Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷ 2021 : ଶନିଦେବଙ୍କର ହେବ ମାର୍ଗୀ ଚଳନ , ଏହି ରାଶିର ଆସିଲା ଶୁଭ ଦିନ ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଜାଣିବା ନୂଆ ବର୍ଷ ୨୦୨୧ରେ ଏହି ରାଶିରେ ଆସିଲା ଶୁଭ ଦିନ। ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ।

ବନ୍ଧୁଗଣ ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଯଦି ଭଗବାନ ଶନିଦେବଙ୍କର କୌଣସି ଜାତକ ଉପରେ ଖରାପ ନଜର ପଡ଼ିଯାଏ ତେବେ ସେହି ରାଶିର ମଣିଷ ନିଜର ସବୁ ସମସ୍ୟାକୁ ହିଁ ସଜାଡିବାରେ ସମ୍ପୂର୍ଣ ଜୀବନ ବିତିଯାଏ। ଯଦି ଭଗବାନ ଶନିଦେବଙ୍କର କୃପା ଦୃଷ୍ଟି ପଡ଼ିଯାଏ ତେବେ ସେହି ମଣିଷ ବହୁତ କମ ପରିଶ୍ରମରେ ନିଜର ଜୀବନରେ ସବୁ ପ୍ରକାରର ସୁଖର ପ୍ରାପ୍ତି କରିଥାଏ। ତେବେ ସେହିଠାରେ ମା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ। ଏବଂ ପ୍ରତ୍ୟକ ମଣିଷ ଏହା ଚାହିଁ ଥାଏ ଯେ ତାହାର ଉପରେ ମା ଲକ୍ଷ୍ମୀଙ୍କର ଅପାର କୃପା ବନି ରହୁ ବୋଲି। ଯେମିତିକି ତାର ଜୀବନରେ କେବେବି ସୁଖର ସମୃଦ୍ଧିର ଅଭାବ ନରହୁ। ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ମାନଙ୍କର ଚଳନ କାରଣରୁ ଏଭଳି ମହାସଂଯୋଗ ବନୁଅଛି। ଆସନ୍ତା କାଲି ଠାରୁ ମା ଲକ୍ଷ୍ମୀ ଏବଂ ଭଗବାନ ଶନିଦେବ ଏକା ସହିତ କିଛି ରାଶିମାନଙ୍କ ଉପରେ ପ୍ରସନ୍ନ ହେବେ। ଯାହା ଫଳରେ ସେହି ରାଶି ମାନଙ୍କ ଭାଗ୍ୟ ଏବେ ଚମକିବାକୁ ଯାଉଛି। ଏହି ରାଶି ମାନଙ୍କ ଭାଗ୍ୟରେ ହେବାକୁ ଥିବା ଲାଭ ବିଷୟରେ ଆଜି ଆମେ ଆପଣଙ୍କୁ ଜଣେଇଦେବୁ।

Google

ମେଷ ରାଶି:-

ଏହି ମେଷ ରାଶିର ବ୍ୟକ୍ତି ମାନଙ୍କର ଖରାପ ସମୟ ଏବେ ଶେଷ ହୋଇସାରିଛି। ଏହି ରାଶିର ବ୍ୟକ୍ତି ମାନଙ୍କର ଉପରେ ଭଗବାନ ଶନିଦେବ ନିଜର କୃପା ଦୃଷ୍ଟି  ରଖିବେ। ଏହି ରାଶିର ବ୍ୟକ୍ତି ମାନଙ୍କୁ ମାନ ସମ୍ମାନର ପ୍ରାପ୍ତି ହେବ। ଆଗାମୀ ସମୟରେ ଆପଣଙ୍କୁ ସଫଳତା ହାସଲ ହେବାର ଯୋଗ ମଧ୍ୟ ବନୁଅଛି। ଏହା ସହିତ ସ୍ବାସ୍ଥ୍ୟ ସମ୍ବୋଦ୍ଧିୟ ସମସ୍ୟାରୁ ମୁକ୍ତି ମିଳିପାରିବ। ଆପଣ ନିଜର ଶତୃ ମାନଙ୍କ ଉପରେ ବିଜୟ ଲାଭ କରିବେ। ଘର ପରିବାରରେ ଖୁସିର ବାତାବରଣ ଲାଗିରହିବ।

କର୍କଟ ରାଶି:-

ଏହି କର୍କଟ ରାଶିର ବ୍ୟକ୍ତି ମାନଙ୍କର ଉପରେ ଭଗବାନ ଶନିଦେବଙ୍କର କୃପା ଦୃଷ୍ଟି ଲଗାତାର ଲାଗି ରହିବ।ଆପଣ ମାନଙ୍କ ଜୀବନରେ ଯାହା ସବୁ ସମସ୍ୟା ଗୁଡ଼ିକ ରହିଛି ସେହି ସବୁ ସମସ୍ୟା ଗୁଡ଼ିକର ଅନ୍ତ ଘଟିବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କୁ ଆଗାମୀ ଭବିଷ୍ୟତରେ ଭଲ ଲାଭ ପ୍ରାପ୍ତ ହେବ। ଆପଣଙ୍କୁ ନିଜର ସାଙ୍ଗ କିମ୍ବା ବନ୍ଧୁ ମାନଙ୍କ ଠାରୁ ଲାଭ ମିଳିପାରେ। ଗୁରୁଜନ ମାନଙ୍କର ସମ୍ପୂର୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। ଚାକିରି କରୁଥିବା ଲୋକମାନଙ୍କୁ ନିଜର ଚାକିରୀରେ ପ୍ରମୋସନ ହେବାର ସମ୍ଭାବନା ଅଛି।

ବିଛା ରାଶି:-

ଏହି ରାଶିର ସମସ୍ତ ଲୋକଙ୍କୁ ଆସୁଥିବା ଆଗାମୀ ସମୟରେ ମନ ଚାହୁଁଥିବା ଚାକିରି ମିଳିବ। ଏହା ସହିତ ଲୋକମାନଙ୍କର ଅଟକି ରହିଥିବା କାର୍ଯ୍ୟ ମଧ୍ୟ ଆଗାମୀ ସମୟରେ ପୂରଣ ହେବ। ଆପଣଙ୍କ ଜୀବନରେ ଆଗକୁ ଆସିବାକୁଥିବା ସବୁ କଷ୍ଟ ଦୂର ହୋଇଯିବ। ଆପଣଙ୍କୁ ନିଜର ଜୀବନରେ ବହୁତ ଜୋରରେ ସଫଳତା ପାଇବାରୁ କେହିବି ଅଟକାଇ ପାରିବେ ନାହିଁ। ଯେଉଁ ଲୋକମାନେ ଚାକିରି ଖୋଜୁଛନ୍ତି ସେମାନଙ୍କୁ ନିଶ୍ଚିତ ଭାବରେ ନିଜର ଚାକିରୀରେ ସଫଳତା ମିଳିବ।

ଧନୁ ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କର ଉପରେ ଭଗବାନ ଶନିଦେବ ଖୁସି ପୂର୍ଣ ରହିବେ। ଖାସ କରି ଯେଉଁ ବ୍ୟକ୍ତି ମାନେ ବ୍ୟାପାରି ଅଟନ୍ତି ସେମାନଙ୍କୁ ତାଙ୍କର ବ୍ୟାପାର କ୍ଷେତ୍ରରେ ଭଲ ଲାଭ ମିଳିବାର ଯୋଗ ବନୁଅଛି। ଆପଣଙ୍କୁ ଆଗାମୀ ସମୟରେ ସଫଳତାର ଅନେକ ପ୍ରକାରର ମାର୍ଗ ପ୍ରାପ୍ତ ହେବ। ଧନ ସମ୍ବିଦ୍ଧିତ ସମସ୍ତ ସମସ୍ୟା ଆପଣଙ୍କର ଦୂର ହେବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ଭଗବାନ ଶନିଦେବଙ୍କର କୃପାରୁ ଆପଣଙ୍କର କାରବାରରେ ଦିନକୁ ଦିନ ଲାଭ ବଢ଼ିଯିବ।

Google

କୁମ୍ଭ ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଭଗବାନ ଶନିଦେବ ଅତ୍ୟନ୍ତ ପ୍ରସନ୍ନ ରହିବେ। ଆପଣଙ୍କର ଜୀବନରେ ସବୁ ପ୍ରକାରର ବାଧା ଗୁଡ଼ିକ ଦୂର ହୋଇଯିବ। ଖାସ କରି ପ୍ରେମ ସମ୍ବୋଦ୍ଧରେ ଯେଉଁ ବ୍ୟକ୍ତି ମାନେ ଅଛନ୍ତି ସେମାନଙ୍କର ପ୍ରେମ ବିବାହ ହେବାର ସମ୍ଭାବନା ଅଛି। ଆପଣଙ୍କ ଦ୍ବାରା କରାଯାଇଥିବା ସବୁ ଚେଷ୍ଟା ବହୁତ ଜଲଦି ସଫଳ ହେବ। ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ। ଆପଣ ନିଜର କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ। ନୁଆ ଘର ମଧ୍ୟ ଆପଣ କିଣି ପାରନ୍ତି।

ତୁଳା ରାଶି:-

ଏହି ରାଶିର ସବୁ ଲୋକମାନଙ୍କୁ କୌଣସି ନିବେଶରୁ ମଧ୍ୟ ଲାଭ ମିଳିବାର ସମ୍ପୂର୍ଣ ସମ୍ଭାବନା ଅଛି। ଆପଣଙ୍କର ପରିବାରରେ ସୁଖ ଶାନ୍ତି ଲାଗିରହିବ। ବହୁତ ଦିନରୁ ଅଟକି ରହିଥିବା ଧନ କିମ୍ବା ଟଙ୍କା ପଇସା ଏହି ଲୋକମାନଙ୍କୁ ଫେରି ମିଳିବାର ସମ୍ଭାବନା ରହିଛି। ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହା ବହୁତ ଶୁଭ ସମୟ ସାବ୍ୟସ୍ତ ହେବ। ବହୁତ ଜଲଦି ଚାକିରି ମିଳିବାର ସମ୍ଭାବନା ଅଛି। ଚାକିରି ମିଳିବା ମାତ୍ରେ ଆପଣଙ୍କ ପ୍ରତି ସମସ୍ତଙ୍କର ବ୍ୟବହାର ବଦଳି ଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶନିଦେବ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *