Excuse Me Odisha

ଯାହା କହିବୁ ସତ କହିବୁ

ଏକାଦଶୀ ଦିନ ଚାଉଳ ଖାଇବା କାହିଁକି ବର୍ଜନ କରାଯାଇଛି, ଜାଣନ୍ତୁ ଏହାସହିତ ଜଡ଼ିତ କିଛି କଥା।

ସେୟାର୍ କରନ୍ତୁ

ପ୍ରତ୍ୟେକ ବର୍ଷ ସମୁଦାୟ ୨୪ ଏକାଦଶୀ ଆସିଥାଏ। ପ୍ରତ୍ୟେକ ମାସ ଦୁଇଟି ଏକାଦଶୀ ହୋଇ ଥାଏ ଏବଂ ଏହିଦିନ ଭଗବାନ ବିଷ୍ଣୁଙ୍କ କୃପା ବରଷି ଥାଏ। ଅନେକ ଲୋକ ଏକାଦଶୀ ବ୍ରତ କରି ଥାଆନ୍ତି। ଏକାଦଶୀ ବ୍ରତ ସହିତ ଅନେକ ନିୟମ ରହିଛି। ଏହିଦିନ ଚାଉଳ ଖାଇବା ବର୍ଜନ କରାଯାଇଛି। ଶାସ୍ତ୍ର ଅନୁସାରେ ଏକାଦଶୀ ଦିନ ଚାଉଳ ଖାଇବା ଦ୍ବାରା ପାପ ବଢ଼ିଥାଏ। ଏଥିପାଇଁ ଚାଉଳରେ ତିଆରି କୌଣସି ଜିନିଷ ଖାଇବାକୁ ବର୍ଜିତ କରାଯାଇଛି। ଏହାସହିତ ଏକ ପୌରାଣିକ କଥା ଜଡ଼ିତ ରହିଛି।

Google

ପୌରାଣିକ କଥା ଅନୁସାରେ ମେଧା ନାମକ ଏକ ମହର୍ଷି ଥିଲେ। ଯିଏ ମାଆ ଶକ୍ତିଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ନିଜ ଶରୀରକୁ ତ୍ୟାଗ କରି ଥିଲେ। ତାଙ୍କ ଶରୀରର ଅଂଶ ପୃଥିବୀ ଉପରେ ପଡିଥିଲା ଏବଂ ଚାଉଳ ଓ ଜଉରେ ଅବତୀର୍ଣ୍ଣ ହୋଇଗଲେ। ମାନ୍ୟତା ରହିଛି କି ଯେଉଁ ଦିନ ସେ ଶରୀର ତ୍ୟାଗ କରି ଥିଲେ, ସେହିଦିନ ଏକାଦଶୀ ଥିଲା। ଏଥିପାଇଁ ସେହିଦିନ ଚାଉଳ ଖାଇବା ଉଚିତ ନୁହେଁ। ଏଥିପାଇଁ ଏକାଦଶୀ ଦିନ ଚାଉଳ ଖାଇବା ଅଶୁଭ ମାନା ଯାଇଛି। ମାନା ଯାଇଛି କି ଏହିଦିନ ଯେଉଁ ଲୋକେ ଚାଉଳ ସେବନ କରି ଥାଆନ୍ତି , ସେମାନେ ଋଷି ମେଧାଙ୍କ ରକ୍ତ ଓ ମାଂସ ସେବନ କରନ୍ତି ବୋଲି କୁହାଯାଏ। ଏହିଦିନ ଯେଉଁ ଲୋକ ଚାଉଳ ସେବନ କରିଥାଏ, ସେ ଜୀବ ଯୋନିରେ ଜନ୍ମ ନେଇ ଥାଏ।

ଏହାଛଡା ଏକାଦଶୀ ତିଥିରେ ଚାଉଳ ସେବନକୁ ନେଇ ତର୍କ ଦିଆଯାଏ କି ଚାଉଳ ସେବନ କରିବା ଦ୍ୱାରା ଶରୀରରେ ଜଳର ମାତ୍ରା ବଢ଼ି ଯାଇ ଥାଏ। ଏହାଦ୍ବାରା ବ୍ରତୀଙ୍କ ମନ ବିଚଳିତ ଏବଂ ଚଞ୍ଚଳ ହୋଇ ଯାଇ ଥାଏ। ଯାହାଦ୍ବାରା ବ୍ରତ ନିୟମ ପାଳନରେ ବାଧା ଉତ୍ପନ୍ନ ହୋଇଥାଏ। ଏଥିପାଇଁ ଏକାଦଶୀ ଦିନ ଚାଉଳ ସେବନ ବର୍ଜନ କରାଯାଇଛି।

୨୫ ଡିସେମ୍ବର ଦିନ ରହିଛି ଏକାଦଶୀ –

ଏହି ବର୍ଷର ଶେଷ ଏକାଦଶୀ ୨୫ ଡିସେମ୍ବରକୁ ରହିଛି। ଯାହାକୁ ମୋକ୍ଷାଦା ଏକାଦଶୀ ନାମରେ ଜଣାଯାଇଛି। ମାନ୍ୟତା ରହିଛି ଯେ ଏହି ଏକାଦଶୀ ଦିନ ବ୍ରତ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତ ହୋଇଥାଏ ଏବଂ ଅନେକ ପାପରୁ ମୁକ୍ତି ମିଳିଥାଏ। ଏଥିପାଇଁ ଆପଣ ମୋକ୍ଷଦା ଏକାଦଶୀ ନିଶ୍ଚିତ ରୂପରେ କରନ୍ତୁ।

Google

ଏହି ଦିନ କଣ କଣ କରିବା ଆବଶ୍ୟକ, ସେହି ବିଷୟରେ ସୂଚନା –

ଏକାଦଶୀ ଦିନ ଶ୍ରୀହରି ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରିବା ବିଧି ଅଟେ।

ଏକାଦଶୀ ଦିନ ତୁଳସୀ ମାତାଙ୍କ ପୂଜାର୍ଚ୍ଚନା କରିବା ମାନ୍ୟତା ରହିଛି।

ଭଗବାନ ବିଷ୍ଣୁଙ୍କୁ ତୁଳସୀ ପତ୍ର ଅର୍ପଣ କରିବା ଦ୍ୱାରା ଆଶାନୁରୂପ ଫଳ ମିଳିଥାଏ।

ଏହିଦିନ କେବଳ ଭୂମି ଉପରେ ଶୋଇବା ଆବଶ୍ୟକ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ।  ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶ୍ରୀ ବିଷ୍ଣୁଦେବାୟ ନମଃ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *