Excuse Me Odisha

ଯାହା କହିବୁ ସତ କହିବୁ

୨୦୨୧ ବର୍ଷର କୁମ୍ଭ ରାଶିର ରାଶିଫଳ। କେମିତି କଟିବ ୨୦୨୧ ମସିହା। ନୁଆ ବର୍ଷରେ କଣ ରହିଛି ଖାସ ଆପଣଙ୍କ ପାଇଁ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ  ୨୦୨୧ ବର୍ଷର କୁମ୍ଭ ରାଶିର ରାଶିଫଳ। କେମିତି କଟିବ ୨୦୨୧ ମସିହା। ନୁଆ ବର୍ଷରେ କଣ ରହିଛି ଖାସ ଆପଣଙ୍କ ପାଇଁ ଆସନ୍ତୁ ଜାଣିବା।

ବନ୍ଧୁଗଣ ୨୦୨୧ ମସିହା ଇଂରାଜୀ ନବ ବର୍ଷ। କେମିତି କଟିବ ୧୨ ଗୋଟି ରାଶି ବ୍ୟକ୍ତି ମାନଙ୍କ ରାଶିଫଳ? କଣ ରହିଛି ଗ୍ରହ ମାନଙ୍କର ଫଳାଫଳ। କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ଆସନ୍ତୁ ଜାଣିବା। ଧନୁରେ ରବି, ବୁଧ କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ ଶନି, ବିଛାରେ ଶୁକ୍ର କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷ ଚକ୍ର ଆରମ୍ଭ ହେଉଛି। ଗୁରୁ ୨୦୨୧ ମସିହା ଏପ୍ରିଲ ମାସ ୬ ତାରିଖରେ କୁମ୍ଭ ରାଶିକୁ ଚଳନ କରିବେ। ସେପ୍ଟେମ୍ବର ମାସ ୧୪ ତାରିଖରେ ମକର ରାଶିକୁ ବକ୍ରି ହେବେ। ନଭେମ୍ବର ମାସ ୨୧ ତାରିଖରେ ପୁନଃରାୟ କୁମ୍ଭ ରାଶିକୁ ପୁନଃରାୟ ଚଳନ କରି ୨୦୨୨ ମସିହା ଏପ୍ରିଲ ମାସ ୧୩ ତାରିଖ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ। ତେବେ ୨୦୨୧ ମସିହାରେ ଶନି ମକର ରାଶିରେ, ରାହୁ ବୃଷ ରାଶିରେ, କେତୁ ବିଛା ରାଶିରେ ଅବସ୍ଥାନ କରିବେ।ତେବେ ଆସନ୍ତୁ ଜାଣିବା ଏହି କୁମ୍ଭ ରାଶି ବ୍ୟକ୍ତିଙ୍କର ୨୦୨୧ ବର୍ଷର ରାଶିଫଳ।

Google

କୁମ୍ଭ ରାଶିର ୨୦୨୧ ମସିହାର ବାର୍ଷିକ ରାଶିଫଳ। ୨୦୨୧ ମସିହା ଇଂରାଜୀ ନବ ବର୍ଷ ଆରମ୍ଭରେ କୁମ୍ଭ ରାଶି ଜାତ ମହିଳା ଏବଂ ପୁରୁଷ ମାନଙ୍କର ରବି ବୁଧ ଏକାଦଶ ଭାଗରେ,ମଙ୍ଗଳ ତୃତୀୟ ଭାଗରେ, ଗୁରୁ ଶନି ଦ୍ବାଦଶ ଭାଗରେ, ଶୁକ୍ର କେତୁ ଦଶମ ଭାଗରେ, ରାହୁ ଚତୁର୍ଥ ଭାଗରେ ଅବସ୍ଥାନ କରୁଛନ୍ତି। ଯାହା ଫଳରେ ରବି, ଚନ୍ଦ୍ର, ମଙ୍ଗଳ, ବୁଧ, କେତୁ ଫଳ ଆପଣଙ୍କୁ ପ୍ରଦାନ କରିବେ। ଅନ୍ୟ ଗ୍ରହ ମାନେ ଅଶୁଭ ଫଳ ପ୍ରଦାନ କରୁଥିବାରୁ ପ୍ରତିକାର କରିବା ଦ୍ବାରା କେତେକାଂଶରେ ଶୁଭ ଫଳ ପାଇପାରିବେ। ବିଶେଷତ୍ୱ, ମହାଦଶା, ଅନ୍ତ ଦଶା ଶୁଭ ଥିଲେ ଗୋଚର ଗ୍ରହ ମାନଙ୍କର କୁପ୍ରଭାବ ସେତୋଟା ପଡ଼ିବ ନାହିଁ।

ଶୁକ୍ର, କେତୁ ଦଶମ ଭାଗରେ ଥିବାରୁ ବ୍ୟବସାୟରେ ଭଲ ଲାଭ ମିଳିବ। ଅବିବାହିତା ଯୁବକ ଯୁବତୀମାନେ ବିବାହ କରିପାରିବେ। ଅଚାନକ ଏକ ଶୁଭ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ। ଏହା ବ୍ୟତିତ କର୍ମ କ୍ଷେତ୍ରରେ ନୂତନ ଯୋଜନା ମଧ୍ୟ ପ୍ରସ୍ତୁତ କରିବେ। ବର୍ଷ ଶେଷକୁ ସ୍ବାସ୍ଥ୍ୟ ବୃଦ୍ଧି, ପ୍ରେମ, ଅର୍ଥ ଆପଣଙ୍କ ପାଇଁ ସବୁ କ୍ଷେତ୍ରରେ ଅନୁକୂଳ ରହିବାର ସମ୍ଭାବନା ରହିଛି। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ,ଶକ୍ତି ବୃଦ୍ଧି ପାଇବ, ଉନ୍ନତି ବାଟ ଦେଖାଦେବ, ଯାତ୍ରାରେ ଲାଭ, ସଫଳତା ମିଳିବାର ସମ୍ଭାବନା ଅଛି, ଯୋଜନା ଗୁଡିକୁ କାର୍ଯ୍ୟକାରି କରିପାରିବେ। ଆପଣଙ୍କ କ୍ୟାରିୟରରେ ସଫଳତାର ବାଟ ଖୋଲିଯିବ। କାର୍ଯ୍ୟରେ ବୃଦ୍ଧି ହେବ। ମାଙ୍ଗଳିକ କାର୍ଯ୍ୟ କରିବେ। ସ୍ଥାନ ପରିବର୍ତନ ହେବାର ସମ୍ଭାବନା ରହିଛି। ଭାଗ୍ୟରେ ଉନ୍ନତି ହେବ। ନିଜ ଜୀବନସାଥୀଙ୍କର ସମ୍ପୂର୍ଣ ସହଯୋଗ ପାଇବେ।

ମଙ୍ଗଳ ତୃତୀୟ ଭାଗରେ ଥିବାରୁ ପ୍ରତିଯୋଗିତାରେ ଭାଗ ନେବେ। ନିଜର ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ସୁଯୋଗ ପାଇବେ, ଯାହା ଫଳରେ ନୂତନ ସୁଯୋଗ ମିଳିବାର ସମ୍ଭାବନା ରହିଛି। କଠିନ ପରିଶ୍ରମର ଫଳ ପାଇବେ। ସବୁ ଦୁଖଃ ଦୁର ହେବ। ଖେଳ ସିନେମା ସହିତ ଜଡ଼ିତ ବ୍ୟକ୍ତିମାନେ ଏହି ସମୟରେ ବିଦେଶ ଭ୍ରମଣ କରିପାରନ୍ତି। ବିଦେଶରେ ଆଯୋଜିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଭଲ ସଫଳତା ପାଇପାରିବେ। କିଛି କରିବା ପାଇଁ ଏହା ସୁବର୍ଣ୍ଣ ସୁଯୋଗ ଅଟେ। ସାନ ଭାଇ ଭଉଣୀଙ୍କ ପାଖରୁ ମଧ୍ୟ ଲାଭ ପାଇବେ।

Google

ଗୁରୁ ଶନି ଦ୍ବାଦଶ ଭାଗରେ ଥିବାବେଳେ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଲେ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡ଼ିପାରେ। ତେଣୁ ସତର୍କ ରହିବାକୁ ପଡ଼ିବ। ଏହି ସମୟରେ ପେଟ ରୋଗରେ କଷ୍ଟ ଭୋଗ କରିପାରନ୍ତି। କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଅଧିକ ପରିଶ୍ରମ କରିବାକୁ ପଡିପାରେ କିନ୍ତୁ ଏହାର ଭଲ ଲାଭ ପାଇବେ। ବ୍ୟବସାୟରେ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ଯଦି ସମ୍ଭବ ହେବ ତେବେ ନିର୍ମାଣ କାର୍ଯ୍ୟ ଅଳ୍ପ ସମୟ ପାଇଁ ସ୍ଥଗିତ ରଖିଦିଅନ୍ତୁ। ପରିସ୍ଥିତିର ପରିବର୍ତନ ମଧ୍ୟ ହେବ। ଯାହାକି ଲାଭ ମିଳିବ, ସଫଳତା ମିଳିବ। ଅଶୁଭ ଗ୍ରହ ମାନଙ୍କର ପ୍ରତିକାର କରିଲେ କୌଣସି ବିପଦ ପାଖ ମାଡିବ ନାହିଁ। ତେବେ ପ୍ରତିକାର ହେଲା

ପ୍ରଥମ ପ୍ରତିକାର:

ପ୍ରାଣପ୍ରତିଷ୍ଠିତ ସମ୍ପୂର୍ଣ ନବଗ୍ରହ ଯନ୍ତ୍ର ଏହି ମହା ମନ୍ତ୍ରକୁ ପୂଜା କରିବା ସହ ଏହି ମନ୍ତ୍ରକୁ ପ୍ରତିଦିନ ୩ ମାଳା ଜପ କରନ୍ତୁ। ମନ୍ତ୍ରଟି ହେଲା ” ଓଁ ପ୍ରିଂ ପ୍ରଂ ସାଂ ରାହବେ ନମଃ”। ” ଓଁ ପ୍ରାଂ ପ୍ରିଂ ପ୍ରଂ ସଂ ଶନିଶ୍ଚରାୟ ନମଃ”।ଦିତୀୟ ଉପାୟ : ପ୍ରଥମ ମାସର ଯେକୌଣସି ଗୁରୁବାର ଦିନ ଭଗବାନ ନାରାୟଣଙ୍କ ମନ୍ଦିରରେ ସୁନା, କଂସା, ଚଣା ଡାଲି, ଘିଅ, ହଳଦିଆ ବସ୍ତ୍ର, ହଳଦିଆ ଫୁଲ, ହଳଦିଆ ପୁସ୍ତକ, ହଳଦିଆ ଫଳ ଦାନ ଦକ୍ଷିଣା ଦେବା ଉଚିତ।

ତୃତୀୟ ଉପାୟ:

ଗୋ ମାତାଙ୍କ ସେବା କରନ୍ତୁ। ମା ଙ୍କ ସେବା କରନ୍ତୁ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *