Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷର ପ୍ରଥମ ଦିନ ୩ ଅତ୍ୟନ୍ତ ଶୁଭ ସଂଯୋଗ ରହିବ, ଏହି ରାଶିର ସବୁ କାର୍ଯ୍ୟ ହେବ ପୂରଣ, ଖୋଲିବ ଭାଗ୍ୟ।

ସେୟାର୍ କରନ୍ତୁ

ନୂଆ ବର୍ଷର ସ୍ବାଗତ ପାଇଁ ସବୁ ଲୋକ ପ୍ରସ୍ତୁତ ହୋଇ ସାରିଛନ୍ତି। ନୂଆବର୍ଷ ୨୦୨୧ ପାଇଁ ସମସ୍ତେ ବହୁତ ଅପେକ୍ଷା କରି ଥିଲେ। ସମସ୍ତଙ୍କର ଆଶା ରହିଛି କି ନୂଆବର୍ଷ ସୁଖମୟ ରହିବ। ନୂଆ ଆଶା, ନୂଆ ସ୍ଵପ୍ନ , ନୂଆ ଖୁସି ଏବଂ ନୂଆ ପର୍ବପର୍ବାଣୀ ସହିତ ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷ ୨୦୨୧ ରେ ଅନେକ ଶୁଭ ସଂଯୋଗ ବନୁଛି।

ନୂଆ ବର୍ଷର ପ୍ରଥମ ଦିନ ଅର୍ଥାତ ୧ ଜାନୁଆରୀ ୨୦୨୧ ଦିନ ଅମୃତ ସିଦ୍ଧି ଯୋଗ ନିର୍ମାଣ ହେବାକୁ ଯାଉଛି। ଖାଲି ଏହା ନୁହେଁ ୧ ଜାନୁଆରୀକୁ ଗୁରୁ ପୁଷ୍ୟ ଯୋଗ ଏବଂ ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟ ବନୁଛି। ଏହି ଶୁଭ ଆପଣଙ୍କ ରାଶିରେ କିପରି ପ୍ରଭାବ ପଡ଼ିବାକୁ ଯାଉଛି ଆସନ୍ତୁ ଜାଣିବା।

ଆସନ୍ତୁ ଜାଣିବା ଶୁଭ ସଂଯୋଗ ଦ୍ୱାରା କେଉଁ ରାଶିର ଲୋକଙ୍କୁ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ।

ବୃଷ ରାଶିର ଲୋକଙ୍କ ଉପରେ ଶୁଭ ସଂଯୋଗର ସକାରାତ୍ମକ ପରିଣାମ ଦେଖିବାକୁ ମିଳିବ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଆର୍ଥିକ ସ୍ଥିତି ସୁଦୃଢ ରହିବ। ବିଦ୍ୟାର୍ଥୀ ମାନଙ୍କର ପାଠପଢ଼ା ରେ ମନ ଲାଗିବ। ପରିବାର ଲୋକଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣ ରେ ଯାଇ ପାରନ୍ତି। କ୍ୟାରିୟରରେ ଆଗକୁ ବଢିବା ପାଇଁ ଅବସର ମିଳିବ। ଆପଣଙ୍କ ଦ୍ଵାରା କରିଥିବା ସମ୍ପର୍କ ଲାଭଦାୟକ ସିଦ୍ଧ ହେବ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ। ପ୍ରେମୀ ଯୁଗଳ ପରସ୍ପରକୁ ବୁଝିବେ। ଦୂର ସଞ୍ଚାର ମାଧ୍ୟମରେ ଆପଣଙ୍କୁ ସୁଖଦ ସମାଚାର ମିଳିବ।

Google

ସିଂହ ରାଶିର ଲୋକଙ୍କ ଜୀବନରେ ଉତ୍ତମ ସୁଧାର ଆସିବ। ଆପଣଙ୍କ ଦ୍ଵାରା କରିଥିବା କାର୍ଯ୍ୟ ପୂରଣ ହେବ। ବିଦ୍ୟାର୍ଥୀ ମାନଙ୍କର ପାଠପଢ଼ାରେ ମନ ଲାଗିବ। କ୍ୟାରିୟରରେ ଆଗକୁ ବଢିବା ପାଇଁ ଉତ୍ତମ ଅବସର ମିଳିବ। ଅଫିସରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ । ଦାମ୍ପତ୍ୟ ଜୀବନରେ ସମସ୍ୟା ଦୂର ହେବ। ପ୍ରେମ ଜୀବନ ସୁଖମୟ ରହିବ। ପ୍ରେମୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

କନ୍ୟା ରାଶିର ଲୋକଙ୍କୁ ଅନେକ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ରହିଛି। ମାନସିକ ରୂପରେ ଆପଣ ସୁଦୃଢ ରହିବେ। ପରିବାର ଲୋକଙ୍କ ସହିତ ଭ୍ରମଣରେ ଯାଇ ପାରନ୍ତି। ଆମଦାନୀରେ ସ୍ରୋତ ବଢ଼ିବ। ପାରିବାରିକ ମାହୋଲ ସୁଖମୟ ରହିବ। ରୋଜଗାର ନଥିବା ଲୋକଙ୍କୁ ଚାକିରୀ ମିଳିପାରେ। ଆପଣଙ୍କୁ ଅଧିକ ଲାଭ ମିଳିବାର ସମ୍ଭାବନା ରହିଛି। ଜମିବାଡ଼ି ମାମଲାରେ ଆପଣଙ୍କୁ ସଫଳତା ମିଳିବ।

ଧନୁ ରାଶିର ଲୋକଙ୍କ ଉପରେ ଶୁଭ ସଂଯୋଗ ଦ୍ଵାରା ସକାରାତ୍ମକ ପ୍ରଭାବ ଦେଖିବାକୁ ମିକିପରେ। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ପ୍ରଶଂସା ମିଳିବ। ବ୍ୟାଙ୍କ ସହିତ ଜଡ଼ିତ ମାମଲାରେ ସଫଳତା ମିଳିବ। ଅଚାନକ ପରିବାରର ଜଣେ ସଦସ୍ୟଙ୍କ ଠାରୁ ସୁଖଦ ଖବର ମିଳିପାରେ। ପ୍ରେମ ମାମଲାରେ ଆପଣଙ୍କୁ ସୁଖଦ ପରିଣାମ ପ୍ରାପ୍ତ ହେବ। ପ୍ରେମ ସମ୍ବନ୍ଧ ସୁଦୃଢ ରହିବ। ଆପଣଙ୍କର ଅଧୁରା ଇଛା ପୂରଣ ହେବ। ବନ୍ଧୁଙ୍କ ସହିତ ଆପଣ ନୂତନ ବ୍ୟାପାର ଆରମ୍ଭ କରି ପାରନ୍ତି।

କୁମ୍ଭ ରାଶିର ଲୋକଙ୍କୁ ଧନ ସମ୍ବନ୍ଧିତ ଲାଭ ମିଳିବ। ଶୁଭ ସଂଯୋଗ ଦ୍ୱାରା ଆପଣଙ୍କର ମହତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ ହୋଇପାରେ। ସାମାଜିକ ଗତିବିଧିରେ ଭାଗ ନେଇ ପାରନ୍ତି।  ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। କୌଣସି ପୁରୁଣା ବାଦବିବାଦ ଦୂର ହୋଇପାରେ। ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ। ପିଲାଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ସ୍ଥିତି –

ମେଷ ରାଶିର ଲୋକଙ୍କ ପାଇଁ ସମସ୍ୟା ଦେଖା ଦେଇପାରେ। ଆପଣ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଆପଣଙ୍କ ମାନସମ୍ମାନ ରେ ହାନୀ ହୋଇ ପାରେ। ଆପଣ ବଡ଼ ନିବେଶ କରି ପାରନ୍ତି। କାର୍ଯ୍ୟ ମାମଲାରେ ଆପଣ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଯାତ୍ରା ଗାଡ଼ି ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆପଣ ଜୀବନସାଥୀଙ୍କୁ ବୁଝିବା ପାଇଁ ପ୍ରୟାସ କରି ପାରନ୍ତି।

Google

ମିଥୁନ ରାଶିର ଲୋକଙ୍କ ପାଇଁ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। ଆପଣଙ୍କର କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ବିଳମ୍ବ ହୋଇପାରେ। କାହାକୁ ଉଧାର ଦିଅନ୍ତୁ ନାହିଁ। ପରିବାର ସଦସ୍ୟଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଆପଣଙ୍କୁ ନିଜ କ୍ରୋଧ ଉପରେ ଧ୍ୟାନ ଦେବା ଆବଶ୍ୟକ। ବ୍ୟବସାୟ କରୁଥିବା ଲୋକଙ୍କୁ ସଫଳତା ମିଳିବ।

କର୍କଟ ରାଶିର ଲୋକଙ୍କୁ ନିଜ ଜୀବନର ଅବସ୍ଥା ସୁଧାରିବା ପାଇଁ ଅବସର ମିଳିପାରେ। ବିଷମ ପରିସ୍ଥିତିରେ ଆପଣଙ୍କୁ ଧର୍ଯ୍ୟ ରଖିବା ଆବଶ୍ୟକ। ବ୍ୟାପାରରେ ଲାଭ ମିଳିବାର ସମ୍ଭାବନା ରହିଛି। ନିବେଶ ସମ୍ବନ୍ଧିତ ମସଲାରେ ଅନୁଭବୀଙ୍କ ପରାମର୍ଶ ନେବା ଆବଶ୍ୟକ। କଥାବାର୍ତ୍ତା ସମୟରେ ଆପଣଙ୍କୁ ନିଜ କଥା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ସମ୍ପତି ମାମଲାରେ ଆପଣଙ୍କୁ ସାବଧାନ ରହିବାର ଆବଶ୍ୟକତା ରହିଛି। ପ୍ରେମ ସମ୍ବନ୍ଧ ଖରାପ ରହିପାରେ।

ତୁଳା ରାଶିର ଲୋକଙ୍କ ପାଇଁ କିଛି ପରାମର୍ଶ ଦିଆ ଯାଉଛି। ଆପଣ ନିଜର ଇଛା ପୂର୍ଣ୍ଣ ପୂରଣ କରିବା ପାଇଁ ପ୍ରୟାସ କରି ପାରନ୍ତି। କାରବାରରେ ଲୋକଙ୍କୁ ଅସଫଳତା ମିଳିପାରେ।ପରିବାର ଲୋକେ ଆପଣଙ୍କୁ ସହଯୋଗ କରିବେ। ଅଚାନକ ଆର୍ଥିକ ରୂପରେ ଫାଇଦା ମିଳିବ। ଗାଡି ଚଳାଚଳ ସମୟରେ ସାବଧାନ ରହିବା ଆବଶ୍ୟକ। ଗାଡି ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ନଚେତ ଦୁର୍ଘଟଣା ଘଟିପାରେ।

ବିଛା ରାଶିର ଲୋକେ ପୁରୁଣା କଥାକୁ ନେଇ ଚିନ୍ତିତ ରହି ପାରନ୍ତି। ଆପଣଙ୍କୁ ନିଜ ମନ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ଅଚାନକ ଖର୍ଚ୍ଚରେ ବୃଦ୍ଧି ହେବ। ଆମଦାନୀରେ ହୋଇଥିବା ବୃଦ୍ଧିକୁ ଆପଣ ସନ୍ତୁଳିତ ରଖିବେ। ନିବେଶ ସମ୍ବନ୍ଧିତ କାର୍ଯ୍ୟରେ ଆପଣଙ୍କୁ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ଜୀବନସାଥୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ସାମାନ୍ୟ ରହିବ। ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେଇ ପାରନ୍ତି।

ମକର ରାଶିର ଲୋକେ ଅଧିକ ଚିନ୍ତିତ ରହିବେ। ଆପଣଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡିପାରେ। ନିବେଶ ସମ୍ବନ୍ଧିତ କାର୍ଯ୍ୟରେ ସାବଧାନ ରହିବା ଆବଶ୍ୟକ। ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି ତାହେଲେ ଘରେ ଜଣେ ଅନୁଭବୀ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ। ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଆପଣ ମହିଳାଙ୍କ ପ୍ରତି ଆକର୍ଷିତ ରହି ପାରନ୍ତି। ପ୍ରଭାବଶାଳୀ ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡ଼ିବ।

ମୀନ ରାଶିର ଲୋକଙ୍କୁ କୌଣସି ମାମଲାରେ ତୁରନ୍ତ ନିଷ୍ପତ୍ତି କରିବା ଉଚିତ ନୁହେଁ। ନଚେତ କଠିନ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଘର ପରିବାରରେ ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ଆପଣ ପ୍ରୟାସ କରିବେ। ପ୍ରେମ ଜୀବନରେ ପରିସ୍ଥିତି ସହିତ ଆପଣ ତାଳମେଳ ରଖିବେ। କୌଣସି ପୁରୁଣା କଥା ଆପଣଙ୍କୁ ଦୁଃଖିତ କରାଇ ପାରେ। ବିବାହ ଯୋଗ୍ୟ ଲୋକଙ୍କ ପାଇଁ ପ୍ରସ୍ତାବ ଆସିପାରେ। ପିତାମାତାଙ୍କ ଠାରୁ ଆଶୀର୍ବାଦ ଏବଂ ସହଯୋଗ ପ୍ରାପ୍ତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ନାମ ଅବଶ୍ୟ ଲେଖି ଦିଅନ୍ତୁ । “ମାତାଙ୍କ କୃପା ହେଲେ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *