ମଣିଷକୁ ଶକ୍ତି ଏବଂ ସ୍ୱାସ୍ଥ୍ୟ ପ୍ରଦାନ କରିଥାଏ।

ଯେଉଁ ଜାତକ ଏହି ମାସରେ ସୂର୍ଯ୍ୟଦେବଙ୍କର ନିୟମିତ ଉପାସନା କରିଥାନ୍ତି , ସେମାନଙ୍କ ଜୀବନରେ ସୁସ୍ଥତା ତଥା ସମ୍ପନ୍ନତାର କୌଣସି ଅଭାବ ରହେନାହିଁ। ଏହି ମାସକୁ ଅଶୁଭ ଭାବରେ ବିବେଚନା କରାଯାଉଥିବାରୁ ଏହି ସମୟରେ କିଛି ସ୍ୱତନ୍ତ୍ର କଥାକୁ ଧ୍ୟାନରେ ରଖିବାର ଆବଶ୍ୟକତା ରହିଛି। ତେବେ ଆସନ୍ତୁ ଜାଣିବା , ଶାସ୍ତ୍ରରେ ଏହିଦିନ କେଉଁ କଥା ଗୁଡିକୁ ଧ୍ୟାନରେ ରଖିବା ଅତ୍ୟନ୍ତ ଆବଶ୍ୟକ ବୋଲି କୁହାଯାଇଛି।
ଧାର୍ମିକ ବିଶ୍ୱାସ ଅନୁଯାୟୀ , ଏହି ମାସରେ ଜାତକକୁ ହରଡ଼ ଡାଲି ଏବଂ ଚାଉଳରୁ ପ୍ରସ୍ତୁତ ହୋଇଥିବା ଖେଚୁଡ଼ିରେ ଶୁଦ୍ଧ ଦେଶୀ ଘିଅ ମିଶାଇ ତାହାକୁ ଦାନ କରିବା ଉଚିତ। ଏହି ଉପାୟକୁ କରିବା ଦ୍ୱାରା ଜାତକକୁ ଲାଭ ପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ।
ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି କଥା ମାନେରଖିବା ଉଚିତ ଯେ , ଏହି ସମୟରେ କୌଣସି ନୂତନ କାମର ଆରମ୍ଭ କରିବା ଉଚିତ ନୁହେଁ। କିନ୍ତୁ ଯଦି କୌଣସି ପରିସ୍ଥିତିରେ ଏହାକୁ କରିବାକୁ ପଡେ , ତେବେ ଜାତକ ଆଗକୁ ବର୍ଣ୍ଣନା କରାଯାଇଥିବା ଉପାୟ ସହ ଏହାକୁ କରିପାରିବେ।
ପୌଷ ମାସ ସମୟରେ ଜାତକକୁ ପ୍ରତ୍ୟେକ ସୋମବାର ଦିନ ଭଗବାନ ଶିବଙ୍କର ପୂଜା କରିବା ଉଚିତ ଏବଂ ତାଙ୍କ ଉପରେ ବେଲ ପତ୍ର ମଧ୍ୟ ଅର୍ପଣ କରିବା ଉଚିତ।

ଏହାବ୍ୟତୀତ ଯଦି ସମ୍ଭବ ତେବେ ବେଲପତ୍ରର ମୂଳ କିମ୍ବା କାଠକୁ ଲାଲ ସୂତାରେ ଗଳାରେ ଧାରଣ କରିବା ଉଚିତ।
ନିଜ କ୍ଷମତା ଅନୁଯାୟୀ , ଏହି ମାସରେ ଜାତକକୁ ତମ୍ବାର ଦାନ କନିଶ୍ଚିତ ଭାବରେ ରିବା ଉଚିତ।
ଯଦି ଏହି ମାସରେ କୌଣସି ବ୍ୟକ୍ତିଙ୍କୁ ଚାକିରୀ , ବ୍ୟବସାୟ ଆଦି ସହ ଜଡିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ , ତେବେ ଉପାୟ ଭାବରେ ଏହି ମାସରେ ଭଗବାନ ଶିବଙ୍କୁ ଗୁଡ଼ ଏବଂ ଜଳ ଅର୍ପଣ କରିବା ଉଚିତ। ଏହାସହ ଲାଲ ଡାଲିମ୍ବ ଦାନ କରିବା ଉଚିତ।
ଜ୍ଞାନ ବୃଦ୍ଧି କରିବାପାଇଁ ସୁର୍ଯ୍ୟଦେବଙ୍କୁ ଗୁଡ଼ର ଫୁଲ ଅର୍ପଣ କରିବା ଉଚିତ। ଏହାର ଅତିରିକ୍ତ ମାନ ସମ୍ମାନ ପାଇଁ ପ୍ରତିଦିନ ସୂର୍ଯ୍ୟଦେବଙ୍କୁ କର୍ପୂର ଏବଂ କେଶର ଅର୍ପଣ କରନ୍ତୁ।
ବ୍ୟବସାୟ ଏବଂ ଚାକିରୀରେ ଉନ୍ନତି ପାଇଁ ପାଣିରେ ଲାଲ ଚନ୍ଦନ ମିଶାଇ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୁଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।