Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୪ ଡିସେମ୍ବର ୨୦୨୦, ଗୁରୁବାର: ଏହି ରାଶିର ଲୋକେ ନିଜର ସ୍ୱାସ୍ଥ୍ୟର ଧ୍ୟାନ ଦିଅନ୍ତୁ, ଏହି ମାନଙ୍କୁ ଅର୍ଲଟ ରହିବାକୁ ପଡିବ

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ , ଗୁରୁବାର ୨୪ ଡିସେମ୍ବରର ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୪ ଡିସେମ୍ବର ୨୦୨୦।

ମେଷ ରାଶି:-

ଆଜି ଦାୟିତ୍ୱ ଅଧିକ ରହିବ। ଅଫିସ କାର୍ଯ୍ୟଗୁଡ଼ିକ ଠିକ ସମୟରେ ସମାପ୍ତ ହେବ। ଅଧିକାରୀମାନେ ପ୍ରଶଂସା କରିବେ। କିଛି କାମକୁ ନେଇ ପାଇଁ ଯାତ୍ରା କରିପାରନ୍ତି। ଦିନଚଯ୍ୟା ପରିବର୍ତ୍ତନ କରିପାରିବେ। ଆପଣ କୌଣସି ବନ୍ଧୁଙ୍କଠାରୁ ଭଲ ସୂଚନା ପାଇବେ। ସନ୍ତାନ ପକ୍ଷରେ ଥିବା ସମସ୍ୟା ଦୂର ହେବ। ଖାଇବା ପିଇବା ପ୍ରତି ଯତ୍ନ ନିଅନ୍ତୁ। ସ୍ୱାସ୍ଥ୍ୟକୁ କିଛି ଲୋକ ଚିନ୍ତିତ ରହିବେ।

ବୃଷ ରାଶି:-

ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ। ବିପଦ ନିଅନ୍ତୁ ନାହିଁ। ବିବାଦର ସ୍ଥିତି ଉପୁଜିପାରେ। ଆଜି ଆପଣ କିଛି କାମ ପାଇଁ ଯାତ୍ରାକୁ ଯାଇପାରନ୍ତି। ପରିବାର ସଦସ୍ୟ ମାନଙ୍କର ସହଯୋଗ ପାଇବେ। ଆପଣ ଋଣ ରାଶି ଫେରସ୍ତ ପାଇବେ।ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ। ସ୍ୱାସ୍ଥ୍ୟ ଭଲ ରହିବ। ବଡ଼ ମାନଙ୍କର ଆଶୀର୍ବାଦ ପ୍ରାପ୍ତ ହେବ।

ମିଥୁନ ରାଶି:-

ଯୁବକମାନେ ସଫଳତା ପାଇବେ। ପ୍ରତିଯୋଗୀ ପରୀକ୍ଷାରେ ସଫଳ ହେବେ। କାମ ଭଲ ଚାଲିବ। ବିନିଯୋଗ ବିଷୟରେ ସତର୍କ ରୁହନ୍ତୁ। କୌଣସି ଅପରିଚିତଙ୍କ ସହିତ ଅଧିକ ମିସନ୍ତୁ ନାହିଁ। ବକ୍ତବ୍ୟରେ ସଂଯମତା ରଖନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ପିଲାମାନଙ୍କ ସହିତ ସମୟ ବିତାଇ ପାରିବେ। ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ।

Google

କର୍କଟ ରାଶି:-

ଆଜି କାହା ସହିତ ବିବାଦ ହେବାର ସମ୍ଭାବନା ଅଛି। ଆଜି ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡିବ। କାହା ସହିତ କଥାବାର୍ତ୍ତା କରିବା ସମୟରେ ଅନରଗଳ ଶବ୍ଦ ବ୍ୟବହାର କରନ୍ତୁ ନାହିଁ। କାର୍ଯ୍ୟର ଚାପ ଅଧିକ ରହିବ। ବ୍ୟବହାରରେ କ୍ରୋଧତା ଦେଖାଯିବ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ। କୌଣସି ସମ୍ପର୍କୀୟଙ୍କ ସହିତ ଦେଖା ହୋଇପାରେ।

ସିଂହ ରାଶି:-

ଆଜି ଆପଣଙ୍କ ଦିନ ଭଲ ରହିବ। ପରିବାର ସହିତ ମଧୁରତା ରହିବ। ପୁରୁଣା ସାଙ୍ଗମାନଙ୍କ ସହିତ ସାକ୍ଷାତ କରିବେ। ଆପଣଙ୍କୁ ଆନନ୍ଦ ମିଳିବ। ଅଫିସ ପରିବେଶ ଆପଣଙ୍କ ପାଇଁ ଅନୁକୂଳ ରହିବ। କାର୍ଯ୍ୟ ଠିକ ସମୟରେ ଶେଷ ହେବ। ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ। ଜୀବନସାଥୀଙ୍କ ସହିତ ପ୍ରେମ ରହିବ। ସ୍ୱାସ୍ଥ୍ୟରେ ଉନ୍ନତି ହେବ।

କନ୍ୟା ରାଶି:-

ଆଜି ଆପଣ ଶୁଭ ସୂଚନା ପାଇବେ। ଆପଣଙ୍କୁ ହଠାତ ଲାଭ ହୋଇପାରେ। ଆୟର ସୁଯୋଗ ଆସିବ। ପରିବାର ସଦସ୍ୟଙ୍କ ସହିତ ଦେଖାହେବ। ନିକଟସ୍ଥ ଜାଗାକୁ ବୁଲିବାକୁ ଯାଇପାରନ୍ତି। ଦିନସାରା ଖୁସି ରହିବେ। ଖର୍ଚ୍ଚ ଅଧିକ ରହିବ। ବିନା ନମାଗିବା ପର୍ଯ୍ୟନ୍ତ କାହାକୁ ପରାମର୍ଶ ଦିଅନ୍ତୁ ନାହିଁ। ଛାତ୍ରମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। କ୍ୟାରିୟର ଆଗକୁ ବଢିବ।

ତୁଳା ରାଶି:-

ଆଜି ଦାୟିତ୍ୱ ଅଧିକ ରହିବ।ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ବଡ଼ ମାନଙ୍କର ଆଶୀର୍ବାଦ ମିଳିବ। ଧର୍ମ କର୍ମରେ ମନ ଲାଗିବ। ପରିବାରର ଆବଶ୍ୟକ ପୁରଣ କରିପାରିବେ। ଦିନ ଭଲ ବ୍ୟତିତ ହେବ। ହଠାତ କୌଣସି ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ଯୁବକ ମାନଙ୍କୁ ପରିଶ୍ରମ କରିବାକୁ ପଡ଼ିବ। ବିଶେଷଜ୍ଞଙ୍କ ଠାରୁ ସାହାର୍ଯ୍ୟ ମିଳିବ। ଆପଣଙ୍କର ଖର୍ଚ୍ଚ କମ ହେବ।

ବିଛା ରାଶି:-

ଆଜି କାହାର କୁଟିଳତା ହେତୁ ଆପଣ ଅସୁବିଧାରେ ପଡ଼ିପାରନ୍ତି। ବିରୋଧୀମାନଙ୍କ ଠାରୁ ସତର୍କ ରୁହନ୍ତୁ। ଧନ ଲାଭ ହେବାର ସମ୍ଭାବନା ଅଛି। ସରକାରୀ କାର୍ଯ୍ୟ ଆଗକୁ ବଢ଼ିବ। ସମ୍ପତ୍ତି ମାମଲାରେ ଅଗ୍ରଗତି ଧୀର ହେବ। ବିବାଦରୁ ଦୂରେଇ ରୁହନ୍ତୁ। ଗାଡି ଚଲାଇବା ସମୟରେ ସତର୍କ ରୁହନ୍ତୁ। ଜୀବନସାଥୀଙ୍କ ସହଯୋଗ ପାଇବେ। ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

ଧନୁ ରାଶି:-

ବିନା କାରଣରେ ବିବାଦର ସମ୍ମୁଖୀନ ହୋଇପାରନ୍ତି। ଆପଣଙ୍କର ସମସ୍ୟା ବଢିବ। ଚାପଗ୍ରସ୍ତ ହେବେ। ଆପଣଙ୍କର କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। କ୍ଷତି ହେବାର ସମ୍ଭାବନା ଅଛି। ଆପଣଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପରିବାର ସଦସ୍ୟଙ୍କ ସହିତ ବାହାରକୁ ଯାଇପାରନ୍ତି। ଆପଣଙ୍କର କାମ ଆଗକୁ ବଢିବ। କାର୍ଯ୍ୟାଳୟର ପରିବେଶ କିଛି ସମସ୍ୟା ସୃଷ୍ଟି କରିବା ଭଳି ରହିବ। ଅଧିକ ଦାୟିତ୍ୱ ରହିବ।

Google

ମକର ରାଶି:-

ଆଜି ଆପଣଙ୍କ ଦିନ ଭଲ ରହିବ। ବନ୍ଧୁ ବାନ୍ଧବଙ୍କ ସହିତ ଦେଖା ହେବ। ଆପଣଙ୍କ ପରିବାରରେ କେହି ସଫଳତା ପାଇଯିବାରୁ ପ୍ରସନ୍ନ ରହିବେ। ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସ କାର୍ଯ୍ୟ ପାଇଁ ଯାତ୍ରା କରିପାରନ୍ତି। ଛାତ୍ରମାନେ ଅଧ୍ୟୟନରେ ଆଗ୍ରହୀ ହେବେ। ଦିନଚଯ୍ୟା ସ୍ୱାଭାବିକ ରହିବ। ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ବୃଦ୍ଧମାନଙ୍କର ଯତ୍ନ ନିଅନ୍ତୁ।

କୁମ୍ଭ ରାଶି:-

ଆଜି କୌଣସି ଅଭାବୀ ଲୋକଙ୍କୁ ସାହାର୍ଯ୍ୟ କରିପାରନ୍ତି। କୌଣସି କାର୍ଯ୍ୟକୁ ଏଡାନ୍ତୁ ନାହିଁ। ଖାଇବା ପିଇବା ପ୍ରତି ଧ୍ୟାନ ରଖନ୍ତୁ। ବାହାରକୁ ଯିବା ସମୟରେ ଆବଶ୍ୟକ କାଗଜ ପତ୍ର ସାଥିରେ ନିଅନ୍ତୁ। ଆୟର ଅବସର ମିଳିବ। ଋଣ ରାଶି ଫେରସ୍ତ ମିଳିପାରେ। କଥା କହିବା ସମୟରେ ନିୟନ୍ତ୍ରଣ ରଖନ୍ତୁ। ଦିନଚଯ୍ୟାରେ ପରିବର୍ତନ କରିପାରିବେ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖଦ ରହିବ।

ମୀନ ରାଶି:-

ବିଳମ୍ବ ରାତ୍ରି ପର୍ଯ୍ୟନ୍ତ କାର୍ଯ୍ୟ କରନ୍ତୁ ନାହିଁ। ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ। ପରିବାରର କୌଣସି ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ। ଆପଣ ଚାପଗ୍ରସ୍ତ ରହିବେ। ଏକାନ୍ତ ରହିବାକୁ ପସନ୍ଦ କରିବେ। ସାମାଜିକ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା କରିପାରନ୍ତି। କୌଣସି ସମ୍ପର୍କୀୟଙ୍କ ପାଖରୁ ଅପ୍ରିତିକର ସୁଚନା ମିଳିପାରେ। କ୍ଷତି ହେବାର ଆଶଙ୍କା ରହିଛି। ମାତା ପିତାଙ୍କର ସେବା କରନ୍ତୁ।

ବନ୍ଧୁଗଣ ଆଜି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *