Excuse Me Odisha

ଯାହା କହିବୁ ସତ କହିବୁ

ମାଙ୍ଗଳିକ ଦୋଷ କାରଣରୁ ଆସିଥାଏ ବିବାହରେ ଅସୁବିଧା , ଜାଣନ୍ତୁ କଣ ମାଙ୍ଗଳିକ ଦୋଷ ଏବଂ ଏହାର ନିବାରଣର ଉପାୟ

ସେୟାର୍ କରନ୍ତୁ

ବିବାହର ପବିତ୍ର ବନ୍ଧନ ବାନ୍ଧିବା ସମୟରେ ଦୁଇ ପରିବାର ସମସ୍ତ ଆବଶ୍ୟକୀୟ କଥା ଉପରେ ଆଲୋଚନା କରିଥାନ୍ତି। ବିବାହ ବନ୍ଧନରେ ଆବଦ୍ଧ ହୋଇ ଦୁଇ ବ୍ୟକ୍ତି ସାରା ଜୀବନ ପାଇଁ ପରସ୍ପରର ସୁଖ ଦୁଃଖର ସାଥି ହୋଇଯାଆନ୍ତି। ଏଭଳି ପରିସ୍ଥିତିରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଗୁଡିକୁ ଯାଞ୍ଚ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ। କିନ୍ତୁ ଅନେକ ଥର ଆପଣ ଶୁଣିଥିବେ ଯେ , କୌଣସି ବ୍ୟକ୍ତିଙ୍କର ମାଙ୍ଗଳିକ ହେବା କାରଣରୁ ତାଙ୍କ ବିବାହ ହୋଇ ପାରୁ ନାହିଁ କିମ୍ବା ବିବାହରେ ବାଧା ଆସୁଛି। ଜ୍ୟୋତିଷ ଅନୁଯାୟୀ , ମଙ୍ଗଳ ଯେତେବେଳେ କୁଣ୍ଡଳୀର ଲଗ୍ନ , ଚତୁର୍ଥ , ସପ୍ତମ , ଅଷ୍ଟମ କିମ୍ବା ଦ୍ଵାଦଶ ଭାବରେ ରହିଥାନ୍ତି , ସେତେବେଳେ ମଙ୍ଗଳ ଦୋଷ ଲାଗିଥାଏ। ଆସନ୍ତୁ ଏହା ସହ ଜଡିତ ସ୍ୱତନ୍ତ୍ର କଥା ଏବଂ ନିବାରଣ ବିଷୟରେ ଜାଣିବା।

Google

ମାଙ୍ଗଳିକ ଦୋଷ କଣ ହୋଇଥାଏ:-

ବିଦ୍ୱାନ ମାନଙ୍କର ବିଶ୍ୱାସ ଅନୁଯାୟୀ , ଯଦି କୌଣସି ବ୍ୟକ୍ତିଙ୍କର କୁଣ୍ଡଳୀରେ ପ୍ରଥମ , ଚତୁର୍ଥ , ସପ୍ତମ , ଅଷ୍ଟମ କିମ୍ବା ଦ୍ଵାଦଶ ଭାବ ରେ ମଙ୍ଗଳ ବିରାଜମାନ କରିଥାନ୍ତି , ତେବେ ତାହାକୁ ମାଙ୍ଗଳିକ ନାମ ଦିଆଯାଏ। କହିରଖୁଛୁ ଯେ , ମଙ୍ଗଳ ଦୋଷରେ ଲଗ୍ନ ଏବଂ ଅଷ୍ଟମ ଭାବ ର ଦୋଷ ଗମ୍ଭୀର ଭାବରର ବିବେଚନା କରାଯାଇଛି।

କେଉଁଭଳି ଭାବରେ ଲୋକଙ୍କୁ କରିଥାଏ ପ୍ରଭାବିତ:-

ବିଶ୍ୱାସ କରାଯାଏ ଯେ , ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ମଙ୍ଗଳ ଦୋଷ ହୋଇଥାଏ , ତାଙ୍କ ବୈବାହିକ ଜୀବନରେ ବାଧା ସୃଷ୍ଟି ହୋଇପାରେ। ବାସ୍ତବରେ , ଏଭଳି କୁହାଯାଏ ଯେ ଏହି ଦୋଷରେ ଗ୍ରାସିତ ଦମ୍ପତ୍ତିଙ୍କ ମଧ୍ୟରେ ବୈଚାରିକ ପାର୍ଥକ୍ୟ ସୃଷ୍ଟି ହୋଇଥାଏ। ଏହି କାରଣରୁ ଘର ଭାଙ୍ଗି ଯାଇପାରେ। କେବଳ ଏତିକି ନୁହେଁ , ମାଙ୍ଗଳିକ ଲୋକ ଟିକିଏ ଟିକିଏ କଥାରେ ପାଗଳ ହୋଇଯାଆନ୍ତି। କୁହାଯାଏ ଯେ , କୁଣ୍ଡଳୀରେ ମଙ୍ଗଳ ଦୋଷ ହେବା ଦ୍ୱାରା ବ୍ୟକ୍ତିଙ୍କର ସ୍ୱଭାବ ହିଂସକ ହୋଇଯାଏ ଏବଂ କଥା କଥାରେ ତାଙ୍କୁ କ୍ରୋଧ ଆସିଯାଏ।

Google

ନିବାରଣର ଉପାୟ କଣ:-

ବିଶ୍ୱାସ କରାଯାଏ ଯେ , ମାଙ୍ଗଳିକ ବ୍ୟକ୍ତି ନିୟମିତ ଭାବରେ ଯଦି ହନୁମାନ ଚାଳିଶା ପାଠ କରନ୍ତି , ତେବେ ମଙ୍ଗଳ ଦୋଷର ପ୍ରଭାବ କମ ହୋଇଯାଏ। କୁହାଯାଏ ଯେ , ଯେଉଁ ବ୍ୟକ୍ତିଙ୍କ ଉପରେ ହନୁମାନ ଭଗବାନଙ୍କର କୃପା ରହିଥାଏ , ତାଙ୍କୁ ମଙ୍ଗଳ ଦୋଷର ସମ୍ମୁଖୀନ କରିବାକୁ ପଡିନଥାଏ।

ଏଥିସହିତ , ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ମଙ୍ଗଳ ଦୋଷ ରହିଥାଏ , ତାଙ୍କୁ ବିଦ୍ୱାନ ମାନେ ମୁଣ୍ଡ ପାଖରେ ରୂପାର ବାସନରେ ପାଣି ରଖି ଶୋଇବାକୁ ପରାମର୍ଶ ଦେଇଥାନ୍ତି। ଏଭଳି କରିବା ଦ୍ୱାରା ସେମାନଙ୍କ ମଧ୍ୟରେ ମତଭେଦ ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

ଏହାବ୍ୟତୀତ ଅନେକଥର ମାଙ୍ଗଳିକ ବ୍ୟକ୍ତିଙ୍କ ବିବାହ ସ୍ଥିର ହେବା ଦ୍ୱାରା ପ୍ରଥମ ତାଙ୍କ ବିବାହ ମାଠିଆ , ଗଛ କିମ୍ବା ମୂର୍ତ୍ତି ସହ କରାଯାଏ। ଏଭଳି କରିବା ଦ୍ୱାରା ଦମ୍ପତ୍ତିଙ୍କ ଉପରେ ମାଙ୍ଗଳିକ ଦୋଷର କୌଣସି ପ୍ରଭାବ ପଡେ ନାହିଁ ବୋଲି ବିଶ୍ଵାସ କରାଯାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *