Excuse Me Odisha

ଯାହା କହିବୁ ସତ କହିବୁ

ଭାରତୀୟ ମହିଳା ମାନେ କାହିଁକି ମଥାରେ ସିନ୍ଦୂର ଲଗାନ୍ତି , ଜାଣିନିଅନ୍ତୁ ସଠିକ ଉପାୟ

ସେୟାର୍ କରନ୍ତୁ

ଭାରତୀୟ ବିବାହିତା ମହିଳା ମାନଙ୍କ ପାଇଁ ବିବାହର ଅତ୍ୟନ୍ତ ଗୁରୁତ୍ୱ ରହିଥାଏ। ମଥାରେ ଲଗା ଯାଇଥିବା ସିନ୍ଦୂର କେବଳ ମହିଳା ମାନଙ୍କର ବିବାହିତା ହେବାର ପ୍ରମାଣ ନୁହେଁ ବରଂ ଏହା ସ୍ୱାମୀଙ୍କର ଦୀର୍ଘ ଆୟୁ ଏବଂ ସୁଖ ସମୃଦ୍ଧିର ପ୍ରତୀକ ମଧ୍ୟ ଅଟେ। ୧୬ ଅଳଙ୍କାର ମଧ୍ୟରୁ ଗୋଟିଏ ସିନ୍ଦୂର ଲଗାଇବାର ପ୍ରଥା ଶତାବ୍ଦୀ ଧରି ଚାଲିଆସୁଛି। କେବଳ ଧାର୍ମିକ ନୁହେଁ ବରଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ସିନ୍ଦୂର ଲଗାଇବାକୁ ଅତ୍ୟନ୍ତ ଲାଭଦାୟକ ଭାବରେ ବିବେଚନା କରାଯାଏ। ଚାଲନ୍ତୁ ଜାଣିବା ସିନ୍ଦୂର ସହ ଜଡିତ କିଛି ସ୍ୱତନ୍ତ୍ର କଥା ବିଷୟରେ , ଯାହା ପ୍ରତ୍ୟେକ ମହିଳାଙ୍କୁ ଜଣା ରହିବା ଉଚିତ।

ଭଲ ଭାଗ୍ୟ ପାଇଁ:-

କୁହାଯାଏ ଯେ , ଲାଲ ରଙ୍ଗର ସିନ୍ଦୂର ଲଗାଇବା ଦ୍ୱାରା ମାତା ପାର୍ବତୀ ମହିଳା ମାନଙ୍କୁ ଅଖଣ୍ଡ ପତିବ୍ରତା ରହିବା ପାଇଁ ଆଶୀର୍ବାଦ ଦେଇଥାନ୍ତି। ପୌରାଣିକ କଥା ଅନୁଯାୟୀ , ସିନ୍ଦୂର ଲଗାଉଥିବା ମହିଳା ମାନଙ୍କର ସ୍ୱାମୀଙ୍କର ରକ୍ଷା ମାତା ପାର୍ବତୀ ନିଜେ କରିଥାନ୍ତି ଏବଂ ତାଙ୍କୁ ଖରାପ ଶକ୍ତି କବଳରୁ ରକ୍ଷା କରିଥାନ୍ତି।

Google

ସିନ୍ଦୂର ଲୁଚାଇବା ଭୁଲ:-

ଫ୍ୟାଶନ ଯୋଗୁଁ ଆଜିକାଲିର ମହିଳା ମାନେ କେବଳ ପ୍ରଦର୍ଶନ ପାଇଁ ସିନ୍ଦୂର ଲଗାଉଛନ୍ତି କିନ୍ତୁ ଶାସ୍ତ୍ର ଅନୁଯାୟୀ , ସିନ୍ଦୂର ଦେଖାଯିବା ଭଲ ହୋଇଥାଏ। ସିନ୍ଦୂର ଲୁଚାଇବା ଦ୍ୱାରା ସ୍ୱାମୀଙ୍କର ମାନ ସମ୍ମାନକୁ କ୍ଷତି ପହଞ୍ଚିପାରେ। ଏହାସହ ଲମ୍ବା ସିନ୍ଦୂର ଲଗାଇବା ଦ୍ୱାରା ସ୍ୱାମୀଙ୍କର ଇଜ୍ଜତ ବୃଦ୍ଧି ହୋଇଥାଏ।

ନାକ ସିଧାରେ ସିନ୍ଦୂର ଲଗାଇବା:-

ଶାସ୍ତ୍ର ଅନୁଯାୟୀ , ସିନ୍ଦୂରକୁ ସଦା ସର୍ବଦା ନାକ ସିଧାରେ ଲଗାଇବା ଉଚିତ କାରଣ ବଙ୍କାଧଙ୍କା ସିନ୍ଦୂର ସ୍ୱାମୀଙ୍କର ଭାଗ୍ୟ ଖରାପ କରିଦେଇଥାଏ। ଏହାସହ ସେ ସର୍ବଦା ସମସ୍ୟା ଘେରରେ ରହିଥାନ୍ତି।

ମାତା ଲକ୍ଷ୍ମୀଙ୍କର ସମ୍ମାନର ପ୍ରତୀକ:-

ମଥାରେ ସିନ୍ଦୁର ଲଗାଇବା ଦେବୀ ଲକ୍ଷ୍ମୀଙ୍କର ଘରେ ବାସ କରିବା ଏବଂ ଭାଗ୍ୟର ସଂକେତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଏଥିସହିତ ସିନ୍ଦୂରର ସକାରତ୍ମକ ଶକ୍ତି ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ଉପରେ ଭଲ ପ୍ରଭାବ ପକାଇଥାଏ , ଯାହାଦ୍ୱାରା ସେ ସୁସ୍ଥ ଏବଂ ଭାଗ୍ୟଶାଳୀ ରହିଥାନ୍ତି।

ଏକାଗ୍ରତା ବୃଦ୍ଧି ପାଇବା:-

ପୌରାଣିକ କଥା ଅନୁଯାୟୀ , ହଳଦୀଯୁକ୍ତ ସିନ୍ଦୂର ଲଗାଇବା ମଧ୍ୟ ଶୁଭ ହୋଇଥାଏ। ଏହାଦ୍ବାରା ଏକାଗ୍ରତା ବଢିବା ସହ ମନ ମଧ୍ୟ ଶାନ୍ତ ରହିଥାଏ। ଏହାସହ ଏହାଦ୍ବାରା ଅନେକ ରୋଗ ଦୋଷ ମଧ୍ୟ ଦୂର ହୋଇଥାଏ।

Google

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ସିନ୍ଦୂର ଲଗାଇବା:-

ଏହାବ୍ୟତୀତ ସିନ୍ଦୂର ଲଗାଇବାକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଅତ୍ୟନ୍ତ ଶୁଭ ଭାବରେ ବିବେଚନା କରାଯାଇଛି। ଏହାଦ୍ବାରା ରକ୍ତଚାପ ନିୟନ୍ତ୍ରିତ ରହିଥାଏ। ବାସ୍ତବରେ , ସିନ୍ଦୂର ଲଗାଇବା ବ୍ରହ୍ମରନ୍ଧ୍ର ଏବଂ ଅନ୍ଧ୍ରିମ ସ୍ଥାନର ଠିକ ଉପରକୁ ହୋଇଥାଏ। ସିନ୍ଦୂରରେ ରହିଥିବା ଉପାଦାନ ଏହି ସ୍ଥାନରୁ ଶରୀରରେ ରହିଥିବା ବୈଦ୍ୟୁତିକ ଶକ୍ତିକୁ ନିୟନ୍ତ୍ରିତ କରିଥାଏ , ଯାହାଦ୍ୱାରା ଆପଣ ରୋଗ ଠାରୁ ରକ୍ଷା ପାଇଥାନ୍ତି। ଏଥିସହ ଏଥିରେ ରହିଥିବା ପାରା କୁଞ୍ଚନ ଭଳି ସମସ୍ୟାରୁ ରକ୍ଷା କରିଥାଏ।

ଧ୍ୟାନରେ ରଖନ୍ତୁ ଏହି କଥା:-

ଶାସ୍ତ୍ର ଅନୁଯାୟୀ , କେବେ ମଧ୍ୟ କାହା ସମ୍ମୁଖରେ ସିନ୍ଦୂର ଲଗାଇବା ଉଚିତ ନୁହେଁ କାରଣ ଏହାଦ୍ବାରା ସ୍ୱାମୀଙ୍କୁ ନଜର ଲାଗିଥାଏ ଏବଂ ଆପଣଙ୍କ ପ୍ରେମ ମଧ୍ୟ କମ ହୋଇଥାଏ। ଏହାବ୍ୟତୀତ ନିଜ ସିନ୍ଦୂର କାହା ସହ ସେୟାର କରନ୍ତୁ ନାହିଁ କିମ୍ବା କାହାଠାରୁ ସିନ୍ଦୂର ନିଅନ୍ତୁ ନାହିଁ।

ଆପଣ ସିନ୍ଦୂର ଲଗାଇବା ବେଳେ ମାତା ପାର୍ବତୀଙ୍କୁ ଧ୍ୟାନ ନିଶ୍ଚିତ ଭାବରେ କରନ୍ତୁ। ଏହାବ୍ୟତୀତ ଆପଣ ଚେଷ୍ଟା କରନ୍ତୁ ଯେ , ଆପଣ ପ୍ରତିଦିନ ସ୍ୱାମୀଙ୍କ ହାତରୁ ମଥାରେ ସିନ୍ଦୂର ଲଗାଇବେ। ଯଦି ଆପଣ ପ୍ରତିଦିନ ଏଭଳି କରିପାରୁନାହାଁନ୍ତି , ତେବେ ଅତିକମରେ ସପ୍ତାହରେ ୨ଥର ସ୍ୱାମୀଙ୍କ ହାତରୁ ସିନ୍ଦୂର ଲଗାନ୍ତୁ।

ଯଦି ସିନ୍ଦୂର ମାଟି ଉପରେ ପଡିଯାଉଛି , ତେବେ ତାକୁ ଆଉଥରେ ବ୍ୟବହାର କରନ୍ତୁ ନାହିଁ। ଏଭଳି କରିବା ଅଶୁଭ ହୋଇଥାଏ , ଏଥିପାଇଁ ସେହି ସିନ୍ଦୂରକୁ କୌଣସି ଗଛ ତଳେ ଜମା କରିଦିଅନ୍ତୁ।

ଘରେ ପ୍ରସ୍ତୁତ କରନ୍ତୁ ଅର୍ଗାନିକ ସିନ୍ଦୂର:-

ଘରେ ସିନ୍ଦୂର ପ୍ରସ୍ତୁତ କରିବାପାଇଁ ହଳଦୀ , ଫିଟକିରି ଏବଂ ସୁହାଗାକୁ ମିଶାନ୍ତୁ। ତାପରେ ଏଥିରେ ଲେମ୍ବୁରସ ମିଶାଇ ଡବାରେ ଭର୍ତ୍ତି କରିଦିଅନ୍ତୁ। ତାପରେ ଏହାକୁ ପ୍ରତିଦିନ ବ୍ୟବହାର କରନ୍ତୁ।

ନବବିବାହିତା ମହିଳା ମାନେ ମନେରଖନ୍ତୁ ଯେ , ବିବାହ ସମୟରେ ମିଳିଥିବା ସିନ୍ଦୂରକୁ କିଛି ଦିନ ପର୍ଯ୍ୟନ୍ତ ଲଗାନ୍ତୁ ଏବଂ ତାଙ୍କୁ ଦାୟିତ୍ୱରେ ରଖନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *