Excuse Me Odisha

ଯାହା କହିବୁ ସତ କହିବୁ

ସବୁବେଳେ ଗରମ ପାଣି ପିଇବା ଦ୍ୱାରା ଶରୀରରେ ଆସିଯାଏ ୪ଟି ବଡ଼ ପରିବର୍ତ୍ତନ , ଆପଣ ମଧ୍ୟ ନିଶ୍ଚିତ ଭାବରେ ଜାଣନ୍ତୁ

ସେୟାର୍ କରନ୍ତୁ

ସମସ୍ତେ ଜାଣିଛନ୍ତି ଯେ , ପାଣି ପିଇବା ଶରୀର ପାଇଁ ଆବଶ୍ୟକ ଅଟେ। ଭଲ ସ୍ୱାସ୍ଥ୍ୟ ପାଇଁ ଗୋଟିଏ ଦିନରେ ଅତିକମରେ ୮ ରୁ ୧୦ ଲିଟର ପାଣି ପିଇବା ଉଚିତ। କିନ୍ତୁ ଥଣ୍ଡା ପାଣି ପରିବର୍ତ୍ତେ ଗରମ ପାଣିର ଲାଭ ଅଧିକ ହୋଇଥାଏ। କେବଳ ଶୀତ ଦିନେ ନୁହେଁ ବରଂ ଗ୍ରୀଷ୍ମ ଦିନେ ମଧ୍ୟ ଗରମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ।

Google

ଯଦି ଦିନରେ ତିନିଥର ଗରମ ପାଣି ପିଇବାର ଅଭ୍ୟାସ କରି ନିଆଯାଏ , ତେବେ ଶରୀରକୁ ରୋଗ ଠାରୁ ସହଜରେ ରକ୍ଷା କରାଯାଇପାରିବ। ଏହାଦ୍ବାରା ଆପଣଙ୍କର ପାଚନ ତନ୍ତ୍ର , ଚର୍ମ ଏବଂ କେଶ ସୁସ୍ଥ ରହିଥାଏ। ପାଣି ଶରୀରର ଖରାପ ପଦାର୍ଥ ବାହାରକୁ କରିଦିଏ। ପାଣି ବିନା ଆମେ ଆମ ଜୀବନକୁ କଳ୍ପନା ମଧ୍ୟ କରିପାରିବା ନାହିଁ। ପାଣି ଚାରିଆଡୁ ଆମ ପାଇଁ ଲାଭଦାୟକ ଅଟେ , କିନ୍ତୁ ଆମେ ଯଦି ଉଷୁମ ପାଣି ପିଇବା , ତେବେ ତାହା ଆମ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହେବ।

ଯଦି ଆପଣ ମୋଟାପଣ ଦ୍ୱାରା ଚିନ୍ତିତ ଅଛନ୍ତି ଏବଂ ତାହାକୁ କମ କରିବାକୁ ଚାହୁଁଛନ୍ତି , ତେବେ ପ୍ରତିଦିନ ସକାଳେ ଗୋଟିଏ ଗ୍ଲାସ ଗରମ ପାଣି ଆପଣଙ୍କ ପାଇଁ ସାହାଯ୍ୟକାରୀ ପ୍ରମାଣିତ ହେବ। ଗରମ ପାଣି ପିଇବା ଦ୍ୱାରା ଶରୀରରେ ଜମା ହୋଇଥିବା ଚର୍ବି ଶେଷ ହୋଇଯାଏ। ଫଳସ୍ୱରୂପ ଆପଣଙ୍କର ଓଜନ କମ ହୋଇଯାଏ।

ବିନା ମୌସୁମୀରେ ମଧ୍ୟ ଯଦି ଆପଣଙ୍କ ଛାତିରେ ଚିପା ଏବଂ ଥଣ୍ଡାର ସମସ୍ୟା ରହିଥାଏ , ତେବେ ଗରମ ପାଣି ପିଇବା ଆପଣଙ୍କ ପାଇଁ ରାମବାଣ ଠାରୁ କମ ହେବ ନାହିଁ। ଗରମ ପାଣି ପିଇବା ଦ୍ୱାରା ଗଳା ମଧ୍ୟ ଠିକ ରହିଥାଏ। ଏହାକୁ ସେବନ କରିବା ଦ୍ୱାରା ଆରାମ ମିଳିଥାଏ।

Google

ସକାଳେ ସକାଳେ ଗୋଟିଏ ଗ୍ଲାସ ଗରମ ପାଣି କୋଷ୍ଠକାଠିନ୍ୟକୁ ମୂଳରୁ ଶେଷ କରିଦେଇଥାଏ। ପାଣି ଗଣ୍ଠିକୁ ଚି଼କ୍କଣ କରିଥାଏ ଏବଂ ଗଣ୍ଠି ଯନ୍ତ୍ରଣାକୁ ମଧ୍ୟ କମ କରିଥାଏ।

ଓଲଟା ସିଧା ଖାଦ୍ୟ ଖାଇବା ଦ୍ୱାରା ଶରୀର ଭିତରେ ବିଷାକ୍ତ ପଦାର୍ଥ ଜମା ହୋଇଯାଇଥାଏ , ଯାହା ଶରୀରକୁ ଭିତରୁ ଦୁର୍ବଳ କରିଦେଇଥାଏ। ମଣିଷ ଖୁବଶୀଘ୍ର ବୁଢା ଭଳି ଲାଗିଥାଏ। ଏହି ସମସ୍ୟାକୁ ଅଟକାଇବା ପାଇଁ ସକାଳେ ଗରମ ପାଣି ପିଅନ୍ତୁ। ଏହା ଆପଣଙ୍କ ଚର୍ମର କୁଞ୍ଚନକୁ ମଧ୍ୟ କମ କରିଥାଏ ଓ ପେଟକୁ ମଧ୍ୟ ସଫା ରଖିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଏହାକୁ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ବିଷୟରେ ଜାଣିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *