Excuse Me Odisha

ଯାହା କହିବୁ ସତ କହିବୁ

ମଧୁମେହ ସମେତ ଏହି ୮ଟି ରୋଗକୁ ଦୂର କରିବାରେ ଲାଭକାରୀ ହୋଇଥାଏ କଲରା , ଜାଣନ୍ତୁ ଏହାର ଲାଭ

ସେୟାର୍ କରନ୍ତୁ

କଲରା ଖାଇବାକୁ ପିତା ନିଶ୍ଚିତ ଭାବରେ ଲାଗିଥାଏ , କିନ୍ତୁ ଏଥିରେ ଥିବା ଔଷଧୀୟ ଗୁଣ ଅତ୍ୟନ୍ତ ଲାଭକାରୀ ହୋଇଥାଏ। କଲରାରେ ଭିଟାମିନ ଏ , ସି , କ୍ୟାଲସିୟମ , ଆଇରନ , ଫସଫୋରସ , ଫାଇବର , ଏଣ୍ଟି ଅକ୍ସୀଡ଼ାଣ୍ଟ ଏବଂ ଏଣ୍ଟି ବ୍ୟାକ୍ଟେରିଆଲ ଭଳି ତତ୍ୱ ରହିଥାଏ , ଯାହା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ।

କଲରା ଖାଇବା ଦ୍ୱାରା ପ୍ରତିରକ୍ଷା ପ୍ରଣାଳୀ ମଧ୍ୟ ଦୃଢ଼ ହୋଇଥାଏ ଏବଂ ରୋଗ ସହ ଲଢ଼ିବାପାଇଁ ଶକ୍ତି ମିଳିଥାଏ। କଲରା ଖାଇବା ଦ୍ୱାରା ମଧୁମେହ ନିୟନ୍ତ୍ରିତ ହୋଇଥାଏ , ଏଥିସହିତ ଗଣ୍ଠି ରୋଗ ଏବଂ ଶ୍ୱାସ ରୋଗୀମାନଙ୍କ ପାଇଁ ଏହା କୌଣସି ରାମବାଣ ଠାରୁ କମ ନୁହେଁ। କଲରା ତରକାରୀ ବ୍ୟତୀତ ଏହାର ଜୁସ ସେବନ କରିବା ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ କଲରା ଖାଇବାର ଲାଭ ବିଷୟରେ ଜାଣିବା।

Google

୧) ମଧୁମେହକୁ କରେ ନିୟନ୍ତ୍ରଣ:-

ମଧୁମେହ ରୋଗୀଙ୍କ ପାଇଁ କଲରା ରାମବାଣ ଔଷଧ ଭଳି କାମ କରିଥାଏ। ଏହି କଥା ଆମେ କହୁନାହୁଁ ବରଂ ଡାକ୍ତର ମଧୁମେହ ରୋଗୀଙ୍କୁ ସେମାନଙ୍କ ଖାଦ୍ୟରେ କଲରା ଅନ୍ତର୍ଭୁକ୍ତ କରିବାପାଇଁ ପରାମର୍ଶ ଦେଇଥାନ୍ତି। କଲରା ଖାଇବା ଦ୍ୱାରା ଶରୀରର ଶୁଗାର ସ୍ତର ନିୟନ୍ତ୍ରିତ ରହିଥାଏ। ଏହାକୁ କଞ୍ଚା , ତରକାରୀ ପ୍ରସ୍ତୁତ କରି କିମ୍ବା ଜୁସ ଭାବରେ ମଧ୍ୟ ସେବନ କରାଯାଇପାରିବ। ଯଦି କଲରା ନାହିଁ , ତେବେ କଲରା ପାଉଡର ମଧ୍ୟ ଲାଭଦାୟକ ହୋଇଥାଏ।

୨) ଶ୍ୱାସ ରୋଗରେ ଲାଭଦାୟକ:-

ଯଦି ଆପଣ ଶ୍ୱାସ ରୋଗୀ ଅଟନ୍ତି , ତେବେ ଆପଣଙ୍କ ଖାଦ୍ୟରେ କଲରାକୁ ନିଶ୍ଚିତ ଭାବରେ ଅନ୍ତର୍ଭୁକ୍ତ କରନ୍ତୁ। କିନ୍ତୁ ଧ୍ୟାନ ରଖନ୍ତୁ କଲରା ତରକାରୀ ପ୍ରସ୍ତୁତ କରିବା ସମୟରେ ସେଥିରେ ମସଲା ପକାନ୍ତୁ ନାହିଁ। କଲରାର ବିନା ମସଲାଯୁକ୍ତ ତରକାରୀ ଖାଇବା ଦ୍ୱାରା ଶ୍ୱାସ ରୋଗ ଠିକ ହୋଇଥାଏ।

୩) ଗଣ୍ଠି ରୋଗରୁ ଦେଇଥାଏ ମୁକ୍ତି:-

ଯଦି ଆପଣ ଗଣ୍ଠି ସମସ୍ୟା ଦ୍ୱାରା ଚିନ୍ତିତ ଅଟନ୍ତି , ତେବେ ଆପଣଙ୍କ ପାଇଁ କଲରା ଅତ୍ୟନ୍ତ ଲାଭଦାୟକ ଅଟେ। କଲରାର ରସ ଦ୍ୱାରା ଗଣ୍ଠି , ହାତ ଏବଂ ଗୋଡର ମାଲିସ କରିବା ଦ୍ୱାରା ଏହି ସ୍ଥାନରେ ହେଉଥିବା ଜଳାପୋଡା ଦ୍ୱାରା ଖୁବଶୀଘ୍ର ଆରାମ ମିଳିଥାଏ। ଏହାବ୍ୟତୀତ କଲରାର ଜୁସ ପିଇବା ମଧ୍ୟ ଲାଭକାରୀ ହୋଇଥାଏ।

୪) ପଥର ମିଳାଇବାରେ ପାରଙ୍ଗମ:-

ପଥର ସମସ୍ୟାରେ ପୀଡିତ ହୋଇଥିବା ଲୋକମାନଙ୍କ ପାଇଁ କଲରା କୌଣସି ଔଷଧ ଠାରୁ କମ ନୁହେଁ। ଏଭଳି ପରିସ୍ଥିତିରେ କଲରାକୁ ଆପଣଙ୍କର ଦୈନନ୍ଦିନ ଖାଦ୍ୟରେ ନିଶ୍ଚିତ ଭାବରେ ଅନ୍ତର୍ଭୁକ୍ତ କରିବା ଉଚିତ। କଲରାରେ ଏଭଳି ଜିନିଷ ରହିଥାଏ , ଯାହା ପଥରକୁ ମିଳାଇ ବାହାରକୁ ବାହାର କରିଦେଇଥାଏ। ଏଥିପାଇଁ କଲରାର ଜୁସରେ ମହୁ ମିଶାଇ ପିଅନ୍ତୁ।

୫) ପାଚନ ତନ୍ତ୍ରକୁ କରେ ଦୃଢ଼:-

ଏଣ୍ଟି ଅକ୍ସୀଡ଼ାଣ୍ଟ ଏବଂ ଏଣ୍ଟି ବ୍ୟାକ୍ଟେରିଆଲ ଗୁଣରେ ପରିପୂର୍ଣ୍ଣ କଲରା ପାଚନ ତନ୍ତ୍ରକୁ ଦୃଢ଼ କରିବାରେ ସାହାଯ୍ୟ କରିଥାଏ। ଏହାକୁ ସେବନ କରିବା ଦ୍ୱାରା ପେଟ ଭଲଭାବରେ ସଫା ହୋଇଥାଏ ଏବଂ ପେଟ ସହ ଜଡିତ ସମସ୍ୟା ଯେପରିକି ପେଟ ଯନ୍ତ୍ରଣା , ଗ୍ୟାସ ଏବଂ ଅପାଚନ ଦୂର ହୋଇଥାଏ।

Google

୬) ମୁଣ୍ଡ ଯନ୍ତ୍ରଣାରୁ ଦେଇଥାଏ ଆରାମ:-

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନଙ୍କୁ ପ୍ରାୟତଃ ମୁଣ୍ଡ ଯନ୍ତ୍ରଣା ଭଳି ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିଥାଏ। ଯଦି ଆପଣ ମଧ୍ୟ ମୁଣ୍ଡ ଯନ୍ତ୍ରଣା ଦ୍ୱାରା ଚିନ୍ତିତ ଅଛନ୍ତି , ତେବେ କଲରାକୁ ଗ୍ରାଇଣ୍ଡ କରି ତାହାର ଲେପ ମଥାରେ ଲଗାନ୍ତୁ , ଏହାଦ୍ବାରା ଖୁବଶୀଘ୍ର ମୁଣ୍ଡ ଯନ୍ତ୍ରଣାରୁ ଆରାମ ମିଳିଥାଏ।

୭) ମୋଟାପଣ କରିଥାଏ କମ:-

ମୋଟାପଣର ସମସ୍ୟାରେ ପୀଡିତ ହୋଇଥିବା ଲୋକଙ୍କ ପାଇଁ କଲରା ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଏଥିରେ ଥିବା ଏଣ୍ଟି ଅକ୍ସୀଡ଼ାଣ୍ଟ ଏବଂ ଏଣ୍ଟି ବ୍ୟାକ୍ଟେରିଆଲ ଗୁଣ ମୋଟାପଣକୁ ଦୂର କରିଥାଏ। ଏଥିପାଇଁ ଆପଣଙ୍କୁ କଲରାର ଜୁସରେ ଲେମ୍ବୁ ରସ ମିଶାଇ ସେବନ କରିବା ଉଚିତ , ଏହାଦ୍ବାରା ଓଜନ ହ୍ରାସ ପାଇଥାଏ। କଲରା ସେବନ ଦ୍ୱାରା ଶରୀରରେ ରହିଥିବା ବିଷାକ୍ତ ପଦାର୍ଥ ବାହାରକୁ ବାହାରି ଯାଇଥାଏ ଏବଂ ଓଜନ ନିୟନ୍ତ୍ରିତ ହୋଇଥାଏ।

୮) ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ:-

କଲରାରେ ଏଭଳି କିଛି ଗୁଣ ଉପସ୍ଥିତ ରହିଥାଏ , ଯାହାଦ୍ୱାରା ଶରୀରର ପ୍ରତିରକ୍ଷା ପ୍ରଣାଳୀ ଦୃଢ଼ ହୋଇଥାଏ। ବାସ୍ତବରେ , କଲରାରେ ଭିଟାମିନ ଏ , ସି , ଫାଇବର ଏବଂ ଆଇରନ ଭରପୁର ପରିମାଣରେ ରହିଥାଏ। ଏଭଳି ପରିସ୍ଥିତିରେ କଲରା ଖାଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ଶରୀରକୁ ରୋଗ ମାନଙ୍କ ବିରୁଦ୍ଧରେ ଲଢ଼ିବାପାଇଁ ଶକ୍ତି ମିଳିଥାଏ। କଲରା ଖାଇବା ଦ୍ୱାରା ଋତୁକାଳୀନ ରୋଗରୁ ମୁକ୍ତି ମିଳିଥାଏ।

୯) ଭୋକ ବୃଦ୍ଧି କରିଥାଏ:-

କଲରା ଖାଇବା ଦ୍ୱାରା ଭୋକ ନ ଲାଗିବାର ସମସ୍ୟା ମଧ୍ୟ ଦୂର ହୋଇଥାଏ। ବାସ୍ତବରେ , ଏଥିରେ ଫସଫୋରସ ଅତ୍ୟନ୍ତ ଅଧିକ ପରିମାଣରେ ରହିଥାଏ , ଯାହାଦ୍ୱାରା ପାଚନ ତନ୍ତ୍ର ଦୃଢ଼ ହୋଇଥାଏ ଏବଂ କୋଷ୍ଠକାଠିନ୍ୟ , ଅପଚ , ଏସିଡିଟିର ସମସ୍ୟା ହୋଇନଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *