Excuse Me Odisha

ଯାହା କହିବୁ ସତ କହିବୁ

ସ୍ୱାସ୍ଥ୍ୟ ରାଶିଫଳ 2021 : ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେମିତି ରହିବ ନୂଆବର୍ଷ, ପଢନ୍ତୁ ସ୍ୱାସ୍ଥ୍ୟ ରାଶିଫଳ 2021

ସେୟାର୍ କରନ୍ତୁ

ସ୍ୱାସ୍ଥ୍ୟ ରାଶିଫଳ 2021 ରୁ ଜାଣନ୍ତୁ ନୂତନ ବର୍ଷରେ ଆପଣଙ୍କ ସ୍ୱାସ୍ଥ୍ୟ ଜୀବନ କିପରି ହେବ । ଆମ ଜୀବନ ସୁରୁଖୁରୁରେ ଚାଲିବା ପାଇଁ ଆମ ସ୍ୱାସ୍ଥ୍ୟ ଭଲ ହେବା ଆବଶ୍ୟକ ଅଟେ , କାରଣ ଭଲ ସ୍ୱାସ୍ଥ୍ୟ ବିନା ସ୍ୱପ୍ନକୁ ସାକାର କରିବା ସମ୍ଭବ ନୁହେଁ । ରାଶି ଅନୁଯାୟୀ ଆସନ୍ତୁ ଜାଣିବା 2021 ବର୍ଷରେ ଆପଣଙ୍କ ସ୍ୱାସ୍ଥ୍ୟ କିପରି ରହିବ । ଏଥିପାଇଁ ଏହାକୁ ଶେଷ ଯାଏଁ ନିଶ୍ଚିତ ପଢନ୍ତୁ ।

ମେଷ ରାଶି:-

ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ବର୍ଷ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଆପଣ ଯୋଗ ଏବଂ ଖାଇବାର ଯତ୍ନ ନେବା ଉଚିତ। ଯାହା ଫଳରେ ଆପଣଙ୍କ ସ୍ୱାସ୍ଥ୍ୟ ଆଗକୁବି ମଧ୍ୟ ଆପଣଙ୍କ ସାଥ ଦେବ। ବର୍ଷ ଶେଷରେ ଆପଣ କୌଣସି ଛୋଟ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ଗାଡିକୁ ଅତି ସାବଧାନର ସହିତ ଚଲାନ୍ତୁ।

Google

ବୃଷ ରାଶି:-

୨୦୨୧ ମସିହାରେ ରାହୁ-କେତୁଙ୍କ ପ୍ରଭାବ ହେତୁ ଆପଣଙ୍କୁ ସମୟ ସମୟରେ ଶାରୀରିକ ସମସ୍ୟା ଦେଖାଦେବ। ଏହି ବର୍ଷ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଉତ୍ଥାନ-ପତନ ଦେଇ ଗତି କରିବ। ବର୍ଷ ଆରମ୍ଭରେ ଏବଂ ଫେବୃଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ନିଜର ଖାଇବା ପିଇବାର ଧ୍ୟାନ ରଖିବାକୁ ପଡ଼ିବ।

ମିଥୁନ ରାଶି:-

ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ରାଶିର ଲୋକଙ୍କ ପାଇଁ ବର୍ଷର କିଛି ମାସ ଭଲ ରହିବ। କିନ୍ତୁ ମାସର ମଧ୍ୟଭାଗରେ ଆପଣଙ୍କର ପେଟ ସମ୍ବନ୍ଧୀୟ କିଛି ରୋଗ ହୋଇପାରେ। ବର୍ଷ ଶେଷ ମାସରେ ଏହି ରାଶିର ଲୋକମାନେ ଗାଡି ସାବଧାନତା ସହିତ ଚଲାନ୍ତୁ

କର୍କଟ ରାଶି:-

ଏହି ରାଶିର ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ୨୦୨୧ ମଧ୍ୟଭାଗ ପର୍ଯ୍ୟନ୍ତ ଏହି ବର୍ଷ ଭଲ ରହିବ।କିନ୍ତୁ ଆପଣଙ୍କର ଖାଇବା ପିଇବା ପ୍ରତି ଯତ୍ନ ନିଅନ୍ତୁ। ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ଏବଂ ଖାଦ୍ୟକୁ ସନ୍ତୁଳିତ ରଖିବା ପାଇଁ ବ୍ୟାୟାମ କରନ୍ତୁ। ଆପଣ କୌଣସି ବଡ଼ ସମସ୍ୟାର ସମ୍ମୁଖୀନ ହେବେ ନାହିଁ।

ସିଂହ ରାଶି:-

ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଗଣ୍ଠି ଯନ୍ତ୍ରଣା ସମସ୍ୟା କିମ୍ବା ମଧୁମେହର ସମସ୍ୟାରେ ପୀଡିତ ଲୋକଙ୍କୁ ୨୦୨୧ ରେ ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବାକୁ ହେବ।

କନ୍ୟା ରାଶି:-

ଏହି ରାଶିର ଲୋକଙ୍କ ସ୍ୱାସ୍ଥ୍ୟ ଏହି ବର୍ଷ ମିଶ୍ରିତ ରହିବ। କିନ୍ତୁ ବର୍ଷର ମଧ୍ୟଭାଗରେ ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡିବ। ଏହା ସହିତ ଏହି ସମୟ ମଧ୍ୟରେ ଆପଣଙ୍କ ପେଟ ଯନ୍ତ୍ରଣା,ଅପଚ, ଅମ୍ଳତା ହେବାର ସମ୍ଭାବନା ହୋଇପାରେ। କିଛି ଲୋକଙ୍କର ଗଣ୍ଠି ଯନ୍ତ୍ରଣା ହେବାର ଅଭିଯୋଗ ମଧ୍ୟ ହୋଇପାରେ।

ତୁଳା ରାଶି:-

ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ରାଶି ପାଇଁ ପରାମର୍ଶ ଏହା ଯେ ସିମ୍ଭାଳି କରି ଚାଲନ୍ତୁ ଏବଂ ନିଜ ଦିନ ଚରଯ୍ୟାର ଯୋଗ ଏବଂ ବ୍ୟାୟାମକୁ ଅନ୍ତର୍ଭୁକ୍ତ କରନ୍ତୁ। ଅନ୍ୟଥା ଏକ ଗୁରୁତର ରୋଗ ହେବାର ସମ୍ଭାବନା ହୋଇପାରେ। ତଥାପି ବର୍ଷ ଶେଷରେ ଆପଣଙ୍କୁ ଭଲ ଅନୁଭବ ହେବ।

ବିଛା ରାଶି:-

ଏହି ବର୍ଷ ଆପଣଙ୍କୁ ନିଜ ସ୍ବାସ୍ଥ୍ୟର ବହୁତ ଅଧିକ ଯତ୍ନ ନେବାକୁ ପଡ଼ିବ। ବର୍ଷର ଶେଷରେ ଦୁର୍ଘଟଣା ହୋଇପାରେ। ଏପରି ପରିସ୍ଥିତିରେ ସବୁ ଆଡୁ ସତର୍କ ଏବଂ ବହୁତ ସାବଧାନରେ ଗାଡି ଚଲାନ୍ତୁ।

Google

ଧନୁ ରାଶି:-

ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ବର୍ଷ ୨୦୨୧ ଧନୁ ରାଶି ଲୋକଙ୍କ ପାଇଁ ଭଲ ବ୍ୟତିତ ହେବ। ଏହି ବର୍ଷ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ପୁରୁଣା ରୋଗରୁ ମଧ୍ୟ ମୁକ୍ତି ପାଇବେ।

ମକର ରାଶି:-

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହି ବର୍ଷ ଆପଣଙ୍କ ପାଇଁ ମିଶ୍ରିତ ରହିବ। ବାହାରର ଜିନିଷ ଖାଇବା ଠାରୁ ଦୂରେଇ ରୁହନ୍ତୁ। ବର୍ଷ ଆରମ୍ଭରେ ସାମାନ୍ୟ ଛୋଟ ମୋଟ ସମସ୍ୟା ହୋଇପାରେ କିନ୍ତୁ ଏହି ବର୍ଷ କୌଣସି ବଡ଼ ରୋଗ ଦେଖାଯାଉ ନାହିଁ। ତଥାପି ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି କୌଣସି ପ୍ରକାରର ଅସାବଧାନତା କରିବା ଉଚିତ ନୁହେଁ।

କୁମ୍ଭ ରାଶି:-

ଏହି ରାଶିର ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ବର୍ଷ ମିଶ୍ରିତ ରହିବ। କିଛି ପୁରୁଣା ରୋଗ ଦ୍ୱାରା ଆପଣ ଅସୁବିଧାରେ ପଡିପାରନ୍ତି। ଗାଡି ଚଲାଇବା ସମୟରେ ବହୁତ ସତର୍କ ରହିବାକୁ ପଡିବ। ଛୋଟ ଛୋଟ ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ।

ମୀନ ରାଶି:-

ବର୍ଷର ମଧ୍ୟଭାଗରେ ହଠାତ ଯାନର ତୀବ୍ର ଗତି ଯୋଗୁ ଦୁର୍ଘଟଣା ହେବାର ସମ୍ଭାବନା ରହିଛି। ତେଣୁ ଅତି ସତର୍କତାର ସହିତ ଗାଡି ଚଲାନ୍ତୁ। ହଠାତ ପେଟ ସମସ୍ୟା ମଧ୍ୟ ଆପଣଙ୍କୁ ଚିନ୍ତିତ କରିପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *