Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୩ ଡିସେମ୍ବର ୨୦୨୦, ବୁଧବାର: ଅପରିଚିତ ଲୋକଙ୍କ ଠାରୁ ସତର୍କ ରହିବେ, ଜାଣନ୍ତୁ ଆଜିର ଦିନ ଆପଣଙ୍କ ପାଇଁ ଶୁଭ ନା ଅଶୁଭ

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ , ବୁଧବାର ୨୩ ଡିସେମ୍ବରର ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୩ ଡିସେମ୍ବର ୨୦୨୦।

ମେଷ ରାଶି:-

ଏହି ରାଶିର ଲୋକମାନେ ଆଜି କାହା ସହିତ ବିବାଦ କରିପାରନ୍ତି। ଆପଣ କାମକୁ ନେଇ ଅଳସୁଆ ହୁଅନ୍ତୁ ନାହିଁ। ଆପଣଙ୍କର ଧନ ଲାଭ ହେବାର ସମ୍ଭାବନା ଅଛି। ପରିବାର ସଦସ୍ୟଙ୍କ ସହିତ ଭ୍ରମଣରେ ଯାଇପାରନ୍ତି। ଆଜି ଅଫିସରେ ଅଧିକାରୀଙ୍କ ସହିତ କିଛି କଥାକୁ ନେଇ ମତଭେଦ ହୋଇପାରେ। ବିରୋଧୀମାନଙ୍କ ଠାରୁ ସତର୍କ ରୁହନ୍ତୁ। ନୂତନ ଲୋକଙ୍କ ସହିତ ସାକ୍ଷାତ କରିବେ। ଛାତ୍ରମାନେ ସଫଳତା ପାଇବେ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଚିକିତ୍ସାରେ ଖର୍ଚ୍ଚ ହେବ।

ବୃଷ ରାଶି:-

ସ୍ୱାସ୍ଥ୍ୟ ଅବସ୍ଥା ଦୁର୍ବଳ ରହିବ। ବିନିଯୋଗରେ ଲାଭବାନ ହେବେ। ଆପଣଙ୍କର କାମ ଭଲ ଚାଲିବ। ବୃଦ୍ଧମାନଙ୍କର ଯତ୍ନ ନିଅନ୍ତୁ। ସମ୍ପର୍କୀୟ ମାନଙ୍କ ସହିତ ଦେଖା ହୋଇପାରେ। ବନ୍ଧୁଙ୍କର ସହଯୋଗ ମିଳିବ। କାହା ସହିତ ଆପଣଙ୍କର ପୁରୁଣା ମତଭେଦ ସମାଧାନ ହେବ। ଭାଗ୍ୟ ଆପଣଙ୍କୁ ସହଯୋଗ କରିବ। ଆଧ୍ୟାତ୍ମିକ କ୍ଷେତ୍ରରେ ବୃଦ୍ଧି ଘଟିବ। ଧର୍ମ କର୍ମ କାର୍ଯ୍ୟ କରିବେ। ଯୁବକମାନେ ଲାଭବାନ ହେବେ। ଆପଣ ନିଜ ସାଥୀଙ୍କ ସହିତ ବୁଲିବାକୁ ଯାଇପାରନ୍ତି। ଚିନ୍ତା ଦୂର ହେବ।

ମିଥୁନ ରାଶି:-

କଥାବାର୍ତ୍ତା ସମୟରେ ସାବଧାନ ରୁହନ୍ତୁ। ଶତ୍ରୁ ପକ୍ଷରୁ କ୍ଷତି ହେବାର ସମ୍ଭାବନା ରହିଛି। ନୂତନ ଆୟର ସୁଯୋଗ ରହିବ। ଆପଣଙ୍କର କାମ ଆଗକୁ ବଢିବ। ଭାଗ୍ୟ ଆପଣଙ୍କୁ ସହଯୋଗ କରିବ। କୌଣସି ବିବାଦରୁ ଦୂରରେ ରୁହନ୍ତୁ। ଆଜି ଭ୍ରମଣରୁ ଦୂରେଇ ରୁହନ୍ତୁ।ଗାଡି ଚଲାଇବା ସମୟରେ ସତର୍କ ରୁହନ୍ତୁ। ଆଘାତ ଲାଗିପାରେ। ସନ୍ତାନଙ୍କ ପାଖରୁ ଭଲ ଖବର ମିଳିବ। ଖାଇବା ପିଇବା ପ୍ରତି ଯତ୍ନ ନିଅନ୍ତୁ। ବଡ଼ ମାନଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। ଆଇନଗତ ମାମଲା ଆଗକୁ ଚାଲିବ। 

Google

କର୍କଟ ରାଶି:-

ଆଜି ଆପଣଙ୍କ ଦିନ ସୁଖଦ ରହିବ। ଆପଣ ନିଜର ଅଧିକାଂଶ ଦାୟିତ୍ୱ ପୂରଣ କରିବେ। ସତସଙ୍ଗରୁ ଲାଭ ମିଳିବ। ଆପଣଙ୍କର ମନ ପ୍ରଭୁଙ୍କ ପୂଜାରେ ଲାଗିବ। ଏକାନ୍ତ ରହିବାକୁ ଭଲ ପାଆନ୍ତି। ବିବାହିତମାନେ ବୁଲିବାକୁ ଯାଇପାରନ୍ତି। ଯୁବକମାନଙ୍କ ପାଇଁ ପ୍ରସ୍ତାବ ମିଳିବ। ନୂତନ ଲୋକଙ୍କ ସହିତ ସାକ୍ଷାତ କରିବେ। କଥାରେ ସଂଯମତା ରଖନ୍ତୁ। କାହାର ଦ୍ୱନ୍ଦ୍ୱ ଦୂର କରିପାରିବେ।

ସିଂହ ରାଶି:-

ଆଜି ଆପଣ କିଛି କାର୍ଯ୍ୟରେ କ୍ଷତିଗ୍ରସ୍ତ ହୋଇପାରନ୍ତି।ଚାପଗ୍ରସ୍ତ ହୋଇପାରନ୍ତି। ବିରୋଧୀଙ୍କ ଆଚରଣ ଉପରେ ନଜର ରଖନ୍ତୁ। ଆପଣଙ୍କର କାମ ଆଗକୁ ବଢିବ। ଋଣ ରାଶି ଫେରସ୍ତ ପାଇବାରେ ଅସୁବିଧା ହେବ। ଛାତ୍ରମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। ଯୁବକମାନଙ୍କ କ୍ୟାରିୟର ଅଗ୍ରଗତି କରିବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆପଣ ସଫଳତା ପାଇପାରିବେ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ଅନାବଶ୍ୟକ ଖର୍ଚ୍ଚ ହୋଇପାରେ।

କନ୍ୟା ରାଶି:-

ଆପଣଙ୍କୁ ଲାଭ ହେବ। ବଜେଟକୁ ଧ୍ୟାନରେ ରଖିବା ପରେ ହିଁ ଖର୍ଚ୍ଚ କରନ୍ତୁ। ଆପଣଙ୍କର କାମ ଠିକ ସମୟରେ ସମାପ୍ତ ହେବ। କାର୍ଯ୍ୟାଳୟର ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ। ସହକର୍ମୀଙ୍କ ସାହାଯ୍ୟରେ ଦାୟିତ୍ୱ ପୂରଣ ହେବ। ସରକାରୀ କାର୍ଯ୍ୟ ଜାରି ରହିବ। ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଦେଖା କରିବେ। ଆପଣଙ୍କୁ ଭ୍ରମଣ କରିବାକୁ ପଡିପାରେ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ।

ତୁଳା ରାଶି:-

ଆଜିର ଦିନ ଭଲ ରହିବ। ବ୍ୟବସାୟ ସହ ଜଡିତ ସମସ୍ୟାର ସମାଧାନ ହେବ । ଭଗବାନଙ୍କୁ ପୂଜା କରିବାରେ ନିୟୋଜିତ ହେବେ। ଆଧ୍ୟାତ୍ମିକତା ସତସଙ୍ଗ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଆଜି ଆପଣ ବହୁତ ଉତ୍ସାହିତ ହେବେ। ଆପଣ ଜୀବନରେ ନୂତନତା ଅନୁଭବ କରିବେ। ଛାତ୍ରମାନେ ସଫଳତା ପାଇବେ। ଅର୍ଥ ଲାଭ ହେବାର ସମ୍ଭାବନା ଅଛି। ନିକଟସ୍ଥ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଦିନଚଯ୍ୟା ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ।

ବିଛା ରାଶି:-

ସାଙ୍ଗମାନଙ୍କ ସହିତ ଦେଖା ହୋଇପାରେ। ଆପଣଙ୍କ ଠାରୁ କେହି ଋଣ ନେବାକୁ ଆସିପାରନ୍ତି। ବିନିଯୋଗ ଲାଭବାନ ହେବ। ଆପଣ ଯାନ ଇତ୍ୟାଦି କିଣି ପାରିବେ। ପରିବାର ସଦସ୍ୟମାନଙ୍କର ସହଯୋଗ ପାଇବେ। ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଆଜି ଖର୍ଚ୍ଚ ଅଧିକ ହେବ। ଆପଣଙ୍କ କାର୍ଯ୍ୟକୁ ଆଗକୁ ବଢାଇବାକୁ ଚିନ୍ତା କରିପାରନ୍ତି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ସନ୍ତାନ ପକ୍ଷରୁ ସମସ୍ୟା ଦୂର ହେବ। ଆପଣଙ୍କ ଦିନ ଭଲ ରହିବ।

ଧନୁ ରାଶି:-

ଆଜି ଧାର୍ମିକ କାର୍ଯ୍ୟରେ ଜଡିତ ହୋଇପାରନ୍ତି। ଭ୍ରମଣରେ ଯିବେ। ଆପଣଙ୍କର ବ୍ୟବସାୟ ଭଲ ଚାଲିବ। କୌଣସି ଅଜ୍ଞାତ ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାହିଁ। କୌଣସି ପ୍ରକାରର କ୍ଷତି ହୋଇପାରେ। ମୂଲ୍ୟବାନ ଜିନିଷର ସୁରକ୍ଷା କରନ୍ତୁ। ବାହାରକୁ ଯିବାବେଳେ ବୃଦ୍ଧମାନଙ୍କ ଆଶୀର୍ବାଦ ନିଅନ୍ତୁ। ଆପଣଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପିଲାମାନଙ୍କ ସହିତ ସମୟ ବିତାଇ ପାରିବେ। ଜୀବନ ସାଥୀଙ୍କ ସହିତ ମଧୁରତା ରହିବ।

Google

ମକର ରାଶି:-

ଆଜି ଅଧିକ ଦାୟିତ୍ୱ ହେତୁ ଆପଣ ବହୁତ ଚାପଗ୍ରସ୍ତ ହୋଇପାରିବେ। ଆପଣଙ୍କର କାହା ସହିତ ବିବାଦ ହେବାର ସମ୍ଭାବନା ଅଛି। ସ୍ୱାସ୍ଥ୍ୟ ଖରାପ ହୋଇପାରେ। ପରିବାରରେ ମତଭେଦ ପରିସ୍ଥିତି ସୃଷ୍ଟି ହୋଇପାରେ। ଆଜି ଆପଣଙ୍କୁ ଶତ୍ରୁମାନଙ୍କଠାରୁ ସତର୍କ ରହିବାକୁ ପଡିବ। ଅଧିକ ଖର୍ଚ୍ଚ ହେବ। କୌଣସି ସମ୍ପର୍କୀୟଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରେ। ସାଙ୍ଗମାନଙ୍କ ସହିତ ଦେଖା ହୋଇପାରେ।ଆପଣଙ୍କର ବ୍ୟବସାୟ ସ୍ୱାଭାବିକ ରହିବ।

କୁମ୍ଭ ରାଶି:-

ଅପରିଚିତ ବ୍ୟକ୍ତିଙ୍କଠାରୁ ସତର୍କ ରୁହନ୍ତୁ। ଆପଣଙ୍କର ବ୍ୟକ୍ତିଗତ କଥା କାହା ସହିତ ଅଂଶୀଦାର କରନ୍ତୁ ନାହିଁ। ଆପଣଙ୍କର କାମ ଆଗକୁ ବଢିବ। ବିବାହିତ ଜୀବନ ସୁଖଦ ହେବ। ଭାଗ୍ୟ ଆପଣଙ୍କୁ ସହଯୋଗ କରିବ।ବାହାରର ଖାଇବା ପିଇବା ଠାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ଖରାପ ହୋଇପାରେ। ବୃଦ୍ଧମାନଙ୍କର ଯତ୍ନ ନିଅନ୍ତୁ। କୌଣସି ଭ୍ରମଣରେ ଯାଇପାରନ୍ତି। ପାରିବାରିକ ଦାୟିତ୍ୱ ପୂରଣ କରିବେ। ଯୁବକମାନେ ଲାଭବାନ ହେବେ। ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ।

ମୀନ ରାଶି:-

ସମ୍ପର୍କୀୟ ମାନଙ୍କ ସହିତ ଦୀର୍ଘ ସମୟ ପରେ ଦେଖା ହେବ। ଆପଣଙ୍କର କାମ ଆଗକୁ ବଢିବ। ଦିନଟି ଭଲ ବ୍ୟତିତ ହେବ। ସାଙ୍ଗମାନଙ୍କ ସାହାଯ୍ୟରେ ଆପଣଙ୍କର ସମସ୍ୟା ଦୂର ହେବ। ଆପଣ ସାମାଜିକ ଭାବରେ ପ୍ରଶଂସିତ ହେବେ। ମାନ ସମ୍ମାନ ବୃଦ୍ଧି ପାଇବ। ବୁଦ୍ଧିଜୀବୀଙ୍କ ସହିତ ଦେଖା ହୋଇପାରେ। ଆପଣ ବ୍ୟବସାୟରେ ଲାଭବାନ ହେବେ। ଦିନସାରା ବ୍ୟସ୍ତ ରହିବେ। ଛାତ୍ରମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ।

ବନ୍ଧୁଗଣ ଆଜି ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ଶ୍ରୀ ଗଣେଶ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *