Excuse Me Odisha

ଯାହା କହିବୁ ସତ କହିବୁ

ମଣିଷକୁ ଶୀଘ୍ର ବୁଢା କରିପାରେ ଖାଦ୍ୟର ଏହି ଜିନିଷ , ବୈଜ୍ଞାନିକ ମାନେ ଦେଇଛନ୍ତି ଚେତାବନୀ

ସେୟାର୍ କରନ୍ତୁ

ବଢୁଥିବା ବୟସ ଅର୍ଥାତ ଏଜିଙ୍ଗ ସମସ୍ୟା ଉପରେ ନିୟନ୍ତ୍ରଣ ପାଇବାପାଇଁ ଲୋକମାନେ ନିଜ ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ସ୍ୱୀକାର କରିନେଇଛନ୍ତି। ନିୟମିତ ବ୍ୟାୟାମ , ଚର୍ମର ଯତ୍ନ , ପର୍ଯ୍ୟାପ୍ତ ନିଦ ଏବଂ ଆରାମ ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁବା ରଖିବାର ଭଲ ଉପାୟ ଅଟେ। କିନ୍ତୁ ଆପଣ ଜାଣିଛନ୍ତି କି ଆମର ଖାଦ୍ୟରେ ଅନ୍ତର୍ଭୁକ୍ତ ଗୋଟିଏ ଜିନିଷ ଆମକୁ ଦ୍ରୁତ ଗତିରେ ବୃଦ୍ଧାବସ୍ଥା ଆଡ଼କୁ ଟାଣିବାରେ ସକ୍ଷମ ହୋଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କର କହିବା ଅନୁଯାୟୀ , ଅତ୍ୟଧିକ ଚିନି ସେବନ କରୁଥିବା ଲୋକମାନଙ୍କ ମଧ୍ୟରେ ବୟସ ସମ୍ବନ୍ଧୀୟ ରୋଗର ଆଶଙ୍କା ଅଧିକ ରହିଥାଏ।

Google

ଅଧିକ ଚିନିଯୁକ୍ତ ଖାଦ୍ୟ ଦ୍ୱାରା ବିପଦ:-

ଟଫ୍ଟସ ୟୁନିଭର୍ସିଟିର ଗବେଷକ ମାନଙ୍କର କହିବା ଅନୁଯାୟୀ , ଅଧିକ ଚିନିଯୁକ୍ତ ଖାଦ୍ୟ ମଣିଷର ବୟସ ସହ ଜଡିତ ରୋଗ ପାଇଁ ଦାୟୀ ବିଷାକ୍ତ ପଦାର୍ଥର ନିର୍ମାଣ କରିଥାଏ। ଏହାସହିତ ଏହି ବିଷାକ୍ତ ପଦାର୍ଥକୁ ନଷ୍ଟ କରୁଥିବା ଶାରୀରିକ କ୍ଷମତାକୁ ମଧ୍ୟ ନଷ୍ଟ କରିଥାଏ। ଏହିଭଳି ଅଧିକ ଚିନିଯୁକ୍ତ ଖାଦ୍ୟ ଆମର ଶରୀର ଉପରେ ଦୁଇଗୁଣା ପ୍ରହାର ହୋଇଥାଏ।

ଅଧିକ ଚିନି ଯୋଗୁଁ ରୋଗ:-

ଗବେଷଣାର ମୁଖ୍ୟ ଲେଖକ ତଥା ଟଫ୍ଟସ ୟୁନିଭର୍ସିଟିର ପ୍ରଫେସର ଏଲନ ଟେଲର କହିଛନ୍ତି ଯେ , ଏହି ଗବେଷଣାରେ ଆମେ ଏହା ବୁଝିବାକୁ ଚେଷ୍ଟା କରିଛୁ କି ଅଧିକ ଚିନିଯୁକ୍ତ ଖାଦ୍ୟ ଆମ ଶରୀର ଉପରେ କିପରି ପ୍ରଭାବ ପକାଇଥାଏ। ଆମେ ଏଥିରୁ ଜାଣିବାକୁ ପାଇଛୁ ଯେ , ଶରୀରରେ ଚିନିର ଅତିରିକ୍ତ ପରିମାଣ ବୟସ ସହ ଜଡିତ ରୋଗର ଆଶଙ୍କା ବୃଦ୍ଧି କରିଥାଏ।

ଏହି ରୋଗର ଆଶଙ୍କା:-

ଅଧିକ ଚିନିଯୁକ୍ତ ଖାଦ୍ୟ ଦ୍ୱାରା ହୃଦରୋଗ , ମଧୁମେହ ଏବଂ ବୟସ ସମ୍ବନ୍ଧୀୟ ମ୍ୟାକୁଲାର ଡିଜେନେରେଶନର ସମସ୍ୟା ସୃଷ୍ଟି ହୋଇଥାଏ। ମ୍ୟାକୁଲାର ଡିଜେନେରେଶନ ଏଭଳି ଏକ ରୋଗ ଅଟେ , ଯାହା ମଣିଷକୁ ଅନ୍ଧ ମଧ୍ୟ କରିପାରେ।

କଣ ଅଟେ ଏଡଭାନ୍ସ ଗ୍ଲାଇକୋଜେନ ଏଣ୍ଡ ପ୍ରୋଡକ୍ଟସ:-

ବାସ୍ତବରେ , ଶରୀରରେ P62 ନାମକ ଏକ ପ୍ରୋଟିନ ଆମର କୋଷକୁ ସୁସ୍ଥ ରଖିବାର କାର୍ଯ୍ୟ କରିଥାଏ। ଏହା ଆମ ଶରୀରକୁ ଜୀବାଣୁଶୁନ୍ଯ କରିବାର ଏକ ଅଂଶ ହୋଇଥାଏ , ଯାହା ଅଧିକ ଚିନିଯୁକ୍ତ ଖାଦ୍ୟର କ୍ଷତିକାରକ ବାୟୋପ୍ରୋଡକ୍ଟ advanced glycation end products (AGEs) କୁ ଦୂର କରିଥାଏ।

Google

ଶରୀରର ସମ୍ପୂର୍ଣ୍ଣ ଯାନ୍ତ୍ରିକକ୍ରିୟା ଉପରେ ଖରାପ ପ୍ରଭାବ:-

ଆମ ଶରୀରରେ P62 ପ୍ରୋଟିନ ଯେତେ କମ ହେବ , କ୍ଷତିକାରକ AGEs ସେତେ ଅଧିକ ଜମା ହେବ। ଅଧିକ ଚିନିଯୁକ୍ତ ଖାଦ୍ୟ କେବଳ ଶରୀରକୁ କ୍ଷତି ପହଞ୍ଚାଉଥିବା AGEs କୁ ବଢ଼ାଇ ନଥାଏ ବରଂ P62 ର କାର୍ଯ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ। ଅଧିକ ଚିନି ଦ୍ୱାରା ବିଷର ପରିମାଣ ବଢିଥାଏ , ଏହାସହ ଶରୀରର ରକ୍ଷା କରୁଥିବା ଯାନ୍ତ୍ରିକକ୍ରିୟା ମଧ୍ୟ ପ୍ରଭାବିତ ହୋଇଥାଏ।

ଚିନି ପରିବର୍ତ୍ତେ ଚର୍ବି ସ୍ଥାନାନ୍ତର କରିବାର ଭୁଲ କରିବା ଠାରୁ ଦୂରେଇ ରୁହନ୍ତୁ:-

ଏଲନ ଟେଲରଙ୍କର କହିବା ଅନୁଯାୟୀ , ଏଭଳି ନୁହେଁ ଯେ ଶରୀରକୁ ଚିନିର ଆଦୌ ଆବଶ୍ୟକତା ନାହିଁ। କୌଣସି ପ୍ରକାରର ଚିନିର ସେବନ ବନ୍ଦ କରିବା ମଧ୍ୟ ଆବଶ୍ୟକ ନୁହେଁ। ଚିନି ଖାଦ୍ୟ ପରିବର୍ତ୍ତେ ଚର୍ବିଯୁକ୍ତ ଖାଦ୍ୟର ସ୍ଥାନାନ୍ତର କରିବା ମଧ୍ୟ ବଡ଼ ଭୁଲ ହେବ। ଖାଦ୍ୟର ସର୍ବଦା ସନ୍ତୁଳନ ବଜାୟ ରଖନ୍ତୁ। ଏଥିରେ ଅନେକ ଭିନ୍ନ ପ୍ରକାରର ଫଳ ଏବଂ ପନିପରିବା ହେବା ମଧ୍ୟ ଅତ୍ୟାବଶ୍ୟକ ଅଟେ।

ଏହି ଜିନିଷ ଗୁଡିକ ଖାଇବା ଠାରୁ ଦୂରେଇ ରୁହନ୍ତୁ:-

ଅଧିକ ଚିନିଯୁକ୍ତ ଖାଦ୍ୟରୁ ରକ୍ଷା ପାଇବାପାଇଁ କିଛି ଜିନିଷର ସେବନ ବନ୍ଦ କରିଦେବା ଉଚିତ। ସୋସ , କ୍ୟାଚଅପ , ପ୍ୟାକେଟ ବନ୍ଦ ଜୁସ , କୋଲଡ଼ ଡ୍ରିଙ୍କସ କିମ୍ବା ଏନର୍ଜି ଡ୍ରିଙ୍କସ , ଚକୋଲେଟ ମିଳ୍କ , ଗ୍ରେନୋଲା , ଫ୍ଲେଭୋର କଫି , ଆଇସ ଚା , କ୍ୟାନ ସୁପ କିମ୍ବା ପୂର୍ବରୁ ପ୍ରସ୍ତୁତ ହୋଇଥିବା ସୁପ , ପ୍ରୋଟିନ ବାର ଏବଂ ଶୁଖିଲା ଫଳରେ ଚିନି ଅଧିକ ମାତ୍ରାରେ ରହିଥାଏ।

ଅଧିକ ଶକ୍ତ ଜିନିଷ:-

ଡାକ୍ତର ମାନଙ୍କର କହିବା ଅନୁଯାୟୀ , ଚିନି ନିୟନ୍ତ୍ରଣ କରୁଥିବା ବ୍ୟକ୍ତି ମାନଙ୍କୁ ଅଧିକ ଶକ୍ତ ଜିନିଷକୁ ତ୍ୟାଗ କରିବା ଉଚିତ। ଏଭଳି ଲୋକଙ୍କୁ ଆଳୁ , ଫୁଲକୋବି , ମକା , ବିନ , ମଟର , ବୁଟ , ମସୁର ଡାଲି , ବୋଇତାଳୁ , ଓଲକୋବି ଏବଂ ମିଠାଆଳୁ ଭଳି ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଆପଣଙ୍କୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *