Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ବିଷ୍ଣୁଙ୍କର ଏହି ରାଶିମାନଙ୍କ ଉପରେ ରହିବ ବିଶେଷ ଆଶୀର୍ବାଦ, ଘରକୁ ଆସିବ ଖୁସିର ମାହୋଲ, ଭାଗ୍ୟ ପ୍ରବଳ ରହିବ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ନକ୍ଷତ୍ରଗୁଡିକର ସ୍ଥିତି କ୍ରମାଗତ ଭାବରେ ବଦଳିଥାଏ, ଯେଉଁ କାରଣରୁ ସମସ୍ତ ୧୨ ଟି ରାଶିର ଜାତକ ଉପରେ କିଛି ପ୍ରଭାବ ପଡିଥାଏ। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଯଦି କୌଣସି ବ୍ୟକ୍ତିଙ୍କ ରାଶିରେ ଗ୍ରହମାନଙ୍କର ଗତିବିଧି ଭଲ ତେବେ ଏହା ଜୀବନରେ ସକରାତ୍ମକ ଫଳାଫଳ ଦେଇଥାଏ। କିନ୍ତୁ ଗ୍ରହର ସ୍ଥିତି ଭଲ ନଥିଲେ ଜୀବନରେ ଅନେକ ସମସ୍ୟା ଉପୁଜି ଥାଏ। ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ ଏବଂ ଏହା କ୍ରମାଗତ ଭାବରେ ଚାଲିଥାଏ। ଏହି ଦୁନିଆରେ ସମସ୍ତଙ୍କୁ ନିଜ ଜୀବନର ଉତ୍ଥାନ-ପତନ ଦେଇ ଗତି କରିବାକୁ ପଡିଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କେତେକ ରାଶିର ଲୋକ ଏପରି ଯାହାର ରାଶିଫଳ ଏମିତି ହୋଇଥାଏ। ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦରୁ ଏହି ରାଶିର ଘର ପରିବାରେ ସୁଖ ପାଇବେ ଏବଂ ଭାଗ୍ୟ ସେମାନଙ୍କୁ ସମର୍ଥନ କରିବ। ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟବାନ ଲୋକମାନଙ୍କ ମଧ୍ୟରୁ କିଏ?

Google

ଆସନ୍ତୁ ଜାଣିବା କେଉଁ ରାଶି ମାନଙ୍କ ଉପରେ ରହିବ ଭଗବାନ ବିଷ୍ଣୁଙ୍କର କୃପା ଦୃଷ୍ଟି।

ମେଷ ରାଶି:-

ମେଷ ରାଶିର ଲୋକମାନେ ଅନୁକୂଳ ସମୟ ପାଇବେ। ଆପଣଙ୍କର ଖର୍ଚ୍ଚ ହ୍ରାସ ହୋଇପାରେ। ଆର୍ଥିକ ପରିସ୍ଥିତିରେ ବହୁତ ଉନ୍ନତି ହେବାର ସମ୍ଭାବନା ଅଛି। ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦରୁ ପାରିବାରିକ ପରିବେଶ ଭଲ ରହିବ। ପରିବାରର ସମସ୍ତେ ପରସ୍ପରକୁ ସମର୍ଥନ କରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ସୁଖ ପାଇବେ। ଆପଣଙ୍କର ନିଜ ପ୍ରେମକୁ ନେଇ ସଂପୂର୍ଣ୍ଣ ସଚ୍ଚୋଟ ରହିବେ। ପିଲାମାନଙ୍କଠାରୁ ଚାଲିଥିବା ସମସ୍ୟା ଦୂର ହେବ। ବ୍ୟବସାୟୀମାନେ ବିପୁଳ ଲାଭ ପାଇପାରିବେ। କାର୍ଯ୍ୟ ସଂପର୍କରେ ସମୟ ଶକ୍ତିଶାଳୀ ହେବ।

ବୃଷ ରାଶି:-

ବୃଷ ରାଶି ଥିବା ଲୋକମାନେ ଭଗବାନ ବିଷ୍ଣୁଙ୍କରୁ ବିପୁଳ ପରିମାଣର ଅର୍ଥ ପାଇବାର ସମ୍ଭାବନା ଅଛି ଯାହା ଆପଣଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରିବ। ଆପଣ ଯେକୌଣସି ସ୍ଥାନରେ ବିନିଯୋଗ କରିବାକୁ ଯୋଜନା କରିପାରନ୍ତି। ଜୀବନସାଥୀଙ୍କ ସହିତ ଉତ୍ତମ ସମନ୍ୱୟ ରହିବ। ଛାତ୍ରମାନେ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହୋଇପାରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ରୋମାନ୍ସ ପାଇଁ ଏକ ସୁଯୋଗ ପାଇପାରିବେ।ପ୍ରଭାବଶାଳୀ ଲୋକମାନଙ୍କର ସହିତ ପରିଚୟ ବୃଦ୍ଧି କରିବେ। ଆପଣଙ୍କର ସାମାଜିକ ଦାୟିତ୍ୱ ବୃଦ୍ଧି ପାଇବ।

କର୍କଟ ରାଶି:-

କର୍କଟ ରାଶି ଥିବା ବ୍ୟକ୍ତିମାନଙ୍କୁ ଭାଗ୍ୟର ପୂର୍ଣ ସହଯୋଗ ପ୍ରାପ୍ତ ହେବ। ଆପଣ ନିଜର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକରେ ସଫଳତା ହାସଲ କରିବେ। ଚାକିରି ପ୍ରାପ୍ତର ପ୍ରୟାସ ସାର୍ଥକ ହୋଇପାରେ। ଆପଣଙ୍କ କଠିନ ପରିଶ୍ରମର ଉପଯୁକ୍ତ ଫଳାଫଳ ପାଇବେ। ଅଫିସରେ ପଦୋନ୍ନତି ହେବାର ସମ୍ଭାବନା ଅଛି। ସରକାରୀ କାର୍ଯ୍ୟ ସମାପ୍ତ ହେବ। ବ୍ୟବସାୟ ବୃଦ୍ଧି କରିବାର ଦୃଢ ସମ୍ଭାବନା ଅଛି।

ଧନୁ ରାଶି:-

ଧନୁ ରାଶି ଲୋକଙ୍କ ସମୟ ବହୁତ ସୁନ୍ଦର ହେବାକୁ ଯାଉଛି। ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦରୁ ପାରିବାରିକ ସମ୍ପର୍କ ମଜବୁତ ରହିବ। ସାନ ଭାଇଭଉଣୀଙ୍କ ସହିତ ଚାଲିଥିବା ମତଭେଦକୁ ଦୂର କରିପାରନ୍ତି। ଯାନ ଏବଂ ଘରର ସ୍ୱପ୍ନ ପୂରଣ ହୋଇପାରେ। ସମ୍ପତ୍ତି କାର୍ଯ୍ୟରେ ବହୁତ ଲାଭ ମିଳିବ। ବ୍ୟବସାୟ ବିସ୍ତାର ହେବାର ସମ୍ଭାବନା ଅଛି। କାର୍ଯ୍ୟରେ ଆପଣଙ୍କୁ ଭଲ ସଫଳତା ମିଳିବ। କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଆପଣଙ୍କର ବୁଦ୍ଧି ବ୍ୟବହାର କରି ଆପଣ ଭଲ ଲାଭ ପାଇବେ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତ କରିବେ।

ମକର ରାଶି:-

ମକର ରାଶିର ଲୋକମାନେ ଭଲ ସମୟ ଅତିବାହିତ କରିବେ।ଆପଣଙ୍କର ଶୋଇ ରହିଥିବା ଭାଗ୍ୟ ଜାଗ୍ରତ ହୋଇପାରେ। ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କର ସମସ୍ତ କାର୍ଯ୍ୟ ନିଜର ମନ ଅନୁଯାୟୀ ସମାପ୍ତ ହେବ। ଦାମ୍ପତ୍ୟ ଜୀବନରେ ପ୍ରେମ ବୃଦ୍ଧି ପାଇବ। ଲୋକମାନେ ଆପଣଙ୍କର ଭଲ ସ୍ୱଭାବର ପ୍ରଶଂସା କରିବେ। ବିବାହିତ ଲୋକମାନେ କିଛି ଖୁସି ଖବର ପାଇବାର ସମ୍ଭାବନା ଅଛି। ଆପଣ ସନ୍ତାନ ସୁଖ ପାଇପାରନ୍ତି। କୌଣସି ପୁରୁଣା ଯୋଜନା ବିପୁଳ ଲାଭ ଦେବ।

ମୀନ ରାଶି:-

ଏହି ରାଶି ଥିବା ଲୋକମାନେ ମାନସିକ ଚିନ୍ତାରୁ ମୁକ୍ତି ପାଇବେ।ଆପଣଙ୍କ ଭିତରେ ଅତ୍ୟଧିକ ଆତ୍ମବିଶ୍ୱାସ ଦେଖିବାକୁ ମିଳିବ। ଆପଣ କିଛି ନୂଆ କରିବା ପାଇଁ ଚେଷ୍ଟା କରିବେ। ଆୟରେ ବୃଦ୍ଧି ପାଇବ। ଆପଣ ନିଜ କାମରେ ସନ୍ତୁଷ୍ଟ ରହିବେ। ଭଗବାନ ବିଷ୍ଣୁଙ୍କ ଅନୁଗ୍ରହରେ ପାରିବାରିକ ପରିବେଶ ସୁଖଦ ରହିବ। ଆପଣ ନିଜ ଭବିଷ୍ୟତ ପାଇଁ ନୂତନ ଯୋଜନା ଏବଂ ବିନିଯୋଗ କରିପାରିବେ।କୌଣସି ପୁରୁଣା ବିତର୍କ ଶେଷ ହେବ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତ କରିବେ। ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଇପାରନ୍ତି।

ଆସନ୍ତୁ ଜାଣିବା ଅନ୍ୟ ରାଶି ମାନଙ୍କର ସମୟ କେମିତି ରହିବ।

ମିଥୁନ ରାଶି:-

ଏହି ରାଶିର ଲୋକମାନଙ୍କ ପାଇଁ ସମୟ ବହୁତ କଠିନ ରହିବ। ଆପଣଙ୍କୁ ନିଜର କାମ କାର୍ଯ୍ୟ ଉପରେ ସମ୍ପୂର୍ଣ ଧ୍ୟାନ ଦେବାକୁ ପଡ଼ିବ,ନଚେତ ଆପଣଙ୍କର କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ବିଳମ୍ବ ହୋଇପାରେ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଯାତ୍ରା କରିବାକୁ ପଡିପାରେ। ଆପଣଙ୍କ ଦ୍ବାରା କରାଯାଇଥିବା ଯାତ୍ରା ସଫଳତା ହେବ। ଆୟ ବଢ଼ିବ କିନ୍ତୁ ଖର୍ଚ୍ଚବି ମଧ୍ୟ ବଢ଼ିବ। ପରିବାର କୌଣସି ସଦସ୍ୟଙ୍କ ସହିତ କଳହ ହୋଇପାରେ। ବୈବାହିକ ଜୀବନ ସୁଖଦ ରହିବ। ଆପଣ ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପାଗ ବଦଳିବା କାରଣରୁ ସ୍ବାସ୍ଥ୍ୟ ସମ୍ବୋଦ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡିପାରେ।

Google

ସିଂହ ରାଶି:-

ଏହି ରାଶିର ଲୋକଙ୍କ ସମୟ ମଧ୍ୟମ ଫଳପ୍ରଦ ରହିବ। ଆପଣ କୌଣସିବି ରିକ୍ସ ନେବାକୁ ଚେଷ୍ଟା କରନ୍ତୁ ନାହିଁ ନଚେତ କ୍ଷତି ହୋଇପାରେ। ବ୍ୟବସାୟ ସମ୍ବୋଦ୍ଧିତ ମାମଲାରେ ବହୁତ ଭଲ ସଫଳତା ପ୍ରାପ୍ତ କରିବେ। ଆପଣଙ୍କୁ ଟଙ୍କା କାରବାରରେ ସତର୍କ ରହିବାକୁ ପଡ଼ିବ। ଯଦି ଆପଣ କୌଣସି ବଡ଼ ବିନିଯୋଗ କରିବାକୁ ଚାହାନ୍ତି ତ ଘରର ଅଭିଜ୍ଞ ଲୋକଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ। ଦାମ୍ପତ୍ୟ ଜୀବନରେ ଦୁଖଃ ଭରା ସ୍ଥିତି ଉପୁଜି ପାରେ। ଆପଣ ନିଜର ଜୀବନସାଥୀଙ୍କ ଭାବନାକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ପିଲା ମାନଙ୍କର ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

କନ୍ୟା ରାଶି:-

ଏହି ରାଶିର ଲୋକଙ୍କ ସମୟ ବହୁତ ସୂକ୍ଷ୍ମ ସମୟ ରହିବ। ମାନସିକ ଚିନ୍ତା ବଢିପାରେ ଯାହା ଆପଣ ମାନସିକ ରୁପରେ ଚାପ ଅନୁଭବ କରିବେ। କାର୍ଯ୍ୟରେ ଧ୍ୟାନ ଦେବା ଅତ୍ୟନ୍ତ କଷ୍ଟକର ହେବ। ବ୍ୟବସାୟ କରୁଥିବା ଲୋକମାନେ ସଫଳତା ପାଇପାରିବେ କିନ୍ତୁ ଆପଣଙ୍କ ଅଂଶୀଦାରମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖନ୍ତୁ ନଚେତ ସେମାନଙ୍କ ତରଫରୁ କ୍ଷତି ହୋଇପାରେ। ପ୍ରେମ ଜୀବନ ଭଲ ରହିବ। ପୁରୁଣା କଥା ଭୁଲି କରି ଆପଣ ନିଜର ସମ୍ପର୍କକୁ ଭଲ ଉପାୟରେ ଆଗକୁ ବଢ଼ାଇବା ପାଇଁ ଚେଷ୍ଟା କରିବେ।

ତୁଳା ରାଶି:-

ଏହି ରାଶିଥିବା ଲୋକଙ୍କୁ ଉତ୍ଥାନ-ପତନ ଦେଇ ଗତି କରିବାକୁ ପଡିପାରେ। ମାନସିକ ଚାପରୁ ମୁକ୍ତି ପାଇବେ। ପରିବାରର ସହଯୋଗ ପ୍ରାପ୍ତ ହେବ। ହଠାତ ବାଣିଜ୍ୟରେ ଲାଭଜନକ ଚୁକ୍ତି ମିଳିପାରେ। ଗାଡି ଚଲାଇବା ସମୟରେ ଆପଣଙ୍କୁ ଟିକେ ସତର୍କ ରହିବା ଆବଶ୍ୟକ ଅନ୍ୟଥା ଆଘାତ କିମ୍ବା ଦୁର୍ଘଟଣା ହୋଇପାରେ। ସନ୍ତାନ ମାନଙ୍କର ନକାରାତ୍ମକ କାର୍ଯ୍ୟକଳାପ ଉପରେ ନଜର ରଖନ୍ତୁ ନଚେତ ସେମାନେ ଅସୁବିଧାର ସମ୍ମୁଖୀନ ହେବେ। ଯଦି ଆପଣ ଭାଗିଦାରୀରେ କିଛି କାମ ଆରମ୍ଭ କରିବାକୁ ଚାହାଁନ୍ତି ତେବେ ପ୍ରଥମେ ଚିନ୍ତା କରନ୍ତୁ ନଚେତ ପ୍ରତାରିତ ହେବାର ସମ୍ଭାବନା ଅଛି।

ବିଛା ରାଶି:-

ଏହି ରାଶିର ଲୋକମାନଙ୍କୁ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଚାକିରି କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଶାରୀରିକ ଚାପ ଏବଂ କ୍ଲାନ୍ତ ଅନୁଭବ କରିବେ। ଆପଣ ନିଜେ ଖାଇବା ପିଇବା ପ୍ରତି ଧ୍ୟାନ ଦିଅନ୍ତୁ ନଚେତ ପେଟ ସମ୍ବୋଦ୍ଧିତ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଅଛି। ପ୍ରେମ ଜୀବନ ବ୍ୟତିତ କରୁଥିବା ଲୋକଙ୍କ ପାଇଁ ସମୟ ବହୁତ ଭଲ ରହିବ। ଆପଣ ନିଜର ପ୍ରିୟଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯୋଜନା କରିପାରନ୍ତି। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇପାରେ।

କୁମ୍ଭ ରାଶି:-

ଏହି ରାଶିର ଲୋକମାନଙ୍କ ପାଇଁ ସମୟ ବହୁତ ଅଧିକ ଭଲ ରହିବ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିବ। କୌଣସି ପୁରୁଣା ରୋଗକୁ ନେଇ ଆପଣ ଟିକେ ଚିନ୍ତିତ ରହିବେ। ପାରିବାରିକ ପରିବେଶ ଭଲ ରହିବ। ପରିବାରର ସମସ୍ତ ସଦସ୍ୟ ପାରସ୍ପରିକ ସହିତ ମିଳିମିଶି ସମୟ ବ୍ୟତିତ କରିବେ। କାମକୁ ନେଇ ଆପଣ କୌଣସି ଯାତ୍ରାରେ ଯାଇପାରନ୍ତି। ଅଧିକ ପ୍ରୟାସ କରିବା ଦ୍ବାରା ଆପଣଙ୍କୁ ନିଜ କାର୍ଯ୍ୟରେ ସଫଳତା ମିଳିପାରିବ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ଲାଭ ମିଳିପାରେ। ପ୍ରେମ ଜୀବନ ଭଲ ରହିବ। ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ, ନଚେତ କାହା ସହିତ ବିବାଦ ହେବାର ସ୍ଥିତି ଉପୁଜିପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ। ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଓଁ ଵିଷ୍ଣୁଦେବାୟ ନମଃ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *