Excuse Me Odisha

ଯାହା କହିବୁ ସତ କହିବୁ

ଜାନୁଆରୀ ୪ ତାରିଖରେ ଧନୁ ରାଶିର ଗୋଚର କରିବେ ଶୁକ୍ର , କେଉଁ ରାଶି ଉପରେ କଣ ପ୍ରଭାବ ପଡିବ

ସେୟାର୍ କରନ୍ତୁ

ଶୁକ୍ର ଗ୍ରହ ନୂତନ ବର୍ଷର ପ୍ରଥମ ସପ୍ତାହରୁ ରାଶି ପରିବର୍ତ୍ତନ କରିବାକୁ ଯାଉଛି। ଦୈତ୍ୟ ଗୁରୁ ୪ ଜାନୁଆରୀ ଦିନ ସକାଳ ୫ଟା ୧୬ ମିନିଟରେ ଧନୁ ରାଶିକୁ ଗୋଚର କରିବେ। ଜ୍ୟୋତିଷାଚାର୍ଯ୍ୟ ସାକ୍ଷୀ ଶର୍ମାଙ୍କ ଅନୁଯାୟୀ , ଶୁକ୍ର ଗ୍ରହର ଏହି ରାଶିରେ ଗୋଚର ଶୁଭ ଫଳ ପ୍ରଦାନ କରିବାକୁ ଯାଉଛି। ଜାଣନ୍ତୁ ଶୁକ୍ରର ରାଶି ପରିବର୍ତ୍ତନ କରିବା ଦ୍ୱାରା କେଉଁ ରାଶି ଗୁଡିକ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ।

Google

ମେଷ:-

ଏହି ଗୋଚର ଦ୍ୱାରା ମେଷ ରାଶିର ଲୋକମାନଙ୍କୁ ଶୁଭ ଫଳାଫଳର ଆଶା ରଖିବା ଉଚିତ। ଶୁକ୍ର ଏହି ରାଶିର ଜାତକ ପାଇଁ ଅସୀମିତ ଲାଭ ଦେବାକୁ ଯାଉଛନ୍ତି। ଏଥିପାଇଁ ଆପଣ ଆର୍ଥିକ ପରିସ୍ଥିତିରେ ଉନ୍ନତି ହେବ। ଆୟରେ ବୃଦ୍ଧି ହେବ। ତେବେ ଟଙ୍କାକୁ ଭାବିଚିନ୍ତି ବିନିଯୋଗ କରିବା ଉଚିତ।

ବୃଷ:-

ଏହି ଗୋଚର ଦ୍ୱାରା ବୃଷ ରାଶିର ଜାତକ ପାଇଁ ପରିଶ୍ରମ ପରେ ଧନ ପ୍ରାପ୍ତିର ଯୋଗ ହେଉଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲ ନାହିଁ। ବିଶେଷ କରି ମଧୁମେହରେ ପୀଡିତ ରୋଗୀମାନଙ୍କୁ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।

ମିଥୁନ:-

ଏହି ରାଶିର ଜାତକ ମାନଙ୍କ ପରିବାରରେ ଶାନ୍ତି ରହିବ। ପରିବାରକୁ ଖୁସି ଆସିବ। ଯାନବାହନ କ୍ରୟ କରିବାର ବିଚାର କରିପାରନ୍ତି। ଚାକିରୀରେ ପରିବର୍ତ୍ତନ ହୋଇପାରେ। ନୂତନ ଚାକିରୀ ଲାଭକାରୀ ସିଦ୍ଧ ହୋଇପାରେ। ଏହି  ଗୋଚର ସମୟରେ ଆପଣଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ବିଶେଷ କାର୍ଯ୍ୟ ପାଇଁ କରାଯାଇଥିବା ଯାତ୍ରା ଲାଭଦାୟକ ପ୍ରମାଣିତ ହେବ।

କର୍କଟ:-

ଏହି ଗୋଚର ଦ୍ୱାରା ଆପଣଙ୍କ ଜୀବନର ସମସ୍ତ ଜିନିଷ ଟିକିଏ ମନ୍ଥର ଗତିରେ ଚାଲିବ। ସମୟ ଏବଂ ଟଙ୍କାକୁ ନଷ୍ଟ କରିବା ପୂର୍ବରୁ ଭାବନ୍ତୁ। ଅଯଥା ଖର୍ଚ୍ଚ ଠାରୁ ଦୂରେଇ ରୁହନ୍ତୁ।

ସିଂହ:-

ସିଂହ ରାଶିର ଜାତକକୁ ନିଜର ସାଜସଜ୍ଜା ଜିନିଷ ଉପରେ ଖର୍ଚ୍ଚ କରିବାକୁ ପଡିବ। ଏହିଦିନ ଆପଣଙ୍କର ସମସ୍ତ ଧ୍ୟାନ ଆପଣଙ୍କ ପୋଷାକ ଉପରେ ରହିବ। କିଛି ଆଧ୍ୟାତ୍ମିକ ପୁସ୍ତକ ପଢ଼ିବାପାଇଁ ମନ ହେବ।

କନ୍ୟା:-

କନ୍ୟା ରାଶିର ଲୋକଙ୍କ ପାଇଁ ଶୁକ୍ର ଦେବ ଆରାମ ଏବଂ ବୈଭବ ନେଇ ଆସୁଛନ୍ତି। ଆପଣଙ୍କ ଜୀବନଶୈଳୀ ଉନ୍ନତ ହେବ। ପରେ ଘର ନେବାପାଇଁ ଭାବିପାରନ୍ତି। ସମୟ ଭଲ ଅଛି।

Google

ତୁଳା:-

ଶୁକ୍ରଦେବଙ୍କର ରାଶି ତୁଳା ରାଶିର ଲୋକଙ୍କ ପାଇଁ ପରିଶ୍ରମର ସମୟ ରହିଛି। ଅନେକ ମହିଳା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି। ସାବଧାନତାର ସହ ଶବ୍ଦ ବ୍ୟବହାର କରନ୍ତୁ।

ବିଛା:-

ମଙ୍ଗଳଦେବଙ୍କର ରାଶି ବିଛା ରାଶିର ଲୋକମାନଙ୍କ ପାଇଁ ସମୟ ଭଲ ଅଛି। ଶୁକ୍ରଦେବଙ୍କର ଧନଭାବରେ ଆସିବା ଦ୍ୱାରା ଆପଣଙ୍କୁ ଧନ ଲାଭ ହେବ। ହଠାତ ଟଙ୍କା ମିଳିବ। ପରିବାରର ଲୋକଙ୍କ ସହ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ।

ଧନୁ:-

ଧନୁ ରାଶି ନିଜ ପାଇଁ ଖର୍ଚ୍ଚ କରିପାରନ୍ତି। ନୂତନ ପୋଷାକ ଏବଂ ପର୍ଫ୍ୟୁମ କିଣିବାର ସମୟ ରହିଛି। ଯଥାସମ୍ଭବ ଟିକିଏ ଧ୍ୟାନ କାମରେ ଦିଅନ୍ତୁ , ଜିନିଷ ଆହୁରି ଭଲ ହୋଇଯିବ।

ମକର:-

ଶିକ୍ଷାକ୍ଷେତ୍ର ପାଇଁ ଏହି ଗୋଚର ଅନୁକୂଳ ପ୍ରମାଣିତ ହେବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ମିଳିବ। ପଦୋନ୍ନତି ମିଳିବାର ଯୋଗ ସ୍ଥାପନ ହେଉଛି। ଏହି ସମୟ ମଧ୍ୟରେ ଆପଣ ବହୁତ ଅଧିକ ରୋମାଣ୍ଟିକ ରହିବେ। ଯଦି ଆପଣ ବିବାହିତ ଅଟନ୍ତି , ତେବେ ଆପଣଙ୍କ ସମୟ ଭଲରେ ଅତିବାହିତ ହେବ।

କୁମ୍ଭ:-

ଏହି ଗୋଚର ସମୟରେ ଆପଣଙ୍କ ଭାଗ୍ୟର ସମ୍ପୂର୍ଣ୍ଣ ସମର୍ଥନ ମିଳିବ। ଧନ ସଞ୍ଚୟରେ ସଫଳତା ହାସଲ ହେବ। ପିତାଙ୍କୁ ଧନ ଲାଭ ମିଳିବାର ଯୋଗ ସୃଷ୍ଟି ହେଉଛି। ଏହି ଗୋଚର ସମୟରେ ଯାନବାହନ କିମ୍ବା ସମ୍ପତ୍ତି କିଣିବାର ମଧ୍ୟ ଯୋଗ ହୋଇପାରେ।

ମୀନ:-

ମୀନ ରାଶିର ଜାତକ ପାଇଁ ଏହି ଗୋଚର ଭଲ ରହିଛି। କାର୍ଯ୍ୟସ୍ଥଳରେ ଆପଣଙ୍କ ବର୍ଚ୍ଚସ୍ୱ ରହିବ। ଆୟ ବଢିବ। ଘର କିଣିବାର ସଠିକ ସମୟ ରହିଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଭଲ ସମୟ ରହିଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ଚାଲି ଥିବା ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *