Excuse Me Odisha

ଯାହା କହିବୁ ସତ କହିବୁ

ଗ୍ରହ ନକ୍ଷତ୍ରର ଶୁଭ ସ୍ଥିତି ସୁଧାରିବେ ଏହି ୩ଟି ରାଶିର ଅବସ୍ଥା , ଶୁଭ ସଂଯୋଗ ଦ୍ୱାରା ଭାଗ୍ୟଶାଳୀ ଦିନ ହେଲା ଆରମ୍ଭ।

ସେୟାର୍ କରନ୍ତୁ

ଆକାଶମଣ୍ଡଳରେ ଗ୍ରହ ନକ୍ଷତ୍ରର ସ୍ଥିତି ଲଗାତାର ବଦଳୁ ଥାଏ। ଯେଉଁଥିପାଇଁ ପ୍ରତ୍ୟେକ ରାଶି ଉପରେ କିଛି ନା କିଛି ପ୍ରଭାବ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ରାଶିରେ ଗ୍ରହ ମାନଙ୍କ ଚଳନ ଠିକ୍ ରହିଥାଏ, ତାହେଲେ ଜୀବନରେ ସକାରାତ୍ମକ ପରିଣାମ ମିଳିଥାଏ। କିନ୍ତୁ ଗ୍ରହର ଚଳନ ଠିକ୍ ନରହିଲେ ବହୁତ ସମସ୍ୟା ଉତ୍ପନ୍ନ ହୋଇଥାଏ।

ଜ୍ୟୋତିଷ ଗଣନା ଅନୁସାରେ ଆଜି ମାର୍ଗ ଶୀର୍ଷ ପକ୍ଷ ଦ୍ଵାଦଶୀରେ ସନ୍ଧ୍ୟା ଯୋଗର ନିର୍ମାଣ ହୋଇଥାଏ। ଏହାଛଡା କିଛି ରାଶିର ଲୋକଙ୍କ ପାଇଁ ଗ୍ରହ ନକ୍ଷତ୍ର ର ଶୁଭ ସଙ୍କେତ ଦେଉଛି। ଗ୍ରହ ନକ୍ଷତ୍ରର ଶୁଭ ସଂଯୋଗ ଦ୍ୱାରା ଆପଣଙ୍କୁ ଲାଭ ମିଳିବ ଏବଂ  କିଛି ଲୋକଙ୍କୁ ହାନୀ ହୋଇପାରେ। ଚାଲନ୍ତୁ ଜାଣିବା ସେହି ବିଷୟରେ ।

ଆସନ୍ତୁ ଜାଣିବା ଗ୍ରହ ନକ୍ଷତ୍ର ର ଶୁଭ ସ୍ଥିତି ଦ୍ଵାରା କେଉଁ ରାଶିର ଲୋକଙ୍କୁ ମିଳିବ ଲାଭ।

ସିଂହ ରାଶିର ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ଉତ୍ତମ ପରିଚୟ ପ୍ରାପ୍ତ ହେବ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଗ୍ରହ ନକ୍ଷତ୍ରର ଶୁଭ ସ୍ଥିତି ଯୋଗୁଁ ବ୍ୟାପାର ରେ ଭାରୀ ଲାଭ ହେବାର ସମ୍ଭାବନା ରହିଛି। ଧାର୍ମିକ ସ୍ଥାନ ଦର୍ଶନ କରିବା ପାଇଁ ଯାଇ ପାରନ୍ତି। ଅଫିସରେ ଆପଣଙ୍କୁ ସମ୍ମାନ ପ୍ରାପ୍ତ ହେବ। ବୈବାହିକ ଜୀବନ ସୁଖମୟ ରହିବ। ଶାରୀରିକ ଦୁର୍ବଳତା ରୁ ମୁକ୍ତି ମିଳିବ। ପ୍ରେମ ଜୀବନରେ ସୁଧାର ଆସିବ।

Google

ତୁଳା ରାଶିର ଲୋକଙ୍କ ମଧ୍ୟରେ ସକାରାତ୍ମକ ଉର୍ଜା ସଞ୍ଚାର ହେବ। ଗ୍ରହ ନକ୍ଷତ୍ରର ଶୁଭ ପ୍ରଭାବ ଯୋଗୁଁ ଆପଣଙ୍କ କଠିନ ପରିଶ୍ରମର ଉଚିତ ପରିଣାମ ପ୍ରାପ୍ତ ହେବ। ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ପ୍ରଭାବଶାଳୀ ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବ। କାରବାର ରେ ସଫଳତା ମିଳିବ। ପରିବାରର ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ଆପଣ ପ୍ରୟାସ କରିବେ।

ଧନୁ ରାଶିର ଲୋକଙ୍କର ଅଧୁରା ଇଛା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢିବ। ଆପଣ ବିରୋଧୀ ଙ୍କୁ ପରାସ୍ତ କରିବେ। ବିଦ୍ୟାର୍ଥୀ ମାନଙ୍କୁ ପ୍ରତିଯୋଗିତା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ ଏବଂ ସଫଳତା ହାସଲ କରିବେ। ଧନ ଆୟ କରିବାର ଜରିଆ ପ୍ରାପ୍ତ ହେବ। ଗ୍ରହ ନକ୍ଷତ୍ରର ଶୁଭ ପ୍ରଭାବ ଦ୍ଵାରା ସବୁ କ୍ଷେତ୍ରରେ ଲାଭ ମିଳିବ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ଅବସ୍ଥା –

ମେଷ ରାଶିର ଲୋକଙ୍କୁ ସାମାନ୍ୟ ପରିଣାମ ପ୍ରାପ୍ତ ହେବ। ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଚାକିରୀ କ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିପାରେ। ଶାରୀରିକ ଥକା ଅନୁଭବ କରିବେ। ଆର୍ଥିକ ମାମଲାକୁ ନେଇ ଶୀଘ୍ରତା କରନ୍ତୁ ନାହିଁ, ନଚେତ ଧନ ହାନୀ ହେବାର ସମ୍ଭାବନା ରହିଛି। ଅଫିସ କାର୍ଯ୍ୟ ପାଇଁ ଆପଣଙ୍କୁ ଯାତ୍ରା କରିବାକୁ ପଡିପାରେ।

ବୃଷ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଆପଣଙ୍କୁ ନୂଆ ଯୋଜନା ଉପରେ ଗମ୍ଭୀର ଧ୍ୟାନ ରଖିବା ଆବଶ୍ୟକ। ଚାକିରୀ ନଥିବା ଲୋକଙ୍କୁ ଅପେକ୍ଷା କରିବାକୁ ପଡିପାରେ। ଘର ପରିବାରରେ ଖୁସିର ମାହୋଲ ରହିବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ଆପଣଙ୍କୁ ଜୀବନସାଥୀଙ୍କ ଭାବନାକୁ ବୁଝିବା ଆବଶ୍ୟକ। ଦାମ୍ପତ୍ୟ ଜୀବନରେ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ପ୍ରେମ ଜୀବନରେ ସୁଧାର ଆସିବାର ସମ୍ଭାବନା ରହିଛି।

Google

ମିଥୁନ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ସଫଳତାର ଅନେକ ଅବସର ମିଳିପାରେ। ଘରେ ବୃଦ୍ଧ ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିପାଇଁ ଆପଣ ଚିନ୍ତିତ ରହିବେ। ବ୍ୟାପାର ମାମଲାରେ ଆପଣ ବନେଇ ଥିବା ଯୋଜନା ଭବିଷ୍ୟତ ପାଇଁ ଲାଭଦାୟକ ରହିବ। ବିଦ୍ୟାର୍ଥୀ ମାନଙ୍କ ମନ ବ୍ୟାକୁଳ ରହିପାରେ। କ୍ୟାରିୟର ରେ କିଛି ସମସ୍ୟା ଦେଖା ଦେଇପାରେ। ଧନ ନିବେଶ କରନ୍ତୁ ନାହିଁ।

କର୍କଟ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ହେବେ। ଆମଦାନୀ ସାମାନ୍ୟ ରହିବ। ଆପଣଙ୍କୁ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଭବିଷ୍ୟତ ପାଇଁ ଆପଣ ଚିନ୍ତିତ ରହି ପାରନ୍ତି। ନିଜ ମନରେ ନକାରାତ୍ମକ ବିଚାର ଆସିବାକୁ ଦିଅନ୍ତୁ ନାହିଁ। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇପାରେ। ସାମାଜିକ ରୂପରେ ମାନସମ୍ମାନ ବୃଦ୍ଧି ହେବ।

କନ୍ୟା ରାଶିର ଲୋକଙ୍କୁ ନିଜ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ଆମଦାନୀ ସାମାନ୍ୟ ରହିବ। ଆପଣଙ୍କୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଉଚିତ। କୌଣସି ବ୍ୟକ୍ତିଙ୍କ ସହିତ ମତନ୍ତେଦ ହୋଇପାରେ। ଅଚାନକ ଆପଣଙ୍କୁ ଲମ୍ବା ଯାତ୍ରା କରିବାକୁ ପଡିପାରେ। ଯାତ୍ରା ସମୟରେ ବାହନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ବ୍ୟକ୍ତିଗତ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ, ଯେଉଁଥିପାଇଁ ଆପଣ ଦୁଃଖିତ ହୋଇ ପାରନ୍ତି।

ବିଛା ରାଶିର ଲୋକଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖା ଦେଇ ପାରେ ।ପାରିବାରିକ ମାହୋଲ ସୁଖମୟ ରହିବ। ପାରିବାରିକ ମାହୋଲ ସୁଖମୟ ରହିବ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରି ପାରନ୍ତି। ପାରିବାରିକ ମାମଲାରେ ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ବିଚାର କରିଥିବା କାର୍ଯ୍ୟ ସମ୍ପନ୍ନ କରିବାରେ ଆପଣ ସଫଳ ରହିବେ। ବ୍ୟବସାୟ କରିଥିବା ଲୋକଙ୍କୁ ସମ୍ଭାଳି ଚାଲିବା ଆବଶ୍ୟକ। ନଚେତ ହାନୀ ହେବାର ସମ୍ଭାବନା ରହିଛି।

ମକର ରାଶିର ଲୋକେ ପରିବାର ସହିତ ଉଚିତ ସମୟ ଅତିବାହିତ କରିବେ। ରାଜନୀତି କରୁଥିବା ଲୋକଙ୍କୁ ସାବଧାନ ରହିବା ଆବଶ୍ୟକ।କିଛି ଲୋକେ ଆପଣଙ୍କ ଛବି ବିଗାଡିବା ପାଇଁ ପ୍ରୟାସ କରି ପାରନ୍ତି। ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ମିଳିବ। ପ୍ରାଇଭେଟ ଚାକିରୀ ଖୋଜୁଥିବା ଲୋକଙ୍କୁ  ଉତ୍ତମ ଚାକିରୀ ମିଳିବାର ସମ୍ଭାବନା ରହିଛି।

କୁମ୍ଭ ରାଶିର ଲୋକେ ଭ୍ରମଣ ରେ ଯାଇ ପାରନ୍ତି। ମନୋରଞ୍ଜନ ସାଧନ ରେ ଖର୍ଚ୍ଚ ହୋଇପାରେ। କୌଣସି ଜରୁରୀ କାର୍ଯ୍ୟରେ ପିତାଙ୍କ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କ ପରିଶ୍ରମ ସାର୍ଥକ ରହିବ। ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷାରେ ଉଚିତ ପରିଣାମ ପ୍ରାପ୍ତ ହେବ। ସାମାଜିକ ସ୍ତରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ପୂଜାପାଠ ରେ ଆପଣଙ୍କର ମନ ଲାଗିବ। ପ୍ରଭାବଶାଳୀ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଧନ ସହିତ ଜଡ଼ିତ ବଡ଼ ନିବେଶ କରି ପାରନ୍ତି। ଆପଣଙ୍କର ଆର୍ଥିକ ସ୍ଥିତି ଅନୁସାରେ ବଜେଟ ବନେଇ ଚାଲିବାକୁ ପଡିବ।

ମୀନ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ପାରିବାରିକ ମାହୋଲ ସୁଖମୟ ରହିବ। ପିତାମାତାଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ବ୍ୟାପାରରେ କିଛି ସମସ୍ୟା ଦେଖା ଦେଇପାରେ। ବିବାହ ସମ୍ବନ୍ଧିତ କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇପାରେ, ଯାହାକୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *