Excuse Me Odisha

ଯାହା କହିବୁ ସତ କହିବୁ

୬୦ ଦିନ ପାଇଁ ମଙ୍ଗଳର ମେଷ ରାଶିରେ ପ୍ରବେଶ , ଏହି ରାଶି ଗୁଡିକର ଖୋଲିବ ଭାଗ୍ୟ।

ସେୟାର୍ କରନ୍ତୁ

୨୪ ଡିସେମ୍ବରରେ ମଙ୍ଗଳ ମୀନ ରାଶିରୁ ଫେରି ମେଷ ରାଶିରେ ଗୋଚର କରିବେ। ମଙ୍ଗଳ ମେଷ ରାଶିରେ ଗୋଚର କରିବେ। ମଙ୍ଗଳର ମେଷ ରାଶିରେ ଗୋଚର ଅନେକ କ୍ଷେତ୍ରରେ ଲାଭକାରୀ ସାବ୍ୟସ୍ତ ହେବ। କାରଣ ମଙ୍ଗଳ ନିଜ ରାଶି ମେଷରେ ସବୁଠାରୁ ସୁଦୃଢ ରହିଛନ୍ତି।

ଆପଣଙ୍କୁ କହି ରଖୁଛୁ କି ମଙ୍ଗଳ ଏହି ବର୍ଷ ୧୬ ଅଗଷ୍ଟକୁ ମେଷରୁ ଫେରି ଆସି ଥିଲେ ଏବଂ ପୁଣି ବକ୍ରୀ ହୋଇ ୪ ଅକ୍ଟୋବରକୁ ମୀନକୁ ଫେରି ଯାଇଥିଲେ। ଏବେ ପୁଣିଥରେ ମଙ୍ଗଳ ମେଷର ଘରକୁ ଫେରୁଛନ୍ତି। କହି ରଖୁଛୁ ମଙ୍ଗଳ ୨୪ ଡିସେମ୍ବର ରୁ ୨୨ ଫେବୃୟାରୀ ପର୍ଯ୍ୟନ୍ତ ମେଷ ରାଶିରେ ରହିବେ ଏବଂ ଏହାପରେ ବୃଷ ରାଶିରେ ପ୍ରବେଶ କରିବେ। 

Google

କହିବାକୁ ଗଲେ ବର୍ଷ ୨୦୨୧ ର ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ମଙ୍ଗଳ ନିଜର ରାଶିରେ ହିଁ ରହିବେ। ସ୍ଵଗୃହା ମଙ୍ଗଳର ୬ ଟି ରାଶି ଉପରେ ଅଧିକ ଶୁଭ ପ୍ରଭାବ ପଡ଼ିବ। ତେବେ ଆସନ୍ତୁ ଜାଣିବା ସେହି ଶୁଭ ରାଶି କେଉଁ ୬ ଟି।

ମେଷ ରାଶି –

ମେଷ ରାଶିର ସ୍ଵାମୀ ସ୍ୱୟଂ ମଙ୍ଗଳ ଗ୍ରହ ଅଟନ୍ତି। ମଙ୍ଗଳର ଗୋଚର ଆପଣଙ୍କ ପାଇଁ ଖାସ୍ ରହିଛି। ମଙ୍ଗଳ ର ମେଷ ରାଶିରେ ପ୍ରବେଶ ହେବା ଦ୍ଵାରା ଆପଣଙ୍କ ଜୀବନରେ କିଛି  ଶୁଭ ପରିବର୍ତ୍ତନ ହେବାର ସଂକେତ ରହିଛି। ଆପଣ ପୂର୍ବ ଅପେକ୍ଷା ଅଧିକ ଉର୍ଜାବାନ ରହିବେ।

ଘର ଏବଂ ଅଫିସରେ ଆପଣଙ୍କୁ ନୂଆ ଦାୟିତ୍ୱ ମିଳିପାରେ। ସେହି ଦାୟିତ୍ୱକୁ ଆପଣ ଉଚିତ ଢଙ୍ଗ ରେ ତୁଲାଇବେ। ଯଦି ଆପଣ କୌଣସି ନୂଆ ପ୍ରୋଜେକ୍ଟ ପାଇଁ ବିଚାର କରିଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ।

ଗୋଚର ସମୟରେ ଆପଣଙ୍କର କଳାତ୍ମକତାରେ ବୃଦ୍ଧି ହେବ ଏବଂ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଚାକିରୀ ପେଶାରେ ଥିବା ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ସହକର୍ମୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କର ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ପ୍ରେମୀଙ୍କ ପାଇଁ ମଙ୍ଗଳର ଗୋଚର ଅତ୍ୟନ୍ତ ଶୁଭ ରହିବ।

କର୍କଟ ରାଶି –

ମଙ୍ଗଳର ମେଷ ରାଶିରେ ଗୋଚର ଶୁଭ ସାବ୍ୟସ୍ତ ହୋଇ ପାରେ। ଯେଉଁ ଲୋକ ସେନା, ପୋଲିସ ଏବଂ ଦେଶର ରକ୍ଷାରେ ଜଡ଼ିତ ଅଛନ୍ତି ବା ଅନ୍ୟ ସେବା ରେ କାର୍ଯ୍ୟରତ ଅଛନ୍ତି, ସେମାନଙ୍କୁ ପଦୋନ୍ନତୀ ମିଳିପାରେ।

ଏହି ରାଶିର ଯେଉଁ ଲୋକ ଖେଳ ରେ ରହିଛନ୍ତି, କ୍ୟାରିୟରରେ ଆଗକୁ ବଢିବା ପାଇଁ  ଅବସର ମିଳିପାରେ। ଖେଳ ପଡ଼ିଆରେ ଉତ୍ତମ ପ୍ରଦର୍ଶନ କରିବେ। ଯାହା ଦ୍ଵାରା ଆପଣଙ୍କୁ ଆଗକୁ ଚୟନ ହେବାର ସମ୍ଭାବନା ରହିଛି।

ଚାକିରୀ ପେଶାରେ ଥିବା ଲୋକେ କାର୍ଯ୍ୟକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ , ଯାହାଦ୍ବାରା ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ପ୍ରେମୀ ଯୁଗଳ ନିଜର ପାର୍ଟନରଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।

Google

କନ୍ୟା ରାଶି –

ମଙ୍ଗଳ ର ଘରକୁ ଫେରିବା କନ୍ୟା ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଗୋଚର କାଳରେ ଆପଣ ଉତ୍ତମ ପ୍ରଦର୍ଶନ କରିବେ। ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ। ଖେଳ ପ୍ରତି ରୁଚି ବଢିବ। ରିସର୍ଚ୍ଚ କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ସଫଳତା ମିଳିବ।

ଆପଣ ନିଜ ଜ୍ଞାନ ଅନୁସାରେ ଧନ ଉପାର୍ଜନ କରିବେ। ଯଦି ଆପଣଙ୍କ ମନ ବିଚଳିତ ହେଉଛି ଏବଂ ଆପଣଙ୍କୁ ଶାନ୍ତି ଦରକାର ତାହେଲେ ଆପଣଙ୍କର ଏହି ଇଛା ପୂରଣ ହୋଇଯିବ।

ତୁଳା ରାଶି –

ତୁଳା ରାଶିର ଲୋକଙ୍କ ପାଇଁ ମଙ୍ଗଳର ଗୋଚର ଶୁଭ ପରିଣାମ ନେଇ ଆସିବ। ଘର ପରିବାର ସହିତ ସମ୍ବନ୍ଧ ମଧୁର ରହିବ। ଏହି ସମୟରେ ଆପଣଙ୍କ କ୍ରୋଧର ସ୍ତର ବୃଦ୍ଧି ହୋଇପାରେ। ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ନଚେତ ସମସ୍ୟା ଦେଖା ଦେଇପାରେ।

କ୍ରୋଧ କାରଣରୁ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ବ୍ୟକ୍ତିତ୍ଵ ଉପରେ ଖରାପ ପ୍ରଭାବ ପଡ଼ିବ। ଯଦି ଆପଣ ସିଙ୍ଗଲ ଅଛନ୍ତି ଏବଂ ପାର୍ଟନର ଖୋଜୁଛନ୍ତି ତାହେଲେ ଆପଣଙ୍କ ଇଛା ପୂରଣ ହେବ। ଛାତ୍ର ମାନଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ।

ମକର ରାଶି –

ଏହି ରାଶିର ଲୋକଙ୍କୁ ବ୍ୟବସାୟ ରେ ଉଚିତ ପରିଣାମ ପ୍ରାପ୍ତ ହେବ। ଟଙ୍କା ଦେବା ନେବା ସମୟରେ ସାବଧାନ ରୁହନ୍ତୁ। ନଚେତ ଗଡବଡ ହେବାର ସମ୍ଭାବନା ରହିଛି। ପ୍ରଫେସନାଲ ବେତନରେ ବୃଦ୍ଧି ହେବ। ଅଫିସ ରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ପ୍ରାପ୍ତ ହେବ।

ବିବାହିତ ଲୋକଙ୍କ ପାଇଁ ଏହି ଗୋଚର ସମସ୍ୟା ସୃଷ୍ଟି କରିପାରେ। ଜୀବନସାଥୀଙ୍କ ସହିତ ଛୋଟ ଛୋଟ କଥାରେ ବିବାଦ ହୋଇପାରେ। ବହୁତ ଶୀଘ୍ର ଆପଣଙ୍କୁ ନିଜ ଭୁଲ ଜଣା ପଡ଼ିବ ଏବଂ ଆପଣ ପାର୍ଟନରଙ୍କ ଠାରୁ କ୍ଷମା ମାଗି ପାରନ୍ତି। ବାହନ ସୁଖ ପ୍ରାପ୍ତ ହୋଇପାରେ। ସମ୍ପତି କିଣିବା ଦ୍ଵାରା ଭବିଷ୍ୟତ ପାଇଁ ଫାଇଦା ସାବ୍ୟସ୍ତ ହେବ।

ମୀନ ରାଶି –

ମଙ୍ଗଳର ସ୍ଥିତି ପରିବର୍ତ୍ତନ ମୀନ ରାଶିର ଲୋକଙ୍କୁ ଶୁଭ ପରିଣାମ ଆଣିଦେବ। ଗୋଚର ସମୟରେ ଆପଣ ଯେଉଁ କାର୍ଯ୍ୟ ହାତକୁ ନେବେ ସେଥିରେ ସଫଳତା ପାଇବେ। କହିବାକୁ ଗଲେ ଆପଣଙ୍କୁ ଏହି ସମୟରେ ଖାଦ୍ୟପେୟ ଉପରେ ସତର୍କ ରହିବାର ଆବଶ୍ୟକତା ରହିଛି। ବାହାର ଖାଦ୍ୟ ଅଧିକ ସେବନ କରନ୍ତୁ ନାହିଁ।

ମଙ୍ଗଳର ଗୋଚର ପେଟ ସହିତ ଆପଣଙ୍କ ଆଖି ଏବଂ ଦାନ୍ତ ସମ୍ବନ୍ଧିତ ସମସ୍ୟାକୁ ଉତ୍ପନ୍ନ କରାଇ ପାରେ। ପ୍ରଫେସନାଲ ଲୋକଙ୍କ ଦରମା ବୃଦ୍ଧି ହେବ। ଆୟ ରେ ନୂତନ ସାଧନ ପ୍ରାପ୍ତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ।  ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *