Excuse Me Odisha

ଯାହା କହିବୁ ସତ କହିବୁ

୨୦୨୧ ବର୍ଷର ଧନୁ ରାଶିର ରାଶିଫଳ। କେମିତି କଟିବ ୨୦୨୧ ମସିହା। ନୁଆ ବର୍ଷରେ କଣ ରହିଛି ଖାସ ଆପଣଙ୍କ ପାଇଁ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ  ୨୦୨୧ ବର୍ଷର ଧନୁ ରାଶିର ରାଶିଫଳ। କେମିତି କଟିବ ୨୦୨୧ ମସିହା। ନୁଆ ବର୍ଷରେ କଣ ରହିଛି ଖାସ ଆପଣଙ୍କ ପାଇଁ ଆସନ୍ତୁ ଜାଣିବା।

ବନ୍ଧୁଗଣ ୨୦୨୧ ମସିହା ଇଂରାଜୀ ନବ ବର୍ଷ। କେମିତି କଟିବ ୧୨ ଗୋଟି ରାଶି ବ୍ୟକ୍ତି ମାନଙ୍କ ରାଶିଫଳ? କଣ ରହିଛି ଗ୍ରହ ମାନଙ୍କର ଫଳାଫଳ। କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ଆସନ୍ତୁ ଜାଣିବା। ଧନୁରେ ରବି, ବୁଧ କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ ଶନି, ବିଛାରେ ଶୁକ୍ର କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷ ଚକ୍ର ଆରମ୍ଭ ହେଉଛି। ଗୁରୁ ୨୦୨୧ ମସିହା ଏପ୍ରିଲ ମାସ ୬ ତାରିଖରେ କୁମ୍ଭ ରାଶିକୁ ଚଳନ କରିବେ। ସେପ୍ଟେମ୍ବର ମାସ ୧୪ ତାରିଖରେ ମକର ରାଶିକୁ ବକ୍ରି ହେବେ। ନଭେମ୍ବର ମାସ ୨୧ ତାରିଖରେ ପୁନଃରାୟ କୁମ୍ଭ ରାଶିକୁ ପୁନଃରାୟ ଚଳନ କରି ୨୦୨୨ ମସିହା ଏପ୍ରିଲ ମାସ ୧୩ ତାରିଖ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ। ତେବେ ୨୦୨୧ ମସିହାରେ ଶନି ମକର ରାଶିରେ, ରାହୁ ବୃଷ ରାଶିରେ, କେତୁ ବିଛା ରାଶିରେ ଅବସ୍ଥାନ କରିବେ।ତେବେ ଆସନ୍ତୁ ଜାଣିବା ଏହି ଧନୁ ରାଶି ବ୍ୟକ୍ତିଙ୍କର ୨୦୨୧ ବର୍ଷର ରାଶିଫଳ।

Google

ଧନୁ ରାଶିର ୨୦୨୧ ମସିହାର ବାର୍ଷିକ ରାଶିଫଳ। ୨୦୨୧ ମସିହା ଇଂରାଜୀ ନବ ବର୍ଷ ଆରମ୍ଭରେ ଧନୁ ରାଶି ଜାତ ମହିଳା ଏବଂ ପୁରୁଷ ମାନଙ୍କର ରବି ବୁଧ ପ୍ରଥମ ଭାଗରେ,ମଙ୍ଗଳ ପଞ୍ଚମ ଭାଗରେ, ଗୁରୁ ଶନି ଦିତୀୟ ଭାଗରେ, ଶୁକ୍ର କେତୁ ଦ୍ୱାଦଶ ଭାଗରେ, ରାହୁ ଷଷ୍ଠ ଭାଗରେ ଅବସ୍ଥାନ କରୁଛନ୍ତି। ଯାହା ଫଳରେ ଗୁରୁ, ରାହୁ ଶୁଭ ଫଳ ପ୍ରଦାନ କରିବେ। ଅନ୍ୟ ଗ୍ରହ ମାନେ ଅଶୁଭ ଫଳ ପ୍ରଦାନ କରୁଥିବାରୁ ପ୍ରତିକାର କରିବା ଦ୍ବାରା କେତେକାଂଶରେ ଶୁଭ ଫଳ ପାଇପାରିବେ। ବିଶେଷତ୍ୱ, ମହାଦଶା, ଅନ୍ତ ଦଶା ଶୁଭ ଥିଲେ ଗୋଚର ଗ୍ରହ ମାନଙ୍କର କୁପ୍ରଭାବ ସେତୋଟା ପଡ଼ିବ ନାହିଁ। ବର୍ଷ ଆରମ୍ଭରୁ ଗୁରୁ ଧନ ସ୍ଥାନରେ ରହିଛନ୍ତି। ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ଅତ୍ୟନ୍ତ ଶୁଭ ଫଳ ଲାଭ କରିବେ ଧନୁ ରାଶିର ବ୍ୟକ୍ତି। ଯାହାକି ଆପଣଙ୍କ ଜୀବନସାଥୀଙ୍କ କ୍ୟାରିୟରରେ ମଧ୍ୟ ଶୁଭ ପରିଣାମ ମିଳିବ। ଧନୁ ରାଶି ବ୍ୟକ୍ତିଙ୍କ ବିବାହ ଯୋଗ ସୃଷ୍ଟି ହଉଥିବାରୁ ଅବିବାହିତା ମାନେ ବିବାହ କରିପାରିବେ। ବୈବାହିକ ଜୀବନରେ ସୁଖ ମିଳିବ। ବହୁ ଦିନରୁ କୌଣସି ରୋଗ କଷ୍ଟରୁ ମୁକ୍ତି ମିଳିବା ଫଳରେ ସ୍ବାସ୍ଥ୍ୟ ଭଲ ରହିବ। ପରିଶ୍ରମ କରି ଯେଉଁ କାର୍ଯ୍ୟ କରିଥିବେ ତାହାର ଭଲ ପରିଣାମ ମିଳିବା ସହ ଅଟକି ଥିବା କାର୍ଯ୍ୟକୁ ପୂରଣ କରିପାରିବେ। ହଠାତ ଆପଣଙ୍କ ଭାଗ୍ୟ ସମର୍ଥନ କରିବା ଫଳରେ କାର୍ଯ୍ୟରେ ବୃଦ୍ଧି ହେବ। ପରାକ୍ରମ ଶକ୍ତିରେ ଉନ୍ନତି ହେବ। ବିମାନରେ ଦୂର ଯାତ୍ରା କରିପାରନ୍ତି। ନୂତନ ଯୋଜନା ସଫଳ ହେବ। ଆଧ୍ୟାତ୍ମିକ ପ୍ରତି ଆଗ୍ରହ ବୃଦ୍ଧି ହେବ। ଘରେ ପୁଜା ପାଠ କରିବେ। ଯେକୌଣସି ତୀର୍ଥ ସ୍ଥାନ ପରିଦର୍ଶନ କରିପାରନ୍ତି।

ରାହୁ ଷଷ୍ଠ ଭାଗରେ,ବୃଷ ରାଶିରେ ଥିବାରୁ ରାଜଯୋଗ ସୃଷ୍ଟି କରୁଛନ୍ତି। ଯାହା ଫଳରେ ମିତ୍ରଙ୍କ ସାହାଯ୍ୟରେ ବନ୍ଦ ଥିବା କାର୍ଯ୍ୟ ଚାଲୁ କରିବାକୁ ସକ୍ଷମ ହେବ। ବାସସ୍ଥାନ ବା ଯାନବାହନ ନବୀକରଣ କରିବାର ସୁବିଧା ସୁଯୋଗ ପାଇବେ। ସୁଖ ସମ୍ପଦ ପ୍ରାପ୍ତି ହେବା ସହ ନୂତନ କାର୍ଯ୍ୟ କିଛି ଆରମ୍ଭ କରିବା ପାଇଁ ମନ ବଳାଇବେ। ଧର୍ମ ଅନୁଷ୍ଠାନ, ଜଜ୍ଞ ଅନୁଷ୍ଠାନ,ପଞ୍ଚାୟତ କ୍ଷେତ୍ରରେ ଉତ୍ସାହିତ ହେବେ। ଆର୍ଥିକ ଦିଗରୁ ଉନ୍ନତି ହେବ। ଫଳରେ ନୂତନ ପଦାର୍ଥ ସଂଗ୍ରହ କରିପାରନ୍ତି। ଭବିଷ୍ୟତ ବିଷୟରେ ପ୍ରସ୍ତୁତ ଆରମ୍ଭ କରିବେ।ଆମୋଦ ପ୍ରମୋଦ, ମନରଞ୍ଜନ, ନୃତ୍ୟ ଗୀତ, ମୋୖଜ ମଜ୍ଲିସରେ ମଜି ରହିବେ। ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟି ଯିବ। ମାନସିକ ଏକାଗ୍ରତା ବଜାୟ ରହିବ। ପରିବାରର ସମସ୍ତ ଗୁରୁତ୍ୱପୂର୍ଣ ନିଷ୍ପତି ନେଇ ସଫଳ ହେବେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଅଧିକ ଘନିଷ୍ଠତା ହେବ। ପ୍ରେମ କ୍ଷେତ୍ରରେ ସାହାର୍ଯ୍ୟ ପାଇଁ ଆଗକୁ ବଢ଼ିବାର ସମ୍ଭବ ହେବ। କର୍ମ କ୍ଷେତ୍ରରେ ଅଧିକାରୀ କାମରେ ପ୍ରସନ୍ନ ରହିବେ। ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକଙ୍କ ସମର୍ଥନ ପାଇ ପ୍ରତିଷ୍ଠା, ପ୍ରତିପତି ବୃଦ୍ଧି ପାଇବ। ବ୍ୟବସାୟ କ୍ଷେତ୍ରରେ ଭୁଲ ବୁଝାମଣା ଦୂର ହେବା ସହ ଐତିହାସିକ ଅଧିକ ନିବିଡ଼ ହେବା ସାଙ୍ଗକୁ ମର୍ଯ୍ୟଦା ଜନକ ପରିସ୍ଥିତି ସୃଷ୍ଟି ହେବ।

Google

ଅନ୍ୟ ଗ୍ରହ ମାନେ ବିପକ୍ଷରେ ଥାଇ ବୃହଷ୍ପତି ଏପ୍ରିଲ ମାସ ଏପ୍ରିଲ ୬ ତାରିଖରେ କୁମ୍ଭ ରାଶିକୁ ଚଳନ କରି ତୃତୀୟଭାଗରେ ରହିବା ଫଳରେ ଖର୍ଚ୍ଚ ବୃଦ୍ଧି ହୋଇପାରେ। ଶାରୀରିକ ସ୍ବାସ୍ଥ୍ୟ ହାନି ହେବାର ସମ୍ଭାବନା ରହୁଛି ଏହି ବର୍ଷରେ।ସ୍ବାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ। ଅଚାନକ ଭାବରେ ଆସୁଥିବା ଧନ ଅଟକି ଯାଇପାରେ। ସନ୍ତାନ ଶିକ୍ଷା ପ୍ରତି ସତର୍କ ରହିବାକୁ ପଡ଼ିବ। ମା, ଭାଇ ଭଉଣୀ, ବନ୍ଧୁଙ୍କ ଉପରେ କୁପ୍ରଭାବ ପଡିପାରେ। ବିଶେଷ କରି ନୂତନ ଯାନବାହନ ବନ୍ଧୁ କିମ୍ବା କାହାରି ଠାରୁ ନେଇଛନ୍ତି ତେବେ ସତର୍କ ରହିବାକୁ ପଡ଼ିବ। କଠିନ ପରିଶ୍ରମ କରିବାକୁ ପଡ଼ିଲେ ମଧ୍ୟ ପରିଶ୍ରମ ଦ୍ବାରା ସଫଳତା ମିଳିଯିବ। ଯାହା ଫଳରେ କାମରେ ସାମାନ୍ୟ ବାଧା ଦେଖା ଦେଇପାରେ।

ଅର୍ଥ ବିନିଯୋଗ ଦୃଷ୍ଟିରୁ କୌଣସି କାମ ହାତକୁ ନିଅନ୍ତୁ ନାହିଁ। ବିଶେଷ କରି ମାର୍କେଟ ନିବେଶ କରୁଥିବା ବ୍ୟକ୍ତି ମାନେ ସତର୍କ ହେବା ଉଚିତ। ଯଦି ଏହି ସମୟରେ ନୂତନ ଡିଲ ବା କାରବାର କରୁଛନ୍ତି ତେବେ ଆବଶ୍ୟକ ସୁବିଧା ପାଇବେ ନାହିଁ। ତେଣୁ ବ୍ୟକ୍ତିଗତ ଜୀବନରେ କୌଣସି ଚୁନତିର ସମ୍ମୁଖିନ ହେବାକୁ ପଡିପାରେ। ଦାମ୍ପତ୍ୟ ଜୀବନ ଉପରେ ନକାରାତ୍ମକ ପ୍ରଭାବ ସୃଷ୍ଟି ହୋଇପାରେ। ଅଚାନକ ଭାବରେ ନୂତନ ସମ୍ପର୍କ ସୃଷ୍ଟି ହୋଇ ପୁଣି ହଠାତ ସମ୍ପର୍କ ଭାଙ୍ଗି ଯାଇପାରେ। ତେଣୁ ସତର୍କ ରହିବା ଆବଶ୍ୟକ। ଅଶୁଭ ଗ୍ରହ ମାନଙ୍କର ପ୍ରତିକାର କରିଲେ କୌଣସି ବିପଦ ପାଖ ମାଡିବ ନାହିଁ। ପ୍ରତିକାର ହେଲା।

ପ୍ରଥମ ପ୍ରତିକାର: ପ୍ରାଣପ୍ରତିଷ୍ଠିତ ସମ୍ପୂର୍ଣ ଶ୍ରୀ ମହାଯନ୍ତ୍ର ପୁଜା କରି ଏହି ମନ୍ତ୍ର ୫ ମାଳା ପ୍ରତିଦିନ ଜପ କରନ୍ତୁ। ” ଓଁ   ଗାଂ ଗ୍ରିଙ୍ଗ ଗ୍ରଂ ସଂ ଗୁରୁବେ ନମଃ”। ଏହି ମନ୍ତ୍ର ଜପ କରନ୍ତୁ।

ଦିତୀୟ ପ୍ରତିକାର: ପ୍ରଥମ ମାସର ଯେକୌଣସି ମଙ୍ଗଳ ବାର ଦିନ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ତମ୍ବା ପାତ୍ର, ମସୁର ଡାଲି, ଗୁଡ଼, ଘିଅ, ଲାଲ ବସ୍ତ୍ର, ଲାଲ କନିଅର ଫୁଲ, ଲାଲ ଚନ୍ଦନ ଆଦି ଦାନ କରିବା ଉଚିତ।

ତୃତୀୟ ପ୍ରତିକାର: ପ୍ରତିଦିନ ଶ୍ରୀ ହନୁମାନ ଚାଳିସା ପାଠ କରିବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *