Excuse Me Odisha

ଯାହା କହିବୁ ସତ କହିବୁ

୨୧ ଡିସେମ୍ବରରୁ ମଙ୍ଗଳର ସ୍ଵରାଶି ମେଷରେ ଗୋଚର କରିବେ , ଜାଣନ୍ତୁ ଶୁଭ ହେବ ନା ଅଶୁଭ ?

ସେୟାର୍ କରନ୍ତୁ

ମାର୍ଗ ଶୀର୍ଷ ଶୁକ୍ଳ ସପ୍ତମୀ ୨୧ ଡିସେମ୍ବର ୨୦୨୦ ରୁ ମଙ୍ଗଳର ସ୍ୱରାଶି ମେଷରେ ପ୍ରବେଶ ହେବାକୁ ଯାଉଛନ୍ତି। ମଙ୍ଗଳ ଏହି ରାଶିରେ ମାଘ ଶୁକ୍ଳ ଅଷ୍ଟମୀ ୨୦ ଫେବୃୟାରୀ ୨୦୨୧ ପର୍ଯ୍ୟନ୍ତ ରହିବ। ମଙ୍ଗଳ ନିଜ ରାଶି ମେଷରେ ଯାଇ ବଳବାନ ହୋଇଯିବେ ଏବଂ ଭାଗ୍ୟର ଦେବତା ହୋଇଥିବା ଯୋଗୁଁ ମେଷ,ବିଛା, ସିଂହ,କର୍କଟ ,ଧନୁ ଏବଂ ମୀନ ରାଶିର ଲୋକଙ୍କ ଉପରେ ଏହାର ସୂକ୍ଷ୍ମ ଶୁଭ ପ୍ରଭାବ ପଡ଼ିବ। କିନ୍ତୁ ଧ୍ୟାନ ଦେବାର କଥା ଏହିକି ଯେ ମଙ୍ଗଳ ର ୬୨ ଦିନର ଏହି ଗୋଚର ରେ ସବୁ ଲୋକଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଏହି ସମୟରେ କ୍ରୋଧ ରେ ବୃଦ୍ଧି ହେବ ଏବଂ ଆବେଷରେ ଆସି ଏଭଳି କୌଣସି କାର୍ଯ୍ୟ କରି ପାରନ୍ତି, ଯାହା ପରେ ଆପଣଙ୍କୁ ପଶ୍ଚାତାପ ଅନୁଭବ ହେବ। ଏଥିପାଇଁ ସତର୍କ ରୁହନ୍ତୁ ଏବଂ ସାବଧାନ ରୁହନ୍ତୁ।

Google

ଆସନ୍ତୁ ଜାଣିବା ମଙ୍ଗଳ ର ଏହି ଗୋଚର ଏହି ରାଶି ଉପରେ କିପରି ପ୍ରଭାବ ରହିବ ଏବଂ କେଉଁ ଉପାୟ କରିବା ଉଚିତ।

ମେଷ ରାଶି –

ଏହି ରାଶିରେ ମଙ୍ଗଳ ପ୍ରବେଶ କରିବ। ଏହା ମଙ୍ଗଳର ନିଜ ରାଶି ଅଟେ, ଏଥିପାଇଁ ମଙ୍ଗଳ ବଳବାନ ହେଉଛି। ଆପଣଙ୍କର ଭାଗ୍ୟ ସର୍ବଦା ସପକ୍ଷରେ ରହିବ। ଧନ ସଂପତ୍ତିରେ ବୃଦ୍ଧି ହେବ। କାର୍ଯ୍ୟ ବ୍ୟବସାୟ ରେ ଶୁଭ ପରିଣାମ ପ୍ରାପ୍ତ ହେବ। କୌଣସି ବ୍ୟକ୍ତି ଆପଣଙ୍କ କଥା ମାନିବେ ନାହିଁ, ଏଥିପାଇଁ ଆପଣ କ୍ରୋଧିତ ରହି ପାରନ୍ତି। ରକ୍ତ ସହିତ ଜଡ଼ିତ ସମସ୍ୟା ଦେଖା ଦେଇପାରେ। ବିଶେଷ କରି ଏହି ରାଶିର ଗର୍ଭବତୀ ସ୍ତ୍ରୀ ମାନଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। ଉପାୟ ହେଉଛି ସଙ୍କଟରୁ ରକ୍ଷା ଏବଂ ଭାଗ୍ୟକୁ ସୁଦୃଢ କରିବା ପାଇଁ ତମ୍ବାର ମୁଦି ଆଙ୍ଗୁଳିରେ ଧାରଣ କରନ୍ତୁ।

ବୃଷ ରାଶି –

ମଙ୍ଗଳ ଆପଣଙ୍କ ରାଶିରେ ଦ୍ଵାଦଶ ଭାବରେ ଗୋଚର କରିବ। ଏଥିରେ ଆପଣଙ୍କୁ ସାମାନ୍ୟ ପରିଣାମ ପ୍ରାପ୍ତ ହେବ। ଖର୍ଚ୍ଚ ନିୟନ୍ତ୍ରିତ ହେବ। ଆର୍ଥିକ ମାମଲାରେ କୌଣସି ଭୁଲ ନିଷ୍ପତ୍ତି ଆପଣ ନେଇ ପାରନ୍ତି। ଏହି କାରଣରୁ ଅନ୍ୟ ମାନଙ୍କ ଉପରେ କ୍ରୋଧ ପ୍ରଦର୍ଶନ କରିବେ। ମାନସିକ ଚିନ୍ତା ରେ ବୃଦ୍ଧି ହୋଇପାରେ। ଆପଣଙ୍କ ଦାଶ ଆଖିରେ ଆଘାତ ଲାଗି ପାରେ। କାର୍ଯ୍ୟ ବ୍ୟବସାୟ ସାମାନ୍ୟ ରହିବ। ମୁଖ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ। ଜୀବନସାଥୀ ଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଉପାୟ ହେଉଛି ଗୋଚର ସମୟରେ ଆସୁଥିବା ପ୍ରତ୍ୟେକ ମଙ୍ଗଳବାର ଦିନ ମସୁର ଡାଲି ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ।

ମିଥୁନ ରାଶି –

ମଙ୍ଗଳ ଆପଣଙ୍କ ଏକାଦଶ ଭାବରେ ଗୋଚର କରିବ। ମଙ୍ଗଳ ବଳବାନ ହେବା ଦ୍ବାରା ଆର୍ଥିକ ପ୍ରଗତିର ମାର୍ଗ ପ୍ରଶସ୍ତ ହେବ। ଆପଣଙ୍କର ସବୁ ଆର୍ଥିକ ଯୋଜନା ସଫଳ ରହିବ। କାର୍ଯ୍ୟ ବ୍ୟବସାୟରେ ଲାଭ ମିଳିବାର ସମ୍ଭାବନା ରହିଛି। ମଙ୍ଗଳ ଆପଣଙ୍କ ଷଷ୍ଠ ଭାବର ସ୍ଵାମୀ ଅଟନ୍ତି।ଏଥିପାଇଁ ଶତ୍ରୁ ହଇରାଣ କରି ପାରନ୍ତି। ଆପଣଙ୍କ କାର୍ଯ୍ୟ ହୋଇ ନଥିବା କାରଣରୁ ଆପଣଙ୍କୁ କ୍ରୋଧ ଆସିପାରେ। ପାରିବାରିକ ଜୀବନରେ ବ୍ୟର୍ଥ କଥାକୁ ଅଣଦେଖା କରନ୍ତୁ। ନିଜର ମନ ସକାରାତ୍ମକ ଚିନ୍ତାରେ ଲଗାନ୍ତୁ। ଉପାୟ ହେଉଛି ପ୍ରତ୍ୟେକ ମଙ୍ଗଳବାର ଦିନ ଭଗବାନ ଗଣେଶଙ୍କୁ ସିନ୍ଦୂର ଅର୍ପଣ କରନ୍ତୁ ଏବଂ କିଛି ସିନ୍ଦୂର ନିଜ ମୁଣ୍ଡରେ ଲଗାନ୍ତୁ।

କର୍କଟ ରାଶି –

ମଙ୍ଗଳ ଆପଣଙ୍କ ଦଶମ ଭାବରେ ଅବସ୍ଥାନ କରିବେ। ଆଜୀବିକାରେ ନୂତନ ସାଧନ ପ୍ରାପ୍ତ ହେବ। ଚାକିରୀ ଏବଂ ବ୍ୟବସାୟରେ ଉଚିତ ପରିଣାମ ପ୍ରାପ୍ତ ହେବ। ଆୟରେ ବୃଦ୍ଧି ହେବ। ଶାରୀରିକ ଏବଂ ମାନସିକ ରୂପରେ ନିଜକୁ ସୁସ୍ଥ ଅନୁଭବ କରିବେ। ଭୂମି,ଭାବନା, ସମ୍ପତ୍ତି ଆଦି କିଣିବା ପାଇଁ ଅନୁକୂଳ ସମୟ ରହିଛି। ବ୍ୟବସାୟିକ ଯାତ୍ରା କରି ପାରନ୍ତି। ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ। କୌଣସି ପୁରୁଣା ରୋଗ ଉଭରୀ ପାରେ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟର୍ଥ ବିବାଦରେ ପଡନ୍ତୁ ନାହିଁ।ଉପାୟ ହେଉଛି ମଙ୍ଗଳବାର ଦିନ ଶିବଙ୍କ ଅଭିଷେକ କେଶର କ୍ଷୀରରେ କରନ୍ତୁ।

ସିଂହ ରାଶି –

ଏହି ରାଶିର ଲୋକଙ୍କ ପାଇଁ ମଙ୍ଗଳ ସବୁଠାରୁ ଅଧିକ ଶୁଭ ରହିଛି। ମଙ୍ଗଳ ଆପଣଙ୍କ ଭାଗ୍ୟ ଭାବରେ ଅବସ୍ଥାନ କରୁଛନ୍ତି। ଏଥିପାଇଁ ସର୍ବଦା ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ସବୁ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ଆର୍ଥିକ ରୂପରେ ସୁଦୃଢ ରହିବେ। ଶେୟର ମାର୍କେଟ କାର୍ଯ୍ୟରେ ସଫଳତା ମିଳିବ। ପାରିବାରିକ ବିବାଦର ସମାଧାନ ହୋଇଯିବ। କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ରହିବ। ନିଜ କ୍ରୋଧ କୁ ନିୟନ୍ତ୍ରଣରେ ରଖନ୍ତୁ। ଉପାୟ ହେଉଛି ପ୍ରତ୍ୟେକ ଦିନ ସୂର୍ଯ୍ୟଦେବଙ୍କୁ ତମ୍ବା କଳସରେ ଜଳ ଅର୍ପଣ କରନ୍ତୁ।

Google

କନ୍ୟା ରାଶି –

ଆପଣଙ୍କ ପାଇଁ ମଙ୍ଗଳ ଶୁଭ ସାବ୍ୟସ୍ତ ହେବ। ଶାରୀରିକ ଏବଂ ମାନସିକ ଅସୁସ୍ଥତା ଦେଖା ଦେଇପାରେ। ନୂତନ କାର୍ଯ୍ୟ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ନାହିଁ। ମଙ୍ଗଳର ଗୋଚର ଦ୍ଵାରା ଆପଣ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଭୁଲ ସାବ୍ୟସ୍ତ ହୋଇପାରେ। ପାରିବାରିକ ସଦସ୍ୟ ଏବଂ ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। କିନ୍ତୁ ଏହି ୬୨ ଦିନ ଆପଣଙ୍କୁ ସମ୍ଭାଳି ଚାଲିବା ଆବଶ୍ୟକ। ଉପାୟ ହେଉଛି ଭଗବାନ ଗଣେଶଙ୍କୁ ସିନ୍ଦୂର ଅର୍ପଣ କରନ୍ତୁ ଏବଂ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଦର୍ଶନ କରନ୍ତୁ।

ତୁଳା ରାଶି –

ସପ୍ତମ ସ୍ଥାନରେ ମଙ୍ଗଳ ର ଗୋଚର ଆପଣଙ୍କ ଦାମ୍ପତ୍ୟ ଜୀବନ ପାଇଁ ସୁଖମୟ ନୁହେଁ। ଜୀବନସାଥୀଙ୍କ ସହିତ କୌଣସି କଥାରେ ମତଭେଦ ହୋଇପାରେ। ଯଦି ବିବାହ ବିଚ୍ଛେଦ ପାଇଁ କୋର୍ଟରେ କେସ ଚାଲିଛି ତାହେଲେ ଏହାକୁ ମଞ୍ଜୁରୀ ମିଳିଯିବ। କିଛି କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇପାରେ। ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିପାରେ। ବ୍ୟବସାୟ ରେ ଲାଭ ମିଳିବାର ସମ୍ଭାବନା ରହିଛି। ପଶ୍ଚିମ ଦିଗରେ ହୋଇଥିବା ଯାତ୍ରା କଷ୍ଟଦାୟକ ରହିବ। ଏହି ସମୟରେ ରକ୍ତ ଏବଂ ମାଂସପେଶୀ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ। ଉପାୟ ହେଉଛି ମଙ୍ଗଳବାର ଦିନ ଦେବୀ ଦୁର୍ଗାଙ୍କ ସାମ୍ନାରେ ତେଲର ଦୀପ ପ୍ରଜ୍ବଳନ କରି ଲାଲ ଫୁଲ ଅର୍ପଣ କରନ୍ତୁ। ଦୁର୍ଗା ଚାଳିଶା ପାଠ କରନ୍ତୁ।

ବିଛା ରାଶି –

ଷଷ୍ଠ ଭାବରେ ମଙ୍ଗଳର ଗୋଚର ମୁକ୍ତି ପ୍ରଦାନ କରିବ। ଶତ୍ରୁଙ୍କୁ ପରାସ୍ତ କରିବାରେ ଆପଣ ସଫଳ ରହିବେ। ବ୍ୟବସାୟ ଏବଂ ଚାକିରୀରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ନିଜକୁ ସର୍ବଶ୍ରେଷ୍ଠ ଭାବିବାର ଭୁଲ କେବେ କରନ୍ତୁ ନାହିଁ, ଏହାର ପରିଣାମ ବିପରୀତ ହୋଇ ପାରେ। ଆର୍ଥିକ ସଙ୍କଟର ସମାଧାନ ହେବ। ପାରିବାରିକ ଜୀବନ ସୁଖମୟ ରହିବ। ସମ୍ପତ୍ତି ନିବେଶ ମାମଲାରେ ସଫଳତା ମିଳିବ। ଉପାୟ ହେଉଛି ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ଧ୍ଵଜା ଉଡାନ୍ତୁ।

ଧନୁ ରାଶି –

ପଞ୍ଚମରେ ମଙ୍ଗଳର ଗୋଚର ଏବଂ ଲଗ୍ନ ଯୋଗୁଁ ଏବଂ ଶୁଭ ଗ୍ରହର ଉପସ୍ଥିତି କାରଣରୁ  ଭାଗ୍ୟର ଉଦୟ ହେବାର ସମ୍ଭାବନା ରହିଛି। ସମ୍ପତ୍ତି କିଣାକିଣି କରିବାରେ ଲାଭ ମିଳିପାରେ। କୃଷି ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ମିଳିବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ନାହିଁ। ପାରିବାରିକ ସ୍ଥିତି ସୁଦୃଢ ରହିବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ନିଜ କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଉପାୟ ହେଉଛି ଭଗବାନ ହନୁମାନଙ୍କୁ ବେସନ ଲଡୁ ଭୋଗ ଲଗାନ୍ତୁ।

ମକର ରାଶି –

ମଙ୍ଗଳ ର ଗୋଚର ସୁଖ ସ୍ଥାନ ଚତୁର୍ଥ ଭାବରେ ରହିବ। ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ରହିବ। ଆୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଜୀବନସାଥୀ ଙ୍କ ସହିତ ଚାଲିଥିବା ମତଭେଦ ଦୂର ହେବ। ଆପଣ କ୍ରୋଧ ଏବଂ ଅବେଷରେ ଆସି କୌଣସି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ। ପାରିବାରିକ ସ୍ଥିତି ସୁଦୃଢ ରହିବ। ଉପାୟ ହେଉଛି ମଙ୍ଗଳବାର ଦିନ ହନୁମାନଙ୍କୁ ହାଲୱା ଭୋଗ ଲଗାନ୍ତୁ।

କୁମ୍ଭ ରାଶି –

ଭାଇ ବନ୍ଧୁଙ୍କ ସହିତ ଉତ୍ଥାନ ତାଳମେଳ ବନେଇ ରଖିବେ। ତୃତୀୟ ସ୍ଥାନରେ ମଙ୍ଗଳ ଅବସ୍ଥାନ କରୁଛନ୍ତି। ଆପଣ ନିଜର ଶତ୍ରୁଙ୍କୁ ପରାସ୍ତ କରିବେ। ଜୀବନସାଥୀଙ୍କ ସହିତ ଚାଲିଥିବା ମତଭେଦ ଦୂର ହେବ। ଆର୍ଥିକ ସ୍ଥିତି ସୁଦୃଢ ରହିବ ଏବଂ କାର୍ଯ୍ୟରେ ପ୍ରଗତି ହେବ। ଉପାୟ ହେଉଛି ହନୁମାନଙ୍କୁ ପ୍ରତ୍ୟେକ ମଙ୍ଗଳବାର ଦିନ ଶ୍ରିଫଳ ଅର୍ପଣ କରନ୍ତୁ।

ମୀନ ରାଶି –

ଆର୍ଥିକ ସ୍ତରରେ ଉନ୍ନତି ହେବ। ମଙ୍ଗଳ ଆପଣଙ୍କ ଧନ ସ୍ଥାନରେ ଅବସ୍ଥାନ କରିବେ ଏବଂ ଭାଗ୍ୟ ପ୍ରବଳ ରହିବ। ଭୂମି ଭବନ କିଣାକିଣି କରିବା ପାଇଁ ଅନୁକୂଳ ସମୟ ରହିଛି। ଚାକିରୀ ଏବଂ ବ୍ୟବସାୟରେ ଲାଭ ମିଳିବାର ସମ୍ଭାବନା ରହିଛି। ମଙ୍ଗଳର ଅବସ୍ଥାନ ଯୋଗୁଁ ଆପଣ ଅଧିକ କ୍ରୋଧୀ ରହିବେ। କିଛି ସଙ୍କଟ ଅଚାନକ ଆସିପାରେ। ପାରିବାରିକ ବିବାଦ କାରଣରୁ ମାନସିକ ଅଶାନ୍ତି ଦେଖା ଦେଇପାରେ। ଧର୍ଯ୍ୟ ରଖନ୍ତୁ ଏବଂ ନିଜ ମୁଣ୍ଡକୁ ଥଣ୍ଡା ରଖନ୍ତୁ। ଉପାୟ ହେଉଛି ମଙ୍ଗଳବାର ଦିନ ଶିବଲିଙ୍ଗକୁ କେଶର କ୍ଷୀରରେ ଅଭିଷେକ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *