Excuse Me Odisha

ଯାହା କହିବୁ ସତ କହିବୁ

ଦୁର୍ବଳ ଯକୃତକୁ କମ କରିବା ପାଇଁ ରୋଷେଇରେ ଯୋଗ କରନ୍ତୁ ଏହି ୫ଟି ଜିନିଷ , କେବେ ମଧ୍ୟ ହେବେ ନାହିଁ ରୋଗାକ୍ରାନ୍ତ

ସେୟାର୍ କରନ୍ତୁ

ଦିନସାରା ମଣିଷ ଶରୀର ଏକ ମେସିନ ଭଳି କାମ କରିଥାଏ। ଏଭଳି ପରିସ୍ଥିତିରେ ମେସିନ ଭଳି ମଣିଷ ଶରୀରର ଅଂଶ ମଧ୍ୟ ଧୀରେ ଧୀରେ ଖରାପ ହେବାକୁ ଲାଗିଥାଏ। ମଣିଷ ଶରୀରରେ ପାଚନ ପ୍ରଣାଳୀ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଖାଦ୍ୟକୁ ଠିକ ଭାବରେ ହଜମ କରି ରକ୍ତପ୍ରବାହକୁ ସଠିକ ଭାବରେ କରିବା ପାଚନ ତନ୍ତ୍ରର ଏକ ଅଂଶ ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଆମର ଖାଦ୍ୟ ସେତେବେଳେ ଠିକ ଭାବରେ ହଜମ ହେବ , ଯେତେବେଳେ ଆମ ଯକୃତ ଠିକ ଭାବରେ କାମ କରିବ।

ଯକୃତ ଖରାପ କିମ୍ବା ମୋଟା ଚର୍ବିପୂର୍ଣ୍ଣ ହେବା ଦ୍ୱାରା ଖାଦ୍ୟ ଠିକ ଭାବରେ ହଜମ ହୁଏନାହିଁ ଏବଂ ପେଟ ସମ୍ବନ୍ଧୀୟ ଅନେକ ରୋଗ ଆମକୁ ଶିକାର କରିନେଇଥାଏ। ବଢୁଥିବା ବୟସ ସହ ଯକୃତ ଦୁର୍ବଳ ହେବା ସାଧାରଣ କଥା ଅଟେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି କିଛି ସାମାନ୍ୟ ଜିନିଷ ବିଷୟରେ କହିବାକୁ ଯାଉଛୁ , ଯାହାକୁ ପ୍ରତ୍ୟେକ ରୋଷେଇ ଘରେ ରଖିବା ଦ୍ୱାରା ଆପଣ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରହିପାରିବେ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ ବିଷୟରେ , ଯାହା ଆପଣଙ୍କ ଯକୃତକୁ ଦୃଢ଼ତା ପ୍ରଦାନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

Google

ବିଟ:-

ବିଟ ନାମ ଆପଣ ନିଶ୍ଚିତ ଭାବରେ ଶୁଣିଥିବେ। ଆୟୁର୍ବେଦ ବହିରେ ବିଟକୁ ଗୁଣର ଉତ୍ସ ଭାବରେ ବିବେଚନା କରାଯାଇଛି। ବିଟରେ ଏଭଳି ଅନେକ ପୋଷକ ତତ୍ତ୍ୱ ମିଳିଥାଏ , ଯାହା ଆପଣଙ୍କୁ ସୁସ୍ଥ ରଖିବା ପାଇଁ ଆବଶ୍ୟକ ହୋଇଥାଏ। ଅନେକ ରୋଗରୁ ଏହା ଆପଣଙ୍କର ସୁରକ୍ଷା କରିଥାଏ ଏବଂ ଆପଣଙ୍କ ଯକୃତକୁ ମଧ୍ୟ ଅନେକ ଗୁଣ ଶକ୍ତିଶାଳୀ କରିଥାଏ। ଏହାକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟକୁ ଅନେକ ଲାଭ ହେବ।

ହଳଦୀ:-

ହଳଦୀ ସମସ୍ତ ରୋଷେଇଘରେ ଉପଲବ୍ଧ ହୋଇ ରହିଥାଏ। ହଳଦିଆ ରଙ୍ଗର ହଳଦୀ ଖାଦ୍ୟର ସ୍ଵାଦକୁ ଦୁଇଗୁଣ କରିଦେଇଥାଏ। ହଳଦୀରେ ଏଣ୍ଟିବାୟୋଟିକ ଏବଂ ଏଣ୍ଟିଇନଫ୍ଲାମେଟରୀ ଗୁଣ ମିଳିଥାଏ। ଏହାସହ ଏଥିରେ ବହୁତ ମାତ୍ରାରେ ପୋଷକତତ୍ୱ ଉପଲବ୍ଧ ରହିଥାଏ। ଏଥିପାଇଁ ହଳଦୀ ସେବନ କରିବା ଦ୍ୱାରା ଆମର ଯକୃତ ସୁସ୍ଥ ରହିଥାଏ ଏବଂ ପାଚନ ତନ୍ତ୍ରରେ ପରିବର୍ତ୍ତନ ଆସେନାହିଁ।

Google

ଅଦା:-

ଅଦା ଆମ ଯକୃତର କାମ କରିବାର କ୍ଷମତାକୁ ଦୁଇଗୁଣ କରିଦେଇଥାଏ। ଏହା ମଧ୍ୟ ଏଣ୍ଟିଅକ୍ସାଇଡ଼ ଗୁଣର ଉତ୍ସ ହୋଇଥାଏ , ଯାହା ଆମ ପେଟକୁ ସଫା ରଖିବା ପାଇଁ ସାହାଯ୍ୟ କରିଥାଏ। ଅଧ୍ୟୟନରେ ଏହି କଥା ପ୍ରମାଣିତ ହୋଇସାରିଛି ଯେ , ଅଦା ପ୍ରୟୋଗ ଦ୍ୱାରା ଯକୃତ ସୁସ୍ଥ ରହିଥାଏ।

ଲେମ୍ବୁ:-

ଅନେକଥର ଅଧିକ ଖାଦ୍ୟ ଖାଇଦେବା ପରେ ଲେମ୍ବୁ ପାଣି ପିଇବାକୁ ପରାମର୍ଶ ଦିଆ ଯାଇଥାଏ। ପାଚନ କ୍ରିୟାକୁ ଠିକ କରିବାରେ ଲେମ୍ବୁ ଅନେକ ସାହାଯ୍ୟକାରୀ ହୋଇଥାଏ। ଡାକ୍ତର ମଧ୍ୟ ଦିନର ଆରମ୍ଭ ଲେମ୍ବୁ ଏବଂ ଗରମ ପାଣି ସହ କରିବା ପାଇଁ ପରାମର୍ଶ ଦେଇଥାନ୍ତି। ଲେମ୍ବୁ ଯକୃତ ପ୍ରକ୍ରିୟାକୁ ଦୃଢତା ପ୍ରଦାନ କରିଥାଏ।

କଲଞ୍ଜି ତେଲ:-

କଲଞ୍ଜି ତେଲ ଶରୀରରେ ଏଣ୍ଟିଅକ୍ସାଇଡ଼ ଭଳି କାମ କରିଥାଏ। ଏହାବ୍ୟତୀତ ଏହା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଯକୃତର ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ପ୍ରଭାବଶାଳୀ ପ୍ରମାଣିତ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *