Excuse Me Odisha

ଯାହା କହିବୁ ସତ କହିବୁ

ସୂର୍ଯ୍ୟଦେବ ପୂର୍ବାଶାଢ଼ା ନକ୍ଷତ୍ରରେ କରିବେ ପ୍ରବେଶ, ଏହି ପାଞ୍ଚଟି ରାଶିର ଲୋକଙ୍କର ଭାଗ୍ୟ ଚମକିବ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ରର ସ୍ଥିତି ଲଗାତାର ବଦଳି ଥାଏ, ଯାହାଦ୍ବାରା ଏହାର ପ୍ରଭାବ ୧୨ ଟି ରାଶି ଉପରେ ପଡିଥାଏ। ଜ୍ୟୋତିଷ ଗଣନା ଅନୁସାରେ କହିବାକୁ ଗଲେ କୌଣସି ବ୍ୟକ୍ତିର ରାଶିରେ ଗ୍ରହ ନକ୍ଷତ୍ରର ସ୍ଥିତି ଠିକ୍ ରହିବା ଦ୍ଵାରା ଜୀବନରେ ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ। କିନ୍ତୁ ଗ୍ରହ ନକ୍ଷତ୍ରର ସ୍ଥିତି ଠିକ୍ ନ ରହିଲେ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ। ଏହା ନିରନ୍ତର ଚାଲି ରହିଥାଏ, ଏହାକୁ ଅଟକାଇ ପାରିବା ସମ୍ଭବ ନୁହେଁ।

ଜ୍ୟୋତିଷ ଗଣନା ଅନୁସାରେ ୨୮ ଡିସେମ୍ବର ୨୦୨୦ ର ରାତିରେ ୧୧.୪୫ ଘଟିକା ସମୟରେ ସୂର୍ଯ୍ୟ ଦେବ ପୂର୍ବାଷାଢ଼ା ନକ୍ଷତ୍ର ରେ ପ୍ରବେଶ କରିବେ ଏବଂ ୧୦ ଜାନୁଆରୀ ରାତି ୧.୪୫ ଘଟିକା ପର୍ଯ୍ୟନ୍ତ ବିରାଜମାନ କରିବେ। ସୂର୍ଯ୍ୟର ନକ୍ଷତ୍ର ପରିବର୍ତ୍ତନ ସବୁ ରାଶିର ଲୋକଙ୍କ ଉପରେ କିଛି ନା କିଛି ପ୍ରଭାବ ନିଶ୍ଚିତ ପଡିଥାଏ। ଚାଲନ୍ତୁ ଜାଣିବା ଆପଣଙ୍କ ଉପରେ କିପରି ରହିବ ପ୍ରଭାବ।

Google

ଆସନ୍ତୁ ଜାଣିବା ସୂର୍ଯ୍ୟଦେବ ର ନକ୍ଷତ୍ର ଗୋଚର କେଉଁ ରାଶିର ଲୋକଙ୍କ ପାଇଁ ରହିବ ଶୁଭ।

ମେଷ ରାଶିର ଲୋକଙ୍କୁ ସୂର୍ଯ୍ୟର ନକ୍ଷତ୍ର ଗୋଚର ଯୋଗୁଁ ବ୍ୟବସାୟରେ ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିପାରେ। ବିଶେଷ କାର୍ଯ୍ୟ ପାଇଁ ପ୍ରଭାବଶାଳୀ ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ପରିବାର ସହିତ ଜଡ଼ିତ ନିଷ୍ପତ୍ତି ଆପଣ ନେଇ ପାରନ୍ତି। ଜୀବନସାଥୀଙ୍କ ସହିତ ଉତ୍ତମ ତାଳମେଳ ରଖିବେ। ଅଫିସରେ ମାହୋଲ ଆପଣଙ୍କ ସପକ୍ଷରେ ରହିବ। ବରିଷ୍ଠ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ।

ସିଂହ ରାଶିର ଲୋକେ ନିଜକୁ ଉର୍ଜାବାନ ଅନୁଭବ କରିବେ। ପାରିବାରିକ ସୁଖଶାନ୍ତି ବିଦ୍ୟମାନ ହେବ। ଖାସ୍ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ପାରିବାରିକ ସୁଖଶାନ୍ତି ବୃଦ୍ଧି ହେବ। ଆମଦାନୀ ସାମାନ୍ୟ ରହିବ। ସାମାଜିକ ଦାୟରା ବୃଦ୍ଧି ହେବ। ଆପଣଙ୍କର କୌଣସି ଅଧୁରା ଇଛା ପୂରଣ ହୋଇପାରେ। ଉଧାର ଦେଇଥିବା ଟଙ୍କା ଫେରସ୍ତ ପାଇବେ। ରୋଜଗାର ନଥିବା ଲୋକଙ୍କୁ ଚାକିରୀ ମିଳିବାର ସମ୍ଭାବନା ରହିଛି।

ତୁଳା ରାଶିର ଲୋକଙ୍କ ଉପରେ ସୂର୍ଯ୍ୟର ନକ୍ଷତ୍ର ଗୋଚର ଯୋଗୁଁ ଜୀବନରେ ଉତ୍ତମ ପରିଣାମ ପ୍ରାପ୍ତ କରିବେ। କ୍ୟାରିୟର ରେ ଆପଣଙ୍କୁ ଲଗାତାର ସଫଳତା ମିଳିବ। କାର୍ଯ୍ୟାଳୟ ରେ ଜରୁରୀ କାର୍ଯ୍ୟ ଆପଣ ଉଚିତ ସମୟ ମଧ୍ୟରେ ପୂରଣ କରିବେ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିବେ। କୌଣସି ପୁରୁଣା ନିବେଶରୁ ଭାରୀ ଲାଭ ହୋଇ ପାରି ନାହିଁ। ଜୀବନସାଥୀଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। କାର୍ଯ୍ୟ ମାମଲାରେ ବନେଇଥିବା ଯୋଜନା ସଫଳ ରହିବ। ପାରିବାରିକ ଆବଶ୍ୟକତାକୁ ପୂରଣ କରିବାରେ ଆପଣ ସଫଳ ରହିବେ।

ବିଛା ରାଶିର ଲୋକଙ୍କ ସମୟ ଅନୁକୂଳ ରହିବ। କାର୍ଯ୍ୟ କ୍ଷେତ୍ରରେ ଅଧିନସ୍ଥ କର୍ମଚାରୀ ଆପଣଙ୍କୁ ସହଯୋଗ କରିବେ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ଆପଣ ନିଜକୁ ସାବ୍ୟସ୍ତ କରିବାରେ ସଫଳ ରହିବେ। ମାନସିକ ଚିନ୍ତା ଦୂର ହେବ। ଆପଣଙ୍କ ମନରେ ନୂଆ ନୂଆ ଆଇଡ଼ିଆ ଆସିବ, ଯାହା ଆପଣଙ୍କ ପାଇଁ ଫାଇଦା ସାବ୍ୟସ୍ତ ହେବ। କୌଣସି ପୁରୁଣା ବେମାରୀରୁ ମୁକ୍ତି ମିଳିବ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ବାହନ ସୁଖ ପ୍ରାପ୍ତ ହେବ।

କୁମ୍ଭ ରାଶିର ଲୋକଙ୍କୁ ସୂର୍ଯ୍ୟର ନକ୍ଷତ୍ର ଗୋଚର ଯୋଗୁଁ ସଫଳତାର ନୂତନ ସାଧନ ମିଳିବ। ଘରେ ବୃଦ୍ଧ ଲୋକଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ଆପଣଙ୍କ ମନ ପ୍ରସନ୍ନ ରହିବ। ଘରେ ଛୋଟ ପାର୍ଟିର ଆୟୋଜନ କରି ପାରନ୍ତି। ବ୍ୟବସାୟରେ ଲାଭର ମାତ୍ର ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନ ହସଖୁସିରେ ଭରି ଉଠିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କର ଶୀଘ୍ର ପ୍ରେମ ବିବାହ ହୋଇପାରେ। କହିବାକୁ ଗଲେ ସୂର୍ଯ୍ୟର ନକ୍ଷତ୍ର ଗୋଚର ଆପଣଙ୍କ ପାଇଁ ଲାଭଦାୟକ ରହିବ।

Google

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ସ୍ଥିତି –

ବୃଷ ରାଶିର ଲୋକଙ୍କୁ ନିଜ ବ୍ୟବହାର ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି। ପିତାମାତାଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। କିଛି ଲୋକଙ୍କର ଛବି ଖରାପ ହୋଇପାରେ। ଆପଣଙ୍କୁ ଗୁପ୍ତ ଶତ୍ରୁଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ। ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। କିଛି କାର୍ଯ୍ୟରେ ବନ୍ଧୁଙ୍କ ଠାରୁ ସହଯୋଗ ନେଇ ପାରନ୍ତି। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।

ମିଥୁନ ରାଶିର ଲୋକଙ୍କ ମନ ଧର୍ମକର୍ମ ମାମଲାରେ ଅଧିକ ଲାଗିବ। ନୂଆ ନୂଆ କାର୍ଯ୍ୟରେ ମନ ଲାଗିବ। କିନ୍ତୁ ଆପଣ ଅଜଣା ଲୋକଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ଧାର୍ମିକ ସ୍ଥଳକୁ ଦର୍ଶନ କରିବା ପାଇଁ ଯାଇ ପାରନ୍ତି। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କର ସମ୍ପର୍କ ସୁଦୃଢ ରହିବ।

କର୍କଟ ରାଶିର ଲୋକଙ୍କୁ କାର୍ଯ୍ୟ ମାମଲାରେ ଅଧିକ ପରିଶ୍ରମ କରିବାକୁ ପଡିପାରେ। ଜୀବନସାଥୀଙ୍କ ବ୍ୟବହାର ଆପଣଙ୍କୁ ଦୁଃଖିତ କରାଇ ପାରେ। ବନ୍ଧୁଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣ ରେ ଯାଇ ପାରନ୍ତି। ସନ୍ତାନଙ୍କ ଗତିବିଧି ଉପରେ ନଜର ରଖିବା ଉଚିତ। ଛାତ୍ରଛାତ୍ରୀ ମାନଙ୍କର ମନ ପାଠପଢ଼ାରେ ଲାଗିବ। ପ୍ରତିଯୋଗୀ ମାନଙ୍କୁ ପରୀକ୍ଷାରେ ସଫଳତା ମିଳିବ।

କନ୍ୟା ରାଶିର ଲୋକଙ୍କୁ ସାମାଜିକ କାର୍ଯ୍ୟରେ ଭାଗ ନେଇ ପାରନ୍ତି। ଅଫିସରେ ଆପଣଙ୍କୁ ଅନେକ ଦାୟିତ୍ୱ ମିଳିପାରେ, ଯେଉଁଥିପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ପରିବାରରେ ଜଡ଼ିତ କାର୍ଯ୍ୟ ପାଇଁ ଅଧିକ ବ୍ୟସ୍ତ ରହି ପାରନ୍ତି। ସ୍ବାସ୍ଥ୍ୟରେ ସମସ୍ୟା ଦେଖା ଦେଇପାରେ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ଦୂରେଇ ରହିବା ଆବଶ୍ୟକ।

ଧନୁ ରାଶିର ଲୋକଙ୍କୁ ଦାମ୍ପତ୍ୟ ଜୀବନରେ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ। ଜୀବନସାଥୀଙ୍କ ସହିତ କଥାବାର୍ତ୍ତା ସମୟରେ ଆପଣଙ୍କୁ ନରମ ରହିବା ଆବଶ୍ୟକ। ଶାରୀରିକ ରୂପରେ ସୁସ୍ଥ ରହିବେ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଧର୍ଯ୍ୟ ରଖିବାକୁ ପଡିବ। ଅନ୍ୟମାନଙ୍କ କାର୍ଯ୍ୟରେ ଆପଣ ହସ୍ତକ୍ଷେପ କରନ୍ତୁ ନାହିଁ। ଘରର ଆର୍ଥିକ ସ୍ଥିତି ସୁଦୃଢ ରହିବ। କିଛି ନୂଆ ବିଚାର ଆପଣଙ୍କ ମନରେ ଆସିପାରେ।

ମକର ରାଶିର ଲୋକଙ୍କ ସମୟ ଲାଭଦାୟକ ସାବ୍ୟସ୍ତ ହେବ। ଚାକିରୀ କ୍ଷେତ୍ରରେ ଆପଣଙ୍କ ପ୍ରଭାବ ରହିବ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ପ୍ରତିଯୋଗୀ ମାନଙ୍କୁ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। କ୍ୟାରିୟରରେ ଆପଣଙ୍କୁ ସଫଳତା ମିଳିବ। ଅଫିସ କାର୍ଯ୍ୟରେ ଆପଣଙ୍କୁ ଯାତ୍ରା କରିବାକୁ ପଡ଼ିବ। ଆପଣଙ୍କ ଦ୍ଵାରା ହୋଇଥିବା ଯାତ୍ରା କଷ୍ଟକାରୀ ସାବ୍ୟସ୍ତ ହୋଇପାରେ।

ମୀନ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଆପଣ ନିଜର ପିଲାବେଳର ବନ୍ଧୁଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଆପଣଙ୍କ ମନ ପ୍ରସନ୍ନ ରହିବ। ସମ୍ପତ୍ତି ବଢେଇବାର ଯୋଜନା କରି ପାରନ୍ତି। ବ୍ୟବସାୟ ରେ ଆପଣଙ୍କୁ ସଫଳତା ମିଳିବ। ଅଚାନକ ମହତ୍ୱପୂର୍ଣ୍ଣ ମାମଲାରେ ନିଷ୍ପତ୍ତି ନେବାକୁ ପଡିପାରେ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ସୂର୍ଯ୍ୟ ଦେବ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *